ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର

ଉଇକିପିଡ଼ିଆ‌ରୁ
ସୁର୍ଜ୍ୟୋଦୟ ସମୟରେ ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର ପରିସରର ଦୃଶ୍ୟ। ପ୍ରଚ୍ଛଦରେ ଚିତ୍ତରଞ୍ଜନ ପାର୍କ ଜନ ବସତି   ଦୃଶ୍ୟମାନ 

ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର(Chittaranjan Park Kali Bari) ଭାରତୀୟ ରାଜଧାନୀ ଦିଲ୍ଲୀ ମହାନଗରର ଚିତ୍ତରଞ୍ଜନ ପାର୍କଠାରେ ଥିବା ଏକ ମନ୍ଦିର ପରିସର ଓ ଏଠାରେ ଦିଲ୍ଲୀଠାରେ ବସବାସ କରୁଥିବା ବଙ୍ଗାଳୀ ସଂପ୍ରଦାୟର ସଂସ୍କୃତିକ କେନ୍ଦ୍ର ଅବସ୍ଥିତ । ଏକ କ୍ଷୁଦ୍ର ପାହାଡ ଉପରେ ୧୯୭୩ ମସିହାରେ ଏକ ଶିବ ମନ୍ଦିର ପ୍ରଥମେ ନିର୍ମିତ ହେଇଥିଲା । ଏହା ସହ ଏହି ପରିସରରେ ୧୯୮୪ ମସିହାରେ ଏଠାରେ ବୃହତ ଆକାରରେ ଦେବୀ କାଳୀ , ଶିବ ଓ ରାଧାକୃଷ୍ଣଙ୍କ ମନ୍ଦିର ନିର୍ମିତ ହେଇଥିଲା । ସ୍ଥାନୀୟ ବଙ୍ଗାଳୀ ସଂପ୍ରଦାୟ ପାଇଁ ଏହା ଏକ ମୁଖ୍ୟ ଯୋଗାଯୋଗ କେନ୍ଦ୍ର ରହିବା ସହ ଏଠାରେ ଦୁର୍ଗାପୂଜା ଅବସରରେ ସଂପ୍ରଦାୟର ସମସ୍ତ ବ୍ୟକ୍ତିଙ୍କ ସମାଗମ ହେଇଥାଏ । [୧]

୧୯୭୭ମସିହାରୁ ଏଠାରେ ଦୂର୍ଗା ପୂଜା ଉତ୍ସବର ଆରମ୍ଭ ହେଇ ପ୍ରତିବର୍ଷ ପାଳିତ ହେଇଆସୁଛି । .[୨]

ଇତିହାସ [ସମ୍ପାଦନା]

ପ୍ରଥମେ ୧୯୭୩ ମସିହାରେ ନାସକେଣ୍ଟ EPDP କଲୋନୀ ପାଇଁ ସ୍ଥିରୀକୃତ ସ୍ଥାନରେ ଏକ ପାହାଡ ଉପରେ ଏକ କ୍ଷୁଦ୍ର ଶିବ ମନ୍ଦିର ଭାବରେ ନିର୍ମିତ ହେଇଥିଲା । ସେଠାରେ ବଙ୍ଗାଳୀ ସଂପ୍ରଦାଯ ତରଫରୁ ୧୯୭୭ ମସିହାରୁ  ଦୂର୍ଗାପୂଜାର ଆୟୋଜନ ହେଇଥିଲା । କ୍ରମଶଃ ଶ୍ରର୍ଧାଲୁ ସଂଖ୍ୟାର ବୃଦ୍ଧି ପାଇଁ ୧୯୮୪ ମସିହାରେ ସେହି ପରିସର ମଧ୍ୟରେ ଏକ ଭବ୍ୟ କାଳୀ ମନ୍ଦିରର ନିର୍ମାଣ ହେଲା । ଏହି ମନ୍ଦିରର ନିର୍ମାଣ ଶୈଳୀ  ପାରମ୍ପରିକ ବଙ୍ଗାଳୀ ଟେରାକ୍କୋଟା ସ୍ଥାପତ୍ୟ ଶୈଳୀରେ ହେବା ସହ ପରେ ପରିସରରେ ଶିବରାଧାକୃଷ୍ଣଙ୍କ ମଧ୍ୟ ଦୁଇଟି ବଡ଼ ମନ୍ଦିର ନିର୍ମିତ ହେଇଥିଲା । ୨୦୦୬-୦୯ ମସିହାରେ ମନ୍ଦିର ଗୁଡିକରେ ତେରାକ୍କୋଟା କାମ ପୁନର୍ନିର୍ମିତ ହେଇଥିଲା । 

ଚିତ୍ତରଞ୍ଜନ ପାର୍କ ଅଞ୍ଚଳରେ ବଙ୍ଗାଳୀ ସଂପ୍ରଦାୟର ଘନତ୍ୱ ରହିଥିବାରୁ କାଳୀ ମନ୍ଦିର ସେମାନଙ୍କ ଏକ ମୁଖ୍ୟ ସଂସ୍କୃତିକ କେନ୍ଦ୍ର ତଥା ଯୋଗାଯୋଗ ସ୍ଥଳୀ ହେଇ ରହିଛି । ଏହାର ପରିଚାଳନା ପାଇଁ " ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର ସମିତି " ଗଠନ କରାଯାଇଛି । 

ପୂଜା ପାର୍ବଣ[ସମ୍ପାଦନା]

ଏଠାରେ ମୁଖ୍ୟ ଧର୍ମାନୁଷ୍ଠାନ ଭାବରେ ଦୁର୍ଗାପୂଜା ପ୍ରତିବର୍ଷ ପାଳିତ ହୁଏ । ପାଞ୍ଚ ଦିନ  ଧରି ପାଳିତ ହଉଥିବା ଏହି ପୂଜା ଦିଲ୍ଲୀ ସହରରେ ବହୁଳ ଜନପ୍ରିୟ[୩] ହେଇଥାଏ ଓ ପ୍ରତ୍ୟେକ ଦିନ ବହୁ ଜନସମାଗମ[୪]ହେଇଥାଏ । ପଶ୍ଚିମ ବଙ୍ଗରୁ ଏଠି ସକାଶେ ସେହି ଅଞ୍ଚଳର ତାଜା ଫୁଲ ଉଡାଜାହାଜ ଯୋଗେ ଆସିଥାଏ ।  ।  ଏହା ସହିତ ମନ୍ଦିର ପରିସରରେ ପ୍ରତି ବର୍ଷ କାଳୀ ପୂଜା , ଲକ୍ଷ୍ମୀ ପୂଜା , ସରସ୍ୱତୀ ପୂଜା , ଗଣେଶ ଚତୁର୍ଥୀ ଆଦି ମହାସମାରୋହରେ ପାଳିତ ହେଇଥାଏ । ଏଠାରେ ଥିବା ଏକ ହଲରେ ଦେବା ଦେବୀଙ୍କ ମୃନ୍ୱୟ ମୂର୍ତି ସବୁ ପୂଜା ଆଗରୁ ଶିଳ୍ପୀ ମାନଙ୍କଦ୍ୱାରା ନିର୍ମାଣ କରାଯାଇଥାଏ ।[୫] 

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. "City pandals step up security ahead of Puja". Indian Express. Oct 6, 2008.
  2. "How community pujas came about". India Today. September 25, 2009.
  3. A walk with the Goddess (2011-10-01). "A walk with the Goddess". The Pioneer. Retrieved 2011-10-07.
  4. "Durgotsav '98: Kali Mandir, Chittaranjan Park, New Delhi". Durgotsav98.tripod.com. Retrieved 2011-10-07.
  5. Alokparna Das (2008-10-05). "Divine image". Indian Express. Archived from the original on 2013-01-22. Retrieved 2011-10-07.

ବାହାର ଲିଙ୍କ [ସମ୍ପାଦନା]