କୁମାର ସାଙ୍ଗାକାରା

ଉଇକିପିଡ଼ିଆ‌ରୁ
କୁମାର ସାଙ୍ଗାକାରା
ସାଙ୍ଗାକାରା ତାଙ୍କର ଅନ୍ତିମ ଦିନିକିଆରେ
ବ୍ୟକ୍ତିଗତ ତଥ୍ୟ
ନାମକୁମାର ଚୋକଶାନଡ଼ା ସାଙ୍ଗାକାରା
ଜନ୍ମ (1977-10-27) ୨୭ ଅକ୍ଟୋବର ୧୯୭୭ (ବୟସ ୪୬)
ମଟାଲେ, ଶ୍ରୀଲଙ୍କା
ଡାକ ନାମସାଙ୍ଗା
ଉଚ୍ଚତା5 ft 10 in (178 cm)
ବ୍ୟାଟିଂ ପ୍ରକାରବାମ-ହାତୀ
ବୋଲିଂ ପ୍ରକାରଦକ୍ଷିଣ ହାତୀ ଅଫ୍ ସ୍ପିନ୍
ଭୂମିକାୱିକେଟ ରକ୍ଷକ, ବ୍ୟାଟ୍ସମ୍ୟାନ
ସମ୍ପର୍କୀୟଧର୍ମପତ୍ନୀ: ୟେହାଲୀ ସାଙ୍ଗାକାରା
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୮୪)୨୦ ଜୁଲାଇ ୨୦୦୦ v ଦକ୍ଷିଣ ଆଫ୍ରିକା
ଶେଷ ଟେଷ୍ଟ୨୦ ଅଗଷ୍ଟ ୨୦୧୫ v ଭାରତ
ପ୍ରଥମ ଦିନିକିଆ (cap ୧୦୫)୫ ଜୁଲାଇ ୨୦୦୦ v ପାକିସ୍ତାନ
ଶେଷ ଦିନିକିଆ୧୮ ମାର୍ଚ୍ଚ ୨୦୧୫ v ଦକ୍ଷିଣ ଆଫ୍ରିକା
ଦିନିକିଆ ଜାମା ନମ୍ବର୧୧
ପ୍ରଥମ ଟି୨୦ (cap ୧୦)୧୫ ଜୁନ ୨୦୦୬ v ଇଂଲଣ୍ଡ
ଶେଷ ଟି୨୦୬ ଅପ୍ରେଲ ୨୦୧୪ v ଭାରତ
ଘରୋଇ ଦଳ ତଥ୍ୟ
YearsTeam
୧୯୯୭–ଏବେଯାଏଁNondescripts Cricket Club
୨୦୧୬–ଏବେଯାଏଁQuetta Gladiators
୨୦୦୭Warwickshire County Cricket Club
୨୦୧୧-୨୦୧୨ଡେକାନ୍ ଚାର୍ଜର୍‌ସ୍
୨୦୧୩ସନ୍‌ରାଇଜର୍‌ସ୍ ହାରଦ୍ରାବାଦ
୨୦୧୪Durham County Cricket Club
୨୦୧୫–ଏବାଯାଏଁSurrey County Cricket Club
୨୦୧୫–ଏବାଯାଏଁHobart Hurricanes
୨୦୧୫–ଏବେଯାଏଁDhaka Dynamites
୨୦୦୮-୨୦୧୦କିଙ୍ଗ୍ସ ଏକାଦଶ ପଞ୍ଜାବ
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ଟ୍ୱେଣ୍ଟି ୨୦ ପ୍ରଥମ ଶ୍ରେଣୀ କ୍ରିକେଟ
ମ୍ୟାଚ ସଂଖ୍ୟା ୧୩୪ ୪୦୪ ୫୬ ୨୫୦
ମୋଟ ରନ ୧୨,୪୦୦ ୧୪,୨୩୪ ୧୩୮୨ ୧୯,୪୨୦
ବ୍ୟାଟିଂ ହାର ୫୭.୪୦ ୪୧.୯୮ ୩୧.୪୦ ୫୦.୪୪
ଶତକ/ଅର୍ଦ୍ଧଶତକ ୩୮/୫୨ ୨୫/୯୩ ୦/୮ ୫୬/୮୪
ସର୍ବାଧିକ ରନ ୩୧୯ ୧୬୯ ୭୮ ୩୧୯
ବଲ ସଂଖ୍ୟା ୮୪ ୨୪୬
ଉଇକେଟ
ବୋଲିଂ ହାର  – ୧୫୦.୦୦
ଇନିଙ୍ଗସରେ ୫ଟି ଉଇକେଟ  –
ମ୍ୟାଚରେ ୧୦ଟି ଉଇକେଟ  –
ସବୁଠୁ ଭଲ ବୋଲିଂ ୧/୧୩
କ୍ୟାଚ/ଷ୍ଟମ୍ପିଙ୍ଗ ୧୮୨/୨୦ ୪୦୨/୯୯ ୨୫/୨୦ ୩୬୫/୩୩
Source: ESPNcricinfo, ୧୩ ନଭେମ୍ଭର ୨୦୧୬

କୁମାର ସାଙ୍ଗାକାରା (ଜନ୍ମ: ୨୭ ଅକ୍ଟୋବର ୧୯୭୭) ଶ୍ରୀଲଙ୍କା ଆନ୍ତର୍ଜାତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଖେଳାଳି ତ‌ଥା ଅବସର ନେଇଯାଇଥିବା ଅଧିନାୟକ, ଯିଏକି ବିଶ୍ୱର ଜଣେ ପ୍ରତିଭାଶାଳୀ କ୍ରିକେଟ ଖେଳାଳି ଭାବରେ ଗଣାଯାଆନ୍ତି ।[୧][୨] ସାଙ୍ଗାକାରା ଦିନିକିଆ କ୍ରିକେଟ ଖେଳରେ ଜଣେ ମହାନତମ ବ୍ୟାଟ୍ସମେନ ଭାବରେ ଗଣାଯାଉଥିବା ବେଳେ, ଶ୍ରୀଲଙ୍କା ଆନ୍ତର୍ଜାତୀୟ କ୍ରିକେଟ ଦଳର ଜଣେ ପ୍ରସିଦ୍ଧ ମ୍ୟାଚ-ବିଜେତା ତ‌ଥା ଶ୍ରୀଲଙ୍କା ଦଳରେ ଖେଳିଥିବା ଖେଳାଳୀମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠ ଖେଳାଳୀ ଭାବେ ଗଣାଯାଆନ୍ତି । ମହେଲା ଜୟବର୍ଦ୍ଧନଙ୍କ ସ‌ହ ସାଙ୍ଗାକାରା ଅନେକ ଆନ୍ତର୍ଜାତୀୟ ରେକର୍ଡ଼ କରିଛନ୍ତି ।[୧][୩][୪][୫][୬][୭]

ଜଣେ ବାମ-ହାତୀ ବ୍ୟାଟ୍ସମ୍ୟାନ, ଯିଏକି ୱିକେଟ ରକ୍ଷକ ଭାବରେ ଅନେକ ଇତିହାସ ମଧ୍ୟ ରଚିଛନ୍ତି । ମାତ୍ର ତାଙ୍କର ଟେଷ୍ଟ ଖେଳ ଜୀବନର ଅନ୍ତିମ ସମୟରେ ସେ ୱିକେଟ ରକ୍ଷକ ଭାବରେ ଖେଳୁ ନ ଥିଲେ, କେବଳ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଖେଳିଥିଲେ । ବର୍ତ୍ତମାନ ସୁଦ୍ଧା ସାଙ୍ଗାକାରା, ଦିନିକିଆରେ ଅଧିକ ରନ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ ୨ୟ ସ୍ଥାନରେ ଅଛନ୍ତି ଏବଂ ଟେଷ୍ଟରେ ପଞ୍ଚମ ସ୍ଥାନରେ ଅଛନ୍ତି ।[୮][୯]

କ୍ରିକେଟରେ ସାଙ୍ଗାକାରା ଜଣେ ନିଖୁଣ ବ୍ୟାଟ୍ସମ୍ୟାନ ଭାବରେ ବର୍ଣ୍ଣିତ ହୋଇଛନ୍ତି ।[୧୦][୧୧] ଏବି ଡିଭିଲିୟର୍ସଙ୍କ ସ‌ହିତ ସେ ୨୦୦୫ ଏବଂ ୨୦୧୫ ମଧ୍ୟରେ ଆଇସିସି ଟେଷ୍ଟ ବ୍ୟାଟିଂ ରେଙ୍କିଙ୍ଗ୍‌ରେ ଏକ ସାଙ୍ଗରେ ପ୍ରଥମ ସ୍ଥାନରେ ଥିଲେ । ୧୨ ଅଗଷ୍ଟ ୨୦୧୫ରେ ଆଇସିସି ଟେଷ୍ଟ କ୍ରିକେଟ ରେଙ୍କିଙ୍ଗ୍‌ରେ ସାଙ୍ଗାକାରା ୫ମ ସ୍ଥାନରେ ରହିଥିଲେ ।[୧୨]

ସାଙ୍ଗାକାରା ୨୦୧୪ ଟ୍ୱେଣ୍ଟି ୨୦ ବିଶ୍ୱକପରେ ପ୍ରମୁଖ ଖେଳାଳୀ ରୂପେ ଉଭା ହୋଇଥିଲେ । ସାଙ୍ଗାକାରାଙ୍କର ଦଳ ୨୦୦୭ ବିଶ୍ୱକପ, ୨୦୧୧ ବିଶ୍ୱକପ, ୨୦୦୯ ଟେଣ୍ଟି ୨୦ ବିଶ୍ୱକପ ଏବଂ ୨୦୧୨ ଟ୍ୱେଣ୍ଟି ୨୦ ବିଶ୍ୱକପର ଫାଇନାଲ ଯାଏ ଯାଇଥିଲେ । ୨୦୧୪ ଟ୍ୱେଣ୍ଟି ୨୦ ବିଶ୍ୱକପର ଫାଇନାଲରେ ସାଙ୍ଗାକାରା ଦଳ ପାଇଁ ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଶ୍ରୀଲଙ୍କା କ୍ରିକେଟ ଦଳକୁ ପ୍ରଥମ ଟ୍ୱେଣ୍ଟି ୨୦ ବିଶ୍ୱକପ ଜିତିବାରେ ସଫଳ କରାଇଥିଲେ ଏବଂ ଫାଇନାଲରେ ମ୍ୟାନ ଅଫ୍ ଦ ମ୍ୟାଚ୍ ପ୍ରାପ୍ତ ହୋଇଥିଲେ ।

ସାଙ୍ଗାକାରା ପ୍ରଥମ ଯୁବ ଖେଳାଳୀ ଯିଏକି MCC Spirit of Cricket Cowdrey Lectureରେ ବକ୍ତବ୍ୟ ଦେଇଥିଲେ । ସାଙ୍ଗାକାରାଙ୍କର ଏହି ବକ୍ତୃତା ବ୍ୟାପକ ଭାବରେ କ୍ରିକେଟ ଦୁନିଆରେ ପ୍ରଶଂସିତ ହେବା ସ‌ହ ଅନେକଙ୍କୁ ପ୍ରେରଣା ଯୋଗାଇଥିଲେ ।[୧୩][୧୪]

ସାଙ୍ଗାକାରା, ଟେଷ୍ଟ କ୍ରିକେଟରେ ୮୦୦୦, ୯୦୦୦, ୧୧୦୦୦ ଏବଂ ୧୨୦୦୦ ରନର ମାଇଲ ଖୁଣ୍ଟ ପାର କରିବାରେ ଦୃତ‌ତମ ବ୍ୟାଟ୍ସମ୍ୟାନ ଥିଲେ । ସେ ମଧ୍ୟ ଯୁଗ୍ମ ୧୦୦୦୦ ପୂରଣ କରିବାରେ ଦୃତ‌ତର ଥିଲେ ।[୧୫] ସେ ୨୦୧୨ ମସିହାରେ ଆଇସିସିର ଶ୍ରେଷ୍ଠ କ୍ରିକେଟର, ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଏବଂ ଦିନିକିଆରେ ୨୦୧୧ ଏବଂ ୨୦୧୩ରେ ଶ୍ରେଷ୍ଠ କ୍ରିକେଟର ଉପାଧି ପାଇଥିଲେ ।[୧୬]

୨୦୧୫ ଜାନୁଆରୀ ୨୯ରେ ସାଙ୍ଗାକାରା ଦିନିକିଆ କ୍ରିକେଟରେ ଶ୍ରୀଲଙ୍କାର ଖେଳାଳୀମାନଙ୍କ ମଧ୍ୟରେ ସର୍ବାଧିକ ରନର ଇତିହାସ ରଚିଥିଲେ । ସେ ସନତ ଜୟସୁରିୟାଙ୍କର ୧୩,୪୩୦ ରନର ଇତିହାସକୁ ପଛରେ ପକାଇ ଏହି ସଫଳତା ପ୍ରାପ୍ତ ହୋଇଥିଲେ । ସେହି ମ୍ୟାଚରେ ସାଙ୍ଗାକାରା ୱିକେଟ ରକ୍ଷକ ଭାବରେ ଆଡାମ୍ ଗିଲଖ୍ରୀଷ୍ଟଙ୍କର ରେକର୍ଡ଼ ମଧ୍ୟ ଭାଙ୍ଗି ଦେଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସାଙ୍ଗାକାରା ୧୯୭୭ ମସିହାରେ ମାଟାଲେ, ଶ୍ରୀଲଙ୍କାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତାଙ୍କ ନାମ କୁମାରୀ ସୁରଙ୍ଗନ ଏବଂ ପିତାଙ୍କ ନାମ ସ୍ୱର୍ଣ୍ଣକୁମାର ସାଙ୍ଗାକାରା ।[୧୭] ସାଙ୍ଗାକାରାଙ୍କର ମାତାପିତା କେଣ୍ଡିରେ ର‌ହୁଥିଲେ, ଯେଉଁଠାରେ ସାଙ୍ଗା ତାଙ୍କର ପିଲାବେଳ କଟାଇଛନ୍ତି । ସେହି ସ୍ଥାନରେ ସାଙ୍ଗା ତାଙ୍କର ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚଶିକ୍ଷା ତ୍ରିନଟି କଲେଜରୁ ପ୍ରାପ୍ତ କରିଛନ୍ତି । ସାଙ୍ଗାଙ୍କର ଦୁଇ ଜଣ ଭଉଣୀ ଅଛନ୍ତି: ତୁଶାରୀ ଓ ସରାଙ୍ଗା ଏବଂ ଜଣେ ବଡ଼ ଭାଇ ବିମିନ୍ଦ୍ର ମଧ୍ୟ ଅଛନ୍ତି । ଏମାନେ ସମସ୍ତେ ସ୍କୁଲବେଳେରୁ ଜାତୀୟ ସ୍ତରରେ ସଫଳତା ପାଇଥିଲେ । ସାଙ୍ଗାକାରା ଛୋଟବେଳୁ ସ୍କୁଲରେ ପଢ଼ୁଥିଲେ ବେଳେ ବ୍ୟାଡ଼ମିଣ୍ଟନ, ଟେନିସ୍, ପ‌ହଁରିବା, ଟେବୁଲ ଟେନିସ୍ ଏବଂ କ୍ରିକେଟ ଆଦି ଖେଳିବା ଆରମ୍ଭ କରିଥିଲେ । ଅଳ୍ପ ବୟସରେ ସେ ଜାତୀୟ ସ୍ତରରେ ବ୍ୟାଡ଼ମିଣ୍ଟନ ଏବଂ ଟେନିସ୍‌ରେ ଖେଳିବାର ସୁଯୋଗ ପାଇଥିଲେ । ଏହା ପରେ ତାଙ୍କର କଲେଜର ଅଧକ୍ଷ, ଲିଓନାର୍ଡ଼ ଡି ଆଲ୍‌ୱାଇସ୍ ସାଙ୍ଗାଙ୍କୁ କ୍ରିକେଟ ଖେଳ ଅଧିକ ଧ୍ୟାନ ଦେବାକୁ ତାଙ୍କ ମାଆଙ୍କୁ ଉପଦେଶ ଦେଇଥିଲେ ।[୧୮]

୧୯୮୩ରେ ହେଇଥିବା ବ୍ଲାକ ଜୁଲାଇ ଦଙ୍ଗା ସମୟରେ ସାଙ୍ଗାଙ୍କର ପିତାମାତା ତାମିଲ ପରିବାରମାନଙ୍କୁ ଲୁଚାଇ ରଖିଥିଲେ ।[୧୯]

୧୩ବର୍ଷରୁ କମ ବୟସ କ୍ରିକେଟରେ ପ୍ରଶିକ୍ଷକ ଉପାନନ୍ଦ ଜୟସୁନ୍ଦରଙ୍କ ତ‌ତ୍ୱାବଧାନରେ ସାଙ୍ଗା ତାଙ୍କର ବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରିଥିଲେ । [୧୭] ପ୍ରଶିକ୍ଷକ ବେର୍ଟି ୱିଜେସିନ୍ଦେଙ୍କ ତ‌ତ୍ୱାବଧାନରେ ସାଙ୍ଗା ୧୫ବର୍ଷରୁ କମ, ୧୭ବର୍ଷରୁ କମ, ୧୯ବର୍ଷରୁ କମ ଏବଂ ପ୍ରଥମ ଏକଦଶ ସ୍କ୍ୱାର୍ଡ ପାଇଁ ଖେଳିଥିଲେ ।[୨୦] ମାତ୍ର ୧୯ ବର୍ଷ ବୟସରେ ସାଙ୍ଗା ତାଙ୍କର ବ୍ୟାଟିଂ ଏବଂ ୱିକେଟ ରକ୍ଷକର ଦକ୍ଷତା ପାଇଁ ନାମକ ଖେଳର ଏକ ସମ୍ମାନସ୍ପଦ ଉପାଧି ଦ ଟ୍ରିନିଟି ଲାୟନ ଗ୍ରହଣ କରିଥିଲେ । [୨୧] ୧୯୯୮-୯୯ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଶ୍ରୀଲଙ୍କା ଦଳକୁ ପ୍ରତିନିଧିତ୍ୱ କରିବା ପାଇଁ ସାଙ୍ଗାଙ୍କୁ ସୁଯୋଗ ମିଳିଥିଲା । ଜିମ୍ବାୱେ ବିରୁଦ୍ଧରେ ଏଲ ଦିନିକିଆ ମ୍ୟାଚରେ ଅପରାଜିତ ୧୫୬ ରନ କରି ସାଙ୍ଗା ଶ୍ରୀଲଙ୍କା ଜାତୀୟ ଦଳରେ ତାଙ୍କର ସ୍ଥାନ ସ୍ଥାୟୀ କରିଥିଲେ ।[୨୨]

ସାଙ୍ଗା ତାଙ୍କ ବିଦ୍ୟାଳୟରେ ବରିଷ୍ଠ ମୁଖ୍ୟ ଥିଲେ । ୧୯୯୬ ମସିହାରେ ସାଙ୍ଗା କଳାରେ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ । ସବୁ ବିଭାଗରେ ଦକ୍ଷ ହୋଇଥିବାରୁ ସାଙ୍ଗା ଟ୍ରିନିଟ କଲେଜର ସର୍ବୋଚ୍ଚ ସମ୍ମାନ୍ନ ରାଇଡ଼୍ ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଥିଲେ । ସାଙ୍ଗା ତାଙ୍କର ପିତାଙ୍କ ପଥକୁ ଅନୁସରଣ କରି ଏକ ଆଇନ ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ, ମାତ୍ର କ୍ରିକେଟ ଖେଳ ପାଇଁ ସେ ସ୍ନାତକ ହାସଲ କରିପାରି ନ ଥିଲେ ।[୨୩] ସାଙ୍ଗା ସଙ୍ଗୀତକୁ ବ‌ହୁତ ଭଲ ପାଆନ୍ତି ଏବଂ ସେ ତାଙ୍କର ବିଦ୍ୟାଳୟରେ ଏକ ଭାଓଲିନ ବଜାଉଥିଲେ ।[୨୪]

ଆନ୍ତର୍ଜାତୀୟ ଜୀବନୀ[ସମ୍ପାଦନା]

ପ୍ରାରମ୍ଭ ଖେଳ[ସମ୍ପାଦନା]

ସାଙ୍ଗାକାରା ୨୦୦୦ମସିହାରେ ଏକ ତ୍ରିରାଷ୍ଟ୍ରିୟ ସିରିଜରେ ପାକିସ୍ତାନ ବିରୁଦ୍ଧରେ ଦିନିକିଆ କ୍ରିକେଟରେ ପ୍ରବେଶ କରି ୩୫ରନ କରିଥିଲେ[୨୫][୨୬] ଏବଂ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୮୫ରନ କରି ପ୍ରଥମ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।[୨୭] ସେହି ସିରିଜରେ ସାଙ୍ଗା ୧୯୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ଏବଂ ଭବିଷ୍ୟତରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ସିରିଜରେ ତାଙ୍କର ସ୍ଥାନ ପକ୍କା କରିଥିଲେ । ୨୦୦୦ ମସିହା ଜୁଲାଇ ୨୦ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସାଙ୍ଗାକାରା ୨୨ବର୍ଷ ବୟସରେ ୱିକେଟ ରକ୍ଷକ ଭାବରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜରିଆରେ ଟେଷ୍ଟ କ୍ରିକେଟ ଦୁନିଆରେ ପ୍ରବେଶ କରିଥିଲେ । ଟେଷ୍ଟ କ୍ରିକେଟର ପ୍ରଥମ ମ୍ୟାଚରେ ସାଙ୍ଗା ମାତ୍ର ୨୫ କରିବାରେ ସକ୍ଷମ ହୋଇଥିଲେ, ହେଲେ ଶ୍ରୀଲଙ୍କା ସେହି ମ୍ୟାଚଟି ଜିତିଥିଲା ।[୨୮] ସାଙ୍ଗା ପ୍ରଥମକରି ଶତକ ହାସଲ କରିବା ଆଗରୁ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିରୁଦ୍ଧ ମ୍ୟାଚରେ ୯୦ରନ କରି ଆଉଟ ହୋଇଯାଇଥିଲେ । ୨୦୦୧ ମସିହା ଅଗଷ୍ଟ ମାସରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିବାବେଳେ ପ୍ରଥମ ଟେଷ୍ଟରେ ସାଙ୍ଗା ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ ।[୨୯] ସେହି ମ୍ୟାଚରେ ତାଙ୍କର ଅପରାଜିତ ୧୦୫ ବଳରେ ଶ୍ରୀଲଙ୍କା ୧୦ୱିକେଟରେ ମ୍ୟାଚଟି ଜିତିଥିଲା ।[୩୦]

ଦ୍ୱିତୀୟ ଏସିଆ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ସାଙ୍ଗା ପାକିସ୍ତାନ ବିରୁଦ୍ଧରେ ତାଙ୍କର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ ।[୩୧] ସାଙ୍ଗାଙ୍କର ଏହି ଅପରାଜିତ ଦ୍ୱିଶତକ ପାଇଁ ଶ୍ରୀଲଙ୍କା ଏହି ଟେଷ୍ଟ ଚମ୍ପିଆନସିପ ଜିତିପାରିଥିଲା । ୨୦୦୩ ମସିହାରେ ସାଙ୍ଗା ଦିନିକିଆରେ ପ୍ରଥମ ଶତକ ପାକିସ୍ତାନ ବିରୁଦ୍ଧରେ ହାସଲ କରିଥିଲେ ।[୩୨] ୨୦୦୪ ମସିହାରେ ଜିମ୍ବାୱେ ବିରୁଦ୍ଧରେ ସାଙ୍ଗା ଏବଂ ମାର୍ବନ ଅଟାପଟ୍ଟୁ ୨ୟ ୱିକେଟରେ ୪୩୮ ରନର ଦ୍ୱେତ ରନ ସଂଗ୍ରହ କରିଥିଲେ, ଯାହାକି ବିଶ୍ୱର ୪ର୍ଥ ସର୍ବାଧିକ ରନ ।[୩୩] ସେହି ମ୍ୟାଚରେ ସାଙ୍ଗା ପ୍ରଥମ କରି ୨୫୦ ରନ ଅତିକ୍ରମ କରି ୨୭୦ ରନ କରିଥିଲେ ।[୩୪]

ଉପ-ଅଧିନାୟକ[ସମ୍ପାଦନା]

Sangakkara (right) resigned the captaincy after the 2011 World Cup and was succeeded by Tillakaratne Dilshan (left).

୨୦୦୬ ଫେବୃଆରୀରେ ବାଙ୍ଗଲାଦେଶ ଗସ୍ତ ବେଳେ ନିୟମୀତ ଅଧିନାୟକ ମାର୍ବନ ଅଟାପଟ୍ଟୁ ଆହାତ ହେବାପରେ ମହେଲା ଜୟବର୍ଦ୍ଧନ ଅଧିନାୟକ ହୋଇଥିଲେ ଏବଂ ସାଙ୍ଗାକାରା ଉପ-ଅଧିନାୟକ ହୋଇଥିଲେ ।[୩୫] ୨୦୦୬ ମାର୍ଚ୍ଚରେ ପାକିସ୍ତାନ ଶ୍ରୀଲଙ୍କା ଗସ୍ତରେ ଆସିଥିବା ବେଳେ ଅଧିନାୟକ ଅଟାପଟ୍ଟୁ ସୁସ୍ଥ ହୋଇନଥିବାରୁ ପୁଣିଥରେ ଜୟବର୍ଦ୍ଧନ ଅଧିନାୟକ ଏବଂ ସାଙ୍ଗା ଉପ-ଅଧିନାୟକ ହୋଇଥିଲେ । [୩୬] ଏହି ଦୁଇ ଯୋଡ଼ିଙ୍କର ଏକ ଅସ୍ଥାୟୀରୂପରେ ୩ୟ ସିରିଜ ମଧ୍ୟ ଖେଳିଥିଲା ।[୩୭] ଜୁଲାଇ ୨୦୦୬ରେ ସାଙ୍ଗାକାରା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ମହେଲା ଜୟବର୍ଦ୍ଧନଙ୍କ ସ‌ହ ତାଙ୍କର ଟେଷ୍ଟ ଜୀବନର ଦ୍ୱିତୀୟ ସର୍ବାଧିକ ରନ(୨୮୭) ସଂଗ୍ରହ କରିଥିଲେ । ଏହି ଯୋଡ଼ି ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ(୬୨୪) ସଂଗ୍ରହ କରି ବିଶ୍ୱରେକର୍ଡ଼ ସ୍ଥାପନ କରିଥିଲେ ।[୩୮]

୨୦୦୭ ମସିହା ଡିସେମ୍ବର ୬ରେ ସାଙ୍ଗାକାରା ଆଇସିସି ଟେଷ୍ଟ ଖେଳାଳୀର ତାଲିକାରେ ୯୩୮ ରେଟିଂରେ ସର୍ବାଗ୍ରେ ସ୍ଥାନ ପାଇଥିଲେ, ଯାହାକି ଜଣେ ଶ୍ରୀଲଙ୍କୀୟ ଖେଳାଳୀରେ ଶ୍ରେଷ୍ଠ କୃତି ।[୧୭] ୨୦୦୫ ମସିହା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ବିପକ୍ଷରେ ଆଇସିସିରେ ଶ୍ରେଷ୍ଠ ଏକାଦଶରେ ସ୍ଥାନ ଦଖଲ କରି ସାଙ୍ଗା ବିଶ୍ୱଦରବାରରେ ପରିଚିତ ହୋଇଥିଲେ ।

ଟେଷ୍ଟ କ୍ରିକେଟରେ ଦୃତ‌ତମ ୮୦୦୦, ୯୦୦୦, ୧୦୦୦୦, ୧୧୦୦୦ ଏବଂ ୧୨୦୦୦ ରନ ପୂରଣ କରିବାରେ ସାଙ୍ଗାକାରେ ହେଉଛନ୍ତି ପ୍ରଥମ ବ୍ୟାଟସ୍‌ମ୍ୟାନ । ୨୦୦୬ ମଇ ମାସରେ ଶ୍ରୀଲଙ୍କା ଦଳରେ ଇଂଲଣ୍ଡ ଗସ୍ତବେଳେ ସାଙ୍ଗା ମଧ୍ୟ ଉପ-ଅଧିନାୟକର ଦାୟିତ୍ୱ ତୁଲାଇଥିଲେ । ମାର୍ଚ୍ଚ ୩ ୨୦୦୯ରେ ପାକିସ୍ତାନରେ ଶ୍ରୀଲଙ୍କା ଖେଳାଳୀଙ୍କ ବସ ଉପରେ ଆତଙ୍କବାଦୀଙ୍କର ଆକ୍ରମଣ ହୋଇଥିଲା । ସେହି ଆକ୍ରମଣରେ ଆହାତ ୬ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ସାଙ୍ଗାକାରା ମଧ୍ୟ ଥିଲେ । ଏହି ଆକ୍ରମଣରେ ସାଙ୍ଗାଙ୍କର କାନ୍ଦରେ ଆଘାତ ଲାଗିଥିଲା ।[୩୯]

ଅଧିନାୟକ[ସମ୍ପାଦନା]

Sangakkara's record as captain
  Matches Won Lost Drawn No result
Test[୪୦] 15 5 3 7
ODI[୪୧] 45 27 14 4
T20I[୪୨] 21 12 9

୨୦୦୯ ମସିହା ଫେବୃଆରୀରେ ଶ୍ରୀଲଙ୍କାର ଅଧିନାୟକ ମହେଲା ଜୟବର୍ଦ୍ଧନ ଶ୍ରୀଲଙ୍କା ଦଳ ପାଇଁ ଭଲ ପ୍ରଦର୍ଶନ କରିବା ଆଶାରେ ଅଧିନାୟକ ପଦରୁ ଇସ୍ତଫା ଦେବାର ଘୋଷଣା କରିଥିଲେ । ତାଙ୍କ ଅନୁସାରେ, ତାଙ୍କୁ ଅଧିନାୟକ ପଦ ତ୍ୟାଗ କରି ୨୦୧୧ ବିଶ୍ୱକପ ପାଇଁ ୨ବର୍ଷର ସମୟ ଅବଧି ମଧ୍ୟରେ ପ୍ରସ୍ତୁତ ହେବା ଉଚିତ ହେବ । [୪୩] ସେଥିପାଇଁ, ୩୧ ବର୍ଷ ବୟସରେ ୮୦ଟି ଟେଷ୍ଟ ମ୍ୟାଚ ଏବଂ ୨୪୬ଟି ଦିନିକିଆ ଖେଳିଥିବା ସାଙ୍ଗାକାରା ଜୟବର୍ଦ୍ଧନଙ୍କ ସ୍ଥାନ ପୂରଣ କରି ଶ୍ରୀଲଙ୍କା ଆନ୍ତର୍ଜାତୀୟ କ୍ରିକେଟ ଦଳର ସବୁ ବିଭାଗର ଅଧିନାୟକ ହୋଇଥିଲେ । ୨୦୦୯ ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ଟ୍ୱେଣ୍ଟି ୨୦ ବିଶ୍ୱକପରେ ଅଧିନାୟକ ଭାବରେ ସାଙ୍ଗାଙ୍କର ପ୍ରଥମ ମ୍ୟାଚ ଥିଲା ।[୪୪] ସେହି ବିଶ୍ୱକପରେ ଶ୍ରୀଲଙ୍କା ସମସ୍ତ ମ୍ୟାଚ ଜିତିକି ଫାଇନାଲରେ ପ୍ରବେଶ କରିବା ପରେ, ପାକିସ୍ତାନଠାରୁ ପରାସ୍ତ ହୋଇ ବିଜେତା ହେବାରୁ ବଞ୍ଚିତ ହୋଇଥିଲା । ଫାଇନାଲ ମ୍ୟାଚରେ ସାଙ୍ଗାକାରା ଅପରାଜିତ ୬୪ ରନ କରିଥିଲେ ମଧ୍ୟ ଶ୍ରୀଲଙ୍କା ଦଳ ବିଜୟର ମୁକୁଟ ପାଇନଥିଲା ।[୪୫] ଏହା ପରେ ସେପ୍ଟେମ୍ବର ୨୦୦୯ରେ ଅନୁଷ୍ଠିତ ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଶ୍ରୀଲଙ୍କା ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରି ନ ପାରି ବାଦ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଭାରତ ଗସ୍ତରେ ମଧ୍ୟ ଟେଷ୍ଟରେ ୨-୦ ଏବଂ ଦିନିକିଆରେ ୩-୧ରେ ପରାଜିତ ହୋଇଥିଲା ।

ସାଙ୍ଗାକାରାଙ୍କର ଅଧିନାୟକତ୍ୱରେ ଶ୍ରୀଲଙ୍କା ଦଳ ପରବର୍ତ୍ତୀ ସମୟରେ ବାଙ୍ଗଲାଦେଶରେ ଅନୁଷ୍ଠିତ ତ୍ରିରାଷ୍ଟ୍ରିୟ ସିରିଜ, ଜିମ୍ବାୱେରେ ଅନୁଷ୍ଠିତ ତ୍ରିରାଷ୍ଟ୍ରିୟ ସରିଜ ଏବଂ ୨୦୧୦ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରିୟ ସିରିଜରେ ଭାରତକୁ ହରାଇ ବିଜେତା ହୋଇଥିଲା । ୨୦୧୦-୧୧ରେ ଅଷ୍ଟ୍ରେଲିଆରେ ଗସ୍ତରେ ଶ୍ରୀଲଙ୍କା ଦଳ ଟେଣ୍ଟି ୨୦ ଏବଂ ଦିନିକିଆ ସିରିଜର ବିଜେତା ହୋଇଥିଲା । ଏହି ବିଜୟ ଶ୍ରୀଲଙ୍କା ଦଳର ଅଷ୍ଟ୍ରେଲିଆରେ ପ୍ରଥମ ବିଜୟ ଥିଲା ।[୪୬]

୨୦୧୧ ବିଶ୍ୱକପର ମାସେ ଆଗରୁ ସାଙ୍ଗାକାରା ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ ।[୪୭] ଏହି ବିଶ୍ୱକପରେ ସାଙ୍ଗାକାରାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଫାଇନାଲରେ ଭାରତଠାରୁ ପରାସ୍ତ ହୋଇଥିଲା । [୪୮] ପୂରା ଟୁର୍ଣ୍ଣାମେଣ୍ଟ ସାରା ସାଙ୍ଗାକାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେ ୯ଟି ମ୍ୟାଚରେ ୪୬୫ ରନ ସଂଗ୍ରହ କରିବା ସ‌ହ ତିଳକରତ୍ନ ଦିଲସାନ ଏବଂ ସଚିନ ତେନ୍ଦୁଲକରଙ୍କ ପରେ ଅଧିକ ରନ ସଂଗ୍ରହକାରୀ ଥିଲେ । ଏହି ବିଶ୍ୱକପରେ ସାଙ୍ଗାକାରା ଟି୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

ଅଧିନାୟକ ପଦ ଛାଡ଼ିବା ପରେ[ସମ୍ପାଦନା]

Sangakkara's results in international matches[୪୯]
  Matches Won Lost Drawn Tied No result
Test[୫୦] 134* 54 42 37 0
ODI[୫୧] 404 217 167 - 2 17
T20I[୫୨] 56 34 20 1 1

୨୦୧୧ ବିଶ୍ୱକପ ପରେ ସାଙ୍ଗାକାରା ଅଧିନାୟକ ପଦବୀ ତ୍ୟାଗ କରିବା ପରେ ଦଳ ପାଇଁ ଅନେକ ମହତ୍ୱପୂର୍ଣ୍ଣ ମ୍ୟାଚ ଖେଳିଥିଲେ । ସାଙ୍ଗାକାରାଙ୍କ ଅଧିନାୟକ ପଦ ଛାଡ଼ିବା ପରେ ତିଳକରତ୍ନ ଦିଲସାନ ଶ୍ରୀଲଙ୍କା ଦଳର ନେତୃତ୍ୱ ନେଇଥିଲେ । ୨୦୧୧ ମସିହାରେ ସାଙ୍ଗା ଲୋକମାନଙ୍କ ପସନ୍ଦରେ ଆଇସିସିଠାରୁ ପୁରସ୍କାର ପାଇଥିଲେ[୫୩] ୨୦୧୨ରେ ତାଙ୍କୁ ୱାଇଜଡମ କ୍ରିକେଟର ଅଫ ଦ ଇଅର ସମ୍ମାନରେ ସମ୍ମାନିତ କରାଯାଇଥିଲା[୫୪] ଏବଂ ଶ୍ରେଷ୍ଠ ପାଞ୍ଚଜଣ ଖେଳାଳୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।

୨୦୧୨ ମସିହାରେ ଇଂଲଣ୍ଡ ବିରୁଦ୍ଧ ମ୍ୟାଚରେ ସାଙ୍ଗାକାରା ଅର୍ଦ୍ଧଶତକଟିଏ କରିବାରେ ଅକ୍ଷମ ହୋଇଥିଲେ । ମାତ୍ର ପାକିସ୍ତାନ ବିରୁଦ୍ଧରେ ପୁଣିଥରେ ସାଙ୍ଗା ତାଙ୍କର ପୂର୍ବ ସ୍ଥାନ‌କୁ ଫେରିଥିଲେ । ସେଠାରେ ଦିନିକିଆରେ ସେ ୯୦ରୁ ଅଧିକ ରନ କରିଥିଲେ । ଏବଂ ଟେଷ୍ଟରେ ଦୁର୍ଭାଗ୍ୟ ବଶତଃ ଏକ ଭୁଲ ନିଷ୍ପତ୍ତି ପାଇଁ ୧୯୯ରେ ଆଉଟ ହୋଇଥିଲେ । ସେହି ମ୍ୟାଚଟି ଶ୍ରୀଲଙ୍କା ଜିତିବା ପରେ ପୁଣିଥରେ ସେ ସେହି ସିରିଜର ପରବର୍ତ୍ତୀ ମ୍ୟାଚରେ ୧୯୨ ରନ କରିଥିଲେ । ଶ୍ରୀଲଙ୍କା ଦଳ ଏହି ଟେଷ୍ଟ ସିରିଜଟି ୧-୦ରେ ଜିତିଥିଲା, ଯାହାକି ମୁଥିୟା ମୁରଲିଧରନଙ୍କ ଅବସର ପରେ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ସିରିଜ ବିଜୟ ଥିଲା ।

୨୦୧୪ରେ ବାଙ୍ଗଲାଦେଶରେ ଗସ୍ତରେ ଯାଇଥିବା ଶ୍ରୀଲଙ୍କା ଦଳରେ ସାଙ୍ଗାକାରା ତାଙ୍କର ଟେଷ୍ଟ ଜୀବନୀରେ ସର୍ବାଧିକ ରନ(୩୧୯) ସଂଗ୍ରହ କରିଥିଲେ ।[୫୫] ସନତ ଜୟସୁରିୟା ଏବଂ ମହେଲା ଜୟବର୍ଦ୍ଧନଙ୍କ ପରେ ସଙ୍ଗାକାରା ହେଉଛନ୍ତି ୩ୟ ଶ୍ରୀଲଙ୍କୀୟ ଖେଳାଳୀ ଯିଏକି ତ୍ରିଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ ।

୩ୟ ୱିକେଟରେ ସାଙ୍ଗାକାରା ଏବଂ ମହେଲା ଜୟବର୍ଦ୍ଧନଙ୍କର ଯୋଡ଼ି ସର୍ବାଧିକ ରନ ସଂଗ୍ରହ କରିଛି । ତାଙ୍କ ପରେ ରହିଛନ୍ତି ରାହୁଳ ଦ୍ରାବିଡ଼ ଏବଂ ସଚିନ ତେନ୍ଦୁଲକରଙ୍କ ଯୋଡ଼ି । ସଚିନ ଏବଂ ରାହୁଲ ୫୮୨୬ ରନ ସଂଗ୍ରହ କରିଥିବା ବେଳେ ସାଙ୍ଗା ଏବଂ ଜୟବର୍ଦ୍ଧନ ୫୮୯୦ ସଂଗ୍ରହ କରି ପ୍ରଥମ ସ୍ଥାନରେ ଅଛନ୍ତି ।

୨୦୧୪ ଏସିଆ କପ୍‌ରେ ସାଙ୍ଗା ୫ଟି ମ୍ୟାଚରୁ ୨୪୫ ରନ ସଂଗ୍ରହ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସାଙ୍ଗା ପାକିସ୍ତାନ ବିରୁଦ୍ଧରେ ୬୩, ଭାରତ ବିରୁଦ୍ଧରେ ୧୦୩, ଆଫଗାନିସ୍ତାନ ବିରୁଦ୍ଧରେ ୭୭ ଏବଂ ବାଂଲାଦେଶ ବିରୁଦ୍ଧରେ ୨ରନ ସଂଗ୍ରହ କରିଥିଲେ । ମାତ୍ର ଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ଖାତା ଖୋଲିବା ଆଗରୁ ଆଉଟ ହୋଇଯାଇଥିଲେ । କିନ୍ତୁ ଶ୍ରୀଲଙ୍କା ଏହାର ବିଜେତା ହୋଇଥିଲା । ୨୦୧୪ ଆଇସିସି ଟ୍ୱେଣ୍ଟି ୨୦ ମ୍ୟାଚ ପରେ ସାଙ୍ଗାକାରା ଟ୍ୱେଣ୍ଟି ୨୦ କ୍ରିକେଟରୁ ଅବସର ନେଇଥିଲେ ।

ଅବସର[ସମ୍ପାଦନା]

୨୦୧୪ରେ ଅନୁଷ୍ଠିତ ଆଇସିସି ଟ୍ୱେଣ୍ଟି୨୦ ବିଶ୍ୱକପ ସମୟରେ ସାଙ୍ଗାକାରା ଟ୍ୱେଣ୍ଟି୨୦ରୁ ସନ୍ୟାସ ନେବାର ଘୋଷଣା କରିଥିଲେ ଏବଂ ବିଶ୍ୱକପ ପରେ ଅପ୍ରେଲ ୨୦୧୪ରେ ସେ ସାଥୀ ମହେଲା ଜୟବର୍ଦ୍ଧନଙ୍କ ସ‌ହ ସନ୍ୟାସ ନେଇଥିଲେ । ଏହା ପରେ ଡିସେମ୍ବର ୨୦୧୪ରେ, ୨୦୧୫ ବିଶ୍ୱକପ ପରେ ସାଙ୍ଗା ଦିନିକିଆ କ୍ରିକେଟରୁ ଅବସର ନେବା କଥା ଘୋଷଣା କରିଥିଲେ । ପୁଣିଥରେ ଜୟବର୍ଦ୍ଧନଙ୍କ ସ‌ହ ସାଙ୍ଗା ୨୦୧୫ ମାର୍ଚ୍ଚ ୧୮ରେ ଦିନିକିଆରୁ ଅବସର ନେଇଥିଲେ ।[୫୬]


୧୮ ମାର୍ଚ୍ଚ ୨୦୧୫ରେ ସାଙ୍ଗା ଦିନିକିଆ କ୍ରିକେଟରୁ ଅବସର ନେବା ପରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ନବୀନ ଦିସାନାୟକ ମନ୍ତବ୍ୟ ଦେଇଥିଲେ କି, ସାଙ୍ଗାଙ୍କୁ ତାଙ୍କର ନିଷ୍ପତ୍ତି ଉପରେ ପୁନଃବିଚାର କରିବା ଆବଶ୍ୟକ । ସେ କ‌ହିଥିଲେ କି ଅତୀତରେ ଶ୍ରୀଲଙ୍କାର କ୍ରିକେଟ ବୋର୍ଡ଼ ପାଇଁ ସାଙ୍ଗାଙ୍କୁ କିଛିଟା ଅସୁବିଧା ଭୋଗ କରିବାକୁ ପଡ଼ିଥିଲା, ମାତ୍ର ବର୍ତ୍ତମାନ ସେହି ସବୁ ଧିରେ ଧିରେ ସୁଧୁରିବାରେ ଲାଗିଲାଣି, ତେଣୁ ସାଙ୍ଗାଙ୍କୁ ତାଙ୍କର ନିଷ୍ପତ୍ତି ଉପରେ ପୁନଃ ବିଚାର କରିବା ଆବଶ୍ୟକ ରହିଛି । କିନ୍ତୁ ସାଙ୍ଗାକାରା କ୍ରୀଡ଼ା ମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ।[୫୭]

ଏହାପରେ ୨୭ ଜୁନ ୨୦୧୫ରେ ସାଙ୍ଗା ଟେଷ୍ଟ କ୍ରିକେଟରୁ ଅବସର ବିଷୟରେ ଘୋଷଣା କରିଥିଲେ । ୨୦୧୫ରେ ଭାରତ ସ‌ହ ଖେଳାଯାଇଥିବା ଟେଷ୍ଟ ସିରିଜରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ ସାଙ୍ଗା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ।[୫୮][୫୯] ବିଦାୟୀ ମ୍ୟାଚର ପ୍ରଥମ ପାରୀରେ ସାଙ୍ଗା ୩୨ କରିବା ସ‌ହ ଦ୍ୱିତୀୟ ପାରୀରେ ୧୮ ରନ କରିବାରେ ସକ୍ଷମ ହୋଇଥିଲେ ।

"ପି ସାରା ଓଭାଲ" ଖେଳ ପଡ଼ିଆଟି ସାଙ୍ଗାଙ୍କ ପାଇଁ ଅନେକ ବାର୍ତ୍ତା ନେଇ ସେଦିନ ସଜା ଯାଇଥିଲା । ସେହି ବାର୍ତ୍ତାମାନଙ୍କ ମଧ୍ୟରେ ଥିଲା: "Thank You Sanga" ଏବଂ "Class Never Retires" ।[୬୦] ସାଙ୍ଗାଙ୍କର ଦଳର ପୁରୁଣା ସାଥୀ ଜୟବର୍ଦ୍ଧନ, ତିଲନ୍ ତୁସାର, ସନତ ଜୟସୁରିୟା, ମୁରଲିଧରନ ପ୍ରମୁଖ ସାଙ୍ଗାଙ୍କୁ ବିଦାୟୀ ସେହିଦିନ ସେହି ଖେଳ ପଡ଼ିଆକୁ ଆସିଥିଲେ । ସେହିଦିନ ସାଙ୍ଗାଙ୍କୁ "ଶତାବ୍ଦୀର ଶ୍ରେଷ୍ଠ ଖେଳାଳୀ" ବିବେଚିତ କରାଯାଇଥିଲା ଏବଂ ତାଙ୍କର ଖେଳର କିଛି ପୁରୁଣା ସ୍ମୃତି ଏବଂ କୃତ୍ତିକୁ ମନେପକାଯାଇଥିଲା ।

୨ୟ ଟେଷ୍ଟର ସମାପ୍ତି ପରେ ସାଙ୍ଗାଙ୍କ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶ୍ରୀଲଙ୍କାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପୂର୍ବତନ ଅଧିନାୟକ ଅର୍ଜୁନ ରାଣାତୁଙ୍ଗା, ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଏବଂ ଅନେକ ପରୁଖା ଖେଳାଳୀଙ୍କ ସମେତ ବ‌ହୁ କ୍ରିକେଟ ତାରକା ଯୋଗଦେଇଥିଲେ । ସାଙ୍ଗାକାରାଙ୍କର କ୍ରିକେଟ ଜୀବନୀ ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଭୂତପୂର୍ବ କ୍ରିକେଟର ସଂଘରେ ଯୋଗଦେବାକୁ ଗାଭାସ୍କର ସାଙ୍ଗାକୁ ଆମନ୍ତ୍ରଣ କରିଥିଲେ ।[୬୧][୬୨] ସାଙ୍ଗାଙ୍କ ବିଷୟରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଉଲ୍ଲେଖ କରିଥିଲେ "a lovely person".[୬୩] ଶ୍ରୀଲଙ୍କା ଏବଂ ଇଂଲଣ୍ଡର ରାଜଦୂତ ହେବାକୁ ରାଷ୍ଟ୍ରପତି ଶିରିସେନା ସାଙ୍ଗାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ସାଙ୍ଗାଙ୍କ ବିଷୟରେ କ‌ହିଥିଲେ କି, "ସାଙ୍ଗା ଆମ ଦେଶ ପାଇଁ ଗୋଟିଏ ପ୍ରଭାବଶାଳୀ ଚେହେରା ଏବଂ ତାଙ୍କୁ ଇଂଲଣ୍ଡର ରାଜଦୂତ ଭାବେ ଦାୟିତ୍ୱ ନେବାରେ ମୋତେ ଅତ୍ୟଧିକ ପ୍ରସନ୍ନତା ମିଳିବ ।"[୬୪]

କ୍ରିକେଟ ବ୍ୟତୀରେକ[ସମ୍ପାଦନା]

୧୯ ଅଗଷ୍ଟ ୨୦୧୫ରେ ଶ୍ରୀଲଙ୍କାର ସଂସଦ ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରପତି ସିରିସେନା ସାଙ୍ଗାଙ୍କୁ ଶ୍ରୀଲଙ୍କାର ନିଶା-ନିବାରଣ କାର୍ଯ୍ୟକ୍ରମର ମୁଖ୍ୟ ଭାବରେ ନିଯୁକ୍ତି କରିଥିଲେ । [୬୫] ଏହି କାର୍ଯ୍ୟକ୍ରମର ନିଯୁକ୍ତି ପତ୍ର ସାଙ୍ଗାଙ୍କୁ ରାଷ୍ଟ୍ରପତିଙ୍କର ସରକାରୀ ବାସଭବନରୁ ପ୍ରଦାନ କରାଯାଇଥିଲା । [୬୬][୬୭][୬୮]

ଅନ୍ୟାନ୍ୟ ସ୍ଥାନରେ ଖେଳ[ସମ୍ପାଦନା]

କାଉଣ୍ଟି କ୍ରିକେଟ[ସମ୍ପାଦନା]

୨୦୦୭ କାଉଣ୍ଟି ଚମ୍ପିଆନସିପରେ ସାଙ୍ଗାକାରା ଇଂଲିସ କାଉଣ୍ଟି କ୍ରିକେଟ ଖେଳିଥିଲେ । ୨୦୧୦ କାଉଣ୍ଟି ଚମ୍ପିଆନସିପରେ ସାଙ୍ଗାଙ୍କୁ ପ୍ରତିନିଧିତ୍ୱ କରିବାକୁ ଦାୟିତ୍ୱ ମିଳିଥିଲା[୬୯], ମାତ୍ର ଆନ୍ତର୍ଜାତୀୟ ସଂଘ ପାଇଁ ସେ ନେତୃତ୍ୱ ନେଇପାରିନଥିଲେ ।[୭୦] ୨୦୧୫ ଏବଂ ୨୦୧୬ ପାଇଁ ସୁରୀ କାଉଣ୍ଟି କ୍ରିକେଟ ପାଇଁ ସାଙ୍ଗାଙ୍କୁ ସୁଯାଗ ମିଳିଥିଲା ।[୭୧]

ଭାରତୀୟ ପ୍ରିମିୟର ଲିଗ୍[ସମ୍ପାଦନା]

ଭାରତୀୟ ପ୍ରିମିୟର ଲିଗ୍‌ରେ ସାଙ୍ଗାକାରା ୫ଟି ଭାଗ ଖେଳିଛନ୍ତି । ୨୦୦୮ରେ ସେ କିଙ୍ଗସ୍ ଏକାଦଶ ପଞ୍ଜାବ ପାଇଁ ୭,୦୦,୦୦୦ ଆମେରକୀୟ ଡଲାର ଏବଂ ୨୦୧୧ରେ ଡେକାନ ଚାର୍ଯ୍ୟର୍ସ ପାଇଁ ୩,୦୦,୦୦୦ ଆମେରକୀୟ ଡଲାରରେ ଚୁକ୍ତି କରାଯାଇଥିଲେ । ସେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ମଧ୍ୟ ଥିଲେ । ୬୨ଟି ମ୍ୟାଚରେ ସାଙ୍ଗାକାରା ୧୦ଟି ଅର୍ଦ୍ଧଶତକ ସ‌ହ ୧୫୬୭ ରନ କରିଛନ୍ତି ।[୭୨]

ଶ୍ରୀଲଙ୍କା ପ୍ରିମିୟର ଲିଗ୍[ସମ୍ପାଦନା]

୨୦୧୨ରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ରେ ସାଙ୍ଗାକାରେ "କଣ୍ଡୁରଟ ୱାରିଅରସ୍"ର ଅଧିନାୟକ ଏବଂ ପ୍ରମୁଖ ଆକର୍ଷଣର କେନ୍ଦ୍ର ଥିଲେ । ଦୁର୍ଭାଗ୍ୟବଶତଃ, ସେ ତାଙ୍କର ଆଙ୍ଗୁଳିରେ ଯନ୍ତ୍ରଣା ପାଇଁ ୨୦୧୨ର ପ୍ରଥମ ଭାଗରେ ଖେଳିପାରି ନ ଥିଲେ । କିନ୍ତୁ ସେ କିଛି ମ୍ୟାଚରେ ଦୁରଦର୍ଶନର ପ୍ରବକ୍ତା ଭାବରେ ଉଭା ହୋଇଥିଲେ ।

କାରେବିଆନ୍ ପ୍ରିମିୟର ଲିଗ୍[ସମ୍ପାଦନା]

୧୮ ଅଗଷ୍ଟ ୨୦୧୩ରେ ସାଙ୍ଗାକାରା କାରେବିଆନ ପ୍ରିମିୟର ଲିଗ୍ ପାଇଁ ଜାମାଇକା ତଲାୱାସରେ ଯୋଗ ଦେଇଥିଲେ ।[୭୩]

ପାକିସ୍ତାନ ସୁପର ଲିଗ୍[ସମ୍ପାଦନା]

୨୦୧୫ରେ ପାକିସ୍ତାନ ସୁପର ଲିଗ୍ ପାଇଁ ସାଙ୍ଗାକାରା "କ୍ୟୁଏଟା ଗ୍ଲାଡିଏଟରସ୍"ରେ ଯୋଗଦେଇଥିଲେ ।[୭୪]

ବିଗ ବାସ ଲିଗ୍[ସମ୍ପାଦନା]

କୁମାର ସାଙ୍ଗାକାରା ଅଷ୍ଟ୍ରେଲିଆର ବିଗ ବାସ ଲିଗ୍ରେ ହୋବର୍ଟ ହରିକେନ୍ସ ପକ୍ଷରୁ 2016ରେ ଖେଳୁଛନ୍ତି ।

ଚୟନ ସମିତି[ସମ୍ପାଦନା]

୨୦୧୬ ମସିହା ମାର୍ଚ୍ଚ ୭ରେ ସାଙ୍ଗାକାରା ଶ୍ରୀଲଙ୍କା କ୍ରିକେଟ ସଂଘର ଚୟନ‌କାରୀ ସଭ୍ୟ ରୂପରେ କ୍ରୀଡ଼ା ମନ୍ତ୍ରୀ ଦୟାସିରି ଜୟଶେଖରଙ୍କଦ୍ୱାରା ନିଯୁକ୍ତି ପାଇଲେ । ଶ୍ରୀଲଙ୍କା ଅନେକ ପରାଜୟର ଶୀକାର ହେଉଥିବା ବେଳେ ଏହି ଚୟନ‌କାରୀ କମିଟି ପାଖରେ ପ୍ରମୁଖ କାର୍ଯ୍ୟ ଥିଲା କି ୨୦୧୬ ଆଇସିସି ଟ୍ୱେଣ୍ଟି୨୦ ବିଶ୍ୱକପ ପାଇଁ ଖେଳାଳୀ ଚୟନ କରିବେ ।[୭୫]

ବୈବାହିକ ଜୀବନ[ସମ୍ପାଦନା]

ସାଙ୍ଗାକାରା ତାଙ୍କର ଦୀର୍ଘଦିନର ସାଥୀ ୟେହାଲୀଙ୍କୁ ବିବାହ କରିଥିଲେ ।[୭୬] ସେମାନଙ୍କର ଦୁଇଟି ଯମଜ ସନ୍ତାନ ଅଛନ୍ତି । ପୁଅ: ସ୍ୱରୀ, ଝିଅ: କବିତା ।[୭୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ Bull, Andy. "Kumar Sangakkara deserves to stand with modern cricket's four great peaks". The Guardian. Retrieved 13 November 2016.
  2. Fidel, Andrew. "Bangladesh v SL, 2nd Test, Chittagong, 2nd day February 5, 2014 The case for Sangakkara's all-time greatness". ESPNcricinfo. Retrieved 13 November 2016.
  3. "The case for Kumar Sangakkara's all-time greatness - Cricket - ESPN Cricinfo". Cricinfo.
  4. "De Villiers v Sangakkara; the two best batsman in the World?". icc-cricket.com. Archived from the original on 2015-04-16. Retrieved 2016-11-13.
  5. "Kumar Sangakkara is a modern Test great who never gets his due". dna. 13 November 2016.
  6. Theviyanthan Krishnamohan (13 November 2016). "Why Kumar Sangakkara is one of the greatest Test batsmen of all time". sportskeeda.com.
  7. "The best batsman since Bradman". cricket.com.au.
  8. "Batting records - One-Day Internationals - Cricinfo Statsguru - ESPN Cricinfo". Cricinfo.
  9. "Batting records - Test matches - Cricinfo Statsguru - ESPN Cricinfo". Cricinfo.
  10. Roebuck, Peter (16 September 2011). "The all-round art of Sangakkara". ESPNcricinfo. Retrieved 14 November 2016.
  11. Brettig, Daniel (15 September 2011). "Kumar Sangakkara: 'There's nothing that comes close to Test cricket'". ESPNcricinfo. Retrieved 14 November 2016.
  12. "Men's Test - Player Rankings - Live Cricket Scores & News - International Cricket Council (ICC)". icc-cricket.com. Archived from the original on 2016-11-18. Retrieved 2016-11-14.
  13. "MCC Spirit of Cricket Cowdrey Lecture". Marylebone Cricket Club. Retrieved 14 November 2016.
  14. "Sangakkara's speech gets him a standing ovation, and a summon". The Indian Express. London. Press Trust of India. 6 July 2011. Retrieved 14 November 2016.
  15. "Sri Lanka in Australia 2012–13 – 1st Test", ESPNcricinfo, retrieved 13 November 2016
  16. The Guardian (13 December 2013). "Ashes captains Clarke and Cook both hit a ton and pick up an annual award". Retrieved 14 November 2016.
  17. ୧୭.୦ ୧୭.୧ ୧୭.୨ Epasinghe, Premasara (29 September 2010). "Kumara Sangakkara's long journey to world's leading batsman". The Island (Sri Lanka). Retrieved 24 November 2016. {{cite news}}: Text "The Island" ignored (help)
  18. Principal Delighted With Former Student Sangakkara, Cricket World, 14 July 2007, retrieved 18 Novemver 2016 {{citation}}: Check date values in: |accessdate= (help)
  19. Fernando, Andrew Fidel (August 2015). "The cult of Sanga". The Cricket Monthly. ESPN Cricinfo. Retrieved 18 November 2016.
  20. Jayasundara, Upananda (12 February 2005). "Sangakkara receives 'Super Lions' Award". Daily News (Sri Lanka). Retrieved 24 November 2016. {{cite news}}: Text "Daily News" ignored (help)
  21. Pathiravithana, S.R. (18 September 2011). "Kumara says Test cricket is the pinnacle". The Sunday Times. Retrieved 24 November 2016.
  22. "Scorecard". ESPNcricinfo. Retrieved 24 November 2016.
  23. Nair, Nitin (15 February 2011). "1–2–1 with Kumara Sangakkara". Gulf News. Retrieved 24 November 2016.
  24. Hopps, David. "Wisden Cricketers of the Year 2012 – Kumara Sangakkara". ESPNcricinfo. Retrieved 24 November 2016.
  25. "Kumara Sangakkara batting on ODI debut", islandcricket, archived from the original on 2 April 2015, retrieved 19 March 2014
  26. "Singer Triangular Series-Sri Lanka v Pakistan", espncricinfo, retrieved 19 March 2014
  27. "Singer Triangular Series 2000 – Scorecard of 2nd Match". ESPNcricinfo. Retrieved 12 June 2012.
  28. "South Africa in Sri Lanka 2000 – Scorecard of the 1st Test", CricketArchive, retrieved 4 April 2012
  29. Clementine, Rex (16 August 2001), Sangakkara: It feels good to get back in form, ESPNcricinfo, retrieved 4 April 2012
  30. "India in Sri Lanka 2001 – Scorecard of the 1st Test", CricketArchive, retrieved 4 April 2012
  31. "Asian Test Championship (2001–2002) – Scorecard of the Final". ESPNcricinfo. Retrieved 10 June 2012.
  32. "Cherry Blossom Sharjah Cup (2002–2003) – Scorecard of 2nd ODI". ESPNcricinfo. Retrieved 10 June 2012.
  33. "Highest partnership for the 2nd wicket". ESPNcricinfo. Retrieved 12 June 2012.
  34. "Sri Lanka in Zimbabwe Test Series (2004) – Scorecard of 2nd Test". ESPNcricinfo. Retrieved 10 June 2012.
  35. Sri Lanka announce squad to tour Bangladesh, ESPNcricinfo, 15 February 2006, retrieved 24 November 2016
  36. Austin, Charlie, Sri Lanka v Pakistan, 2005–06, ESPNcricinfo, retrieved 24 November 2016
  37. "Atapattu will miss England tour", BBC Sport, 17 April 2006, retrieved 24 November 2016
  38. "South Africa in Sri Lanka Test series (2006) – Scorecard of 1st Test". ESPNcricinfo. Retrieved 24 November 2016.
  39. Smyth, Rob (3 March 2009). "Profiles of the five wounded Sri Lankans". The Guardian. Retrieved 24 November 2016.
  40. Sri Lanka captains' playing record in Test matches, CricketArchive, retrieved 13 November 2016
  41. Sri Lanka captains' playing record in ODI matches, CricketArchive, retrieved 13 November 2016
  42. Sri Lanka captains' playing record in International Twenty20 matches, CricketArchive, retrieved 13 November 2016
  43. Briggs, Simon (11 February 2009). "Kumara Sangakkara expected to replace Mahela Jayawardene as Sri Lanka captain". The Telegraph. Retrieved 24 November 2016.
  44. Thawfeeq, Sa'adi (11 March 2009), Sangakkara appointed SL captain for World Twenty20, ESPNcricinfo, retrieved 24 November 2016
  45. "ICC World Twenty20, 2009 – Scorecard of the Final". ESPNcricinfo. Retrieved 24 November 2016.
  46. English, Peter (5 November 2010). "Sri Lanka break series drought on rainy night". ESPN Cricinfo. ESPN EMEA. Retrieved 24 November 2016.
  47. Miller, Andrew (15 June 2011), Reluctant Sangakkara admits captaincy headache, ESPNcricinfo, retrieved 24 November 2016
  48. Island Cricket (10 March 2011), Sri Lanka qualify for ICC Cricket World Cup 2011 quarter-finals, Island Cricket, archived from the original on 9 October 2016, retrieved 24 November 2016
  49. "Statistics / Statsguru / KC Sangakkara/One-Day Internationals". Cricinfo. Retrieved 13 November 2016.
  50. "List of Test victories". Cricinfo. Retrieved 13 November 2016.
  51. "List of ODI victories". Cricinfo. Retrieved 13 November 2016.
  52. "List of T20I victories". Cricinfo. Retrieved 13 November 2016.
  53. Ramakrishnan, Madhusudhan (17 February 2012). "Sangakkara named ODI Cricketer of the Year". ESPNcricinfo. Retrieved 26 November 2016.
  54. Hopps, David (11 April 2012), Kumara Sangakkara, ESPNcricinfo, retrieved 26 November 2016
  55. "Sangakkara hits 319 in Sri Lanka's 587 : Mirror Sports". dailymirror.lk. Archived from the original on 2016-10-11. Retrieved 2016-11-24.
  56. Sangakkara, Kumara (13 December 2014), Sangakkara firm over ODI retirement, ESPNCricinfo, retrieved 26 November 2016
  57. Sangakkara, Kumara (1 April 2015), Sri Lanka urge Kumara Sangakkara to reconsider retirement, Cricbuzz, retrieved 26 November 2016
  58. Sangakkara, Kumara (27 June 2015), Kumara Sangakkara: Sri Lanka batsman set to retire, BBC, retrieved 26 November 2016
  59. Sangakkara, Kumara (27 June 2015), Kumara Sangakkara announces Test retirement, Sportskeeda, retrieved 26 November 2016
  60. "Demand for tickets very high for Sanga's farewell Test: A precious surprise gift at P. Sara Oval". Pakistan Observer. Archived from the original on 25 August 2015. Retrieved 26 November 2016.
  61. "Welcome to the club, Gavaskar to Sangakkara in emotional farewell". MSN. Retrieved 26 November 2016.
  62. "Welcome to the former cricketer's club: Sunil Gavaskar to Kumar Sangakkara". ABP LIVE. Retrieved 26 November 2016.
  63. "Cricket salutes Sanga ahead of final Test". cricket.com.au. Retrieved 26 November 2016.
  64. Shubhodeep, Chakravarty. "Kumar Sangakkara Offered Post of Sri Lanka's High Commissioner to UK". NDTV Sports. Retrieved 26 November 2016.
  65. "Sanga as anti-narcotics Ambassador". DailyMirror. Retrieved 26 November 2016.
  66. "Veteran batsman Kumar Sangakkara appointed NDDCB Brand Ambassador - Newsfirst". Sri Lanka News - Newsfirst - News1st - newsfirst.lk - Breaking. Archived from the original on 2016-10-31. Retrieved 2016-11-26.
  67. "Sanga, Brand Ambassador for anti-drug crusade". asiantribune.com.
  68. "Kumar Sangakkara, Sri Lanka's most stirring ambassador, was a gift to our game". The Indian Express. 19 August 2015.
  69. Kumara Sangakkara signs up with Lancashire, ESPNcricinfo, 28 December 2009, retrieved 26 November 2016
  70. Lancashire sign Katich and Chanderpaul, ESPNcricinfo, 22 April 2010, retrieved 26 November 2016
  71. Surrey Sign Kumara Sangakkara, Surrey County Cricket Club, archived from the original on 12 May 2015, retrieved 26 November 2016
  72. "Kumara Sangakkara". iplt20.com. Archived from the original on 15 June 2012. Retrieved 26 November 2016.
  73. Cric Info Staff (18 August 2013). "Sangakkara signs for Jamaica Tallawahs". ESPNcricinfo.
  74. "Kumar Sangakkara signs up with Pakistan Super League - Cricbuzz". Cricbuzz. Retrieved 26 November 2016.
  75. "Sangakkara appointed Sri Lanka selector in major revamp". ESPNcricinfo. 7 March 2016. Retrieved 26 November 2016.
  76. Fernandopulle, Natasha (6 May 2007). "Well done and welcome home". The Sunday Times (Sri Lanka). Retrieved 26 November 2016.
  77. "Kumara Sangakkara's twins as seen on Living Magazine". islandcricket.lk. Archived from the original on 12 May 2012. Retrieved 26 November 2012.