Jump to content

"ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Chittaranjan Park Kali Mandir"
(କିଛି ବଦଳିନାହିଁ)

୧୯:୧୧, ୧୭ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସୁର୍ଜ୍ୟୋଦୟ ସମୟ ରେ ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର ପରିସର ର ଦୃଶ୍ୟ। ପ୍ରଚ୍ଛଦ ରେ ଚିତ୍ତରଞ୍ଜନ ପାର୍କ ଜନ ବସତି   ଦୃଶ୍ୟମାନ 

ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର(Chittaranjan Park Kali Bari) ଭାରତୀୟ ରାଜଧାନୀ ଦିଲ୍ଲୀ ମହାନଗର ର ଚିତ୍ତରଞ୍ଜନ ପାର୍କ ଠାରେ ଥିବା ଏକ ମନ୍ଦିର ପରିସର ଓ ଏଠାରେ ଦିଲ୍ଲୀ ଠାରେ ବସବାସ କରୁଥିବା ବଙ୍ଗାଳୀ ସଂପ୍ରଦାୟ ର ସଂସ୍କୃତିକ କେନ୍ଦ୍ର ଅବସ୍ଥିତ । ଏକ କ୍ଷୁଦ୍ର ପାହାଡ ଉପରେ ୧୯୭୩ ମସିହା ରେ ଏକ ଶିବ ମନ୍ଦିର ପ୍ରଥମେ ନିର୍ମିତ ହେଇଥିଲା । ଏହା ସହ ଏହି ପରିସର ରେ ୧୯୮୪ ମସିହା ରେ ଏଠାରେ ବୃହତ ଆକାର ରେ ଦେବୀ କାଳୀ , ଶିବ ଓ ରାଧାକୃଷ୍ଣ ଙ୍କ ମନ୍ଦିର ନିର୍ମିତ ହେଇଥିଲା । ସ୍ଥାନୀୟ ବଙ୍ଗାଳୀ ସଂପ୍ରଦାୟ ପାଇଁ ଏହା ଏକ ମୁଖ୍ୟ ଯୋଗାଯୋଗ କେନ୍ଦ୍ର ରହିବା ସହ ଏଠାରେ ଦୁର୍ଗାପୂଜା ଅବସର ରେ ସଂପ୍ରଦାୟ ର ସମସ୍ତ ବ୍ୟକ୍ତି ଙ୍କ ସମାଗମ ହେଇଥାଏ । []

୧୯୭୭ମସିହା ରୁ ଏଠାରେ ଦୂର୍ଗା ପୂଜା ଉତଶବ ର ଆରମ୍ଭ ହେଇ ପ୍ରତିବର୍ଷ ପାଳିତ ହେଇଆସୁଛି । .[]

ଇତିହାସ 

ପ୍ରଥମେ ୧୯୭୩ ମସିହା ରେ ନାସକେଣ୍ଟ EPDP କଲୋନୀ ପାଇଁ ସ୍ଥିରୀକୃତ ସ୍ଥାନ ରେ ଏକ ପାହାଡ ଉପରେ ଏକ କ୍ଷୁଦ୍ର ଶିବ ମନ୍ଦିର ଭାବରେ ନିର୍ମିତ ହେଇଥିଲା । ସେଠାରେ ବଙ୍ଗାଳୀ ସଂପ୍ରଦାଯ ତରଫ ରୁ ୧୯୭୭ ମସିହା ରୁ  ଦୂର୍ଗାପୂଜା ର ଆୟୋଜନ ହେଇଥିଲା । କ୍ରମଶଃ ଶ୍ରର୍ଧାଲୁ ସଂଖ୍ୟା ର ବୃଦ୍ଧି ପାଇଁ ୧୯୮୪ ମସିହା ରେ ସେହି ପରିସର ମଧ୍ୟ ରେ ଏକ ଭବ୍ୟ କାଳୀ ମନ୍ଦିର ର ନିର୍ମାଣ ହେଲା । ଏହି ମନ୍ଦିର ର ନିର୍ମାଣ ଶୈଳୀ  ପାରମ୍ପରିକ ବଙ୍ଗାଳୀ ଟେରାକ୍କୋଟା ସ୍ଥାପତ୍ୟ ଶୈଳୀ ରେ ହେବା ସହ ପରେ ପରିସର ରେ ଶିବରାଧାକୃଷ୍ଣ ଙ୍କ ମଧ୍ୟ ଦୁଇଟି ବଡ ମନ୍ଦିର ନିର୍ମିତ ହେଇଥିଲା । ୨୦୦୬-୦୯ ମସିହା ରେ ମନ୍ଦିର ଗୁଡିକରେ ତେରାକ୍କୋଟା କାମ ପୁନର୍ନିର୍ମିତ ହେଇଥିଲା । 

ଚିତ୍ତରଞ୍ଜନ ପାର୍କ ଅଞ୍ଚଳ ରେ ବଙ୍ଗାଳୀ ସଂପ୍ରଦାୟ ର ଘନତ୍ଵ ରହିଥିବାରୁ କାଳୀ ମନ୍ଦିର ସେମାନଙ୍କ ଏକ ମୁଖ୍ୟ ସଂସ୍କୃତିକ କେନ୍ଦ୍ର ତଥା ଯୋଗାଯୋଗ ସ୍ଥଳୀ ହେଇ ରହିଛି । ଏହାର ପରିଚାଳନା ପାଇଁ " ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର ସମିତି " ଗଠନ କରାଯାଇଛି । 

Pujas and Festivals

ଏଠାରେ ମୁଖ୍ୟ ଧର୍ମାନୁଷ୍ଠାନ ଭାବରେ ଦୁର୍ଗାପୂଜା ପ୍ରତିବର୍ଷ ପାଳିତ ହୁଏ । ପାଞ୍ଚ ଦିନ  ଧରି ପାଳିତ ହଉଥିବା ଏହି ପୂଜା ଦିଲ୍ଲୀ ସହର ରେ ବହୁଳ ଜନପ୍ରିୟ[] ହେଇଥାଏ ଓ ପ୍ରତ୍ୟେକ ଦିନ ବହୁ ଜନସମାଗମ[] ହେଇଥାଏ । ପଶ୍ଚିମ ବଙ୍ଗ ରୁ ଏଠି ସକାଶେ ସେହି ଅଞ୍ଚଳ ର ତାଜା ଫୁଲ ଉଡାଜାହାଜ ଯୋଗେ ଆସିଥାଏ ।  ।  ଏହା ସହିତ ମନ୍ଦିର ପରିସର ରେ ପ୍ରତି ବର୍ଷ କାଳୀ ପୂଜା , ଲକ୍ଷ୍ମୀ ପୂଜା , ସରସ୍ଵତୀ ପୂଜା , ଗଣେଶ ଚତୁର୍ଥୀ ଆଦି ମହାସମାରୋହ ରେ ପାଳିତ ହେଇଥାଏ । ଏଠାରେ ଥିବା ଏକ ହଲ ରେ ଦେବା ଦେବୀ ଙ୍କ ମୃନ୍ବୟ ମୂର୍ତି ସବୁ ପୂଜା ଆଗରୁ ଶିଳ୍ପୀ ମାନଙ୍କ ଦ୍ଵାରା ନିର୍ମାଣ କରାଯାଇଥାଏ ।[] 

ଗେଲେରୀ 

ଆଧାର ସମୂହ 

  1. "City pandals step up security ahead of Puja". Indian Express. Oct 6, 2008.
  2. "How community pujas came about". India Today. September 25, 2009.
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ