ସସ୍ମିତା ମଲ୍ଲିକ

ଉଇକିପିଡ଼ିଆ‌ରୁ
ସସ୍ମିତା ମଲ୍ଲିକ
Born
ସସ୍ମିତା ମଲ୍ଲିକ

(1989-04-10) ୧୦ ଅପ୍ରେଲ ୧୯୮୯ (ବୟସ ୩୪)
Nationality ଭାରତୀୟ
Known forଫୁଟବଲ ଖେଳାଳି

ସସ୍ମିତା ମଲ୍ଲିକ(ଜନ୍ମ : ୧୦ ଅପ୍ରେଲ ୧୯୮୯), ଜଣେ ଭାରତୀୟ ଫୁଟବଲ ଖେଳାଳି ।[୧] ସେ ଜଣେ ମିଡ଼ଫିଲଡର ଭାବରେ ବାମ ପାଖରେ ଖେଳନ୍ତି । ସେ ଭାରତର ଅଧିନାୟକତ୍ୱ ମଧ୍ୟ କରିସାରିଛନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଖେଳାଳି ଭାବରେ ଭାରତୀୟ ଜାତୀୟ ଦଳରେ ଖେଳିଛନ୍ତି । ସର୍ବଭାରତୀୟ ଫୁଟବଲ ମହାସଂଘ ତାଙ୍କୁ ୨୦୦୬ ମସିହାର ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳି ଘୋଷଣା କରିଥିଲା ।[୨]

ଜୀବନୀ[ସମ୍ପାଦନା]

ସସ୍ମିତା ୧୯୮୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଲୋହାଠାରେ ଜନ୍ମଗ୍ରହଣ କରିଥିଲେ । ୧୧ବର୍ଷ ବୟସରୁ ସେ ଫୁଟବଳ ଖେଳିବା ଆରମ୍ଭ କରିଥିଲେ । ପିଲାବେଳୁ ସେ ବହୁ ସ୍ଥାନୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳିସାରି ଭୁବନେଶ୍ୱରସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧୀକରଣର ସ୍ପୋର୍ଟସ ହଷ୍ଟେଲରେ ଯୋଗଦେଇଥିଲେ । ଏଠାରୁ ତାଙ୍କର ବହୁ ଉନ୍ନତି ଘଟିଥିଲା ଓ ୨୦୦୭ ମସିହାରେ ସେ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇଥିଲେ । ମାତ୍ର ୨୨ ବର୍ଷ ବୟସରେ ସେ ଭାରତୀୟ ଦଳର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ବାହାରିନ ଗସ୍ତରେ ଯାଇଥିଲା । [୩] ସେ ୨୦୧୦ ମସିହାର ଏସିଆଡ଼ ଗେମସ ମଧ୍ୟ ଖେଳିଥିଲେ ।[୪] ୨୦୧୭ ମସିହାରେ ସାଫ ଖେଳ ଫାଇନାଲରେ ସେ ମାରିଥିବା ଫେନାଲଟି ଷ୍ଟ୍ରୋକ ଗୋଲ ଯୋଗୁ ଭାରତ ବଙ୍ଗଳାଦେଶକୁ ହରେଇ ଚମ୍ପିୟାନ ହୋଇପାରିଥିଲା ।[୫] ଏହା ଥିଲା ଭାରତର ଚତୁର୍ଥ କ୍ରମାଗତ ସାଫ ଚାମ୍ପିୟାନସିପ ବିଜୟ ।[୬]

ଆଧାର[ସମ୍ପାଦନା]

  1. https://www.the-aiff.com/knowyourplayer-details.htm?id=5
  2. http://sambad.in/news/Sports/sasmita-top-player/24536.html[permanent dead link]
  3. "ଆର୍କାଇଭ୍ କପି". Archived from the original on 2016-12-20. Retrieved 2017-03-09. {{cite web}}: Cite has empty unknown parameter: |1= (help)
  4. https://www.the-aiff.com/news-center-details.htm?id=6922
  5. http://www.firstpost.com/sports/womens-saff-championship-india-beat-bangladesh-3-1-in-final-3188226.html
  6. http://www.hindustantimes.com/football/india-women-s-football-team-beat-bangladesh-to-win-4th-saff-championship/story-sMJAiRKjiM7q7Dtemsi78L.html