"ଘନଶ୍ୟାମ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଘନଶ୍ୟାମ ମହାପାତ୍ର ଆରମ୍ଭ କରାଗଲା |
(କିଛି ବଦଳିନାହିଁ)
|
୧୮:୧୧, ୫ ନଭେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ
ଘନଶ୍ୟାମ ମହାପାତ୍ର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ |
ଉଲ୍ଲେଖନୀୟ କୃତି | କନକଲତା |
ପୁରସ୍କାର | ଜୟଦେବ ପୁରସ୍କାର |
ଘନଶ୍ୟାମ ମହାପାତ୍ର (ଜନ୍ମ : ୦୧ ଜାନୁଆରୀ ୧୯୩୩) ଜଣେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ । ୨୦୨୧ ମସିହା ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ଜୟଦେବ ପୁରସ୍କାର ଲାଭ କରିଥିଲେ ।
ବ୍ୟକ୍ତିଗତ ଜୀବନ
ଘନଶ୍ୟାମ ୧୯୩୩ ମସିହାରେ ଢେଙ୍କାନାଳଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସେ ବିଧୁଭୂଷଣ ଦାସଙ୍କଦ୍ୱାରା ପ୍ରଭାବିତ ହୋଇ ଡ୍ରାମାପ୍ରତି ଆକର୍ଷିତ ହୋଇଥିଲେ । ୨୨ ବର୍ଷ ବୟସରେ ସେ ବାଙ୍ଗାଲୋରସ୍ଥିତ ଏସ ଜେ ପଲିଟେକନିକ୍ସରେ ସିନେମାଟୋଗ୍ରାଫିରେ ୩ବର୍ଷିୟା ଡିପ୍ଲୋମା ପାଠ୍ୟକ୍ରମରେ ଯୋଗଦେଇଥିଲେ ।
ଚଳଚ୍ଚିତ୍ର ଜୀବନ
ଏସ ଜେ ପଲିଟେକନିକ୍ସରୁ ଶିକ୍ଷା ସମାପ୍ତ କରିବା ପରେ ଘନଶ୍ୟାମ ବମ୍ବେର ଫିଲ୍ମସ୍ଥାନ ଷ୍ଟୁଡ଼ିଓରେ ଯୋଗଦେଇଥିଲେ । ସେଠାରେ ସେ ପ୍ରାୟ ୨୦ଟି ଚଳଚ୍ଚିତ୍ରରେ ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୦ ମସିହାରେ ସେ ଓଡ଼ିଶାକୁ ଫେରି କୋଣାର୍କ ଫିଲ୍ମ ପ୍ରାଇଭେଟ ଲିମିଟେଡ଼ ନାମରେ ଏକ ପ୍ରଯୋଜନା ସଂସ୍ଥା ସ୍ଥାପନ କରିଥିଲେ ।
୧୯୬୨ ମସିହାରେ ମା ଓ ଶିଶୁ ନାମରେ ସେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ର ଓଡ଼ିଶା ସରକାରଙ୍କଠାରୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୧୯୬୯ ମସିହାରେ ସେ ରାଧୁ ଓ ଶ୍ୟାମ ନିର୍ମାଣ କରିଥିଲେ । ପରେ ସେ କୃଷି ଯନ୍ତ୍ରପାତି ନାମରେ ଅନ୍ୟ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏସବୁ ଚଳଚ୍ଚିତ୍ର ବହୁ ପୁରସ୍କାର ଜିତିଥିଲେ ।
୧୯୭୪ରେ ସେ ନିଜର ପ୍ରଥମ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର କନକଲତା ନିର୍ମାଣ କରିଥିଲେ ।[୧]
ସମ୍ମାନ ଓ ପୁରସ୍କାର
- ଜୟଦେବ ପୁରସ୍କାର - ୨୦୨୧
ଆଧାର
- ↑ "Ghanashyam Mohapatra first Technically Qualified Odia Film Entrepreneur". www.odishanewstimes.com. odisha news times. Archived from the original on 5 November 2021. Retrieved 5 November 2021.