ଶିବାଜୀ (କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଶିବାଜୀ
ନିର୍ଦ୍ଦେଶକଏସ୍. ଶଙ୍କର
ପ୍ରଯୋଜକଏମ୍. ଏସ୍. ଗୁହନ୍
ଏମ୍. ସର୍ବଣନ୍
ସଂଳାପସୁଜାତା ରଙ୍ଗାରାଜନ୍(ସଂଳାପ)
ଚିତ୍ରନାଟ୍ୟଏସ୍. ଶଙ୍କର
କଳାକାରରଜନୀକାନ୍ତ
ଶ୍ରୀୟା ଶରଣ
ବିବେକ
ସୁମନ
ସଙ୍ଗୀତଏ. ଆର୍. ରହମାନ
ଚିତ୍ରଗ୍ରହଣକେ. ଭି. ଆନନ୍ଦ
ସମ୍ପାଦକଆନ୍ଥୋନୀ ଗୋନ୍‌ସାଲବାସ୍
Production
company
ଏଭିମ୍ ଷ୍ଟୁଡ଼ିଓ
ମୁକ୍ତିଲାଭ ତାରିଖ
୧୫ ଜୁନ ୨୦୦୭
କଥାଚିତ୍ରର ସମୟ
୧୮୫ ମିନିଟ୍
ଦେଶଭାରତ
ଭାଷାତାମିଲ
ଖର୍ଚ୍ଚ୬୦-୭୮ କୋଟି[୧] [୨][୩]
ମୋଟ ଆୟ୧୨୮ କୋଟି [୪]

ଶିବାଜୀ, ୨୦୦୭ରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏମ୍. ଏସ୍. ଗୁହନ୍ ଏବଂ ଏମ୍. ସର୍ବଣନ୍ । ସୁଜାତା ରଙ୍ଗାରାଜନ୍ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍. ଶଙ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ହିନ୍ଦୀରେ ଶିବାଜୀ- ଦ ବସ୍ ଭାବରେ ଡବିଂ କରାଯାଇଥିଲା ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଜନୀକାନ୍ତ ଏବଂ ଶ୍ରୀୟା ଶରଣ । ବିବେକ, ସୁମନ, ମଣି ବନ୍ନନ୍, ବାଡ଼ିବୁକ୍କାଋଷି, କୋଚିନ୍ ହାନିଫା, ସଲମନ ପ‌ପାୟା, ପ୍ରୀତିମନ୍ଦାରମ୍ ରାଜା, ସାନ୍‌ମୁଗାରାଜନ୍, ପିରାମିଡ଼ି ନଟରାଜନ୍, ଏମ୍.ଏସ୍. ଭାସ୍କର, ବୋଷ୍ ଭେଙ୍କଟ୍, ବାସୁ ବିକ୍ରମ, ରଘୁବରନ୍, ନୟନତାରା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ୨୦୧୨ ମସିହାରେ ଏହି କଥାଚିତ୍ରଟିର 3Dରେ ମୁକ୍ତିଲାଭ କରିଥିଲା ।[୫] ପୂର୍ବ ଭିଡ଼ିଓରୁ ୩୦ ମିନିଟ୍‌ ସମୟ କାଟିଦିଆଯାଇଥିଲା ଏହି 3D ମୁ୍କ୍ତିଲାଭ ବେଳେ ।[୬] ଡଲ୍‌ବି ଆଟ୍‌ମୋସ୍ ପ୍ଲାଟ୍‌ଫର୍ମରେ ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଥିଲା ।[୭] ରଜନୀକାନ୍ତଙ୍କ ଉପସ୍ଥିତିରେ ୧୩ ଅଗଷ୍ଟ ୨୦୧୨ରେ ପ୍ରସାଦ ଲ୍ୟାବ୍‌ରେ ଏହି କଥାଚିତ୍ରଟିର 3D ଟ୍ରେଲର୍ ମୁକ୍ତିଲାଭ କରିଥିଲା[୮] ଏବଂ ୨୦୧୨ ଡିସେମ୍ବର ୧୨ ତ‌ଥା ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ଏହି କଥାଚିତ୍ରଟି ପୁଣିଥରେ 3Dରେ ମୁକ୍ତିଲାଭ କରିଥିଲା ।[୯]

ଅଭିନୟ[ସମ୍ପାଦନା]

  • ରଜନୀକାନ୍ତ
  • ଶ୍ରୀୟା ଶରଣ
  • ବିବେକ
  • ସୁମନ
  • ମଣି ବନ୍ନନ୍
  • ବାଡ଼ିବୁକ୍କାଋଷି
  • କୋଚିନ୍ ହାନିଫା
  • ସଲମନ ପ‌ପାୟା
  • ପ୍ରୀତିମନ୍ଦାରମ୍ ରାଜା
  • ସାନ୍‌ମୁଗାରାଜନ୍
  • ପିରାମିଡ଼ି ନଟରାଜନ୍
  • ଏମ୍.ଏସ୍. ଭାସ୍କର
  • ବୋଷ୍ ଭେଙ୍କଟ୍
  • ବାସୁ ବିକ୍ରମ
  • ରଘୁବରନ୍
  • ନୟନତାରା

କାହାଣୀ[ସମ୍ପାଦନା]

କଥାଚିତ୍ରଟିର କାହାଣୀ ଅନୁସାର ନାୟକ ଶିବାଜୀ ଜଣେ ସଫ୍ଟଓୟାର ଇଞ୍ଜିନିୟର । ସେ ବିଦେଶରେ ରହି କାମ କରୁଥିଲେ ଏବଂ ଟଙ୍କା ସଞ୍ଚୟ କରି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଗରିବ ପିଲାମାନଙ୍କ ପାଇଁ ୨୦୦ କୋଟି ଅର୍ଥ ବ୍ୟୟ କରି ଗୋଟିଏ ବିଶ୍ୱବିଦ୍ୟାଳୟ କରିବା ପାଇଁ ଭାରତରେ ରହିଲେ । ଏହାପରେ ତାଙ୍କର ବିଶ୍ୱବିଦ୍ୟାଳୟ କାମ ଆରମ୍ଭ ହେଲା । ମାତ୍ର ଏହାର କାର୍ଯ୍ୟ ଆରମ୍ଭ ହେଲାବେଳକୁ ତାଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରୁ ଅନୁମୋଦନ ପାଇଁ ବ‌ହୁଳ ଅର୍ଥ ଲାଞ୍ଚ ଆକାରରେ ଦେବାକୁ ପଡ଼ିଲା ।

ଆଦିଶେଷନ୍ ନାମକ ଜଣେ ଧନୀ ବ୍ୟକ୍ତି ଯିଏକି ଜଣେ ରାଜନେତା ଥିଲେ, ଶିବାଜୀଙ୍କର ଏହି କାର୍ଯ୍ୟକୁ ଭିତରେ ବିରୋଧ କରୁଥିଲେ ଏବଂ ସମସ୍ତ ସରକାରୀ ଅନୁମୋଦନ ପାଇଁ ସେ ଲାଞ୍ଚ ଦେବାକୁ ପରୋକ୍ଷରେ ଶିବାଜୀଙ୍କୁ ପ୍ରବର୍ତ୍ତାଇଥିଲେ । ଶେଷରେ ଶିବାଜୀ ଫାଉଣ୍ଡେସନ୍‌ ନାଁରେ ଲାଞ୍ଚ ଦେବା ଅଭିଯୋଗରେ ଶିବାଜୀଙ୍କୁ ଦଣ୍ଡ ଦେବା ପାଇଁ ତାଙ୍କର କାମ ବନ୍ଦ କରିଦିଆଯାଏ ଆଉ ତାଙ୍କର ସମସ୍ତ ଘରବାଡ଼ି ଜବତ କରିନିଆଯାଏ ।

ଏହାପରେ ଶିବାଜୀ ତାଙ୍କର ବୁଦ୍ଧି ଖର୍ଚ୍ଚ କରି ଦେଶର ସମସ୍ତ ଧନୀଲୋକଙ୍କର କଳାଧନରୁ ଅଧା ନିଏ ଏବଂ ପୁଣିଥରେ ଶିବାଜୀ ଫାଉଣ୍ଡେସନ୍ ଅଧିନରେ ସମସ୍ତ କାର୍ଯ୍ୟ ଆରମ୍ଭ କରେ । ସେ ଏହି କଳାଧନ‌କୁ ବିଦେଶରେ ବିଦେଶୀ ମୁଦ୍ରାକୁ ବଦଳାଇ ଦାନ ଆକାରରେ ଗ୍ରହଣ କରି କାର୍ଯ୍ୟ କରେ । ତେଣୁ କେହି ତା'ର ସୁରାକ ପାଆନ୍ତି ନାହିଁ ଏବଂ ସେ ତା'ର ସମସ୍ତ ତ‌ଥ୍ୟ ଗୋଟିଏ ଲାପଟପ୍‌ରେ ସାଇତିକି ରଖିଥାଏ । ଏହି ଲ୍ୟାପଟପ୍‌ଟି କେବଳ ତା'ର କଣ୍ଠସ୍ୱରରେ ଖୋଲେ ଏବଂ ପାସ‌୍‌ୱାର୍ଡ଼ ଭୁଲ୍ ହେଇଗଲେ, ଏହାର ସମସ୍ତ ତ‌ଥ୍ୟ ନଷ୍ଟ ହୋଇଯାଏ ।

ଶେଷେରେ ଆୟକର ବିଭାଗ ଶିବାଜୀର ପତ୍ନୀ ଡରାଇ ତା ବିରୁଦ୍ଧରେ ସମସ୍ତ ତ‌ଥ୍ୟ ଯୋଗାଡ଼ କରନ୍ତି ଏବଂ ତାଙ୍କୁ ଜେଲ୍‌କୁ ପଠାଇଦିଅନ୍ତି । ଏହି ସମୟରେ ଜେଲ୍‌ରେ ଶିବାଜୀର ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରେ ଆଦି । ମାତ୍ର ଏହି ଯୋଜନାକୁ ଶିବାଜୀ ପାଖରେ ଜଣେ ପୋଲିସ କର୍ମଚାରୀ ପ‌ହ‌ଞ୍ଚାଇଦିଏ । ତେଣୁ ଶିବାଜୀ ମିଛ ମୃତ୍ୟୁ ନାଟକ କରି ଜେଲ୍‌ରୁ ଖସିଯାଏ । ପରେ ସେ ତା'ର ନାମ, ରୂପ, ଭେକ ସବୁ ବଦଳାଇ ଏମ୍.ଜି. ରବିଚନ୍ଦ୍ରନ୍ ବା ହିନ୍ଦୀରେ ଅଭିରାମ ବଚ୍ଚନ ନାଁରେ ପୁଣି ପ୍ରତ୍ୟାବର୍ତ୍ତନ କରେ ଏବଂ ଶିବାଜୀ ଫାଉଣ୍ଡେସନ୍‌ର ଦାୟିତ୍ୱ ନିଏ । ଏହାପରେ ସେ ତା'ର ହତ୍ୟାର ପ୍ରତିଶୋଧ ନେବାପାଇଁ ଆଦିକୁ ହତ୍ୟା କରେ ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏ.ଆର୍. ରହମାନ ।[୧୦]

ଆଧାର[ସମ୍ପାଦନା]

  1. "Sivaji mania: Theatres out of tickets". The Economic Times. 15 June 2007.
  2. "The Telegraph – Calcutta (Kolkata) - 7days – Starry starry might". Archived from the original on 16 January 2015. Retrieved 15 January 2015.
  3. Lakshmi Subramanian (9 July 2007). "The Boss". India Today. Archived from the original on 26 April 2015. Retrieved 26 April 2015.
  4. "Rajinikanth's overseas market doubles from Sivaji". Economic Times. 23 October 2010. Retrieved 14 January 2015.
  5. "Sivaji 3D: Rajinism just got bigger". India Today. Indo-Asian News Service. 10 December 2012. Archived from the original on 29 October 2013. Retrieved 23 June 2013.
  6. "Sivaji 3D Movie Review". The Times of India. 14 December 2012. Archived from the original on 4 November 2016. Retrieved 4 November 2016.
  7. "Rajinikanth starrer 'Sivaji 3D' will be India's first to release with Dolby Atmos". CNN IBN. 4 December 2012. Archived from the original on 6 December 2013. Retrieved 23 June 2013.
  8. "In pics: Rajinikanth unveils 'Sivaji 3D' trailer". CNN IBN. 14 August 2012. Archived from the original on 6 December 2013. Retrieved 23 June 2013.
  9. "12.12.12: Rajinikanth will mark his 62nd birthday with 'Sivaji 3D'". CNN IBN. 6 December 2012. Archived from the original on 6 December 2013. Retrieved 23 June 2013.
  10. Arthur J. Pais (30 May 2007). "AR Rahman, on Sivaji and sisters". Rediff. Archived from the original on 21 October 2012. Retrieved 13 January 2015.