ଏର୍ଗୋକ୍ୟାଲସିଫେରଲ

ଉଇକିପିଡ଼ିଆ‌ରୁ
ଏର୍ଗୋକ୍ୟାଲସିଫେରଲ
Skeletal formula of ergocalciferol
Ball-and-stick model of the ergocalciferol molecule
Clinical data
Trade namesDrisdol, Calcidol, others
Synonymsviosterol
AHFS/Drugs.commonograph
Pregnancy
category
  • US: A (No risk in human studies) and C
ATC code
Legal status
Legal status
Identifiers
  • (3β,5Z,7E,22E)-9,10-secoergosta-5,7,10(19),22-tetraen-3-ol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.014 Edit this at Wikidata
Chemical and physical data
FormulaC28H44O
Molar mass396.65 g/mol
3D model (JSmol)
Melting point114 to 118 °C (237 to 244 °F)
  • O[C@@H]1CC(\C(=C)CC1)=C\C=C2/CCC[C@]3([C@H]2CC[C@@H]3[C@@H](/C=C/[C@H](C)C(C)C)C)C
  • InChI=1S/C28H44O/c1-19(2)20(3)9-10-22(5)26-15-16-27-23(8-7-17-28(26,27)6)12-13-24-18-25(29)14-11-21(24)4/h9-10,12-13,19-20,22,25-27,29H,4,7-8,11,14-18H2,1-3,5-6H3/b10-9+,23-12+,24-13-/t20-,22+,25-,26+,27-,28+/m0/s1
     checkY
  • Key:MECHNRXZTMCUDQ-RKHKHRCZSA-N

ଏର୍ଗୋକ୍ୟାଲସିଫେରଲ, ଅନ୍ୟାନ୍ୟ ନାମ ଭିଟାମିନ ଡିକ୍ୟାଲସିଫେରଲ (ଇଂରାଜୀ ଭାଷାରେ Ergocalciferol, ) also known as vitamin D2 and calciferol,) ଏକ ପ୍ରକାର ଜୀବସାର ଘ ବା ଭିଟାମିନ ଡି (vitamin D) ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ମଧ୍ୟ ଦିଆଯାଇଥାଏ ।[୧] ଭିଟାମିନ ଡି ଅଭାବର (vitamin D deficiency) ପ୍ରତିଷେଧ ଓ ଚିକିତ୍ସାରେ ଏହା ଏକ ଖାଦ୍ୟ ଅନୁପୂରକ ଭାବରେ ଦିଆଯାଏ ।[୨] ଅନ୍ତନଳୀରେ ଖାଦ୍ୟ ଅବଶୋଷଣ ଅଭାବ (poor absorption by the intestines) ବା ଯକୃତ ରୋଗ (liver disease) ଥିଲେ ଏହି ଭିଟାମିନ ଅଭାବ ହୋଇପାରେ ।[୩] ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଯୋଗୁ ହାଇପୋକ୍ୟାଲସେମିଆ (low blood calcium) ହୋଇଥିଲେ ମଧ୍ୟ ଏହା ଦିଆଯାଇପାରେ ।[୩] ଏହା ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୨][୩]

ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ଗ୍ରହଣ କଲେ ଅଧିକ ପରିସ୍ରା ତିଆରି ହୁଏ, ଉଚ୍ଚ ରକ୍ତଚାପ, ବୃକ୍‌କ ପଥର (kidney stones), ବୃକ୍‌କ ଫେଲ (kidney failure), ଦୁର୍ବଳତା ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣମାନ ଦେଖାଯାଏ ।[୪] ଅନେକ ଦିନ ଧରି ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ନେଲେ ତନ୍ତୁ କ୍ୟାଲସିଫିକେସନ (tissue calcification) ହୋଇଯାଏ । [୩] ତେଣୁ ଅଧିକ ମାତ୍ରା ନେଉଥିଲେ ନିୟମିତ ରକ୍ତ କ୍ୟାଲସିଅମ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[୨] ଗର୍ଭାବସ୍ଥାରେ ସାଧାରଣ ଡୋଜ ଦେଲେ ବିପଦ ନ ଥାଏ ।[୫] ଅନ୍ତନଳୀ ଓ ବୃକ୍‌କଦ୍ୱାରା ଅବଶୋଷିତ ହେଉଥିବା କ୍ୟାଲସିଅମ (calcium) ପରିମାଣ ଏହା ବୃଦ୍ଧି କରେ ।[୪] କେତେକ ଛତୁରେ ଏହା ଥିବା ଦେଖାଯାଏ ।[୬]

ସନ ୧୯୩୬ରେ ପ୍ରଥମେ ଏର୍ଗୋକ୍ୟାଲସିଫେରଲ ବିଷୟ ବର୍ଣ୍ଣନା କରାଯାଇଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ (over the counter) ବିକ୍ରୟ ହୁଏ ନୁହେଁ ।[୪] ଇଂଲଣ୍ଡରେ ଏକ ଡୋଜର ମୁଲ୍ୟ ୧୦ ପାଉଣ୍ଡରୁ କମ୍‌ରେ ମିଳେ ।[୨] ଅନେକ ଦେଶରେ କେତେକ ଖାଦ୍ୟ ଯେପରିକି ବ୍ରେକଫାସ୍ଟ ସେରିଆଲ ଓ ମାର୍ଗାରିନରେ ଏର୍ଗୋକ୍ୟାଲସିଫେରଲ ଯୋଗ କରାଯାଇଥାଏ ।[୯][୧୦]

ଆଧାର[ସମ୍ପାଦନା]

  1. Coulston, Ann M.; Boushey, Carol; Ferruzzi, Mario (2013). Nutrition in the Prevention and Treatment of Disease (in ଇଂରାଜୀ). Academic Press. p. 818. ISBN 9780123918840.
  2. ୨.୦ ୨.୧ ୨.୨ ୨.୩ British national formulary : BNF 69 (69 ed.). British Medical Association. 2015. pp. 703–704. ISBN 9780857111562.
  3. ୩.୦ ୩.୧ ୩.୨ ୩.୩ WHO Model Formulary 2008 (PDF). World Health Organization. 2009. p. 498. ISBN 9789241547659. Retrieved 8 December 2016.
  4. ୪.୦ ୪.୧ ୪.୨ "Ergocalciferol". The American Society of Health-System Pharmacists. Retrieved 8 December 2016.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 227. ISBN 9781284057560.
  6. "Office of Dietary Supplements - Vitamin D". ods.od.nih.gov. 11 February 2016. Retrieved 30 December 2016.
  7. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 451. ISBN 9783527607495.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. Feral, Priscilla; Hall, Lee; Animals, Friends of (2005). Dining with Friends: The Art of North American Vegan Cuisine (in ଇଂରାଜୀ). Friends of Animals/Nectar Bat Press. p. 160. ISBN 9780976915904.
  10. Bennett, Beverly; Sammartano, Ray (2012). The Complete Idiot's Guide to Vegan Living, Second Edition (in ଇଂରାଜୀ). Penguin. p. Chapter 15. ISBN 9781615642793.