ପଞ୍ଚାନନ ମଣ୍ଡଳ

ଉଇକିପିଡ଼ିଆ‌ରୁ
ପଞ୍ଚାନନ ମଣ୍ଡଳ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀପୁରୁଷୋତ୍ତମ ସେଠୀ
ପର ଅଧିକାରୀଅର୍ଜୁନ ଚରଣ ସେଠୀ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-04-19) ୧୯ ଅପ୍ରେଲ ୧୯୪୭ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଦୌପଦୀ ମଣ୍ଡଳ
ସନ୍ତାନ୨ ପୁଅ ୩ ଝିଅ
ବାପା/ବୋଉସୂର୍ଯ୍ୟମଣି ମଣ୍ଡଳ (ବାପା)
ବୃତ୍ତିରାଜନୀତିଜ୍ଞ

ପଞ୍ଚାନନ ମଣ୍ଡଳ (ଜନ୍ମ: ୧୯ ଅପ୍ରେଲ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପଞ୍ଚାନନ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପଞ୍ଚାନନ ମଣ୍ଡଳ ୧୯୪୭ ମସିହାର ଅପ୍ରେଲ ମାସ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲାର ରାଣୀହାଟସ୍ଥିତ ଓଡ଼ଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ସୂର୍ଯ୍ୟମଣି ମଣ୍ଡଳ ।[୪] ସେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ ।[୫] ପଞ୍ଚାନନ ଦୌପଦୀ ମଣ୍ଡଳଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ୩ଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ପଞ୍ଚାନନ ମଣ୍ଡଳ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୬] ୧୯୬୪ ମସିହାରେ ସେ ଓଡ଼ିଶାରେ ହୋଇଥିବା ଛାତ୍ର ଆନ୍ଦୋଳନରେ ପ୍ରଥମେ ସକ୍ରିୟ ହୋଇଥିଲେ ଏବଂ ପରେ ୧୯୭୧ ମସିହାରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।[୨] ପଞ୍ଚାନନ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାରେ କାର୍ଯ୍ୟ କରିଥିଲେ ।[୭]

୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୮] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୯] ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. "ନିରଞ୍ଜନଙ୍କୁ ଭଦ୍ରକରେ ଭବ୍ୟ ସ୍ୱାଗତର ମୋଟର ସାଇକେଲ ରାଲି – Odisha Journal" (in ଆମେରିକୀୟ ଇଂରାଜୀ). Archived from the original on 2019-04-07. Retrieved 2019-04-07.
  2. ୨.୦ ୨.୧ "Shri Panchanan Mandal". odishaassembly.nic.in. Odisha Assembly. Retrieved 7 April 2019.
  3. ୩.୦ ୩.୧ "MLA Panchanan Mandal Profile | BHANDARIPOKHARI Constituency". naveenpatnaik.com. Archived from the original on 2019-04-04. Retrieved 2019-04-07.
  4. "Panchanan Mandal : Indian National Congress , MLA , Bhandaripokhari Constituency". Janpratinidhi. Archived from the original on 2019-04-07. Retrieved 2019-04-07.
  5. "MLA Panchanan Mandal Profile | BHANDARIPOKHARI Constituency". www.odishahelpline.com. Retrieved 2019-04-07.
  6. Dharitri. "'କ୍ଷମତାକୁ ଆସିଲେ ୫ ଘଣ୍ଟାରେ କୃଷିଋଣ ଛାଡ଼'". Dharitri.com (in ଇଂରାଜୀ). Retrieved 2019-04-07.
  7. "କର୍ମୀଙ୍କ ଆଖି ନେତାଙ୍କ ଉପରେ, ନେତାଙ୍କ ଆଖି ଟିକେଟ୍‌ରେ" (PDF). ସମ୍ବାଦ. 27 October 2018. Archived from the original (PDF) on 7 April 2019. Retrieved 7 April 2019.
  8. "About Bhandaripokhari MLA Constituency | Orissa". Janpratinidhi. Archived from the original on 2019-04-07. Retrieved 2019-04-07.
  9. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୨ୟ ସଂସ୍କରଣ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮୧. Retrieved 5 April 2019.