ଶ୍ରୀୟା ଶରଣ

ଉଇକିପିଡ଼ିଆ‌ରୁ
ଶ୍ରୀୟା ଶରଣ
श्रिया सरन भटनागर[୧]
Shriya Saran looking towards the camera
Born
ଶ୍ରୀୟା ଶରଣ ଭଟନାଗର[୨]

(1981-09-11) ୧୧ ସେପ୍ଟେମ୍ବର ୧୯୮୧ (ବୟସ ୪୨)
NationalityIndian
Other namesଶ୍ରୀୟା, ଶ୍ରେୟା
Alma materଲେଡି ଶ୍ରୀରାମ କଲେଜ ଫର୍ ଓମେନ୍
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୧-ଏବେଯାଏଁ
Spouse
ଅନ୍ଦେରି କୋସ୍‌ଚୀଭ୍
(m. ୨୦୧୮)
[୩]

ଶ୍ରୀୟା ଶରଣ (pronounced [ʂrɪjaː sərən] (ଜନ୍ମନାମ: ଶ୍ରୀୟା ଶରଣ ଭଟନାଗର, ଜନ୍ମ: ୧୧ ସେପ୍ଟେମ୍ବର ୧୯୮୨),[୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ କରିନ୍ତୁ । ଏହିସ‌ହ ସେ ହିନ୍ଦୀ କଥାଚିତ୍ର ଜଗତ ଏବଂ ଆମେରିକାର ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି । ଶ୍ରୀୟା ଉତ୍ତରାଖଣ୍ଡର ଡେରାଡୁନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଅଧିକାଂଶ ପିଲାଦିନ ହରିଦ୍ୱାରରେ କଟିଥିଲା । ୨୦୦୧ରେ ଶ୍ରୀୟାଙ୍କର ନୃତ୍ୟଗୁରୁ ତାଙ୍କୁ ଏକ ଆଲବମ ଗୀତରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲେ । ତାଙ୍କର ଏହି ପ୍ରଥମ ଆଲବମ୍ ଥିଲା ଥିରକ୍ତି କ୍ୟୁଁ ହୁଆ ଯୋଗୁଁ ସେ ଅଧିକ ଦର୍ଶକଙ୍କ ପାଖରେ ପ‌ହ‌ଞ୍ଚିପାରିଥିଲେ ଏବଂ ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଏହାପରେ ଶ୍ରୀୟାଙ୍କୁ ତାଙ୍କର ପ୍ରରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ୨୦୦୧ରେ ସେ ଇଷ୍ଟମ କଥାଚିତ୍ର ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ, ମାତ୍ର ୨୦୦୨ର ଚଳଚ୍ଚିତ୍ର ସନ୍ତୋଷମ ଥିଲା ଶ୍ରୀୟାଙ୍କର ପ୍ରଥମ ସଫଳ ଚଳଚ୍ଚିତ୍ର ।

ଶ୍ରୀୟା ଏକାସାଙ୍ଗରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଜାରି ରଖିବା ସ‌ହିତ ହିନ୍ଦୀ ଏବଂ ତାମିଲ କଥାଚିତ୍ର ଜଗତରେ କାର୍ଯ୍ୟ କରୁଥିଲେ । ୨୦୦୭ରେ ଶ୍ରୀୟା ରଜନୀକାନ୍ତଙ୍କ ସ‌ହିତ ତାମିଲ କଥାଚିତ୍ର ଶିବାଜୀରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ସେହିସମୟର ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା । ୨୦୦୭ରେ ଶ୍ରୀୟାଙ୍କର ଏକ ହିନ୍ଦୀ କଥାଚିତ୍ର ଆୱାରାପଣ ପାଇଁ ସମୀକ୍ଷକମାନେ ତାଙ୍କୁ ଅନେକ ପ୍ରସଂଶା କରିଥିଲେ । ୨୦୦୮ରେ ଶ୍ରୀୟା ଏକ ଆମେରିକାର ଚଳଚ୍ଚିତ୍ର ଦ ଅଦର୍ ଏଣ୍ଡ ଅଫ୍ ଦ ଲାଇନ୍‌ରେ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଜଣେ ଆମେରିକୀୟ ଏବଂ ଜଣେ ଭାରତୀୟ । ଏହାପରେ ୨୦୦୯ର ତାଙ୍କର ତାମିଲ ଚଳଚ୍ଚିତ୍ର କାନ୍ତାସ୍ୱାମୀ ଏବଂ ୨୦୧୦ର ମାଲାୟଲମ ଚଳଚ୍ଚିତ୍ର ପକ୍କିରି ରାଜା ତାଙ୍କୁ ଅନେକ ସଫଳତା ଦେଇଥିଲା ଏବଂ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଜଣେ କ୍ଷ୍ୟାତନାମା ଅଭିନେତ୍ରୀ ଭାବରେ ନିଜର ସ୍ଥାନ ପକ୍କା କରିଥିଲେ ।[୫] ୨୦୧୨ରେ ଶ୍ରୀୟାଙ୍କୁ ଏକ କାନାଡ଼ା-ବ୍ରିଟିଶ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ମିଡ୍‌ନାଟସ୍‌ ଚିଲ୍ଡ୍ରେନ ନାମକ ଏହି ଚଳଚ୍ଚିତ୍ରଟି ସଲମାନ ଖାଁଙ୍କ ଗାଡ଼ି ଚଢ଼େଇବା ଘଟଣା ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରଟିର ତାଙ୍କୁ ଆନ୍ତର୍ଜାତୀୟ ସମୀକ୍ଷକଙ୍କର ପ୍ରଶଂସା ଆଣିଦେଇଥିଲା । ଏହାପରେ ୨୦୧୩ର ଚଳଚ୍ଚିତ୍ର ପବିତ୍ରା ଏବଂ ଚନ୍ଦ୍ରା ବ୍ୟବସାୟିକ ସଫଳତା ପାଇଥିଲା । ୨୦୧୪ରେ ଆକ୍କିନେନୀ ପରିବାରଦ୍ୱାରା ନିର୍ମିତ ତେଲୁଗୁ ଚଳଚ୍ଚିତ୍ର ମନମ୍‌ରେ ଶ୍ରୀୟାଙ୍କୁ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଦର୍ଶକ ପ୍ରସଂଶା କରିଥିଲେ ଏବଂ ଚଳଚ୍ଚିତ୍ରଟି ଅନେକ ଲୋକପ୍ରିୟତା ଅର୍ଜନ କରିଥିଲା ।

ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ବ୍ୟତୀତ ଶ୍ରୀୟାଙ୍କୁ ଅନେକ ସ୍ୱାସ୍ଥ୍ୟୋପଯୋଗୀ ତ‌ଥା ସୌନ୍ଦର୍ଯ୍ୟ ଉତ୍ପାଦ ସଂସ୍ଥାର ମୁଖ୍ୟ ବିଜ୍ଞାପନ ପ୍ରଚାରିକ ଭାବରେ କାର୍ଯ୍ୟ କରୁଛନ୍ତି । ଅନ୍ୟାନ୍ୟ ଭାରତୀୟ କଳାକାରମାନଙ୍କ ଭଳି ଶ୍ରୀୟା ମଧ୍ୟ କିଛି ସମାଜସେବା ସଂସ୍ଥା ସ‌ହ ଯୋଡ଼ିହୋଇଛନ୍ତି । ୨୦୧୧ ମସିହାରେ ଶ୍ରୀୟା ଏକ ସ୍ପା ଖୋଲିଥିଲେ, ଯେଉଁଥିରେ ସେ ଦୃଷ୍ଟିଶକ୍ତିରେ ଅକ୍ଷମ ଲୋକମାନଙ୍କୁ କାମ ଦେଉଥିଲେ । ସେଲିବ୍ରେଟି କ୍ରିକେଟ ଲିଗ୍‌ର ପ୍ରଥମ ଦୁଇଟି ସଂସ୍କରଣ ପାଇଁ ଶ୍ରୀୟାଙ୍କୁ ମୁଖ୍ୟ ଦୂତ ଭାବରେ ନିଯୁକ୍ତ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "Sivaji changed my life completely: Shriya Saran". Hindustan Times. 19 January 2012. Retrieved 27 September 2017. Hindi comes naturally to me because it's my mother tongue.
  2. "Shriya Saran: I’ve been infatuated by almost every actor I’ve worked with"
  3. Kapoor, Chetna (20 March 2018). "Shriya Saran marries Russian beau Andrei Koscheev". International Business Times. Retrieved 23 March 2018.
  4. "Birthday Bumps: Shriya Saran turns 30". IBM Live. Archived from the original on 12 September 2012. Retrieved 2013-02-17. Actress Shriya Saran was born on September 11, 1981
  5. "Sizzling Shriya's Life in Pics (click through multiple pages)". NDTV. Archived from the original on 19 June 2011. Retrieved 2011-07-11.

ବାହାର ଆଧାର[ସମ୍ପାଦନା]