ଉଟି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଉଟି
ଶୈଳ ନିବାସ
ଦେଶ ଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାନିଳଗିରି
Government
 • TypeSpecial Grade Municipality
 • BodyUdagamandalam Municipality Corporation
Area
 • ସମୁଦାୟ21.45 km2 (8.28 sq mi)
Elevation2,240 m (7,350 ft)
Population
 (2011)[୨]
 • Total୮୮,୪୩୦
 • Density4,100/km2 (11,000/sq mi)
ସରକାରୀ
 • ଭାଷାତାମିଲ
Time zoneUTC+5:30 (IST)
PIN
643 001
Telephone code91423
ଯାନବାହାନ ପଞ୍ଚୀକରଣTN 43


ଉଟି ତାମିଲନାଡୁ ରାଜ୍ୟର ନୀଳଗିରି ( Nilgiris) ଜିଲ୍ଲାର ନଗରପାଳିକା ( municipalty ) । ଏହି ସହରର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ , ଔଷଧ ପ୍ରସ୍ତୁତି , ନିଳଗିରି ଚା ଓ କୃଷି ଉପରେ ନିର୍ଭରଶୀଳ । “ତୋଡା” ଉଟିର ପ୍ରମୁଖ ଜନଜାତି । ତତ୍କାଳୀନ କୋଇମ୍ବାଟୁରର ଗଭର୍ଣ୍ଣର ଜନ ସଲିଭାନ ଉଟି ସହରକୁ ତୋଡା ଲୋକମାନଙ୍କଠାରୁ ସଦଭାବନାର ଚିହ୍ନ ସ୍ୱରୂପ ଗ୍ରହଣ କରି ଏହାକୁ ବିକଶିତ କରିଥିଲେ । ଉଟି ନିଳଗିରି ପର୍ବତ୍ୟାଞ୍ଚଳ ମଧ୍ୟରେ ଅବସ୍ଥିତ । ଏହାର ଅନ୍ୟ ନାମମାନଙ୍କ ମଧ୍ୟରେ ଉଦ୍ଗମଣ୍ଡଳମ , ଉଟକାମୁଣ୍ଡ , ଉଦ୍ଧାଗାଇ ଅନ୍ୟତମ ।

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

ଦୋଦ୍ଦାବେଟା ଶୃଙ୍ଗ  : ଉଟି ସହରଠୁ ୧୦ କି.ମି. ଦୂରରେ ଅବସ୍ଥିତ । ଏହା ନିଳଗିରି ପର୍ବତ୍ୟାଞ୍ଚଳର ଉଚ୍ଚତମ ଶୃଙ୍ଗ ( ୨୬୨୩ ମି. ) । ଏହା ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳର ସନ୍ଧିସ୍ଥଳରେ ଅବସ୍ଥିତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ।

ପାଇକରା ନଦୀ ଓ ହ୍ରଦ  : ଉଟିଠାରୁ ୧୯ କି.ମି. ଦୂରରେ ପ୍ରବାହିତ ଏହି ନଦୀ ତୋଡା ଲୋକମାନଙ୍କର ଏକ ପବିତ୍ର ନଦୀ । ଏହି ନଦୀରେ ୫୫ ମି. ଓ ୬୧ ମି. ଉଚ୍ଚ ଦୁଇଟି ପ୍ରପାତ ଅବସ୍ଥିତ ଏବଂ ଏହାର ଜଳଭଣ୍ଡାର ମଧ୍ୟରେ ନୌବିହାର ପର୍ଯ୍ୟଟକମାନଙ୍କ ନିମନ୍ତେ ଅନ୍ୟତମ ପ୍ରମୁଖ ଆକର୍ଷଣ ।

ଗୋଲାପ ବଗିଚା ( Rose Garden)  : ଏହା ଭାରତର ବୃହତ୍ତମ ଗୋଲାପ ବଗିଚା । ସମୁଦ୍ର ପତ୍ତନରୁ ୨୨୦୦ମି. ଊର୍ଦ୍ଧ୍ୱରେ ଉଟି ସହରରେ ‘ଏଲକ’ ପାହାଡର ଢାଲୁରେ ଅବସ୍ଥିତ । ଏଠାରେ ୨୮୦୦ ଉପଜାତି ଓ ୨୦,୦୦୦ ପ୍ରକାରର ଗୋଲାପ ଫୁଲ ଦେଖିବାକୁ ମିଳେ । ଗୋଲାପ ଫୁଲ ଫୁଟିଥିବା ଋତୁରେ ଏହା ଅନ୍ୟତମ ଆକର୍ଷଣ ।

ଉଦ୍ଭିଦ ଉଦ୍ୟାନ ( Botanical Garden)  : ଉଟି ସହରର ପ୍ରମୁଖ ଆକର୍ଷଣ ଏହି 22ଏକର ପରିମିତ ଉଦ୍ୟାନ 1847 ମସିହାରେ ପ୍ରତିଷ୍ଠା କରାଯାଇଥିଲା । ବିଭିନ୍ନ ଜାତି , ପ୍ରଜାତି , ଉପଜାତିର ବୃକ୍ଷ , ଏଠାରେ ଦେଖିବାକୁ ମିଳେ । ପ୍ରତିଦିନ ଏଠି ବିରଳ ପ୍ରଜାତିର ପୁଷ୍ପ ବୃକ୍ଷ ପ୍ରଦର୍ଶନୀ ଆୟୋଜିତ ହୋଇଥାଏ । ଏଠାରେ 2କୋଟି ବର୍ଷ ପୁରୁଣା ବୃକ୍ଷ ଜୀବାଶ୍ମ ମଧ୍ୟ ଅଛି ।

ଉଟି ହ୍ରଦ  : ଏହି ୬୫ଏକର ପରିମିତ ହ୍ରଦ ଜନ ସଲିଭାନଙ୍କଦ୍ୱାରା ନିର୍ମିତ ହୋଇଥିଲା । ହ୍ରଦ ମଧ୍ୟରେ ନୌବିହାର କରି , ଚତୁର୍ଦିଗର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିହୁଏ ।

ଷ୍ଟୋନ ହାଉସ  : ୧୮୨୨ ମସିହାରେ ଜନ ସଲିଭାନଙ୍କଦ୍ୱାରା ନିର୍ମିତ ଏହି ବଙ୍ଗଳା ଏବେ ଏକ ସରକାରୀ ମହାବିଦ୍ୟାଳୟ ଭାବରେ ପରିଚାଳିତ ।

ତୋଡା କୁଟୀର  : ଉଟି ଉଦ୍ଭିଦ ଉଦ୍ୟାନର ( botanical garden ) ପାହାଡ ଉପରେ ଅଳ୍ପ ସଂଖ୍ୟକ ତୋଡା ଜନଜାତିଙ୍କ ପାରମ୍ପରିକ କୁଟୀରମାନ ଦେଖିବାକୁ ମିଳେ ।

ଉଟି ପାର୍ବତ୍ୟ ରେଳଧାରଣା  : ୧୯୦୮ ମସିହାରେ ବ୍ରିଟିଶଙ୍କଦ୍ୱାରା ନିର୍ମିତ ଏହି ରେଳଧାରଣାରେ ବର୍ତ୍ତମାନ ମଧ୍ୟ ବାଷ୍ପୀୟ ରେଳଗାଡି ଚଳାଚଳ କରିଥାଏ । ୨୦୦୫ ମସିହାରେ ୟୂନେସ୍କୋ ( UNESCO ) ଏହାକୁ ଭାରତର ପାର୍ବତ୍ୟ ରେଳଧାରଣା ସୂଚୀରେ ( list of Mountain railways ) ଅନ୍ତର୍ଭୁକ୍ତ କରିଥିଲା ।

ୱାକ୍ସ ୱାର୍ଲ୍ଡ  : ଉଟିଠାରୁ କୁନ୍ନୁର ରାସ୍ତାରେ ଅବସ୍ଥିତ ଏହି ମହମ ସଂଗ୍ରହାଳୟରେ ବିଶିଷ୍ଟ ବ୍ୟକ୍ତି ମାନଙ୍କର ମହମ ପ୍ରତିମୂର୍ତ୍ତିମାନ ଅଛି ।

ହରିଣ ପାର୍କ  : ଉଟି ହ୍ରଦର ଏକ ପାର୍ଶ୍ୱରେ , ପାହାଡ ଉପରେ ଅବସ୍ଥିତ ଏହି ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ହରିଣ ଦେଖିବାକୁ ମିଳନ୍ତି ।

ଅନ୍ୟାନ୍ୟ ନିକଟବର୍ତ୍ତୀ ଦର୍ଶନୀୟ ସ୍ଥାନ ମଧ୍ୟରେ କମରାଜ ସାଗର ଜଳଭଣ୍ଡାର , ମୁଦୁମଲାଇ ଜାତୀୟ ଉଦ୍ୟାନ ( ବ୍ୟାଘ୍ର ସଂରକ୍ଷଣ ସ୍ଥାନ ) ,ମୁକୁର୍ତି ଜାତୀୟ ଉଦ୍ୟାନ ଅନ୍ୟତମ ।

ନିକଟବର୍ତ୍ତୀ ହ୍ରଦମାନଙ୍କ ମଧ୍ୟରେ ଏମରାଲ୍ଡ ହ୍ରଦ , ଅଭାଲାଙ୍କ ହ୍ରଦ ପ୍ରସିଦ୍ଧ ।

ଗମନାଗମନ[ସମ୍ପାଦନା]

ଉଟିଠାରୁ ସଡକ ପଥରେ ଚେନ୍ନାଇରୁ ୫୩୫ କି.ମି. , କୋଇମ୍ବାଟୁରରୁ ୮୦ କି.ମି. , ମହିଶୂରରୁ ୧୫୫ କି.ମି. , ବାଙ୍ଗାଲୋରରୁ ( ବେଙ୍ଗାଲୁରୁ ) ୨୭୭ କି.ମି. , ଓ କୋଡାଇକାନାଲରୁ ୨୩୬ କି.ମି. ଦୂରରେ ଅବସ୍ଥିତ ।

ରେଳପଥରେ ଏହା ସମସ୍ତ ପ୍ରମୁଖ ସହର ସହିତ ସଂଯୁକ୍ତ ।

ଏଠାର ନିକଟବର୍ତ୍ତୀ ବିମାନବନ୍ଦର  : କୋଏମ୍ବାଟୁର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ( ୯୬ କି.ମି. ) , କୋଳିକୋଡେ ବିମାନବନ୍ଦର ( ୧୪୧ କି.ମି. ) , ବେଙ୍ଗାଲୁରୁ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ( ୩୦୯ କି.ମି. ) ।

ଆଧାର[ସମ୍ପାଦନା]

  1. "About Municipality". municipality.tn.gov.in. Archived from the original on 15 ଜାନୁଆରୀ 2008. Retrieved 15 ଫେବୃଆରୀ 2008.
  2. http://www.censusindia.gov.in/pca/SearchDetails.aspx?Id=688772