ନମିତା ନାୟକ ଚୋପ୍ରା

ଉଇକିପିଡ଼ିଆ‌ରୁ
ନମିତା ନାୟକ ଚୋପ୍ରା
ଶିକ୍ଷାନୁଷ୍ଠାନଏଫଟିଟିଆଇ, ବିଜେବି କଲେଜ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ବୃତ୍ତିସାଉଣ୍ଡ ଇଞ୍ଜିନିୟର ଓ ଅଡିଓଗ୍ରାଫର
ବୈବାହିକ-ସାଥୀଡ଼ ବୀର ଚୋପ୍ରା
ପିତାମାତା(s)ନବୀନଚନ୍ଦ୍ର ନାୟକ, ପ୍ରଫୁଲ୍ଲା ନାୟକ

ନମିତା ନାୟକ ଚୋପ୍ରା, ଜଣେ ସାଉଣ୍ଡ ଇଞ୍ଜିନିୟର ଓ ଅଡିଓଗ୍ରାଫର ।[୧] ସେ ଭାରତର ପ୍ରଥମ ମହିଳା ବୃତ୍ତିଗତ ଅଡିଓଗ୍ରାଫର ଏବଂ ଫିଲ୍ମ ଫେୟାର ପୁରସ୍କାର ଜିତିଥିବା ପ୍ରଥମ ଓଡ଼ିଆ ମହିଳା । ୧୯୪୨ ଏ ଲଭ ଷ୍ଟୋରୀ ଚଳଚ୍ଚିତ୍ରରେ ପାଇଁ ସାଉଣ୍ଡ ରେକଡିଂ ପାଇଁ ନମିତା ୧୯୯୪ ମସିହାରେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୯୪ ମସିହାରେ ନିର୍ମିତ ଚଳଚ୍ଚିତ୍ର ୧୯୪୨ ଏ ଲଭ ଷ୍ଟୋରୀରୁ ନମିତା ସାଉଣ୍ଡ ରେକର୍ଡିଷ୍ଟ ଭାବରେ କାର୍ଯ୍ୟରମ୍ଭ କରିଥିଲେ । ଏଥିରେ ତାଙ୍କ ସହ-ରେକଡିଷ୍ଟ ଥିଲେ "ଜିତେନ୍ଦ୍ର ଚୌଧୁରୀ" । ବ୍ୟବସାୟିକ ଚଳଚ୍ଚିତ୍ର ବ୍ୟତିତ ସେ ବହୁ ବୃତ୍ତଚିତ୍ର ଏବଂ ଓଡ଼ିଆ କଥାଚିତ୍ରରେ ମଧ୍ୟ କାମ କରିଛନ୍ତି । ପ୍ରଥମ ଓଡ଼ିଆ ଡଲବି ୫,୧ ସାଉଣ୍ଡ ବିଶିଷ୍ଟ ଚଳଚ୍ଚିତ୍ର "ଏକା ଏକା"ରେ ମଧ୍ୟ ଅଡିଓଗ୍ରାଫି କରିଥିଲେ ।

ସାଉଣ୍ଡ ରେକଡିଂ କରିଥିବା ଚଳଚ୍ଚିତ୍ର[ସମ୍ପାଦନା]

  • ଇଣ୍ଡିଆନ୍ ଫ୍ୟାଶନ୍ ଆଣ୍ଡ୍ ଟେକ୍‌ନୋଲୋଜି(ପ୍ରାମାଣିକ ଚଳଚ୍ଚିତ୍ର)
  • ଚିଲଡ୍ରେନ ୱି ସାକ୍ରିଫାଇସ୍(ପ୍ରାମାଣିକ ଚଳଚ୍ଚିତ୍ର)
  • ରବୀନ୍ଦ୍ରନାଥ ଟାଗୋର(ପ୍ରାମାଣିକ ଚଳଚ୍ଚିତ୍ର)
  • ପ୍ରିୟା ଚାରୁ ଶିଲେ(ପ୍ରାମାଣିକ ଚଳଚ୍ଚିତ୍ର)
  • ଲାଇଫ୍ ଇନ୍ ବିୟୁଟିଫୁଲ(ପ୍ରାମାଣିକ ଚଳଚ୍ଚିତ୍ର)
  • ଭାବାବରଣ(ଗୁରୁ କେଳୁଚରଣ ମହାପାତ୍ରଙ୍କ ଉପରେ ନିର୍ମିତ)(ପ୍ରାମାଣିକ ଚଳଚ୍ଚିତ୍ର)
  • ବାମ୍ବୁ ଫୁଟ(ପ୍ରାମାଣିକ ଚଳଚ୍ଚିତ୍ର)
  • ମଞ୍ଜର(ପ୍ରାମାଣିକ ଚଳଚ୍ଚିତ୍ର)
  • ସ୍ୟାଡୋ ଅଫ୍ ଫିଅର(ପ୍ରାମାଣିକ ଚଳଚ୍ଚିତ୍ର)
  • ରମଣ ରାଘବ(ପ୍ରାମାଣିକ ଚଳଚ୍ଚିତ୍ର)
  • ହାୱା କା ରଙ୍ଗ
  • ମୁଝସେ ଦୋସ୍ତୀ କରୋଗେ
  • ୧୯୪୨-ଏ ଲଭ ଷ୍ଟୋରି
  • ସରଫରୋଶ
  • ବଡା ଦିନ୍
  • ଫିଲହାଲ
  • ଇକବାଲ
  • ଚାର ଅଧ୍ୟାୟ
  • କାଲି ସାଲୱର
  • ଏକା ଏକା
  • ମାଗୁଣିର ଶଗଡ଼

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନମିତାଙ୍କ ପିତା ନବୀନଚନ୍ଦ୍ର ଡାକତାର ବିଭାଗର ଅବସରପ୍ରାପ୍ତ ଆକାଉଣ୍ଟସ ଅଧିକାରୀ ଓ ମା ପ୍ରଫୁଲ୍ଲା ଅବସରପ୍ରାପ୍ତ ଓଡ଼ିଶା ବିତ୍ତୀୟ ସେବା ଅଧିକାରୀ । ପିଲାବେଳୁ ନମିତା ଭଲ ପାଠ ପଢୁଥିଲେ ଓ ଓଡ଼ିଶୀ ନୃତ୍ୟ ଶିଖୁଥିଲେ । ସେ ରମାଦେବୀ ମହିଳା ବିଦ୍ୟାଳୟରୁ +୨ବିଜ୍ଞାନ ଓ ବିଜେବି କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ପାଠ ପଢିଛନ୍ତି । ପିତାଙ୍କ ପରାମର୍ଶରେ ସେ ଏଫଟିଟିଆଇ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ସାଉଣ୍ଡ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ସେ ଡ଼ ବୀର ଚୋପ୍ରାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇଟି ଝିଅ ଅଛନ୍ତି । ବୀର ଚୋପ୍ରା, ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ବଡ଼ ଭାଇ ଅଟନ୍ତି । ସ୍କୁବା ଡାଇଭିଂ ଓ ଖଗୋଳ ବିଜ୍ଞାନରେ ତାଙ୍କର ରୁଚି ରହିଛି ।[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଫିଲ୍ମ ଫେୟାର ସମ୍ମାନ(ଶ୍ରେଷ୍ଠ ସାଉଣ୍ଡ ରେକଡିଂ) - ୧୯୯୪
  • ଆର୍ଯ୍ୟା ସମ୍ମାନ(ପରିଚୟ ଫାଉଣ୍ଡେସନ ତରଫରୁ) - ୨୦୧୮[୪]

ଆଧାର[ସମ୍ପାଦନା]

  1. http://pragativadi.com/12-odia-women-achievers-awarded-kalilash-satyarthi/
  2. https://www.filmfare.com/features/filmfare-flashback-record-breaking-films-26089-6.html
  3. "ପ୍ରେରଣା". ପ୍ରମେୟ ୨୯/୦୩/୨୦୧୮ ପୃଷ୍ଠା ୮. Retrieved 29 March 2018.[permanent dead link]
  4. http://www.dailypioneer.com/print.php?printFOR=storydetail&story_url_key=12-women-achievers-get-aarya-awards&section_url_key=state-editions

ବାହାର ଆଧାର[ସମ୍ପାଦନା]