ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ

ଉଇକିପିଡ଼ିଆ‌ରୁ
ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ (Infective endocarditis)
ବ୍ୟାକ୍ଟେରିଆଲ ଏଣ୍ଡୋକାର୍ଡ଼ାଇଟିସ (Bacterial endocarditis)
ବ୍ୟାକ୍ଟେରିଆଲ ଏଣ୍ଡୋକାର୍ଡ଼ାଇଟିସ ଯୋଗୁ ମାଇଟ୍ରାଲ ଭଲ୍‌ଭ (mitral valve) vegetation ହୋଇଛି ।
ବିଭାଗହୃଦ୍‌ରୋଗ ବିଜ୍ଞାନ (Cardiology), ସଂକ୍ରାମକ ରୋଗ (infectious disease)
ଲକ୍ଷଣଜ୍ୱର, ଚର୍ମରେ କ୍ଷୁଦ୍ର ଆକାରର ରକ୍ତସ୍ରାବ (small areas of bleeding into the skin), ହତ୍‌ପିଣ୍ଡ ମରମର (heart murmur), ଥକ୍କାଣ, ସ୍ୱଳ୍ପ ଲୋହିତ ରକ୍ତ କଣିକା[୧]
କାରଣଜୀବାଣୁ ସଂକ୍ରମଣ (Bacterial infection), କବକ ସଂକ୍ରମଣ (fungal infection)[୧]
ବିପଦ କାରକଭଲଭୁଲାର ହାର୍ଟ ଡିଜିଜ (Valvular heart disease) ରିଉମାଟିକ ରୋଗ (rheumatic disease) ସ‌ହିତ, କନ‌ଜେନିଟାଲ ହାର୍ଟ ଡିଜିକ (congenital heart disease), କୃତ୍ରିମ ଭଲ୍‌ଭ (artificial valves), ହେମୋଡାଏଲିସିସ (hemodialysis), ଶିରାଭ୍ୟନ୍ତର ଔଷଧ ବ୍ୟବ‌ହାର (intravenous drug use), ଇଲେକଟ୍ରନିକ ପେସମେକର (electronic pacemakers)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ରକ୍ତ କଲଚର (blood cultures), ଅଲଟ୍ରାସାଉଣ୍ଡ (ultrasound)[୧]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics), ହୃତ୍‌ପିଣ୍ଡ ଅପରେଶନ (heart surgery)[୧]
Prognosisମୃତ୍ୟୁ ସଙ୍କଟ ୨୫% [୨]
ପୁନଃପୌନିକ୧୦୦,୦୦୦ରେ ୫ ଜଣ [୨]

ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ (ଇଂରାଜୀ ଭାଷାରେ Infective endocarditis) ରୋଗ କ‌ହିଲେ ହୃତ୍‌ପିଣ୍ଡର ଅନ୍ତସ୍ଥ ସ୍ତର (inner surface of the heart) ବିଶେଷତଃ ହୃତ୍‌ପିଣ୍ଡ ଭଲ୍‌ଭର (valves) ସଂକ୍ରମଣକୁ (infection) ବୁଝାଏ ।[୧] ଜ୍ୱର, ଚର୍ମରେ କ୍ଷୁଦ୍ର ଆକାରର ରକ୍ତସ୍ରାବ (small areas of bleeding into the skin), ହତ୍‌ପିଣ୍ଡ ମରମର (heart murmur), ଥକ୍କାଣ, ସ୍ୱଳ୍ପ ଲୋହିତ ରକ୍ତ କଣିକା ଇତ୍ୟାଦି ଲକ୍ଷଣମାନ ଏଥିରେ ଦେଖାଯାଏ । [୧] ରୋଗ ଜଟିଳ ହେଲେ ଭଲଭୁଲାର ଇନସଫିସିଏନ୍ସି (Valvular insufficiency), ହୃଦ୍‌ପାତ, ସ୍ଟ୍ରୋକ, ବୃକ୍‌କ ଫେଲ kidney failure ରୋଗ ହେବା ସମ୍ଭାବନା ରହିବ । [୩][୧]

ସାଧାରଣତଃ ଏହି ରୋଗ ଜୀବାଣୁ (bacterial infection) ଯୋଗୁ ହୁଏ ଓ କବକ (fungal infection) ଯୋଗୁ ମଧ୍ୟ ହୋଇପାରେ ।[୧] ଭଲଭ୍ୟୁଲାର ହୃତ୍‌ପିଣ୍ଡ ରୋଗ (valvular heart disease), ରିଉମାଟିକ ଡିଜିଜ (rheumatic disease), କଞ୍ଜେନିଟାଲ ହୃତ୍‌ପିଣ୍ଡ ରୋଗ (congenital heart disease), କୃତ୍ରିମ ଭଲଭସ (artificial valves), ହେମୋଡାଏଲିସିସ (hemodialysis), ଶିରାଭ୍ୟନ୍ତର ଔଷଧ ବ୍ୟବ‌ହର (intravenous drug use) ଓ ଇଲେକ୍ଟ୍ରୋନିକ ପେସମେକର (en:electronic pacemakers) ଆଦି ଏହି ରୋଗର କାରକ ହୋଇପାରନ୍ତି ।[୨] ସାଧାରଣତଃ ସ୍ଟ୍ରେପ୍ଟୋକୋକାଇ streptococci ବା ସ୍ଥାଫାଇଲୋ କୋକାଇ staphylococci ଜୀବାଣୁ ଯୋଗୁ ଏହି ରୋଗ ହୁଏ ।[୧] ରୋଗ ଲକ୍ଷଣ, ରକ୍ତ କଲଚର (blood cultures) ବା ଅଲଟ୍ରାସାଉଣ୍ଡ (ultrasound) କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଏହ ବ୍ୟତୀତ ଏକ ଅଣସଂକ୍ରାମକ ଏଣ୍ଡୋକାର୍ଡ଼ାଇଟିସ (noninfective) ଆକାରର ଏଣ୍ଡୋକାର୍ଡ଼ାଇଟିସ (endocarditis) ମଧ୍ୟ ଦେଖାଯାଏ ।[୧]

ଦାନ୍ତ ରୋଗ ଚିକିତ୍ସାର ପ୍ରତିଷେଧ ଭାବରେ ଆଣ୍ଟିବାୟୋଟିକର ଉପକାରୀତା ଅସ୍ପଷ୍ଟ ଅଛି ।[୪] ଉଚ୍ଚ ଧରଣର ସଙ୍କଟ କାରକମାନଙ୍କରେ ଏହାକୁ ଦେବାକୁ ସୁପାରିସ କରାଯାଏ । [୧] ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଦେଇ ସାଧାରଣତଃ ଚିକିତ୍ସା କରାଯାଏ ।[୧] ରକ୍ତ କଲଚର କରି ଆଣ୍ଟିବାୟୋଟିକ ନିର୍ଣ୍ଣୟ କରାଯାଏ ।[୧] କ୍ୱଚିତ୍ ହୃତ୍‌ପିଣ୍ଡ ଅପରେସନ ଆବଶ୍ୟକ ହୁଏ ।[୧]

ପ୍ରତି ବର୍ଷ ପ୍ରାୟ ୧୦୦,୦୦୦ ଲୋକରେ ୫ ଜଣ ଏହି ରୋଗାକ୍ରାନ୍ତ ହୁଅନ୍ତି ।[୨] ସ୍ଥାନ ଓ ଦେଶ ବିଶେଷରେ ଏହି ରୋଗ ହାରରେ ପାର୍ଥକ୍ୟ ଦେଖାଯାଏ ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । [୧] ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୫% ମୃତ୍ୟୁ ବରଣ କରନ୍ତି ।[୨] ଉପ‌ଯୁକ୍ତ ଚିକିତ୍ସା ନ ପାଇଲେ ପୃଥିବୀ ସାରା ଏହି ରୋଗ ଘାତକ ସିଦ୍ଧ ହୁଏ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Infective Endocarditis – Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). September 2017. Retrieved 11 December 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Ambrosioni J, Hernandez-Meneses M, Téllez A, Pericàs J, Falces C, Tolosana JM, Vidal B, Almela M, Quintana E, Llopis J, Moreno A, Miro JM (May 2017). "The Changing Epidemiology of Infective Endocarditis in the Twenty-First Century". Current Infectious Disease Reports. 19 (5): 21. doi:10.1007/s11908-017-0574-9. PMID 28401448.
  3. Njuguna B, Gardner A, Karwa R, Delahaye F (February 2017). "Infective Endocarditis in Low- and Middle-Income Countries". Cardiology Clinics. 35 (1): 153–163. doi:10.1016/j.ccl.2016.08.011. PMID 27886786.
  4. Cahill TJ, Harrison JL, Jewell P, Onakpoya I, Chambers JB, Dayer M, Lockhart P, Roberts N, Shanson D, Thornhill M, Heneghan CJ, Prendergast BD (June 2017). "Antibiotic prophylaxis for infective endocarditis: a systematic review and meta-analysis". Heart. 103 (12): 937–944. doi:10.1136/heartjnl-2015-309102. PMID 28213367.