"ଅମୃତା ପ୍ରୀତମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) Created by translating the page "Amrita Pritam" |
(କିଛି ବଦଳିନାହିଁ)
|
୧୭:୪୧, ୧୮ ଫେବୃଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ଅମୃତ ପ୍ରୀତମ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅମ୍ରିତ କୌର ୩୧ ଅଗଷ୍ଟ ୧୯୧୯ ଗୁଜରନୱାଲା, ପଞ୍ଜାବ, ଅବିଭକ୍ତ ଭାରତ(ବର୍ତ୍ତମାନ ପାକିସ୍ତାନ) |
ମୃତ୍ୟୁ | ୩୧ ଅକ୍ଟୋବର ୨୦୦୫ ଦିଲ୍ଲୀ, ଭାରତ | (ବୟସ ୮୬)
ବୃତ୍ତି | ଔପନାସିକା, କବି, ପ୍ରାବନ୍ଧିକା |
ଜାତୀୟତା | ଭାରତୀୟ |
ସମୟ | ୧୯୩୬-୨୦୦୬ |
ଶୈଳୀ | କବିତା, ଗଳ୍ପ, ଆତ୍ମଜୀବନୀ |
ବିଷୟ | ଭାରତ ବିଭାଜନ, ନାରୀ |
ସାହିତ୍ୟ କୃତି | ପିଞ୍ଜର (ଉପନ୍ୟାସ) ଆଜ ଆଖାଁ ୱାରିସ ସା ନୁ(କବିତା) ସୁନେରେ (କବିତା) |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ(୧୯୫୬) ପଦ୍ମଶ୍ରୀ (1969)}} ଜ୍ଞାନପୀଠ ସମ୍ମାନ(1982) ଶତାବ୍ଦୀ ସମ୍ମାନ(2000) ପଦ୍ମ ବିଭୂଷଣ(2004) |
ଜୀବନସାଥୀ | ପ୍ରୀତମ ସିଂହ |
ସଙ୍ଗୀ | ଇମରୋଜ |
ସନ୍ତାନ | ୨ |
ଅମ୍ରିତା ପ୍ରୀତମ(listen (help·info); ୩୧ ଅଗଷ୍ଟ ୧୯୧୯ - ୩୧ ଅକ୍ଟୋବର ୨୦୦୫) ପଞ୍ଜାବୀ ଓ ହିନ୍ଦୀ ଭାଷାର ଜଣେ କବି, ପ୍ରାବନ୍ଧିକ ଓ ଔପନାସିକା ଥିଲେ । ଉଭୟ ଭାରତ ଓ ପାକିସ୍ତାନରେ ସେ ଲୋକପ୍ରିୟ ।୬୦ ବର୍ଷର ସାହିତ୍ୟିକ ଜୀବନ ମଧ୍ୟରେ ସେ ୧୦୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ସେ ମଧ୍ୟରେ କବିତା, ଗଳ୍ପ, ଜୀବନୀ, ପ୍ରବନ୍ଧ ଆଦି ରହିଥିଲା ଓ ବହୁ ଭାରତୀୟ ଓ ବିଦେଶୀ ଭାଷାକୁ ଅନୁବାଦିତ ମଧ୍ୟ ହୋଇଥିଲା ।[୧]
ଅମୃତା ନିଜ କବିତା "ଆଜ ଆଖାଁ ୱାରିସ ଶାହା ନୁ" ପାଇଁ ଚର୍ଚ୍ଚିତ ଥିଲେ । ଏହି କବିତା ସେ ଭାରତ ବିଭାଜନ ସମୟରେ ନିଜ ଦୁଃଖ ଓ କ୍ରୋଧକୁ ଦର୍ଶାଇ ଓ ୧୮୦୦ ଶତାବ୍ଦୀର କବି ୱାରିସ ଶାହାଙ୍କୁ ମନେ ପକାଇ ଲେଖାଥିଲେ । ତାଙ୍କର ଉପନ୍ୟାସ "ପିଞ୍ଜର"ରେ(୧୯୫୦) ନାରୀମାନଙ୍କ ଉପରେ ଅତ୍ୟାଚାର ଓ ଅମାନବୀୟତାକୁ ଦର୍ଶାଇଥିଲେ । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ଥିଲା "ପୁରୋ" । ୨୦୦୩ରେ ଏହି ଉପନ୍ୟାସକୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା ।[୨]
ଭାରତ ବିଭାଜନ ସମୟରେ ସେ ଲାହୋରରୁ ଭାରତକୁ ଚାଲି ଆସିଥିଲେ ମଧ୍ୟ, ଆଜୀବନ ସେ ଭାରତ ଓ ପାକିସ୍ତାନ ଉଭୟ ଦେଶରେ ପାଠକୀତ ଆଦୃତି ଲାଭ କରିଥିଲେ ।
ସେ ପ୍ରଥମ ମହିଳା ସାହିତ୍ୟିକ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୧୯୫୬ ମସିହାରେ ନିଜ କବିତା ଗ୍ରନ୍ଥ ''ସୁନହୁଡେ'' ପାଇଁ ସେ ଏହି ପୁରସ୍କାର ପାଇଥିଲେ । ୧୯୮୨ ମସିହାରେ ସେ "କାଗଜ କେ କାନଭାସ" ପାଇଁ ଜ୍ଞାନପୀଠ ପୁରସ୍କାର ପାଇଥିଲେ । ୧୯୬୯ ମସିହାରେ ସେ ପଦ୍ମଶ୍ରୀ ଓ ୨୦୦୪ ମସିହାରେ ପଦ୍ମ ବିଭୂଷଣ ପୁରସ୍କାର ପାଇଥିଲେ । ୨୦୦୪ ମସିହାରେ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପ୍ରଦାନ କରାଯାଇଥିଲା । ତାଙ୍କ କବିତାରେ ଭାରତ ବିଭାଜନ ଏକ ମୁଖ୍ୟ ବିଷୟବସ୍ତୁ ଭାବରେ ସ୍ଥାନ ପାଇଥିଲା ।
ଜୀବନୀ
ଅମୃତା ପ୍ରେମ କବିତାରୁ ନିଜ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ସେ ପରେ ପ୍ରଗତିଶୀଳ ଲେଖକମାନଙ୍କ ସଂଘରେ ମିଶିଥିଲେ ଓ ତାଙ୍କ ଲେଖାରେ ମଧ୍ୟ ଏହି ପରିବର୍ତ୍ତନ ପରିଲିକ୍ଷିତ ହୋଇଥିଲା । ୧୯୪୪ର କବିତା ସଂକଳନ "ଲୋକ ପୀଡ଼"ରେ ସେ ଯୁଦ୍ଧି ବ୍ୟଥିତ ଅର୍ଥନୀତି ଉପରେ କଟାକ୍ଷ କରିଥିଲେ ।ସମାଜସେବାରେ ମଧ୍ୟ ସେ ରୁଚି ରଖିଥିଲେ । ସ୍ୱାଧିନତା ପରବର୍ତ୍ତୀ ସମୟରେ ଗୁରୁ ରାଧା କ୍ରୀଷ୍ଣ ଦିଲ୍ଲୀରେ ଜନତା ପାଠାଗାର ପ୍ରତିଷ୍ଠା କରିଥିଲେ । ଅମୃତା ଏହି ପାଠାଗାର ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ପାଠାଗାରଟି ଏବେ ମଧ୍ୟ ଦିଲ୍ଲୀରେ କାର୍ଯ୍ୟକ୍ଷମ ଅଛି । ଭାରତ ବିଭାଜନ ପୂର୍ବରୁ ସେ ଲାହୋରର ଏକ ରେଡିଓ ଷ୍ଟେସନରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩]
ଏମ.ଏସ. ସଥ୍ୟୁ, ଅମୃତାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଏକ ନାଟକ "ଏକ ଥି ଅମୃତା" ପରିବେଷଣ କରିଥିଲେ । ଏହି ନାଟକଟି ସମଗ୍ର ଭାରତରେ ଲୋକାଦୃତ ହୋଇଥିଲା ।
ଭାରତ ବିଭାଜନ
୧୯୪୭ରେ ଭାରତ ବିଭାଜନପରେ ହୋଇଥିବା ଧାର୍ମିକ ହିଂସାରେ ପ୍ରାୟ ଏକ ଲକ୍ଷ ହିନ୍ଦୁ, ମୁସଲିମ ଓ ଶିଖ ସମ୍ପ୍ରଦାୟର ଲୋକ ମୃତ୍ୟୁବରଣ କରିଥିଲେ । ଅମୃତା ଲାହୋରରୁ ଭାରତକୁ ଆସି ଜଣେ ଶରଣାର୍ଥୀରେ ଜୀବନ ବ୍ୟତିତ କରିଥିଲେ । ଡେରାଡୁନରୁ ଦିଲ୍ଲୀ ଯାତ୍ରା ସମୟରେ ବିଭାଜନ ଓ ନିଜ ଶରଣାର୍ଥୀ ଜୀବନକୁ ନେଇ ଅମୃତା "ଆଜ ଆଖାଁ ୱାରିସ ଶାହା ନୁ" କବିତା ରଚନା କରିଥିଲେ । ଏହି କବିତାଟି ତାଙ୍କୁ ପରିଚିତି ଆଣି ଦେଇଥିଲା । ଏହି କବିତାଟି ୧୮୦୦ ଶତାବ୍ଦୀର ସୁଫି କବି ତଥା "ହୀର ରାଞ୍ଜା"ର ରଚୟିତା ୱାରିସ ଶାହାଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିଲା ।
ଅମୃତା ଆକାଶବାଣୀ ଦିଲ୍ଲୀର ପଞ୍ଜାବୀ ପ୍ରସାରଣ ବିଭାଗରେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୬୦ରେ ନିଜ ବିବାହ ବିଚ୍ଚେଦ ପରେ ଅମୃତାଙ୍କ ଲେଖନୀ ଅଧିକରୁ ଅଧିକ ନାରୀ କେନ୍ଦ୍ରୀକ ହୋଇ ଯାଇଥିଲା ଓ ତାଙ୍କ ବିବାହ ବିଚ୍ଚେଦର ଦୁଃଖ ତାଙ୍କ କବିତା ଓ ଗଳ୍ପରେ ଦେଖିବାକୁ ମିଳିଥିଲା । ତାଙ୍କର ବହୁ ରଚନା ପ୍ରେଞ୍ଚ, ଡାନିଷ, ଜାପାନିଜ, ମାଣ୍ଡାରିନ ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା । ଏଥି ମଧ୍ୟରୁ ତାଙ୍କ ଆତ୍ମଜୀବନୀ ମୂଳକ ଲେଖା "ବ୍ଲାକ ରୋଜ" ଓ "ରସିଦ ଟିକେଟ" ଅନ୍ୟତମ ଥିଲା ।
ଅମୃତାଙ୍କ ବହୁ ରଚନାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୬୫ ମସିହାର "କାଦମ୍ବରୀ" । ଏହା ତାଙ୍କ ପୁସ୍ତକ "ଧରତୀ ସାଗର ତେ ସିପ୍ପିୟାଁ" ଉପରେ ପର୍ଯ୍ୟବେସିତ ଥିଲା । ଏହା ପରେ "ଉନ୍ନା ଦି କାହାନୀ" କୁ ନେଇ ୧୯୭୬ ମସିହାରେ ବାସୁ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ "ଡାକୁ" ଓ ୨୦୦୩ ମସିହାରେ "ପିଞ୍ଜର" ନିର୍ମାଣ କରା ଯାଇଥିଲା ।
ଅମୃତା ନିଜ ବନ୍ଧୁ ଇମରୋଜଙ୍କ ସହ-ସମ୍ପାଦନାରେ "ନାଗମଣୀ" ନାମ ପଞ୍ଜାବୀ ପତ୍ରିକା ୩୩ବର୍ଷ ଧରି ସମ୍ପାଦନା କରିଥିଲେ । ଭାରତ ବିଭାଜନ ପରେ ସେ ହିନ୍ଦୀରେ ଅଧିକରୁ ଅଧିକ ଲେଖିବା ଆରମ୍ଭ କରିଥିଲେ । ସେ "ଓଶୋ"ଙ୍କ ଅନୁଗାମୀ ଥିଲେ ଓ ଓଶୋଙ୍କର ବହୁ ପୁସ୍ତଙ୍କର ମୁଖବନ୍ଧ ରଚନା କରିଥିଲେ । ସେହିପରି ଏକ ପୁସ୍ତକ ଥିଲା "ଏକ ଓମକାର ସତନାମ" ।[୪] ସେ "କାଳ ଚେତନା" ଓ "ଅଜ୍ଞାତ କା ନିମନ୍ତ୍ରଣ" ଆଦି ଆଧ୍ୟାତ୍ମିକ ପୁସ୍ତକ ମଧ୍ୟ ରଚନା କରିଥିଲେ ।[୫] "କାଳା ଗୁଲାବ"(୧୯୬୮) ଓ "ରସିଦ ଟିକେଟ"(୧୯୭୬) ଭଳି ଆତ୍ମଜୀବନୀମୂଳକ ପୁସ୍ତକ ମଧ୍ୟ ସେ ରଚନା କରିଥିଲେ ।[୬][୭]
ସମ୍ମାନ ଓ ପୁରସ୍କାର
- ପଞ୍ଜାବ ରତ୍ନ ସମ୍ମାନ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୬( "ସୁନହଦେ" ପାଇଁ)
- ଜ୍ଞାନପୀଠ ପୁରସ୍କାର - ୧୯୮୨(କାଗଜ ତେ କାନଭାସ).
- ପଦ୍ମଶ୍ରୀ - ୧୯୬୯
- ପଦ୍ମ ବିଭୂଷଣ
- କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୨୦୦୪
- ଡିଲିଟ - ୧୯୭୩(ଦିଲ୍ଲୀ ବିଶ୍ୱବିଦ୍ୟାଳୟ)
- ଡିଲିଟ - ୧୯୭୩(ଜବଲପୁର ବିଶ୍ୱବିଦ୍ୟାଳୟ)
- ଡିଲିଟ - ୧୯୮୭(ବିଶ୍ୱଭାରତୀ)
- ବ୍ୟାପ୍ତାସ୍ରୋଭ ସମ୍ମାନ - ୧୯୭୯(ବୁଲଗେରିଆ)
- ଡିଗ୍ରୀ ଅଫ ଅଫିସର ଡେନ୍ସ - ୧୯୮୭(ଫ୍ରାନ୍ସ ସରକାର)
- ରାଜ୍ୟସଭାକୁ ମନୋନୀତ - ୧୯୮୬-୧୯୯୨
ବ୍ୟକ୍ତିଗତ ଜୀବନ
୧୯୩୫ ମସିହାରେ ଅମୃତା ପ୍ରୀତମ ସିଂହଙ୍କୁ ବିବାହ କରିଥିଲେ । ପ୍ରୀତମଙ୍କର ଲାହୋରର ଅନାରକଳୀ ବଜାରରରେ ଏକ ହୋସିଆରୀ ଦୋକାନ ଥିଲା । ପ୍ରୀତମ ଓ ଅମୃତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ୧୯୬୦ ମସିହାରେ ଅମୃତା, ପ୍ରୀତମ ସିଂହଙ୍କଠାରୁ ଅଲଗା ହୋଇ ଯାଇଥିଲେ । ଅମୃତାଙ୍କର କବି ସାହିର୍ ଲୁଧିଆନଭିଙ୍କ ସହିତ ମଧ୍ୟ ସମ୍ପର୍କ ଥିଲା ବୋଲି କୁହାଯାଉଥିଲା । "ରସିଦ ଟିକେଟ" ପୁସ୍ତକରେ ଅମୃତା ଏହି ସମ୍ପର୍କ ବାବଦରେ ଲେଖିଥିଲେ । ଗାୟିକା ସୁଧା ମାଲହୋତ୍ରା ସାହିରଙ୍କ ଜୀବନରେ ଆସିବା ପରେ ଅମୃତା ତାଙ୍କଠାରୁ ଦୁରେଇ ଯାଇଥିଲେ । ପରେ "ଇମରୋଜ"ଙ୍କ ସହିତ ଅମୃତା ରହିବା ଆରମ୍ଭ କରିଥିଲେ ଓ ଜୀବନର ଶେଷ ୪୦ବର୍ଷ ଏହି ସମ୍ପର୍କ ବଳବତ୍ତର ରହିଥିଲା । "ଅମୃତା ଇମରୋଜ" ପୁସ୍ତକରେ ଏହି ସମ୍ପର୍କ ବାବଦରେ ଲେଖା ଯାଇଛି [୮] ।
୨୦୦୫ ଅକ୍ଟୋବର ୩୧ ତାରିଖରେ ଶୋଇଥିବା ଅବସ୍ଥାରେ ଅମୃତା ଦେହତ୍ୟାଗ କରିଥିଲେ । [୯] ଅମୃତାଙ୍କ ପରିବାରରେ ପୁଅ ନବରାଜ, ଝିଅ କନ୍ଦଳା, ବୋହୁ ଅଳକା ଓ ତୌରସ, ନୁର, ଅମନ ଓ ଶିଳ୍ପୀ ଆଦି ନାତିନାତୁଣୀ ରହିଛନ୍ତି । ନବରାଜଙ୍କର ୨୦୧୨ ମସିହାରେ ହତ୍ୟା କରାଯାଇଥିଲା ।
ଅମୃତାଙ୍କ ରଚନାକୁ ନେଇ୨୦୦୭ ମସିହାରେ ଗୁଲଜାରଙ୍କଦ୍ୱାରା ଆବୃତ୍ତ ଏକ ଅଡିଓ ଆଲବମ ପ୍ରସ୍ତୁତ କରାଯାଇଥିଲା ।[୧୦] ତାଙ୍କ ଜୀବନ ଉପରେ ପର୍ଯ୍ୟବେସିତ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି ।[୧୧] ୨୦୧୯ ମସିହା ଅଗଷ୍ଟ ୩୧ରେ ଗୁଗୁଲ ନିଜ ଭାରତୀୟ ପୃଷ୍ଠାରେ ଏକ ଡୁଡୁଲ ପ୍ରକାଶ କରିଥିଲା ଓ ସେଥିରେ ପ୍ରକାଶ କରିଥିଲା ଯେ : ଅମୃତା ନିଜ ପ୍ରଥମ କବିତା ସଂକଳନ ମାତ୍ର ୧୬ ବର୍ଷ ବୟସରେ ପ୍ରକାଶ କରିପାରିଥିଲେ ।[୧୨]
ରଚନାବଳୀ
୬ ଦଶନ୍ଧୀର ସାହିତ୍ୟିକ ଜୀବନୀ ମଧ୍ୟରେ ଅମୃତାଙ୍କ ରଚନା ମଧ୍ୟରେ ୨୮ଟି ଉପନ୍ୟାସ, ୫ଟି କ୍ଷୁଦ୍ର ଗଳ୍ପ ସଂକଳନ ଅନ୍ତର୍ଭୁକ୍ତ ।
- ଉପନ୍ୟାସ
- Pinjar
- Doctor Dev
- Kore Kagaz, Unchas Din
- Dharti, Sagar aur Seepian
- Rang ka Patta
- Dilli ki Galiyan
- Terahwan Suraj
- Yaatri
- Jilavatan (1968)
- Hardatt Ka Zindaginama
- ଆତ୍ମଜୀବନୀ
- Black Rose (1968)
- Rasidi Ticket (1976)
- Shadows of Words (2004)
କ୍ଷୁଦ୍ର ଗଳ୍ପ
- Kahaniyan jo Kahaniyan Nahi
- Kahaniyon ke Angan mein
- Stench of Kerosene
- କବିତା ସଂଗ୍ରହ
- Amrit Lehran (Immortal Waves)(1936)
- Jiunda Jiwan (The Exuberant Life) (1939)
- Trel Dhote Phul (1942)
- O Gitan Valia (1942)
- Badlam De Laali (1943)
- Sanjh de laali (1943)
- Lok Peera (The People's Anguish) (1944)
- Pathar Geetey (The Pebbles) (1946)
- Punjab Di Aawaaz (1952)
- Sunehade (Messages) (1955) – Sahitya Akademi Award
- Ashoka Cheti (1957)
- Kasturi (1957)
- Nagmani (1964)
- Ik Si Anita (1964)
- Chak Nambar Chatti (1964)
- Uninja Din (49 Days) (1979)
- Kagaz Te Kanvas (1981)- Bhartiya Jnanpith
- Chuni Huyee Kavitayen
- Ek Baat
- ପତ୍ରିକା
- ନାଗମଣୀ, ମାସିକ କବିତା ପତ୍ରିକା
ଆଧାର
- ↑ Amrita Pritam: A great wordsmith in Punjab’s literary history Archived 19 June 2006 at the Wayback Machine. Daily Times (Pakistan), 14 November 2005.
- ↑ ଇଣ୍ଟରନେଟ ମୁଭି ଡାଟାବେସରେ Pinjar
- ↑ Editorial Archived 13 November 2006 at the Wayback Machine. Daily Times (Pakistan), 2 November 2005.
- ↑ A tribute to Amrita Pritam by Osho lovers Archived 16 July 2011 at the Wayback Machine. Sw. Chaitanya Keerti, sannyasworld.com.
- ↑ Visions of Divinity – Amrita Pritam Archived 27 September 2008 at the Wayback Machine. Life Positive, April 1996.
- ↑ Amrita Pritam Women Writing in India: 600 B.C. to the Present, by Susie J. Tharu, Ke Lalita, published by Feminist Press, 1991. ISBN 1-55861-029-4. Page 160-163.
- ↑ Amrita Pritam Biography Archived 5 December 2008 at the Wayback Machine. Chowk, 15 May 2005.
- ↑ Amrita Preetam Imroz : A love Story of a Poet and a Painter Archived 8 January 2010 at the Wayback Machine. Passionforcinema.com, 8 August 2008.
- ↑ "Indian writer Amrita Pritam dies". BBC News. 31 October 2005. Retrieved 1 August 2012.
- ↑ 'Amrita recited by Gulzar' Archived 5 July 2008 at the Wayback Machine., Gulzaronline.com.
- ↑ Movie on Amrita Pritam to be shot in Himachal Archived 9 July 2008 at the Wayback Machine. Realbollywood.com.
- ↑ "Google celebrates 100th birth anniversary of Punjabi poet, author Amrita Pritam with a doodle". The Times of India. 31 August 2019. Retrieved 31 August 2019.