ଏଚଇଏଲଏଲପି ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଏଚଇଏଲଏଲପି ସିଣ୍ଡ୍ରୋମ (HELLP syndrome)
ଏଚଇଏଲଏଲପି ବିଷୟରେ ସଚେତନ କରିବା ନିମନ୍ତେ ଲାଲ ରିବନ (red ribbon) ବ୍ୟବ‌ହାର କରାଯାଏ (symbol‌)
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Obstetrics)
ଲକ୍ଷଣଥକ୍କାଣ, ମୁଣ୍ଡ ବିନ୍ଧା, ଅଇ, ଉଦରର ଉପର ଡାହାଣ ପାଖରେ ଯନ୍ତ୍ରଣା (abdominal pain), ଝାପ୍‌ସା ଦୃଷ୍ଟି, ନାକରୁ ରକ୍ତସ୍ରାବ (en:nosebleed) ଓ ବାତ (seizures) [୧]
ଆକ୍ରାନ୍ତ ସମୟଗର୍ଭାବସ୍ଥାର ଶେଷ ତ୍ରୈମାସିକରେ ବା ପ୍ରସବର (childbirth) ଅଳ୍ପ ସମୟ ଅବଧି ପରେ [୧]
କାରଣଅଜ୍ଞାତ[୧]
ବିପଦ କାରକପ୍ରିଏକ୍ଲାମ୍ପସିଆ, ଏକ୍ଲାମ୍ପସିଆ, ପୂର୍ବରୁ ଥିବା ଏଚଇଏଲଏଲପି, ୨୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ମାତା, ଗୋରା ଲୋକ (white)[୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା[୨]
ସଠିକ ରୋଗ ନିର୍ଣ୍ଣୟଭୁତାଣୁ ହେପାଟାଇଟିସ (Viral hepatitis), ଥ୍ରୋମ୍ବୋଟିକ ଥ୍ରୋମ୍ବିସାଇଟୋପେନିକ ପରପ୍ୟୁରା, କୋଲାଞ୍ଜାଇଟିସ (cholangitis), ହେମୋଲାଇଟିକ ଯୁରେମିକ ସିଣ୍ଡ୍ରୋମ (hemolytic uremic syndrome)[୨]
ଚିକିତ୍ସାଯେତେ ଶୀଘ୍ର ସମ୍ଭବ ପ୍ରସବ କରେଇବା, ରକ୍ତଚାପ ଚିକିତ୍ସା [୧][୨]
ପୁନଃପୌନିକଗର୍ଭିଣୀ ମହିଳାଙ୍କ ମଧ୍ୟରୁ ~0.୭% [୨]

ଏଚଇଏଲଏଲପି ସିଣ୍ଡ୍ରୋମ (ଇଂରାଜୀ ଭାଷାରେ HELLP syndrome) ଗର୍ଭାବସ୍ଥାର ଏକ ଜଟିଳ complication of pregnancy ସମସ୍ୟା ଯେଉଁଥିରେ ହେମୋଲାଇସିସ (hemolysis), ଅଧିକ ଯକୃତ ଏଞ୍ଜାଇମ (elevated liver enzymes) ଓ ଥ୍ରୋମ୍ବୋସାଇଟିପେନିଆ (low platelet count) ହୁଏ ଓ ଏହି ନାମରୁ ଏଚଇଏଲଏଲପି ନିଆଯାଇଛି । [୧] ଗର୍ଭାବସ୍ଥାର ଶେଷ ତ୍ରୈମାସିକରେ ବା ପ୍ରସବର (childbirth) ଅଳ୍ପ ସମୟ ଅବଧି ପରେ ଏହି ରୋଗ ହୁଏ ।[୧] ଥକ୍କାଣ, ମୁଣ୍ଡ ବିନ୍ଧା, ଅଇ, ଉଦରର ଉପର ଡାହାଣ ପାଖରେ ଯନ୍ତ୍ରଣା (abdominal pain), ଝାପ୍‌ସା ଦୃଷ୍ଟି, ନାକରୁ ରକ୍ତସ୍ରାବ (en:nosebleed) ଓ ବାତ (seizures) ଆଦି ଲକ୍ଷଣ ପ୍ରକାଶ ପାଇପାରେ ।[୧] ଅଧିକ ଜଟିଳ ହେଲେ ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (disseminated intravascular coagulation or DIC), ପ୍ଲାସେଣ୍ଟାଲ ଆବରପସନ (placental abruption) ଓ ବୃକ୍‌କ ଫେଲ (kidney failure) ଭଳି ଅବସ୍ଥା ହୋଇପାରେ । [୧]

ଏହାର କାରଣ ଅଜ୍ଞାତ ଅଛି ।[୧] ପ୍ରିଏକ୍ଲାମ୍ପସିଆ (preeclampsia) ବା ଏକ୍ଲାମ୍ପସିଆ (eclampsia) ଥିଲେ ଏହି ରୋଗ ସ‌ହାଭାଗୀ ହୁଏ ।[୧] ୨୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ମାତା, ଗୋରା ଲୋକ (white) ଅଧିକ ରୋଗ ସଙ୍କଟରେ ରହନ୍ତି ।[୧] ରକ୍ତ ପରୀକ୍ଷାରେ ଲୋହିତ ରକ୍ତ କଣିକା ଭାଙ୍ଗି ଲାକ୍ଟେଟ ଡିହାଇଡ୍ରୋଜେନେଜ ପରିମାଣ >୬୦୦ୟୁ/ଲି, ଆସ୍ପାର୍ଟେଟ ଟ୍ରାନ୍ସଆମିନେଜ >୭୦ ୟୁ/ଲି ଓ ପ୍ଲାଟେଲେଟ ୧୦୦x୧୦/ଲିରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏ ସମସ୍ତ ମାପଦଣ୍ଡ ପୂରଣ ନ‌କରୁଥିଲେ ଏହି ରୋଗ ନିର୍ଣ୍ଣୟ ଅସମ୍ପୁର୍ଣ୍ଣ ରହେ ।[୨]

ଯେତେ ଶୀଘ୍ର ସମ୍ଭବ ପ୍ରସବ କରେଇ ଏହାର ଚିକିତ୍ସା କରାଯାଏ ।[୧] ଗର୍ଭ (gestation) ୩୪ ସପ୍ତାହରୁ ଅଧିକ ଥିଲେ ଏହା ଅଧିକ ଆବଶ୍ୟକ ହୁଏ ।[୨] ଅଧିକ ରକ୍ତଚାପ ଥିଲେ ତାହାର ଚିକିତ୍ସା କରାଯାଏ ଓ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions) ଆବଶ୍ୟକ ହୋଇପାରେ ।[୧] ଗର୍ଭ ପ୍ରଥମ ଅବସ୍ଥାରେ ଥିଲେ କର୍ଟିକୋସ୍ଟିରଏଡ (Corticosteroids) ଦିଆଯାଏ ଓ ଏହା ଫଳରେ ଶିଶୁର ଫୁସଫୁସ ବିକାଶ ତ୍ୱରାନ୍ୱିତ ହେଉଥିବା ବିଶ୍ୱାସ କରାଯାଏ । [୨]

ପ୍ରାୟ ୦.୭% ଗର୍ଭିଣୀଙ୍କର ଏଚଇଏଲଏଲପି ସିଣ୍ଡ୍ରୋମ ଥାଏ ଓ ଏକ୍ଲାମ୍ପସିଆ ତ‌ଥା ପ୍ରିଏକ୍ଲାମ୍ପସିଆ ଥିବା ମହିଳାଙ୍କ ମଧ୍ୟରୁ ପ୍ରାୟ ୧୫% ଏହି ରୋଗ ଭୋଗନ୍ତି ।[୩][୨] ମାତାର ମୃତ୍ୟୁ ଏକ ବିରଳ ଘଟଣା । [୧] ପ୍ରସବ ସମୟରେ ପ୍ରିମାଚ୍ୟୁର (premature) ପରିମାଣ ଅନୁସାରେ ଶିଶୁର ଫଳାଫଳ ନିର୍ଦ୍ଧାରଣ ହୋଇଥାଏ ।[୧] ସନ ୧୯୮୨ରେ ଏହାର ଏଚଇଏଲଏଲପି ସିଣ୍ଡ୍ରୋମ ନାମକରଣ ହୋଇଥିଲା । [୨]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ "HELLP syndrome". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2018. Retrieved 5 October 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Haram K, Svendsen E, and Abildgaard U (February 2009). "The HELLP syndrome: clinical issues and management. A Review". BMC Pregnancy Childbirth. 9: 8. doi:10.1186/1471-2393-9-8. PMC 2654858. PMID 19245695.{{cite journal}}: CS1 maint: unflagged free DOI (link)
  3. "Preeclampsia and Eclampsia". Merck Manuals Consumer Version. March 2018. Retrieved 5 October 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ