ରେ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ରେ ସିଣ୍ଡ୍ରୋମ
Reye's syndrome
ଅଣୁବୀକ୍ଷଣ ଯନ୍ତ୍ରରେ 'ରେ ସିଣ୍ଡ୍ରୋମ' ରୋଗରେ ମୃତ ଏକ ପିଲାର ଯକୃତର ଦୃଶ୍ୟ ଦେଖାଯାଉଛି । ଚର୍ବିବୁନ୍ଦା ଅଧିକ ଥିବାରୁ ହେପାଟୋସାଇଟ ଗୁଡ଼ିକ ଫିକା ସ୍ଟେନ ନେଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/r ˈsɪndrm/ rye SIN-drohm
ସ୍ପେଶାଲିଟିpediatrics
ଆଇସିଡ଼ି-୧୦G93.7
ଆଇସିଡ଼ି-୯-ସିଏମ୍331.81
ରୋଗ ଡାଟାବେସ11463
ମେଡ଼ିସିନ-ପ୍ଲସ001565
ଇ-ମେଡ଼ିସିନemerg/399
Patient UKରେ ସିଣ୍ଡ୍ରୋମ
MeSHD012202
Orphanet3096

ରେ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Reye syndrome)ଏକ ଦୃତ ପ୍ରଗତିଶୀଳ ଏନସେଫାଲୋପାଥି/ଏନ‌କେଫାଲୋପାଥି (encephalopathy) ରୋଗ । [୧] ଏହି ରୋଗରେ ବାନ୍ତି, ବ୍ୟକ୍ତିତ୍ୱ ପରିବର୍ତ୍ତନ, ଦ୍ୱିଧା, ଅପସ୍ମାର (seizure) ଓ ଚେତାଶୂନ୍ୟତା (loss of consciousness) ଆଦି ଲକ୍ଷଣମାନ ଦେଖାଯାଏ ।[୨] ସ୍ୱାଭାବିକ ଭାବରେ ଯକୃତ ବିଷାକ୍ତ (liver toxicity) ହେଲେ ମଧ୍ୟ ଚର୍ମ ହଳଦିଆ ଦେଖାଯାଏ ନାହିଁ ।[୧] ଏହି ରୋଗୀଙ୍କ ମଧ୍ୟରୁ ୨୦-୪୦% ମୃତ୍ୟୁ ବରଣ କରନ୍ତି ଓ ବଞ୍ଚିଥିବା ଏକ ତୃତୀୟାଂଶ ଲୋକଙ୍କର ମହତ୍ତ୍ୱପୂର୍ଣ୍ଣ ମସ୍ତିଷ୍କ କ୍ଷତି (brain damage) ହୋଇଥାଏ । [୧][୩]

ରେ ସିଣ୍ଡ୍ରୋମର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] ଇନଫ୍ଲୁଏଞ୍ଜା ବା ହାଡ଼ଫୁଟି ଭଳି ଭୁତାଣୁ ଜନିତ ରୋଗରୁ ଆରୋଗ୍ୟ ଲାଭ କରିବାର ଅଳ୍ପ ସମୟ ପରେ ଏହି ରୋଗ ସାଧାରଣତଃ ଆରମ୍ଭ ହୁଏ ।[୨] ଏମାନଙ୍କ ମଧ୍ୟରୁ ୯୦% ପିଲା ଆସ୍ପିରିନ ଖାଇଥିବା ଜଣାଯାଏ ।[୧] ଏହି ରୋଗ ନିମନ୍ତେ ଆଜନ୍ମ ମେଟାବୋଲିଜ୍ମ ଦୋଷ (Inborn errors of metabolism) ଏକ ସଙ୍କଟ ଦାୟକ ରୋଗ ।[୩] ରକ୍ତ ପରୀକ୍ଷାରେ ଉଚ୍ଚ ଆମୋନିଆ ସ୍ତର (high blood ammonia level), ଅଳ୍ପ ଶର୍କରା ସ୍ତର (low blood sugar level) ଓ ଦୀର୍ଘ ପ୍ରୋଥ୍ରୋମ୍ବିନ (prothrombin time)‌ ସମୟ ମିଳେ । ଅଧିକାଂଶ ରୋଗୀଙ୍କର ହେପାଟୋମେଗାଲି (enlarged liver) ବା ଯକୃତ ବୃଦ୍ଧି ହୋଇଥାଏ ।[୧]

ପିଲାଙ୍କୁ ଏ ରୋଗର ପ୍ରତିଷେଧ ନିମନ୍ତେ ଆସ୍ପିରିନ ଦେବାଠାରୁ ଦୂରରେ ରହିବା ଉଚିତ ।[୨] ଆସ୍ପିରିନ ନ ଦେବାଦ୍ୱାରା ଏ ରୋଗ ପ୍ରାୟ ୯୦% କମିଯାଇଛି ।[୧] ରୋଗ ଆରମ୍ଭ ହେବା ମାତ୍ରେ ନିର୍ଣ୍ଣୟ ହୋଇପାରିଲେ ଫଳାଫଳ ଉନ୍ନତ ହୁଏ । କେବଳ ସାହାଯ୍ୟକାରୀ (supportive) ଚିକିତ୍ସା ଦିଆଯାଏ ।[୨] ମସ୍ତିଷ୍କ ଇଡିମାରେ (brain swelling) ଫୁଲା କମିବା ନିମନ୍ତେ ମାନିଟଲ (Mannitol) ଦିଆଯାଇପାରେ । [୧]

ଡଗଲାସ ରେ (Douglas Reye) ସନ ୧୯୬୩ରେ ପ୍ରଥମେ ଏହି ରୋଗର ସବିଶେଷ ବର୍ଣ୍ଣନା କରିଥିଲେ ।[୪] ସାଧାରଣତଃ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ପ୍ରତିବର୍ଷ ଏକ ନିୟୁତ ପିଲାଙ୍କ ମଧ୍ୟରୁ ଜଣକରୁ କମ୍ ପିଲା ଏହି ରୋଗରେ ଆକ୍ରାନ୍ତ ହୁଏ ।[୧] ଏହିରେ ସିଣ୍ଡ୍ରୋମ ଯୋଗୁ ଆସ୍ପିରିନ ବ୍ୟବ‌ହାର ହଟେଇ ଦିଆଗଲା, କେବଳ କାୱାସାକି ଡିଜିଜରେ (Kawasaki disease) ଦିଆଯାଇ ପାରିବ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Pugliese, A; Beltramo, T; Torre, D (October 2008). "Reye's and Reye's-like syndromes". Cell biochemistry and function. 26 (7): 741–6. PMID 18711704.
  2. ୨.୦ ୨.୧ ୨.୨ ୨.୩ "NINDS Reye's Syndrome Information Page". NINDS. September 25, 2009. Archived from the original on 1 August 2016. Retrieved 8 August 2016.
  3. ୩.୦ ୩.୧ ୩.୨ Schrör, K (2007). "Aspirin and Reye syndrome: a review of the evidence". Paediatric drugs. 9 (3): 195–204. PMID 17523700.
  4. McMillan, Julia A.; Feigin, Ralph D.; DeAngelis, Catherine; Jones, M. Douglas (2006). Oski's Pediatrics: Principles & Practice (in ଇଂରାଜୀ). Philadelphia: Lippincott Williams & Wilkins. p. 2306. ISBN 9780781738941.