ବ୍ରହ୍ମାନନ୍ଦ ପଣ୍ଡା
ଦେଖଣା
ବ୍ରହ୍ମାନନ୍ଦ ପଣ୍ଡା | |
---|---|
ସାଂସଦ: ୧୪ଶ ଲୋକ ସଭା | |
ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜଗତସିଂହପୁର, ଓଡ଼ିଶା | ୩ ଅପ୍ରେଲ ୧୯୪୯
ମୃତ୍ୟୁ | ୩୦ ଜାନୁଆରୀ ୨୦୧୦ | (ବୟସ ୬୦)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେଡି |
ଜୀବନ ସାଥୀ | ନମିତା ପଣ୍ଡା |
ସନ୍ତାନ | ୨ ପୁଅ |
ଘର | କଟକ, ଓଡ଼ିଶା |
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା ଆଧାର: [୧] |
ବ୍ରହ୍ମାନନ୍ଦ ପଣ୍ଡା (୩ ଅପ୍ରେଲ ୧୯୪୯ – ୩୦ ଜାନୁଆରୀ ୨୦୧୦)[୧] ଜଣେ ଭାରତୀୟ ରାଜନେତା । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବ୍ରହ୍ମାନନ୍ଦ ୧୯୪୯ ମସିହାର ଅପ୍ରେଲ ମାସ ୩ ତାରିଖରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ପତ୍ନୀଙ୍କ ନାମ ନମିତା ପଣ୍ଡା ।
ରାଜନୈତିକ ଜୀବନ
[ସମ୍ପାଦନା]ବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲରିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ, ଯେଉଁଠରେ ସେ ଜଣେ ସାଂସଦ ଭାବରେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]ବ୍ରହ୍ମାନନ୍ଦ ୨୦୧୦ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Former MP Brahmananda Panda passes away". The Hindu. Chennai, India. 31 January 2010.
- ↑ ୨.୦ ୨.୧ "Former BJD MP Brahmananda Panda died, Orissa Current News". orissadiary.com. 2010. Archived from the original on 18 March 2012. Retrieved 17 May 2012.
Brahmananda Panda, a former Biju Janata Dal (BJD) Lok Sabha member