ରିଆ ଚକ୍ରବର୍ତ୍ତୀ
ରିହା ଚକ୍ରବର୍ତ୍ତୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ଦୂରଦର୍ଶନ ଉପସ୍ଥାପିକା |
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ଉଚ୍ଚତା | 5 ft 7.3 in (1.71 m)[୨] |
ରିହା ଚକ୍ରବର୍ତ୍ତୀ (ଜନ୍ମ: ୧ ଜୁଲାଇ ୧୯୯୨)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ।[୩] ସେ ହିନ୍ଦୀ କଥାଚିତ୍ର ସହ ତେଲୁଗୁ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪][୫] ଏଥି ସହ ସେ ଏମ୍ ଟିଭି ଇଣ୍ଡିଆର ଜଣେ ଦୂରଦର୍ଶନ ଉପସ୍ଥାପିକା ଭାବରେ କାର୍ଯ୍ୟ ମଧ୍ୟ କରିଛନ୍ତି ।[୬][୧][୭][୮]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରିହା ବାଙ୍ଗାଲୋରରେ ୧ ଜୁଲାଇ ୧୯୯୨ରେ ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୯] ସେ ଅମ୍ବଳାରେ ଆର୍ମି ପବ୍ଲିକ୍ ସ୍କୁଲରୁ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ।
ଦୂରଦର୍ଶନ ଉପସ୍ଥାପନା
[ସମ୍ପାଦନା]ସେ ୨୦୦୯ରେ ଏମ୍ ଟିଭି ଇଣ୍ଡିଆରେ ପ୍ରସାରିତ କାର୍ଯ୍ୟକ୍ରମ 'ଟିଭିଏସ୍ ସ୍କୁଟି ତିନ୍ ଦିଭା'ରେ ପ୍ରତୀଯୋଗି ଭାବରେ ଅଂଶଗ୍ରହଣ କରିଥିଲେ ।[୧୦] ଏହି କାର୍ଯ୍ୟକ୍ରମରେ ସେ ୨ୟ ସ୍ଥାପନରେ ରହିଥିଲେ । ପରେ ପରେ ସେ ଏମ୍ ଟିଭିରେ ଉପସ୍ଥାପିକା ଭାବାରେ କାର୍ଯ୍ୟକରିଥିଲେ । ପେପ୍ସି ଏମ୍ଟିଭି ୱାସଅପ୍, ଟିକ୍ଟକ୍ କଲେଜ୍ ବିଟ୍ ଏବଂ ଏମ୍ଟିଭି ଗନ୍ ଇନ ୬୦ ସେକେଣ୍ଡସ୍ ଭଳି କର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]୨୦୧୨ରେ ସେ ତେଲୁଗୁ ଚଳଚ୍ଚିତ୍ର ତୁନୀଗା ତୁନୀଗା ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୧] ୨୦୧୩ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମେରେ ଡାଡ୍କି ମାରୁତି ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରି ହିନ୍ଦୀ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୪ରେ ରୋହନ ସିପ୍ପିଙ୍କ ଚଳଚ୍ଚିତ୍ର ସୋନାଲୀ କେବୁଲରେ ରିହା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୨]
୨୦୧୭ରେ ରିହା ହାଫ୍ ଗାର୍ଲଫ୍ରଣ୍ଡ[୧୩], ଦୋବାରା [୧୪] ଅଭିନୟ କରିଥିଲେ । ସେହିବର୍ଷ ସେ ଅଭିନେତା ରିତେଶ ଦେଶମୁଖ ଏବଂ ବିବେକ ଓବରୟଙ୍କ ସହ ସେ ବ୍ୟାଙ୍କ ଚୋର୍ରେ ଅଭିନୟ କରିଥିଲେ ।[୧୫][୧୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୧୨: ତୁନୀଗା ତୁନୀଗା (ତେଲୁଗୁ)
- ୨୦୧୩: ମେରେ ଡ୍ୟାଡ୍ କି ମାରୁତି (ହିନ୍ଦୀ)
- ୨୦୧୪: ସୋନାଲୀ କେବୁଲ୍ (ହିନ୍ଦୀ)
- ୨୦୧୭: ହାଫ୍ ଗାର୍ଲଫ୍ରେଣ୍ଡ (ହିନ୍ଦୀ)
- ୨୦୧୭: ଦୋବାରା (ହିନ୍ଦୀ)
- ୨୦୧୭: ବ୍ୟାଙ୍କ ଚୋର୍ (ହିନ୍ଦୀ)
- ୨୦୧୮: ଜଲେବି (ହିନ୍ଦୀ)
ଦୂରଦର୍ଶନ
[ସମ୍ପାଦନା]- ଟିଭିଏସ୍ ସ୍କୁଟି ତିନ୍ ଦିଭା (ପ୍ରତିଯୋଗୀ)
- ପେପ୍ସି ଏମ୍ଟିଭି ୱାସଅପ୍ (ଉପସ୍ଥାପିକା)
- ଟିକ୍ଟକ୍ କଲେଜ୍ ବିଟ୍ (ଉପସ୍ଥାପିକା)
- ଏମ୍ଟିଭି ଗନ୍ ଇନ ୬୦ ସେକେଣ୍ଡସ୍ (ଉପସ୍ଥାପିକା)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Rhea Chakraborty - Photos, Filmography, Biography - Oneindia.in". Archived from the original on 2014-07-08. Retrieved 2017-06-11.
- ↑ "Rhea Chakraborty Measurements". celebritysizes.com. celebritysizes.com. Retrieved 11 June 2017.
- ↑ Rhea Chakraborty is already making her way into Bollywood - India Today
- ↑ "Rhea Chakraborty: Working in films is exciting and challenging". Archived from the original on 2013-12-23. Retrieved 2017-06-11.
- ↑ It's exciting, challenging: Rhea Chakraborty on acting
- ↑ People wonder if Rhea Chakraborty is a Punjabi
- ↑ Rhea Chakraborty parties at Thank God It's Thursday
- ↑ Rhea Chakraborty, Sameera Reddy at Neeta Lulla's store - IndiaToday
- ↑ "Everyone thinks I am Punjabi: Rhea Chakraborty".
- ↑ Female VJs giving tough competition to their male counterparts - Entertainment - DNA
- ↑ "Enjoyed butter chicken with Ram Kapoor on sets: Rhea - Times Of India". Archived from the original on 2013-02-24. Retrieved 2017-06-11.
- ↑ "Don't have choice to choose directors: Rhea Chakraborty - Times Of India". Archived from the original on 2013-12-14. Retrieved 2017-06-11.
- ↑ [୧]
- ↑ [୨]
- ↑ Reha Chakraborty First Look From Bank Chor Movie
- ↑ [୩]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରିଆ ଚକ୍ରବର୍ତ୍ତୀ