Jump to content

ଯମେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ
ଯମେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
ଗଂଗବଂଶ

ଯମେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ବ‌ହୁ ପୁରାତନ ଶିବ ମନ୍ଦିର । ବିଶ୍ୱାସ ଅଛି ଯେ ଏହି ମନ୍ଦିରରେ ଯମ ଭଗବାନ ଶିବଙ୍କୁ ପୂଜା କରୁଥିଲେ । ପୁରୁଣା ଭୁବନେଶ୍ୱର ସ୍ଥିତ ଯମେଶ୍ୱର ପାଟଣା ନିକଟତ ଭାରତୀ ମଠ ପାଖରେ ଏହି ମନ୍ଦିର ଅବସ୍ଥିତ।

ବାସ୍ତୁକଳା

[ସମ୍ପାଦନା]

ମନ୍ଦିରର ମୁଖ୍ୟ ବିମାନ ରେଖା ଦେଉଳ କଳାରେ ତିଆରି, ଜଗ-ମୋହନ ପିଢା ଦେଉଳ କଳା ଓ ମନ୍ଦିର ବାହାରେ ଏକ ନୃତ୍ୟ ମଣ୍ଡପ ମଧ୍ୟ ଅଛି।[] ମନ୍ଦିରଟି ପ୍ରାକୃତିକ ଦୁର୍ବିପାକ ଯୋଗୁ ମୂଳତଃ ଭଗ୍ନ ଅବସ୍ଥାରେ ଅଛି। ପାଖ ଦେବା ଦେବୀଙ୍କ ସ‌ହ ମନ୍ଦିର ଭିତରେ ପାଖା ପାଖି ୪-୫ ମନ୍ଦିର ଅଛି।[] ଗର୍ଭଗୃହ ଭିତରେ ଏକ ବିଶାଳ ଆକାରର ଶିବଲିଙ୍ଗ ମଧ୍ୟ ଅଛି।ଏହି ମନ୍ଦିର ଚତୁର୍ପାର୍ଶ୍ୱରେ ବହୁତ କଳାକୃତି ମଧ୍ୟ ରହିଛି ।ଏହାର ପ୍ରାକାର ଲାଟେରାଇଟ ଶିଳାରେ ଗଠିତ।[] ୧୩-୧୪ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। []

ପର୍ବ-ପର୍ବାଣି

[ସମ୍ପାଦନା]

ଆଶ୍ୱିନ ମାସରେ ହେଉଥିବା ଯିଉନ୍ତିଆ ଅଥବା ପୁଅ ଯିଉନ୍ତିଆ ଅଥବା ଦୂତୀବାହନ ଓଷା ଏହି ମନ୍ଦିରର ଏକ ପ୍ରମୁଖ ପର୍ବ। କାର୍ତ୍ତିକ ପୁର୍ଣିମା ଓ ମହାଶିବରାତ୍ରୀ ମଧ୍ୟ ଏକ ପ୍ରମୁଖ ପର୍ବ।ପ୍ରତି ସୋମବାରରେ ଏଠାରେ ବହୁତ ଭିଡ ହୁଏ। କୁହାଯାଏ ଭାରିଣୀ ନଖେତ୍ରରେ ଏ ମନ୍ଦିରକୁ ଗଲେ ସବୁ ବିପଦରୁ ମୁକ୍ତି ମିଳେ।

ଅଧିକ ଦେଖନ୍ତୁ

[ସମ୍ପାଦନା]

ଚିତ୍ର

[ସମ୍ପାଦନା]