ଶ୍ରୀୟା ରେଡ୍ଡି
ଶ୍ରୀୟା ରେଡ୍ଡି | |
---|---|
ଜନ୍ମ | ଶ୍ରୀୟା ରେଡ୍ଡି ୨୮ ନଭେମ୍ବର ୧୯୮୩ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଶ୍ରେୟା |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ଦୂରଦର୍ଶନ ଉପସ୍ଥାପକ |
ସକ୍ରିୟ ବର୍ଷ | ୨୦୦୨–ଏବେଯାଏଁ |
ବୈବାହିକ-ସାଥୀ | ବିକ୍ରମ କ୍ରିଷ୍ଣା |
ସନ୍ତାନ | ଆମାଲିଆ |
ଶ୍ରୀୟା ରେଡ୍ଡି (ଜନ୍ମ: ୨୮ ନଭେମ୍ବର ୧୯୮୩) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ପୂର୍ବରୁ ଶ୍ରୀୟା ଜଣେ ଦୂରଦର୍ଶନ ଉପସ୍ଥାପକ, ଏକ ମଞ୍ଚରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀୟାଙ୍କ ପିତା ହେଉଛନ୍ତି ପୂର୍ବତନ ଟେଷ୍ଟ କ୍ରିକେଟ ଖେଳାଳୀ ଭରତ ରେଡ୍ଡି । ଶ୍ରୀୟା ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ଏସ୍.ଏସ୍. ମ୍ୟୁଜିକ୍ରେ ଜଣେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିଲେ । ୨୦୦୨ ମସିହାରେ ସେ ତାମିଲ ଚଳଚ୍ଚିତ୍ର ସାମୁରାଇରେ ଜଣେ ସ୍ୱତନ୍ତ୍ର କଳାକାର ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ତେଲୁଗୁ, ମାଲାୟଲମ୍ ଏବଂ ଇଂରାଜୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୨୦୦୮ରେ ତାମିଲ ଚଳଚ୍ଚିତ୍ର କାଞ୍ଚିଭରମ ପାଇଁ ଶ୍ରୀୟା ଫିଲ୍ମ ଫେୟାରର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶ୍ରୀୟା ୨୮ ନଭେମ୍ବର ୧୯୮୮୩ରେ ହାଇଦ୍ରାବଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭରତ ରେଡ୍ଡି ଜଣେ ପୂର୍ବତନ ଟେଷ୍ଟ କ୍ରିକେଟ ଖେଳାଳୀ ଏବଂ ଉଇକେଟ ରକ୍ଷକ । ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ଉଟିର ଗୁଡ୍ ସେଫାର୍ଡ ସ୍କୁଲରୁ ଶେଷ କରିଛନ୍ତି ।[୧] ଏହା ପରେ ସେ ମହାବିଦ୍ୟାଳୟ ଶିକ୍ଷା ପାଇଁ ଚେନ୍ନାଇର ଏଥିରାଜ କଲେଜରେ କରିଥିଲେ । ଯେତେବେଳେ ଶ୍ରୀୟା ଛୋଟ ହୋଇଥିଲେ, ସେତେବେଳେ ରବି ଶାସ୍ତ୍ରୀ ଓ ସନ୍ଦୀପ ପାଟିଲ ତାଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ସେମାନେ ଶ୍ରୀୟାଙ୍କର ସ୍ୱରର ପ୍ରଶଂସା କରିଥିଲେ ।[୨] ସେ ବିଦ୍ୟାଳୟ ଶିକ୍ଷା ସମୟରେ ମଡେଲିଂ କରିବାର ସୁଯୋଗ ପାଇଥିଲେ, ମାତ୍ର ସେ ସେହିସବୁକୁ ଗ୍ରହଣ କରିନଥିଲେ, କାରଣ ତାଙ୍କର ପିତା ତାଙ୍କର ପାଠପଢ଼ା ପ୍ରଥମେ ଶେଷ କରିବାକୁ ଚାହୁଁଥିଲେ ।[୩] ମାତ୍ର ଯେତେବେଳେ ସେ ଏସ୍.ଏସ୍. ମ୍ୟୁଜିକ୍ରେ ଅଡ଼ିସନ୍ର ସୁଯୋଗ ପାଇଥିଲେ, ସେତେବେଳେ ସେ ତାଙ୍କର ବାପାଙ୍କୁ ବୁଝେଇବାରେ ସଫଳ ହୋଇଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଶ୍ରୀୟା ଏସ୍.ଏସ୍. ମ୍ୟୁଜିକ୍ର ଭିଜେ ହଣ୍ଟ ଜିତିବା ପରେ ସେଠାରେ ସେ କିଛି କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ । [୩] ଏହି କାର୍ଯ୍ୟକ୍ରମ ଜରିଆରେ ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ ଏବଂ ଯୁବପିଢ଼ୀଙ୍କ ମଧ୍ୟରେ ପ୍ରିୟପାତ୍ର ହୋଇପାରିଥିଲେ ।[୪][୩] ଏହା ପରେ ସେ ଗୋଟିଏ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ମାତ୍ର ଅଭିନୟ ପ୍ରତି ତାଙ୍କ ବାପାଙ୍କ ଆଦୌ ଇଚ୍ଛା ନ ଥିଲା, ତେଣୁ ତାଙ୍କ ବାପା ଶୋଇଥିବା ବେଳେ ସେ ସେହି ଚଳଚ୍ଚିତ୍ର ପାଇଁ ସ୍ୱାକ୍ଷର କରିଥିଲେ ।[୩] କିନ୍ତୁ ଏହା ପୂର୍ବରୁ ସେ ତାମିଲ ଚଳଚ୍ଚିତ୍ର ସାମୁରାଇରେ ଅଭିନେତା ବିକ୍ରମଙ୍କର ସହ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଆପ୍ପୁଡ଼ାପ୍ପୁଡ଼ୁ ବ୍ୟବସାୟିକ ଦୃଷ୍ଟିରୁ ସଫଳ ହୋଇପାରିନଥିଲା । ଯେଉଁଥିପାଇଁ ସେ ବର୍ଷେଯାଏଁ କୌଣସି ଚଳଚ୍ଚିତ୍ରେ କାମ ମଧ୍ୟ କରି ନ ଥିଲେ ।[୩] ଏହା ପରେ ୨୦୦୪ରେ ସେ ମାଲାୟଲମ ଚଳଚ୍ଚିତ୍ର ବ୍ଲାକ୍ରେ ପ୍ରଥମ କରି ଅଭିନୟ କରିଥିଲେ ।[୫][୬] ଏହି ଚଳଚ୍ଚିତ୍ରରେ ମାଲାୟଲମ କଥାଚିତ୍ର ଅଭିନେତା ମାମୋନ୍ତି ଥିଲେ ନାୟକ[୭], ଯେଉଁଥିରେ ଶ୍ରୀୟା ଜଣେ ତାମିଲ ଗାଉଁଲି ମହିଳା ଭାବରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରେ ତାଙ୍କର ରୂପ ତାଙ୍କର ସତସତିକା ରୂପଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।[୪][୮] [୭] ସେ ବର୍ଷ ଶ୍ରୀୟା ଏକ ଇଂରାଜୀ ଚଳଚ୍ଚିତ୍ର 19 Revolutionsରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଧନୀ ଘରର ଝିଅ ଭୂମିକାରେ ଅଭିନୟ କରିଥିଲେ ଯିଏକି ତାଙ୍କର ବାପାଙ୍କୁ ଲୁଟିବାକୁ ଚାହୁଁଥିଲେ ।[୯]
୨୦୦୫ରେ ତାଙ୍କର ମାତ୍ର ଗୋଟିଏ ମାଲାୟଲମ୍ ଚଳଚ୍ଚିତ୍ର ଭରତଚନ୍ଦ୍ରନ୍ ଆଇ.ପି.ଏସ୍. ମୁକ୍ତିଲାଭ କରିଥିଲା, ଯାହାକି ଅନେକ ସଫଳତା ପାଇଥିଲା ।[୪] ଏହି ଚଳଚ୍ଚିତ୍ରରେ ସେ ଜଣେ ଆଇ.ପି.ଏସ୍. ପୋଲିସ ଭୂମିକାରେ ଅଭିନୟ କରିଥିଲେ । ଏହି ଭୂମିକା ପାଇଁ ସେ ସମୀକ୍ଷକଙ୍କଠାରୁ ବହୁତ ସାକାରାତ୍ମକ ମାତାମତ ପାଇବା ସହ ତାଙ୍କୁ ବିଜୟାଶାନ୍ତିଙ୍କ ସହ ତୁଳନା କରାଯାଇଥିଲା ।[୪][୫][୮] ୨୦୦୬ରେ ଶ୍ରୀୟାଙ୍କର ଚାରୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦୁଇଟି ତାମିଲ ଚଳଚ୍ଚିତ୍ର ଥିଲା ଏବଂ ଭଲ ସଫଳତା ମଧ୍ୟ ମିଳିଥିଲା ।[୧୦] ଏଥି ମଧ୍ୟରୁ ଗୋଟିଏ ତାମିଲ ଚଳଚ୍ଚିତ୍ର ହେଉଛି, ଥ୍ରିମୁରୁ, ଯାହାର ନିର୍ଦ୍ଦେଶନା ଦେଇଥିଲେ ତୁରଣ ଗୋପୀ ଏବଂ ନାୟକ ଥିଲେ ବିଶାଲ୍ ।[୧୧][୧୨] ଏବଂ ଅନ୍ୟ ତାମିଲ ଚଳଚ୍ଚିତ୍ରଟି ହେଉଛି ଏସ୍. ଶଙ୍କରଙ୍କ ପ୍ରଯୋଜିତ ଏବଂ ବସନ୍ତ ବଲାଙ୍କ ନିର୍ଦ୍ଦେଶିତ ଭେୟିଲ୍ ।[୧୩][୧୪][୧୫][୧୬] ୨୦୦୮ରେ ତାମିଲ ଚଳଚ୍ଚିତ୍ର କାଞ୍ଚିଭରମରେ ଶ୍ରୀୟାଙ୍କ ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରର ସୁଟିଂ ସାରିବା ପରେ ସେ ବିବାହ କରିଥିଲେ ଏବଂ ଚଳଚ୍ଚିତ୍ର ଜଗତରୁ ଦୂରେଇଯାଇଥିଲେ ।
ଆଠ ବର୍ଷ ପରେ ସେ ପୁଣିଥରେ ଅଭିନୟ ଦୁନିଆକୁ ପ୍ରତ୍ୟବର୍ତ୍ତନ କରିଥିଲେ । ଏହ ଚଳଚ୍ଚିତ୍ରଟିରେ ସେ ଜଣେ ରାଗୀ ଗାଉଁଲୀ ମହିଳା ଶାନ୍ତି ଭୂମିକାରେ ଅଭିନୟ କରିଥିଲେ ।[୧୭]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଶ୍ରୀୟା ତାମିଲ ଅଭିନେତା-ପ୍ରଯୋଜକ ବିକ୍ରମ କ୍ରିଷ୍ଣାଙ୍କୁ ୯ ମାର୍ଚ୍ଚ ୨୦୦୮ରେ ଚେନ୍ନାଇରେ ବିବାହ କରିଥିଲେ । [୧୮] ବିକ୍ରମ କ୍ରିଷ୍ଣା ପ୍ରାକ୍ତନ ଚଳଚ୍ଚିତ୍ର ପ୍ରଯୋଜକ ଜି.କେ. ରେଡ୍ଡିଙ୍କର ପୁଅ ଏବଂ ବିଶାଲ କ୍ରିଷ୍ଣାଙ୍କର ଭାଇ । ସେ କିଛି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧] ଶ୍ରୀୟା ତାଙ୍କ ସ୍ୱାମୀଙ୍କ ସହ ସହ-ପ୍ରଯୋଜକ ଭାବରେ କାର୍ଯ୍ୟ କରିଥିଲେ । ସେ ଦୁଇଜଣଙ୍କର ଗୋଟିଏ ଝିଏ ଅଛି ।[୧୯]
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୨ | ସାମୁରାଇ | ତାମିଲ | ସ୍ୱତନ୍ତ୍ର ଭୂମିକା | |
୨୦୦୩ | ଅପ୍ପୁଡ଼ୁପ୍ପୁଡ଼ୁ | ରାଧିକା | ତେଲୁଗୁ | |
୨୦୦୪ | ବ୍ଲାକ | ଆନନ୍ଦମ୍ | ମାଲାୟଲମ୍ | |
19 Revolutions | Shirin Kolhatkar | ଇଂରାଜୀ | ||
୨୦୦୫ | ଭରତଚନ୍ଦ୍ରନ୍ I.P.S. | ହେମା | ମାଲାୟଲମ୍ | |
୨୦୦୬ | ଆମ୍ମା ଚେପ୍ପିନ୍ଦି | ରଜିଆ | ତେଲୁଗୁ | |
ଓରାଲ୍ | ମାଲାୟଲମ୍ | |||
ଥିମିରୁ | ଇଶ୍ୱରୀ | ତାମିଲ | ||
ଭେୟିଲ୍ | ପାଣ୍ଡି | ତାମିଲ | ||
୨୦୦୭ | ପାଲ୍ଲିକୋଦମ୍ | ଝାନ୍ସୀ | ତାମିଲ | |
୨୦୦୮ | କାଞ୍ଚିବରମ୍ | ଅନ୍ନମ୍ ବେଙ୍ଗାଦମ୍ | ତାମିଲ | ତାମିଲ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ମନୋନୀତ ବିଜୟ ପୁରସ୍କାରର ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ ମନୋନୀତ |
୨୦୧୬ | ସିଲା ସମୟଙ୍ଗାଲିଲ୍ | ତାମିଲ | ||
୨୦୧୭ | ଆନ୍ଦବ କାନୋମ୍ | ଶାନ୍ତି | ତାମିଲ |
ପ୍ରଯୋଜିକା
[ସମ୍ପାଦନା]- ଥୋରାନାଇ (୨୦୦୯)
- ବେଡ଼ି (୨୦୧୧)
ଆଧାର
[ସମ୍ପାଦନା]- ↑ "Complete transcripts of the Shreya Reddy chat". Sify. Archived from the original on 26 May 2006. Retrieved 2017-03-13.
- ↑ "Sriya Reddy – Telugu Cinema interview – Telugu film actress". Idlebrain.com. 5 May 2006. Retrieved 13 March 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ "rediff.com: 'I can never become a commercial actress'". Specials.rediff.com. Retrieved 13 March 2017.
- ↑ ୪.୦ ୪.୧ ୪.୨ ୪.୩ "Metro Plus Kochi : `Reddy' for action". The Hindu. India. 3 September 2005. Archived from the original on 8 November 2012. Retrieved 18 October 2011.
- ↑ ୫.୦ ୫.୧ "rediff.com: 'I can never become a commercial actress'". Specials.rediff.com. Retrieved 13 March 2017.
- ↑ "Shriya Reddy's new plans – Malayalam Movie News". IndiaGlitz. Archived from the original on 7 March 2006. Retrieved 13 March 2017.
- ↑ ୭.୦ ୭.୧ "rediff.com: 'I can never become a commercial actress'". Specials.rediff.com. Retrieved 13 March 2017.
- ↑ ୮.୦ ୮.୧ "Shriya Reddy's cop act". Rediff.com. Retrieved 13 March 2017.
- ↑ "rediff.com: 'I can never become a commercial actress'". Specials.rediff.com. Retrieved 18 October 2011.
- ↑ "I M Vijayan and Shreya Reddy – Switching flanks – Malayalam Movie News". IndiaGlitz. Archived from the original on 13 August 2006. Retrieved 13 March 2017.
- ↑ ୧୧.୦ ୧୧.୧ "SHREYA REDDY SS music VJ actor Vishal brother producer G K Reddy son Vikram Krishna Thimiru Pooparikka Varugirom tamil movie news hot stills picture image gallery". Behindwoods.com. Retrieved 13 March 2017.
- ↑ "Friday Review Chennai / Film Review : Action on solid ground – Thimiru". The Hindu. India. 11 August 2006. Archived from the original on 4 June 2011. Retrieved 13 March 2017.
- ↑ "Vasanthabalan's film screened at Cannes – Times Of India". The Times of India. 26 March 2010. Archived from the original on 4 November 2012. Retrieved 18 October 2011.
- ↑ "Scorching 'Veyyil' cools hearts at the national awards – Tamil Movie News". IndiaGlitz. Archived from the original on 11 June 2008. Retrieved 18 October 2011.
- ↑ "Veyyil gets one more award at Chennai365". Chennai365.com. Retrieved 18 October 2011.
- ↑ Super Admin (23 June 2007). "Award for Veyyil and Imsai Arasan". Entertainment.oneindia.in. Retrieved 18 October 2011.[permanent dead link]
- ↑ http://www.thehindu.com/features/metroplus/reddy-to-make-a-comeback/article6457867.ece
- ↑ "Events – Vikram Krishna Weds Shriya Reddy". IndiaGlitz. 9 March 2008. Archived from the original on 11 March 2008. Retrieved 13 March 2017.
- ↑ "deccanchronicle.com: 'Sriya Reddy: I am arrogant'". Entertainment,Kollywood.deccanchronicle.com. Retrieved 13 March 2017.