ଜଳପୁଟ ବନ୍ଧ

Coordinates: 18°27′14″N 82°32′49″E / 18.45389°N 82.54694°E / 18.45389; 82.54694
ଉଇକିପିଡ଼ିଆ‌ରୁ
ଜଳପୁଟ ବନ୍ଧ
ଦିଗବାରେଣି18°27′14″N 82°32′49″E / 18.45389°N 82.54694°E / 18.45389; 82.54694
ସ୍ଥିତିସମ୍ପୂର୍ଣ୍ଣ
ବନ୍ଧ ଓ ପାଣି ଯିବା ବାଟ
ପାଣିଯିବା ବାଟର ପ୍ରକାରOgee section
ପାଣିଯିବା ବାଟର କ୍ଷମତା5660 cumecs
ପରିଚାଳକଆନ୍ଧ୍ର ପ୍ରଦେଶ

ଜଳପୁଟ ବନ୍ଧ, ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶବିଶାଖାପାଟଣା ଜିଲ୍ଲାରେ ଓଡ଼ିଶାର ସୀମାକୁ ଲାଗିରହିଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପ । ଏହା ଗୋଦାବରୀ ନଦୀର ଏକ ସଖା ନଦୀ ମାଛକୁଣ୍ଡ ଉପରେ ନିର୍ମିତ । ୪୮ କିଲୋମିଟର ଯାଏ ଏହି ନଦୀ ସର୍ପିଳ ଗତିପଥରେ ପଡୱା ଉପତ୍ୟକାରେ ପ୍ରବାହିତ ହେଲା ପରେ ଜୟପୁର ସହରର ଦକ୍ଷିଣରେ ୪୮ କିଲୋମିଟର ଦୂରରେ ଏହା ପଶ୍ଚିମ ଦିଗକୁ ମୁହେଁଇ ଥାଏ । ଏହା ମାଳଭୂମି ଅଞ୍ଚଳ ଦେଇ ପ୍ରବାହିତ ହେଇ ଡୁଡୁମା ଜଳପ୍ରପାତ ଭାବରେ ତୀବ୍ର ଗତିରେ ନିଚ୍ଛ ଭୂମିକୁ ପ୍ରବାହିତ ହେଇଥାଏ ।

ଜଳପୁଟ ବନ୍ଧର ଜଳାଶୟରେ ୩୪.୨୭୩ ଟ୍ରିଲିଆନ ଘନ ଫୁଟ ଜଳ ଧାରଣ କ୍ଷ୍ୟମତା ରହିଥିବା ବେଳେ ୧୯୫୫ ମସିହାରେ ନିର୍ମିତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ଜଳ ଯୋଗେଇ ଥାଏ ।[୧] ଏହି ବନ୍ଧ ଓ ଜଳବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରପ୍ରଦେଶଓଡ଼ିଶାର ମିଳିତ ସହଯୋଗରେ ନିର୍ମିତ । ଜଳପୁଟ ଜଳାଶୟର ଜଳ ସ୍ତରରୁ ନିମ୍ମକୁ ୪୦୦ ମିଟର  ଜଳ ଟନେଲ ସହାୟତାରେ ତଳକୁ ୧୫ କିଲୋମିଟର ଦୂରକୁ ନେଇ ନୂତନ ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ କରିବାର ଯୋଜନା ହେଇଛି । ଏଠାରେ ବାଲିମେଲା ପ୍ରକଳ୍ପର ବଳକା ପ୍ରବାହିତ ଜଳକୁ ନେଇ ଏକ ବୃହତ ପ୍ରକଳ୍ପର ପରିଯୋଜନା କରାଯାଇଛି । ଏହାର ନିର୍ମାଣ ହେଲେ ମଧ୍ୟ ବର୍ତ୍ତମାନ ରହିଥିବା ପ୍ରକଳ୍ପକୁ[୨] କୋଲାବ ନଦୀର[୩] ବଳକା ଜଳ ଆଣି କାର୍ଯ୍ୟକାରୀ ରହିବା । ପୁନଶ୍ଚ ଏହି ଜଳ ବିଦ୍ୟୁତ ପ୍ରକଳ୍ପରୁ ନିର୍ଗତ ଜଳଦ୍ୱାରା ବହୁ ଅଞ୍ଚଳ ଜଳସେଚନ ହେଇ ପାରିବ ।

ଉତ୍ପତ୍ତି[ସମ୍ପାଦନା]

Jalaput[୧] Archived 2008-01-12 at the Wayback Machine. derives its name from its local tribal dialect 'Jala' or 'Jal' means water. (In sanskrit too 'Jal' means 'Water') and 'Put' means a residence or a store house or large place. Jalaput water reservoir was the only water source for many of the local tribe in more than 100 tribal village in and around Jalaput in the koraput district. Before the present dam was built 55 years ago, it was a dense forest and a river surrounded by many tribal villages.

ଜଳପୁଟ ଓଡ଼ିଶା ରାଜ୍ୟ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ସୀମାରେ ଥିବା ଏକ ଗ୍ରାମ । ଏକ ସେତୁ ଦୁଇ ରାଜ୍ୟର ସୀମାରେଖାକୁ ସୁଚେଇ ଥାଏ । ସେତୁର ଉଭୟ ପଟକୁ LF( ଆନ୍ଧ୍ରପ୍ରଦେଶ , ବିଶାଖାପାଟଣା ଜିଲ୍ଲା ) ଓ RF ( ଓଡ଼ିଶା , କୋରାପୁଟ ଜିଲ୍ଲା ) କୁହାଯାଇଥାଏ । ପ୍ରଥମେ ଜଳଭଣ୍ଡାରକୁ ତେଣ୍ଟାପୁଟ କୁହାଯାଉଥିଲା ଓ ଏହାର ଚତୁର୍ଦିଗରେ ଆଦିବାସୀ ଜନବହୁଳ ଗ୍ରାମ ସବୁ ରହିଛି । 

ଜଳପୁଟ , ମାଛକୁଣ୍ଡ ଓ ଅନୁକଡେଲ୍ଲୀ ଏହି ତିନିଟି ସ୍ଥାନକୁ ନେଇ ତ୍ରିଭୁଜାକାର ଅଞ୍ଚଳରେ ଜଳବିଦ୍ୟୁତ ପ୍ରକଳ୍ପ ରହିଛି ଓ ଏଠାରୁ ବିଜୁଳିଶକ୍ତି ନିକଟସ୍ଥବିଜଯୱାଦା , ବିଶାଖାପାଟଣା , କୋରାପୁଟଜୟପୁର ସହରକୁ ଯୋଗାଣ ହେଇଥାଏ । 

ଯୋଗାଯୋଗ [ସମ୍ପାଦନା]

ଜଳପୁଟ ଓଡ଼ିଶାର କୋରାପୁଟ ଓ ଅନ୍ୟ ସ୍ଥାନ ତଥା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ରାସ୍ତାଦ୍ୱାରା ସଂଯୁକ୍ତ । ଏଠାରୁ ଆରାକୁ ଉପତ୍ୟକା ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ରମଣୀୟ ସ୍ଥାନ ହେଇଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି  ।  

ପୁନଶ୍ଚ ଦେଖଣା [ସମ୍ପାଦନା]

  • Godavari Water Disputes Tribunal

ବାହାର ଲିଙ୍କ [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Godavari river basin map" (PDF). Archived from the original (PDF) on 2013-10-12. Retrieved 2017-01-24.
  2. "Andhra Pradesh Power Generation Corporation Ltd". Archived from the original on 2012-02-25. Retrieved 2017-01-24.
  3. "Odisha Hydro Power Corporation Ltd". Archived from the original on 2012-09-16. Retrieved 2017-01-24.