ଶ୍ରୀଚରଣ

ଉଇକିପିଡ଼ିଆ‌ରୁ
ଶ୍ରୀଚରଣ ମହାନ୍ତି
Born(1979-05-26)୨୬ ମଇ ୧୯୭୯
Educationସ୍ନାତକୋତ୍ତର(ଓଡ଼ିଆ)
Occupation(s)ଗାୟକ, ଅଭିନେତା
Spouseଅପରାଜିତା
Childrenଶ୍ରୀୟାଂଶୁ
Parent(s)ଭଗବାନ, ସୁଲୋଚନା

ଶ୍ରୀଚରଣ (ଜନ୍ମ : ୨୬ ମେ ୧୯୭୯) ଜଣେ ଓଡ଼ିଆ ଗାୟକ ।[୧] ଭଜନ, ଜଣାଣ ଓ ଆଧୁନିକ ଗୀତ ଗାଉଥିବା ଶ୍ରୀଚରଣ ବହୁ ଓଡ଼ିଆ କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକଭାବରେ ମଧ୍ୟ କଣ୍ଠଦାନ କରିଛନ୍ତି । ଏଯାବତ ସେ ଦୁଇ ହଜାରରୁ ଅଧିକ ଭଜନ, ପାଞ୍ଚଶହରୁ ଅଧିକ ଆଲବମ ଓ ୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିସାରିଛନ୍ତି ।

ଶ୍ରୀଚରଣ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ପଞ୍ଚାୟତ ସମିତୀ ଅନ୍ତର୍ଗତ ସମାଗୋଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାନ୍ତି ଓ ମାତାଙ୍କ ନାମ ସୁଲୋଚନା ମହାନ୍ତି । ସେମାନେ ଚାରି ଭାଇ ଓ ଜଣେ ଭଉଣୀ । ସେ ଗୁରୁ ଧୀରେନ୍ଦ୍ରନାଥ ସାହୁ, ଗୋପୀନାଥ ମହାନ୍ତି ଓ ରଞ୍ଜନ ନାଥଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି । ତାଙ୍କ ପ୍ରଥମ କ୍ୟାସେଟ ଥିଲା "ଝଙ୍କଡ଼ ଗାଁ ପାରା" । କିନ୍ତୁ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ "ଅନ୍ଧ ଲଉଡ଼ି" ଆଲବମ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପୁରୁଷତ୍ତମ ସ୍ୱର ଉପାଧୀ
  • ଶ୍ରେଷ୍ଠ କଣ୍ଠଶିଳ୍ପୀ(ଚଳଚ୍ଚିତ୍ର ଜଗତ)[୨]

ଆଧାର[ସମ୍ପାଦନା]

  1. https://timesofindia.indiatimes.com/city/cuttack/Poems-by-Madhusudan-Das-compiled-into-an-album/articleshow/51819504.cms
  2. "ଏ ସପ୍ତାହର ସାକ୍ଷାତକାର". ସମାଜ ୧୮-୦୭-୨୦୧୮ କଟକ ସଂସ୍କରଣ ପୃଷ୍ଠା ୧୦. Retrieved 18 July 2018.

ବାହାର ଆଧାର[ସମ୍ପାଦନା]