ଢଣକୋଇଲା ଯାତ୍ରା

ଉଇକିପିଡ଼ିଆ‌ରୁ

ଢଣକୋଇଲା ଯାତ୍ରା ଓଡ଼ିଶାରେ ପାଳନ ହେଉଥିବା ଏକ ପାରମ୍ପରିକ ପ୍ରାଚୀନ ଯାତ୍ରା । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଯାକଜମକରେ ପାଳିତ ହୋଇଥାଏ । ଏହା ଉଷାକୋଠୀ ଯାତ୍ରା ବା କୋଠୀଶାଳ ଯାତ୍ରା ନାମରେ ମଧ୍ୟ ଜଣା । କାର୍ତ୍ତିକ ମାସରେ ମାସ ବ୍ୟାପି ଏହି ଯାତ୍ରା ଅନୁଷ୍ଠିତ ହୁଏ ।ଗଞ୍ଜାମ ଜିଲ୍ଲାର ଏଇ ଯାତ୍ରାର ପରମ୍ପରା ଅତି ପୁରାତନ । କାହିଁ କେଉଁ କାଳରୁ ଗଞ୍ଜାମଜିଲ୍ଲାର ପୁରପଲ୍ଲୀରେ ଏହି ଯାତ୍ରାର ପ୍ରସିଦ୍ଧି ରହିଛି । ପୁରୁଣା ବ୍ରହ୍ମପୁରରେ ୧୯୬୨ ମସିହାରୁ ଏହି ଯାତ୍ରା ଅଦ୍ୟାବଧି ଆୟୋଜିତ ହୋଇଆସୁଛି ।

ପାଳନ[ସମ୍ପାଦନା]

ସମାଜର ମଙ୍ଗଳ କାମନା କରି ଏହି ଯାତ୍ରାରେ ତେତିଶି କୋଟି ଦେବତାଙ୍କୁ ପ୍ରତେକ ଦିନ ପୂଜା କରାଯିବା ପରେ କଳାକାରମାନେ ଆସି ବିଭିନ୍ନ ପ୍ରକାର ଗୀତନୃତ୍ୟ ଓ ଗାହାଣୀ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଅଷ୍ଟାଦଶ ପୁରାଣ ଚର୍ଚ୍ଚା କରିଥାନ୍ତି ।

ଅନ୍ୟପଟେ ଏହାକୁ ଏକ ମାନସିକ ବ୍ରତ ଭାବେ କୁହାଯାଉଥିବା ବେଳେ ପୂଜାମଣ୍ଡପ ନିକଟରେ ବିଭିନ୍ନ ଦେବାଦେବୀ ଯଥା ନବକାର୍ତ୍ତାୟନୀଙ୍କଠାରୁ ଆରମ୍ଭ କରି କାଳୀ, ଦୁର୍ଗା, ଜଗନ୍ନାଥଙ୍କ ପର୍ଯ୍ୟନ୍ତ ବିଭିନ୍ନ ଚିତ୍ର ଆଙ୍କନ କରାଯାଇ ଏକ ମାଟି ହାଣ୍ଡି ଉପରେ ଧନୁ ରଖାଯାଇ ପୂଜା କରାଯାଉଥିବାରୁ ଏହା ଢଣ କୋଇଲା ଯାତ୍ରା ଭାବେ ପରିଚିତ । ପ୍ରତେକ ଦିନ ପୁରାଣ ମାଧ୍ୟମରେ ଗାହଣୀ ଓ ପାଳିଆ ପୌରାଣିକ କଥାବସ୍ତୁକୁ ଆଧାର କରି ସମାଜର ମଙ୍ଗଳ କାମନା କିପରି ହୋଇପାରିବ ସେ ନେଇ ସଚେତନ କରିଥାନ୍ତି । ଏଇ ଯାତ୍ରା ସମୟରେ ମାନସିକଧାରୀମାନେ ନିଜ ମୁଣ୍ଡ ଉପରେ ପିତ୍ତଳ କଳସରେ ଉଷାକୋଠୀକୁ ନେଇ ମୟୁର ପିଛକୁ ଧରି ବିଭିନ୍ନ ସାହି ପରିକ୍ରମା କରନ୍ତି । ଏହି ସମୟରେ ବାଦ୍ୟର ତାଳେତାଳେ ପୁରାଣ ଚର୍ଚ୍ଚା ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । [୧]

ଆଧାର[ସମ୍ପାଦନା]

  1. "ବ୍ରହ୍ମପୁର ସହରରେ ଏବେବି ଆଦର ରହିଛି ଉଷାକୋଠୀ ଯାତ୍ରା..." Mbc tv. Retrieved 22 December 2016.