ରବି କାନୁନଗୋ

ଉଇକିପିଡ଼ିଆ‌ରୁ
ରବି କାନୁନଗୋ
ଜନ୍ମ ଓ ଜନ୍ମସ୍ଥାନ (1946-04-20) ୨୦ ଅପ୍ରେଲ ୧୯୪୬ (ବୟସ ୭୭)
ଚଁପୁର, କେନ୍ଦ୍ରାପଡ଼ା ଜିଲ୍ଲା [୧]
ବୃତ୍ତିସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାବିଏ ଏଲଏଲବି
ଶିକ୍ଷାନୁଷ୍ଠାନରାଉରକେଲା ଆଇନ ମହାବିଦ୍ୟାଳୟ
ଶୈଳୀସାହିତ୍ୟ
ପୁରସ୍କାରଡ ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ - ୨୦୧୧ (ଉତ୍କଳ ସାହିତ୍ୟ ସମାଜ ଦ୍ୱାରା)
ଜୀବନସାଥୀମଞ୍ଜୁମିତା କାନୁନଗୋ
ସନ୍ତାନସ୍ନାତଶାନ୍ତା ସାମନ୍ତରାୟ (କନ୍ୟା) ସଙ୍ଘମିତ୍ରା ମହାନ୍ତି (କନ୍ୟା) ଓ ସନ୍ତଦୀପ୍ତି କାନୁନଗୋ (ପୁତ୍ର)
ସମ୍ପର୍କୀୟହରିହର କାନୁନଗୋ (ସାନ ଭାଇ)

ରବି କାନୁନଗୋ (ଜନ୍ମ : ୨୦.୪.୧୯୪୬) ଜଣେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର ।[୨][୩] ଦୈନିକ ଖବର କାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ଅଟନ୍ତି । ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଆଇନ ଓ ଟ୍ରେଡ଼ ୟୁନିୟନ ଅନୁଷ୍ଠାନ[୪] ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଅଛନ୍ତି । [୫] [୬]

ଶିକ୍ଷା ଓ ପେଷା[ସମ୍ପାଦନା]

ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ବାରିପଦା ଓ ଜୟରାମ ଉଚ୍ଚବିଦ୍ୟାଳୟ କରୋଳୋ ପାଟଣା, କେନ୍ଦ୍ରାପଡ଼ାରୁ ଏକାଦଶ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ (ପ୍ରଥମ ବ୍ୟାଚ ଛାତ୍ର), ନାଇଟ କଲେଜ ରାଉରକେଲାରୁ କଳାରେ ସ୍ନାତକ, ରାଉରକେଲା ଆଇନ ମହାବିଦ୍ୟାଳୟରୁ ବିଏ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ରବି କାନୁନଗୋ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଥିଲେ । ଅବସର ନେବାପରେ ଭୁବନେଶ୍ୱରରେ ସ୍ଥାନାନ୍ତର ହୋଇଥିଲେ । ୨୦୦୯ ମସିହା ଜାନୁଆରୀରୁ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ସମ୍ପାଦକ ଅଛନ୍ତି ।

ଅବଦାନ[ସମ୍ପାଦନା]

ପ୍ରାୟ ପଚାଶ ବର୍ଷ ଧରି ତାଙ୍କ ସୃଷ୍ଟିର ପାଖାପାଖି ୫0୦୦୦ରୁ ଅଧିକ ସ୍ତମ୍ଭ, କାହାଣୀ, କବିତା ପ୍ରକାଶିତ ହୋଇଛି । ୧୯୭୨ ମସିହାରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ବାଟେଘାଟେ ସ୍ତମ୍ଭରେ 'ଲଘୁପାକ' ପ୍ରସଙ୍ଗରୁ ଲେଖିବା ଆରମ୍ଭ କରିଥିଲେ । 'ସମ୍ବାଦ'ରେ 'କଥା କିଂଚିତ୍' (୧୯୮୪-୯୩), ତାଙ୍କର ଅକ୍ଷର ଅନାବାଦୀ (ପ୍ରଜାତନ୍ତ୍ର ସାପ୍ତାହିକ ସ୍ତମ୍ଭ ୧୯୯୩ରୁ ୨୦୦୫ମସିହା ପର୍ଯ୍ୟନ୍ତ), ଦୈନିକ ସମାଜସମ୍ବାଦ ଖବର କାଗଜରେ ମନେଥାଉ ସେମିତି ସେମିତି ଆଦି ଅନେକ ସ୍ଥମ୍ଭ ୨୦୦୦ରୁ ୨୦୦୫ ମସିହା ମଧ୍ୟରେ ପ୍ରକାଶ ପାଇଥିଲା । ତା' ଛଡ଼ା ସାଂପ୍ରତିକ ଘଟଣାବଳୀ ତାଙ୍କ ଲେଖନୀରେ ସାହିତ୍ୟର ସ୍ପନ୍ଦନ, ହାସ୍ୟରସର ବେଢ଼ଣ ଏବଂ ମାନବବାଦର ସ୍ପର୍ଶ ଦେଖିବାକୁ ମିଳେ । ଗମ୍ଭିର ତଥା ହାସ୍ୟ କବିତା ଲିଖନରେ ତାଙ୍କର ସ୍ପଷ୍ଟ ଓ ଅନନ୍ୟ ପରିଚୟ ରହିଛି l ରାଜନୀତି, ଶ୍ରମ ସଂଗଠନ, ଆଇନଜ୍ଞ ଏବଂ ବହୁ ଭ୍ରମଣ ଅଭିଜ୍ଞତା ଯୋଗୁ ତାଙ୍କ ନିରୀକ୍ଷଣର ଶୈଳୀ ଏକଦମ ନିଆରା । ସେ ଜଣେ ଗଳ୍ପ ଲେଖକ ମଧ୍ୟ । ୧୯୬୭ ମସିକରେ ପ୍ରକାଶିତ "ଅଇଁଠା ଓ ଅନାବାଦୀ" ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ରଚନା ଅଟେ ।

ପ୍ରକାଶିତ ପୁସ୍ତକ[ସମ୍ପାଦନା]

  • କଥା କିଞ୍ଚିତ (ଇଷ୍ଟର୍ଣ୍ଣ ମିଡିଆ ଲି ୧୯୮୯)
  • କାଗଜ ବାଘ (ଫ୍ରେଣ୍ଡସ ପବ୍ଲିସର୍ସ ୧୯୯୪)
  • କେଶବତୀ କନ୍ୟା (ଲାର୍କ ବୁକ୍ସ ୧୯୯୭)[୭]

ଗଳ୍ପ[ସମ୍ପାଦନା]

  • ଆଇନା ଭାରତ ଓ ଭାରତୀ (୧୯୯୮)
  • ପୁଅ ଓ କୋଡ଼ିଏଟି ଗପ (ଆରୋହୀ ୨୦୦୪)
  • ଆଶା ତମସା [୮] (ଆଦ୍ୟ ପ୍ରକାଶନୀ ୨୦୦୮)
  • ସବୁ ନାରୀ ଟିକେ ଟିକେ ସୀତା ('ସୂର୍ଯ୍ୟ ପ୍ରଭା', ୨୦୧୩)
  • ଏକ ରାଜ୍ୟପାଳଙ୍କ ଅନୁଭୁତି - ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ମୂଳଲେଖାର ଅନୁଦିତ ପୁସ୍ତକ (ଗ୍ରନ୍ଥମନ୍ଦିର ୧୯୯୭)
  • ମନେ ଥାଉ ସେମିତି ସେମିତି - ('ସୂର୍ଯ୍ୟ ପ୍ରଭା'. ୨୦୧୪)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ସ୍ୱସ୍ତି ସାହିତ୍ୟ ସମ୍ମାନ (୧୯୯୩) (ସ୍ୱସ୍ତି ଅନୁଷ୍ଠାନ ଦ୍ୱାରା)
  • ସୁରେନ୍ଦ୍ର ମହାନ୍ତି କଥା ସାହିତ୍ୟ ସମ୍ମାନ ୧୯୯୪ (ନୀଳଶୈଳ ଅନୁଷ୍ଠାନଦ୍ୱାରା)
  • ଉତ୍କଳ ସମ୍ବାଦ ସାହିତ୍ୟ ସମ୍ମାନ - ୧୯୯୬ (ଉତ୍କଳ ମେଲଦ୍ୱାରା)
  • ପ୍ରଜାତନ୍ତ୍ର ବିଷୁବ ସମ୍ମାନ - ୧୯୯୬(ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା) [୯]
  • ଆୱାର୍ଡ ଫର ରାଇଟିଂ ଆଉଟଷ୍ଟାଣ୍ଡିଂ ଓଡ଼ିଆ କ୍ରିଏଟିଭ ରାଇଟିଂ - ୧୯୯୮ (ଲାୟନ୍ସ କ୍ଲବଦ୍ୱାରା)
  • ବୀର ସୁରେନ୍ଦ୍ର ସାଏ ସାହିତ୍ୟ ସମ୍ମାନ - ୨୦୦୧ (ପଶ୍ଚିମ ଓଡ଼ିଶା ଏକାଡେମୀଦ୍ୱାରା)
  • ବିଶିଷ୍ଟ ସେବା ସମ୍ମାନ (ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କଦ୍ୱାରା ୨୦୦୩)
  • ସାରସ୍ୱତ ସମ୍ମାନ ୨୦୦୪ (ଜଗତସିଂହପୁର ସାହିତ୍ୟ ସଂସଦ)
  • ସଂକଳ୍ପ ସାହିତ୍ୟ ସମ୍ମାନ - ୨୦୦୪ (ସଂକଳ୍ପ ଅନୁଷ୍ଠାନ ଦ୍ୱାରା)
  • ଆଦିକବି ସାରଳା ପୁରସ୍କାର - ୨୦୦୬(ସାରଳା ସାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା)
  • ନାରଦ ସମ୍ମାନ (୨୦୦୯ ବିଶ୍ୱ ସମ୍ବାଦ କେନ୍ଦ୍ର ରାଉରକେଲା ଦ୍ୱାରା)
  • ପ୍ରତିବିମ୍ବ ପ୍ରିୟ ମନିଷ - ୨୦୧୦ ( ସମ୍ବର୍ଦ୍ଧନା ଉତ୍ସବ, ବାଲେଶ୍ୱର)
  • ଡ. ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ - ୨୦୧୧ (ଉତ୍କଳ ସାହିତ୍ୟ ସମାଜ ଦ୍ୱାରା)

ଆଧାର[ସମ୍ପାଦନା]

  1. wikimapia.org/593801/chanpur
  2. "ଆର୍କାଇଭ୍ କପି". Archived from the original on 2016-09-29. Retrieved 2016-09-17. {{cite web}}: Cite has empty unknown parameter: |1= (help)
  3. http://www.nuaodisha.com/list-of-odia-story-writers-poets-and-critics.aspx
  4. http://www.cbsenet.com/2013/04/2013-december-ugc-net-examination-in_8231.html
  5. http://www.odishanewsinsight.com/tag/rabi-kanungo/
  6. "ଆର୍କାଇଭ୍ କପି". Archived from the original on 2012-05-24. Retrieved 2016-09-17. {{cite web}}: Cite has empty unknown parameter: |1= (help)
  7. http://www.paperbackswap.com/Rabi-Kanungo/author/
  8. https://or.wikisource.org/wiki/%E0%AC%86%E0%AC%B6%E0%AC%BE_%E0%AC%A4%E0%AC%AE%E0%AC%B8%E0%AC%BE/%E0%AC%AE%E0%AD%81%E0%AC%96%E0%AC%AC%E0%AC%A8%E0%AD%8D%E0%AC%A7
  9. http://www.samanyakathan.com/readmore.php?sid=783