ମୋହନ ଜେନା

ଉଇକିପିଡ଼ିଆ‌ରୁ
୨୩:୦୧, ୧୩ ଫେବୃଆରୀ ୨୦୨୪ ବେଳେ PsubhashishBot (ଆଲୋଚନା | ଅବଦାନ) ((via JWB)) ଙ୍କ ଦେଇ ହୋଇଥିବା ସଂସ୍କରଣ
ମୋହନ ଜେନା
ସାଂସଦ: ଲୋକ ସଭା
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-07-14) ୧୪ ଜୁଲାଇ ୧୯୫୭ (ବୟସ ୬୬)
ଯାଜପୁର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀହରପ୍ରିୟା ପାଣିଗ୍ରାହୀ (୧ ଜାନୁଆରୀ ୧୯୯୦)
ସନ୍ତାନ୧ ଝିଅ
ବାପା/ବୋଉଗୋକୁଳି ଜେନା (ବାପା)
ଗେହ୍ଲାରାଣୀ ଜେନା (ମାଆ)
ଘରଯାଜପୁର, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ମୋହନ ଜେନା (ଜନ୍ମ: ୧୪ ଜୁଲାଇ ୧୯୫୭[୧]) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଓଡ଼ିଶାର ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ଜଣେ ପ୍ରତିନିଧି ଭାବରେ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୫ଶ ଲୋକ ସଭାକୁ ଲଗାତାର ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଥିଲେ ।[୨]

ଜନ୍ମ ଓ ପରିବାର

ମୋହନ ଜେନା ୧୪ ଜୁଲାଇ ୧୯୫୭ରେ ଓଡ଼ିଶାର ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଗୋକୁଳି ଜେନା ଓ ମାଆ ଗେହ୍ଲାରାଣୀ ଜେନା ।[୧] ମୋହନ ୧୯୯୦ ମସିହାରେ ହରପ୍ରିୟା ପାଣିଗ୍ରାହଣୀଙ୍କୁ ବିବାହ କରିଥିଲେ ।[୧]

ରାଜନୀତି

ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ମୋହନ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିବାପରେ ରାଜନୀତିରେ ଯୋଗ ଦେଇଥିଲେ । ସେ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ ଏବଂ ପରେ ୧୯୯୪ରୁ ୧୯୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[୧]

୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ଓଡ଼ିଶାର ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ପୁଣି ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପଦବୀ

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Detailed Profile: Shri Mohan Jena". archive.india.gov.in (in English). India.gov.in. Archived from the original on 24 January 2019. Retrieved 24 January 2019.{{cite web}}: CS1 maint: unrecognized language (link)
  2. MISHRA, ASHUTOSH. "Stars win Naveen's confidence - Ghadei, Mohan Jena denied BJD tickets". www.telegraphindia.com (in ଇଂରାଜୀ). Bhubaneswar: The Telgraph. Retrieved 24 January 2019. {{cite news}}: More than one of |author1= and |last1= specified (help)