ମେଲାରସୋପ୍ରୋଲ

ଉଇକିପିଡ଼ିଆ‌ରୁ
ମେଲାରସୋପ୍ରୋଲ
Clinical data
Trade namesArsobal[୧]
SynonymsMel B, Melarsen Oxide-BAL[୨]
AHFS/Drugs.comMicromedex Detailed Consumer Information
Pregnancy
category
  • ?
Routes of
administration
IV
ATC code
Legal status
Legal status
  • ?
Pharmacokinetic data
Bioavailability?
Metabolism?
Elimination half-life35 hours
ExcretionKidney
Identifiers
  • (2-(4-(4,6-diamino-1,3,5-triazin-2-ylamino)phenyl)-
    1,3,2-dithiarsolan-4-yl)methanol
CAS Number
PubChem CID
ChemSpider
UNII
KEGG
ChEMBL
ECHA InfoCard100.007.086 Edit this at Wikidata
Chemical and physical data
FormulaC12H15AsN6OS2
Molar mass398.341 g/mol
3D model (JSmol)
  • OCC1S[As](SC1)c3ccc(Nc2nc(nc(n2)N)N)cc3
  • InChI=1S/C12H15AsN6OS2/c14-10-17-11(15)19-12(18-10)16-8-3-1-7(2-4-8)13-21-6-9(5-20)22-13/h1-4,9,20H,5-6H2,(H5,14,15,16,17,18,19) checkY
  • Key:JCYZMTMYPZHVBF-UHFFFAOYSA-N checkY
 ☒NcheckY (what is this?)  (verify)

ମେଲାରସୋପ୍ରୋଲ (ଇଂରାଜୀ ଭାଷାରେ Melarsoprol) ଏକ ଔଷଧ ଯାହା ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗର ଚିକିତ୍ସାରେ ଦିଆଯାଏ । ମୂଖ୍ୟତଃ ଟ୍ରିପାନୋସୋମା ବ୍ରୁସେଇ ରୋଡେସିଏନସଦ୍ୱାରା (Trypanosoma brucei rhodesiense) ହେଉଥିବା ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗର ଦ୍ୱିତୀୟ ସ୍ଟେଜରେ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେଉଥିଲେ ଦିଆଯାଏ । ଟ୍ରିପାନୋସୋମା ବ୍ରୁସେଇ ଗାମ୍ବିଏସନ (Trypanosoma brucei gambiense) ଯୋଗୁ ହେଉଥିବା ରୋଗରେ ଇଫ୍ଲୋରନିଥିନ (eflornithine) ଦିଆଯାଏ । [୧] ଏହି ଔଷଧ ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୨]

ମେଲାରସୋପ୍ରୋଲର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।[୩] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଏନସେଫାଲୋପାଥି (brain dysfunction), କାଲୁଆ, ରାସ, ବୃକ୍‌କଯକୃତ ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗ୍ଲୁକୋଜ ୬ ଡିହାଇଡ୍ରୋଜେନେଜ ଅଭାବ (glucose-6-phosphate dehydrogenase ବା G6PD deficiency) ଥିଲେ ଲୋହିତ ରକ୍ତ କଣିକା (red blood cell breakdown) ଭାଙ୍ଗିଯିବା ସମ୍ଭାବନା ଥାଏ । ଗର୍ଭାବସ୍ଥାରେ ଏହାର ପ୍ରଭାବର ଅନୁଶୀଳନ ହୋଇନାହିଁ । ଆଡେନୋସିନ ଟ୍ରାଇଫସଫେଟ (adenosine triphosphate) ପ୍ରସ୍ତୁତ କରିବା ନିମନ୍ତେ ପରଜୀବୀ ଆବଶ୍ୟକ କରୁଥିବା ପାଇରୁଭେଟ କାଇନେଜ (pyruvate kinase) ଏଞ୍ଜାଇମକୁ ଏହି ଔଷଧ ଅବରୋଧ କରିଦିଏ । [୨]

ମେଲାରସୋପ୍ରୋଲ ସନ ୧୯୪୯ରୁ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ହେଉଛି ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗ ପ୍ରବଣ ଇଲାକାରେ ଏହା ବିନା ମୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦିଆଯାଏ ।[୩] କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନାହିଁ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରେଭେନସନ (Centers for Disease Control and Prevention) ଓ କାନାଡ଼ାରେ ହେଲଥ କାନାଡ଼ା (Health Canada) ସଂସ୍ଥାରେ ଏହା ମିଳେ ।[୧][୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Our Formulary Infectious Diseases Laboratories CDC". www.cdc.gov. 22 September 2016. Retrieved 7 December 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "Melarsoprol Drug Information, Professional". www.drugs.com. 20 December 1994. Archived from the original on 30 December 2016. Retrieved 7 December 2016.
  3. ୩.୦ ୩.୧ "Trypanosomiasis, human African (sleeping sickness)". World Health Organization. February 2016. Retrieved 7 December 2016.
  4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.