ଊର୍ମିଳା ସିଂହ

ଉଇକିପିଡ଼ିଆ‌ରୁ
ଊର୍ମିଳା ସିଂହ
ହିମାଚଳ ପ୍ରଦେଶର ରାଜ୍ୟପାଳ ଉର୍ମିଲା ସିଂ
Governor of Himachal Pradesh
ପୂର୍ବ ଅଧିକାରୀPrabha Rau
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-08-06) ୬ ଅଗଷ୍ଟ ୧୯୪୬ (ବୟସ ୭୭)
Phingeshwar, Raipur, Chhattisgarh
ଜାତୀୟତାIndian
ରାଜନୀତିକ ଦଳIndian National Congress
ଜୀବନ ସାଥୀVirendra Bahadur Singh

ଊର୍ମିଳା ସିଂହ ,  ଜନ୍ମ ୧୬ ଅଗଷ୍ଟ ୧୯୪୬ ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ୨୫ ଜାନୁଆରୀ ୨୦୧୦ରେ ନିଯୁକ୍ତ ହେଇଥିଲେ । [୧]

ପ୍ରାରମ୍ଭିକ ଜୀବନୀ[ସମ୍ପାଦନା]

ଊର୍ମିଳାଙ୍କ ଜନ୍ମ ବର୍ତ୍ତମାନର  ଛତିଶଗଡ଼ ରାଜ୍ୟରେ ଥିବା ରାୟପୁର ଜିଲ୍ଲାର ଫିଙ୍ଗେଶ୍ୱର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାର ସମ୍ଭ୍ରାନ୍ତ ଭୂ-ମାଲିକ ଥିଲେ ଓ ତାଙ୍କ ମଧ୍ୟରେ ଅନେକ ସ୍ୱାଧୀନତା ସଂରଣୀ ଓ ସମାଜ ସଂସ୍କାରକ ଥିଲେ । ଊର୍ମିଳା  ଙ୍କ ପ୍ରା-ପିତାମହ ରାଜା ନଟବର ସିଂହ ହରିଦାୟପୁରର ଜମିଦାର ଥିଲେ ଓ ଜଣେ  ନାମୀ ସ୍ୱାଧୀନତା ସଂଗ୍ରାମୀ  ଭାବରେ ଖ୍ୟାତ  ଥିଲେ । ବ୍ରିଟିଶ ସରକାର ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ ।  ତାଙ୍କ ପରିବାରର ଆହୁରି କେତେକଙ୍କୁ ବ୍ରିଟିଶମାନେ ଦେଶାନ୍ତର କରି ଆଣ୍ଡାମାନ ନିକୋବର ଦ୍ୱିପରେ ବନ୍ଦୀ ଭାବରେ ରଖିଥିଲେ । 

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ଊର୍ମିଳା ଅଳ୍ପ ବୟସ ସମୟରୁ ଛତିଶଗଡର ସେରେଇପାଳି ରାଜକୀୟ ରାଜ୍ୟର ରାଜା ବିରେନ୍ଦ୍ର ବାହାଦୁର ସିଂହଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ଝିଅ ଓ ଦୁଇଜଣ ପୁଅ ଅଛନ୍ତି । ବିରେନ୍ଦ୍ର ସିଂହ କଂଗ୍ରେସ ଦଳର ଜଣେ ମୁଖ୍ୟ ସଭ୍ୟ ଥିଲେ ଓ ମଧ୍ୟ ପ୍ରଦେଶ  ବିଧାନ ସଭାର ସଦସ୍ୟ ରହିଥିଲେ । ତାଙ୍କ ମାଁ ରାଣୀ ଶ୍ୟାମା କୁମାରୀ ଦେବୀ ଭାରତୀୟ ପାର୍ଲିଆମେଣ୍ଟର ଜଣେ ସଦସ୍ୟା ଥିଲେ । 

ରାଜନୈତିକ ଜୀବନୀ [ସମ୍ପାଦନା]

ତାଙ୍କ ସ୍ୱାମୀଙ୍କ ଅକାଳ ନିଧନ ପରେ ଊର୍ମିଳା ସିଂହ ରାଜନୈତିକ ପରିସରକୁ ପ୍ରବେଶ କରିଥିଲେ ଓ ତାଙ୍କ ବିଧାନ ସଭା ମଣ୍ଡଳୀରୁ ନିର୍ବାଚନ ଲଦି ବିଜୟିନୀ ହେଇଥିଲେ । ଏହା ପରେ ସେ ନିଜ ବିଧାନ ସଭା ମଣ୍ଡଳୀରୁ ଅନେକ ଥର ନିର୍ବାଚିତ ହେଇଥିଲେ । ସେ ୧୯୮୫ ମସିହାରୁ ୨୦୦୩ ମସିହା ଯାଏ ବିଧାନ ସଭା ସଦସ୍ୟା ଥିଲେ । ସେ ରାଜ୍ୟର ରାଜ୍ୟ ପାହ୍ୟା ମନ୍ତ୍ରୀ ଭାବରେ ୧୯୯୩ରୁ ୯୫ ଯାଏ ଓ ପରେ ୧୯୯୮ରୁ ୨୦୦୩ ମସିହା ଯାଏ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବରେ ସମାଜ ମଙ୍ଗଳ ଓ ଉପଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରହିଥିଲେ । ସେ ୧୯୯୬ ମସିହାରୁ ୧୯୯୮ ମସିହା ଯାଏ ମଧ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି  ଭାବରେ ମଧ୍ୟ ରହିଥିଲେ । [୨] 

୨୦୦୧ ମସିହାରେ ନୂତନ ଛତିଶଗଡ଼ ରାଜ୍ୟ ଗଠନ ହେଲା ବେଳେ ଊର୍ମିଳାଙ୍କ ବିଧାନ ସଭା ମଣ୍ଡଳୀ ଏହି ରାଜ୍ୟର ଅଂଶ ହେଇଥିଲା ଓ ଊର୍ମିଳା ଛତିଶଗଡ଼ ରାଜ୍ୟର ବିଧାନ ସଭାରେ ରହିଥିଲେ । ୨୦୦୩ ନିର୍ବାଚନରେ କଂଗ୍ରେସ ଦଳ ନିର୍ବାଚନରେ ହାରି ଯାଇଥିଲା । ଏଠି ସହ ଊର୍ମିଳା ମଧ୍ୟ ହଋ ଯାଇଥିଲେ । ଏହା ପରେ ସେ ୨୦୦୮ ମସିହା ନିର୍ବାଚନରେ ମଧ୍ୟ ପରାଜିତ ହେଇଥିଲେ । କିନ୍ତୁ ତାଙ୍କ ଦଳ ପ୍ରତି ବିପୁଳ ଅବଦାନ ଯୋଗୁଁ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ତାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତି ଦେଇଥିଲେ । ସେ ଜାନୁଆରୀ ୨୫, ୨୦୧୦ରେ ଯୋଗଦାନ କରିଥିଲେ । 

ଆଧାର [ସମ୍ପାଦନା]

  1. "Governor House, Himachal Pradesh, India - Her Excellency The Governor". himachalrajbhavan.nic.in. Retrieved 12 May 2010.
  2. "Urmila Singh takes over as Himachal Governor". The Indian Express. 26 January 2010. Retrieved 12 May 2010.