ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ
ସ୍ଥାପିତ | ୨୦୧୮ |
---|---|
ଅବସ୍ଥାନ | ଗଣ୍ଡମୁଣ୍ଡା, ଭୁବନେଶ୍ୱର, ଭାରତ |
ସ୍ୱତ୍ୱାଧିକାରୀ | ଓଡ଼ିଶା ସରକାର |
ୱେବସାଇଟ | www |
ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଭୁବନେଶ୍ୱରରେ ଥିବା ଏକ ସଂଗ୍ରହାଳୟ । ଏହି ସଂଗ୍ରହାଳୟଟି କଳାଭୂମି ଭାବେ ଜଣା ।[୧] ଏହି ସଂଗ୍ରହାଳୟଟି ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉଦଘାଟିତ ହୋଇଥିଲା ।[୨] କଳାଭୂମିରେ ରାଜ୍ୟବ୍ୟାପୀ ବିଭିନ୍ନ ଅଞ୍ଚଳର ଲୋକକଳା ଏବଂ ହସ୍ତଶିଳ୍ପୀମାନଙ୍କର କୃତି ସ୍ଥାନ ପାଇଛି ।
ଗଣ୍ଡମୁଣ୍ଡାରେ ସ୍ଥାପିତ[୩] ଏହି ସଂଗ୍ରହାଳୟଟି ୧୨.୬୮ଏକର ଅଞ୍ଚଳକୁ ନେଇ ବ୍ୟାପ୍ତ । ଏହା ଦୁଇଭାଗରେ ବିଭକ୍ତ: ବୁଲି ଦେଖିବା ଅଞ୍ଚଳ ଏବଂ ପ୍ରଦର୍ଶନୀ ଅଞ୍ଚଳ । ବୁଲି ଦେଖିବା ପାଇଁ ଥିବା ଅଞ୍ଚଳରେ ବିଭିନ୍ନ ହସ୍ତକଳା ଏବଂ ହସ୍ତଶିଳ୍ପ ସଂଗୃହୀତହେଇ ରଖାଯାଇଥିବା ବେଳେ ପ୍ରଦର୍ଶନୀ ଅଞ୍ଚଳମାନଙ୍କରେ ଏକ ମୁକ୍ତାକାଶ ରଙ୍ଗଭୂମି, ପିଲାମାନଙ୍କର ଖେଳିବା ସ୍ଥାନ ଏବଂ କର୍ମଶାଳା ପାଇଁ ସ୍ଥାନସବୁ ରହିଛି । ସଂଗ୍ରହାଳୟ ପ୍ରାଙ୍ଗଣରେ ଏକ ଭୋଜନାଳୟ ଏବଂ ହସ୍ତକର୍ମ ଦୋକାନଟିଏ ରହିଛି ।[୪]
ଦର୍ଶନୀୟ ପ୍ରକୋଷ୍ଠ
[ସମ୍ପାଦନା]ସଂଗ୍ରହାଳୟଟିରେ ବୁଲି ଦେଖିବା ପାଇଁ ୧୦ଟି ପ୍ରକୋଷ୍ଠ ଅଛି, ଯେଉଁଥିରୁ ବର୍ତ୍ତମାନ ନିମ୍ନସୂଚିତ ୮ଟି ପ୍ରକୋଷ୍ଠ ଖୋଲା ହୋଇଛି ।
- ଟେରାକୋଟା
- ପାରମ୍ପରିକ ଚିତ୍ରକଳା
- ପଥର ଏବଂ କାଠ ଖୋଦେଇ କଳା
- ଧାତୁନିର୍ମିତ ହସ୍ତଶିଳ୍ପ ସାମଗ୍ରୀ
- ପ୍ରାକୃତିକ ହସ୍ତଶିଳ୍ପ
- ଆଦିବାସୀ ହସ୍ତଶିଳ୍ପ
- ପ୍ରାକ-ବୟନ ବିଧି
- ହାତବୁଣା ବସ୍ତ୍ର
ଦେଖିବା ସମୟ
[ସମ୍ପାଦନା]ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଖୋଲା ରହେ ।[ଆଧାର ଲୋଡ଼ା]
ଚିତ୍ରାବଳୀ
[ସମ୍ପାଦନା]-
ମୁଖ୍ୟ ପ୍ରବେଶଦ୍ୱାର ସାମ୍ନାରେ ଥିବା ବୃନ୍ଦାବତୀ ଚଉଁରା
-
ପାରମ୍ପରିକ ଶଗଡ଼
-
କାଠରେ ନିର୍ମିତ ଚଢ଼େଇ
-
ପଥରରେ ଖୋଦିତ କଳିଙ୍ଗ ସ୍ଥାପତ୍ୟର ଏକ ନିଦର୍ଶନ
-
ପିପିଲିର ଚାନ୍ଦୁଆ କାମ
-
କାଗଜରେ ତିଆରି ଏକ ରାବଣ ମୁଖା
-
ପାରମ୍ପରିକ ପଟ୍ଟଚିତ୍ରରେ ଚିତ୍ରିତ ଏକ ଗାଲିଚା
-
ରୂପା ତାରକସି ଶୈଳୀରେ ନିର୍ମିତ ଏକ ବୋଇତ
-
ପଟ୍ଟଚିତ୍ର ତିଆରି ଶୈଳୀ (କ୍ରମାନ୍ୱୟରେ)
-
ମହୁଲୀ ପିଇବା ପାତ୍ର
-
ପିପିଲିର ଚାନ୍ଦୁଆ କାମ
-
ଘୋଡାନାଚ କଣ୍ଢେଇ
-
ଢ଼ାଙ୍କୁଣୀ ଥିବା ବଡ଼ ମାଟିପାତ୍ର
ଆଧାର
[ସମ୍ପାଦନା]- ↑ "Experience the essence of Odisha at Kala Bhoomi". Odisha Sun Times. 23 March 2018. Retrieved 29 June 2018.
- ↑ "Museum to promote handicrafts". The Telegraph (in ଇଂରାଜୀ). 23 March 2018. Retrieved 19 July 2018.
- ↑ "ବଦଳିବ 'କଳାଭୂମି' କଳେବର". Sambad. 12 June 2018. Retrieved 19 July 2018.
- ↑ "ପୂର୍ବ ଭାରତର ସର୍ବବୃହତ୍ 'କଳାଭୂମି' ଉଦ୍ଘାଟିତ | Sambad". Sambad.in. 23 March 2018. Retrieved 19 July 2018.