Jump to content

"ଭାରତୀୟ ଦଣ୍ଡ ସଂହିତା, ୧୮୬୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୨୪୦ କ ଧାଡ଼ି: ୨୪୦ କ ଧାଡ଼ି:
==== ଧର୍ଷଣ ====
==== ଧର୍ଷଣ ====
ଭାରତୀୟ ଦଣ୍ଡବିଧ ଆଇନର ଦଫା-୩୭୫ ରେ ଧର୍ଷଣ ବା ବଳାତ୍କାର ସଂଜ୍ଞା ନିମ୍ନପ୍ରକାରେ ପ୍ରଦାନ କରାଯାଇଛି ।
ଭାରତୀୟ ଦଣ୍ଡବିଧ ଆଇନର ଦଫା-୩୭୫ ରେ ଧର୍ଷଣ ବା ବଳାତ୍କାର ସଂଜ୍ଞା ନିମ୍ନପ୍ରକାରେ ପ୍ରଦାନ କରାଯାଇଛି ।
ଦଫା ୩୭୫- ଯେତେବେଳେ କୌଣସି ପୁରୁଷ ଜଣେ ନାରୀ ସହିତ ନିମ୍ନପ୍ରଦତ୍ତ ଗୋଟି ପରିସ୍ଥିତି ମଧରୁ କୌଣସି ଗୋଟିଏ ପରିସ୍ଥିତିରେ ସହବାସ କରେ ସେହି ସହବାସକୁ ଧର୍ଷଣ ବା ବଳାତ୍କାର କୁହାଯାଏ ।
ଦଫା ୩୭୫- ଯେତେବେଳେ କୌଣସି ପୁରୁଷ ଜଣେ ନାରୀ ସହିତ ନିମ୍ନପ୍ରଦତ୍ତ ଗୋଟି ପରିସ୍ଥିତି ମଧରୁ କୌଣସି ଗୋଟିଏ ପରିସ୍ଥିତିରେ ସହବାସ କରେ ସେହି ସହବାସକୁ ଧର୍ଷଣ ବା ବଳାତ୍କାର କୁହାଯାଏ ।<ref name=legalservicesindia>{{cite web|title=Redefining Rape Laws|url=http://www.legalserviceindia.com/articles/rape_1.htm|accessdate=8 March 2016}}</ref>


(୧) ଯେତେବେଳେ ନାରୀର ଇଚ୍ଛା ବିରୁଦ୍ଧରେ ତା ସହିତ ସହବାସ କରାଯାଏ ।
(୧) ଯେତେବେଳେ ନାରୀର ଇଚ୍ଛା ବିରୁଦ୍ଧରେ ତା ସହିତ ସହବାସ କରାଯାଏ ।
୨୫୨ କ ଧାଡ଼ି: ୨୫୨ କ ଧାଡ଼ି:
(୫) ଯେତେବେଳେ କୌଣସି ମାନସିକ ବିକୃତି ଅଥିବା ନାରୀ ବା ନିଶା ଦ୍ରବ୍ୟ ବା ନିଶା ଦ୍ରବ୍ୟ ଭଳି ଉଭେଜକ ଓ ନିଶ୍ଚେତକ ଦ୍ରବ୍ୟ ସେବନ କରିଥବା ନାରୀ ଯେ କି ନିଜେ କରୁଥବା କାର୍ଯ୍ୟର ପ୍ରକୃତି ଓ ଫଳାଫଳ ସମ୍ବନ୍ଧରେ ଜାଣି ପାରୁ ନ ଥିବେ, ଯଦି ସହବାସ ପାଇଁ ସହମତି ଦିଅନ୍ତି ଏବଂ ପୁରୁଷଟି ସେହି ନାରୀ ସହିତ ସହବାସ କରନ୍ତି ।
(୫) ଯେତେବେଳେ କୌଣସି ମାନସିକ ବିକୃତି ଅଥିବା ନାରୀ ବା ନିଶା ଦ୍ରବ୍ୟ ବା ନିଶା ଦ୍ରବ୍ୟ ଭଳି ଉଭେଜକ ଓ ନିଶ୍ଚେତକ ଦ୍ରବ୍ୟ ସେବନ କରିଥବା ନାରୀ ଯେ କି ନିଜେ କରୁଥବା କାର୍ଯ୍ୟର ପ୍ରକୃତି ଓ ଫଳାଫଳ ସମ୍ବନ୍ଧରେ ଜାଣି ପାରୁ ନ ଥିବେ, ଯଦି ସହବାସ ପାଇଁ ସହମତି ଦିଅନ୍ତି ଏବଂ ପୁରୁଷଟି ସେହି ନାରୀ ସହିତ ସହବାସ କରନ୍ତି ।


(୬) ଯଦି ନାରୀଟିର ବୟସ ୧୮ ବର୍ଷରୁ କମ୍ ହୋଇଥିବ, ସେତେବେଳେ ସେହି ନାରୀର ସହମରି କିମ୍ବା ବିନା ସହମତିରେ ତା ସହ ସହବାସ କରନ୍ତି ।
(୬) ଯଦି ନାରୀଟିର ବୟସ ୧୬ ବର୍ଷରୁ କମ୍ ହୋଇଥିବ, ସେତେବେଳେ ସେହି ନାରୀର ସହମରି କିମ୍ବା ବିନା ସହମତିରେ ତା ସହ ସହବାସ କରନ୍ତି ।
(୭) ଯେତେବେଳେ ନାରୀଟି ସମ୍ମତି ପ୍ରଦାନ କରିବା ପାଇଁ ଅସମର୍ଥ ଥିବ, ସେତେବେଳେ ଯଦି ତା ସହ ସହବାସ କରନ୍ତି ।


== ଅଧ୍ୟାୟ XVII ==
== ଅଧ୍ୟାୟ XVII ==

୧୨:୩୨, ୮ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଭାରତୀୟ ଦଣ୍ଡ ସଂହିତା
ଭାରତର ଗଭର୍ଣ୍ଣର ଜେନେରାଲ
ଆଧାରAct No. 45 of 1860
Territorial extentଜାମ୍ମୁ ଓ କାଶ୍ମୀର ବ୍ୟତୀତ ସାରା ଭାରତ
Date enacted୬ ଅକ୍ଟୋବର ୧୮୬୦
Date assented to୬ ଅକ୍ଟୋବର ୧୮୬୦
Date commenced୧ ଜାନୁଯାରୀ ୧୮୬୨
Related legislation
ଫୌଜଦାରୀ କାର୍ଯ୍ୟବିଧୀ ସଂହିତା, ୧୯୭୩
Status: Substantially amended

ଭାରତୀୟ ଦଣ୍ଡ ସଂହିତା,୧୮୬୦ ହେଉଛି ଭାରତୀୟ ସମ୍ବିଧାନ ତଥା ଭାରତର ନ୍ୟାୟୀକ ବ୍ୟବସ୍ଥା ଅନୁସାରେ ଭାରତରେ କାର୍ଯ୍ୟକାରୀ ଏକ ଅଧିନିୟମ । ଏଥିରେ ଅପରାଧର ଅର୍ଥ, ପ୍ରକାର ଭେଦ ତଥା ନିର୍ଦ୍ଦିଷ୍ଟ ଅପରାଧ ନିମିତ୍ତ ନିର୍ଦ୍ଦିଷ୍ଟ ଦଣ୍ଡ ସଂପର୍କରେ ବିସ୍ତୃତ ପ୍ରାବଧାନ ରହିଛି । ୧୮୬୨ ପରଠାରୁ ଏଥିରେ ଏକାଧିକ ସଂଶୋଧନ ହୋଇସାରିଛି ।

ଇତିହାସ

ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ବେଳକୁ ଭାରତର ପ୍ରାୟ ଅଧିକାଂଶ ରାଜ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନାଧୀନ ହୋଇସାରିଥଲା । ବିଭିନ୍ନ ରାଜ୍ୟରେ ସମାଜର ଚଳଣୀ ଓ ସଂସ୍ଥାପନା ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଆଇନ ଓ ବିଚାର ବ୍ୟବସ୍ଥା ଥିଲା । ଏହି ବିଭିନ୍ନତା ଓ ପାର୍ଥକ୍ୟ ଇଂରେଜ ମାନଙ୍କର ପସନ୍ଦ ହେଲାନାହିଁ । ଫଳରେ ସେମାନେ ସାରା ଭାରତରେ ଏକ ପ୍ରକାରର ଆଇନର ପ୍ରଚଳନ କରିବା ଉଦ୍ଦେଶ୍ୟରେ ଏକ ଭାରତୀୟ ଫୌଜଦାରୀ ଦଣ୍ଡବିଧି ଆଇନର ପରିକଳ୍ପନା କଲେ ଓ ଲର୍ଡ ରବର୍ଟ ମାକଲେଙ୍କ ଅଧକ୍ଷତାରେ ଏକ କମିଶନ ବସାଇଲେ ।[୧][୨] ଏହି କମିଶନ ଦୀର୍ଘ ୪ ବର୍ଷ ଭାରତର ପ୍ରତ୍ୟେକ ରାଜ୍ୟ ଭ୍ରମଣ କରି ଓ ଆଇନ ସମ୍ପର୍କିତ ବିଧିବ୍ୟବସ୍ଥାର ଅନୁଧାନ କରି ୧୮୩୭ ମସିହାରେ ଏହି ଚିଠା ଆଇନଟିକୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆନ କାଉନସିଲଙ୍କ ପାଖରେ ଦାଖଲ କରିଥଲେ । ମାତ୍ର ଏହି ଚିଠା ଆଇନଟି ଗ୍ରହଣଯୋଗ୍ୟ ନୁହେଁ ବୋଲି ସ୍ୱୟଂ ଇଷ୍ଟ ଇଣ୍ଡିଆ କମ୍ପାନୀ ମତ ଦେବାରୁ ଏହା ସ୍ଵୀକୃତ ହୋଇପାରିଲା ନାହିଁ । ୧୮୫୭ ମସିହାରେ ପ୍ରଥମ ସ୍ଵାଧୀନତା ଆନ୍ଦୋଳନ (ଯାହାକି ‘‘ସିପାହୀ ବିଦ୍ରୋହ ବୋଲି ନାମିତ) ପରେ ଭାରତର ଶାସନ ବ୍ୟବସ୍ଥା ଇଂରେଜ ସରକାର ନିଜ ହାତକୁ ନେଲେ ଓ ୧୮୬୦ ମସିହା ଅକ୍ଟୋବର ମାସ ୬ ତାରିଖରେ ଏହି ଚିଠା ଆଇନଟି ଗଭର୍ଣ୍ଣର ଜେନେରାଲଙ୍କ ସ୍ଵୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହେଲା ଓ ୧.୧.୧୮୬୨ ତାରିଖରୁ ଭାରତରେ କାର୍ଯ୍ୟକାରୀ ହେଲା ।

ଭାରତୀୟ ଦଣ୍ଡ ସଂହିତା(Indian Penal Code,1860)ପ୍ରକାରେ ସାଧାରଣ ଭାବରେ ଅପରାଧର ଅର୍ଥ ହେଲା ମନ୍ଦ ଅଭିପ୍ରାୟ ରଖି ରାଜ୍ୟର, ସର୍ବସାଧାରଣଙ୍କର ବା କୌଣସି ବ୍ୟକ୍ତି ବିଶେଷଙ୍କର ଧନ, ଜୀବନ ଓ ସମ୍ମାନ ଉପରେ ଆଞ୍ଚ ଆଣିଲା ଭଳି କାର୍ଯ୍ୟ କରିବା ଏବଂ ଏହିଭଳି କାର୍ଯ୍ୟ ରାଜ୍ୟ ଦ୍ଵାରା ପ୍ରଣୀତ କୌଣସି ଏକ ଆଇନ ଦ୍ଵାରା ଦଣ୍ଡନୀୟ ହୋଇଥବା ଦରକାର । ଅପରାଧ ବିଜ୍ଞାନ ଅନୁସାରେ ଅପରାଧର ଚାରୋଟି ଅବସ୍ଥା ।

ପ୍ରଥମ ଅବସ୍ଥା ହେଲା ମାନସିକ । ଅର୍ଥାତ୍ ଅପରାଧ କରିବା ପାଇଁ ଅପରାଧୀର ମନରେ ସେ ଭାବ ଜାଗ୍ରତ ହେବା ଓ ଏହି ଭାବକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମାନସିକ ପ୍ରସ୍ତୁତି କରିବା । ଏହି ଅବସ୍ଥା ଦଣ୍ଡନୀୟ ନୁହେଁ ।

ଦ୍ଵିତୀୟ ଅବସ୍ଥା ହେଲା ଅପରାଧ କରିବା ପାଇଁ ପ୍ରସ୍ତୁତି ବା ଯୋଗାଡ଼ଯନ୍ତ୍ର କରିବା । ଏ ଅବସ୍ଥା ମଧ ସର୍ବଦା ଦଣ୍ଡନୀୟ ନୁହେଁ, କେବଳ ଡକାୟତି ଓ ରାଷ୍ଟ୍ରଦ୍ରୋହ ଅପରାଧ ପାଇଁ ଏହି ଅବସ୍ଥା ଦଣ୍ଡନୀୟ (ଦଫା-୩୯୯, ୧୨୨ ଓ ୧୨୬) ।

ତୃତୀୟ ଅବସ୍ଥା ହେଲା ଅପରାଧ କରିବାର ଚେଷ୍ଟା ବା ଉଦ୍ୟମ । ଅପରାଧର ଏହି ଅବସ୍ଥା ଦଣ୍ଡନୀୟ । ଭାରତୀୟ ଦଣ୍ଡବିଧି ଆଇନରେ କେତେକ ଅପରାଧର ଉଦ୍ୟମ ପାଇଁ ମଧ୍ୟ ଦଣ୍ଡବିଧାନର ପ୍ରାବଧାନ କରାଯାଇଛି । ଯଥା ନରହତ୍ୟା ପାଇଁ ଚେଷ୍ଟା କରିବା, ରାହାଜାନୀ କରିବାର ଚେଷ୍ଟା, ଅନ୍ୟାନ୍ୟ ଅପରାଧ କରିବାର ଚେଷ୍ଟା ବା ଉଦ୍ୟମ ଇତ୍ୟାଦି । ମାତ୍ର ଏପରି ଅବସ୍ଥା ନ ଥିବା କ୍ଷେତ୍ରରେ ସାଧାରଣତଃ ମୂଳ ଦଫା ସହିତ ୫୧୧ ଦଫା ଲଗାଯାଇ ଏହି ଅବସ୍ଥା ଦର୍ଶାଯାଇଥାଏ ।

ଚତୁର୍ଥ ଅବସ୍ଥା ହେଲା ପ୍ରକୃତ ଅପରାଧର ସଂଘନ, ଯାହା ପାଇଁ କୌଣସି ଟିପ୍ପଣୀର ଆବଶ୍ୟକତା ନାହିଁ । ‘‘ଅପରାଧ ଉପରୋକ୍ତ ମୂଳଭିଭି ବା ମୌଳିକ ନୀତି ଉପରେ ପର୍ଯ୍ୟବେଶିତ ହୋଇଥଲେ ମଧ୍ୟ ଘଟଣାବଳୀର ତାରତମ୍ୟ ନେଇ କେତେକ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ । ଏହି ବ୍ୟତିକ୍ରମମାନ ଆଇନର ଚତୁର୍ଥ ଅଧ୍ୟାୟରେ ପରିଷ୍କାର ଭାବରେ ଲେଖାଯାଇଛି ଓ କୁହାଯାଇଛି ଯେ, ଏହି ଆଇନର ପ୍ରତ୍ୟେକ ଧାରାର (ଅପରାଧର) ଅନୁଶୀଳନ ସମୟରେ ବ୍ୟତିକ୍ରମକୁ ନଜରରେ ରଖାଯାଇ ଅନୁଶୀଳନ କରାଯିବ । ଯଦି ଅପରାଧଟି ବ୍ୟତିକ୍ରମର ପରିସରଭୁକ୍ତ ହୁଏ ତା'ହେଲେ ବ୍ୟତିକ୍ରମକୁ ପ୍ରାଧାନ୍ୟ ଦିଆଯିବ ।

ଭାରତୀୟ ଦଣ୍ଡ ସଂହିତାର ବ୍ୟାପ୍ତି ଓ ପରିସର

  1. ଏହି ଆଇନ ଭାରତ ଭୂଖଣ୍ଡରେ କେବଳ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଛାଡି ସବୁ ସ୍ଥାନରେ ପ୍ରଯୁଜ୍ୟ ।
  2. ଜଳ ଭାଗରେ ଅର୍ଥାତ୍ ଭୂଖଣ୍ଡ ସହିତ ସଂଯୁକ୍ତ ହୋଇଥବା ସମୁଦ୍ର ମଧ୍ୟରେ ସମୁଦ୍ର କୂଳରୁ ୧୨ ନଟିକାଲ ମାଇଲ ଅର୍ଥାତ୍ ୧୮.୬ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ବାହାରେ ସମୁଦ୍ରକୁ ଆନ୍ତର୍ଜାତିକ ଜଳ ବୋଲି ପରିଗଣନା କରାଯାଏ । ଭୂଖଣ୍ଡର ସମାନୁପାତିକ ଆକାଶରେ କୌଣସି ଅପରାଧ ସଂଗଠିତ ହେଲେ ତାହା ଏହି ଆଇନ ମଧ୍ୟରେ ଆସିବ ।
  3. ଭାରତରେ ରେଜେଷ୍ଟିଭୁକ୍ତ କୌଣସି ଜଳପୋତ ଓ ବିମାନ ଯେଉଁଠାରେ ଥାଉନା କାହିଁକି, ସେଥରେ ଅବା କୌଣସି ବ୍ୟକ୍ତି ଯଦି କିଛି ଅପରାଧ କରନ୍ତି ତା'ହେଲେ ସେ ବ୍ୟକ୍ତି ଏହି ଆଇନାନୁସାରେ ଦଣ୍ଡନୀୟ ।
  4. ପ୍ରତ୍ୟେକ ଭାରତୀୟ ନାଗରିକ ଭାରତ ଭିତରେ ବା ଭାରତ ବାହାରେ ଏହି ଆଇନ ଦ୍ଵାରା ନିରୁପିତ ହୋଇଥୁବା କୌଣସି ଅପରାଧ କଲେ ଏହି ଆଇନନୁସାରେ ଦଣ୍ଡନୀୟ ।
  5. ଯେ କୌଣସି ବିଦେଶୀ ନାଗରିକ ଭାରତ ଭିତରେ କୌଣସି ଅପରାଧ କଲେ ଏହି ଆଇନ ଅନୁସାରେ ଦଣ୍ଡନୀୟ ।
  6. ଯେ କୌଣସି ବ୍ୟକ୍ତି ଭାରତରେ ଥାଇ ବା ଭାରତ ବାହାରେ ଥାଇ ଭାରତରେ କୌଣସି ଅପରାଧ କଲେ ସେ ବ୍ୟକ୍ତି ଏହି ଆଇନନୁସାରେ ଦଣ୍ଡନୀୟ ।

ଏହି ନିୟମର କିଛି ବ୍ୟତିକ୍ରମ ରହିଛି ଯଥା- ଭାରତର ରାଷ୍ଟ୍ରପତି ବା କୌଣସି ରାଜ୍ୟପାଳ ଯଦି ଅପରାଧ କରନ୍ତି ତା’ହେଲେ ସେମାନେ ଆଇନ ଅନୁଯାୟୀ ଅଦାଲତ ଦ୍ଵାରା ବିଚାର ପରିସରଭୁକ୍ତ ନୁହଁନ୍ତି । ଅନ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଏବଂ ସେମାନଙ୍କର ରାଷ୍ଟ୍ରଦୂତମାନେ ଏହି ଆଇନର ପରିସରଭୁକ୍ତ ନୁହଁନ୍ତି ଇତ୍ୟାଦି ।

ଦଣ୍ଡ ସମ୍ବନ୍ଧରେ

ଏକ ସୁସ୍ଥ ଓ ଅପରାଧମୁକ୍ତ ସମାଜର ସ୍ୱପ୍ନ ମଣିଷ ସମାଜ ସୃଷ୍ଟି କରିବା ସମୟରୁ ହିଁ ଦେଖିଆସିଛି । ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଓ ସାମାଜିକ ଅନୁଶାସନର ପ୍ରବର୍ଭନ ପାଇଁ ସମାଜରେ ଆଇନର ବ୍ୟବସ୍ଥା କରାଯାଇ ଅପରାଧୀକୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି । ଅପରାଧୀକୁ ଦଣ୍ଡ ଦେବାର ମୁଖ୍ୟତଃ ତିନୋଟି ଉଦ୍ଦେଶ୍ୟ ଥିଲା ।

୧. ଉଚିତ୍ ଦଣ୍ଡ ଦେଇ ଅପରାଧକୁ ଭବିଷ୍ୟତରେ ଅପରାଧରୁ ନିବୃତ୍ତ କରିବା । ୨. ଅପରାଧିକୁ ଦଣ୍ଡ ଦେବା ଦ୍ଵାରା ସମାଜର ଅନ୍ୟମାନଙ୍କୁ କରିବା ଅପରାଧର ପରିଣତି ବିଷୟରେ ସୂଚେଇ ଦେବା । ୩. କ୍ଷତିଗ୍ରସ୍ତ ବ୍ୟକ୍ତିଟିର ମନରୁ ଅସୂୟା ଘୃଣା ଓ ପ୍ରତିଶୋଧାମ୍ବକ ମାନସିକତା ଦୂର କରିବା ଯାହାକି ପରବର୍ତ୍ତୀ ସମୟରେ ଅପରାଧର ରୂପ ନେଇଥାଆନ୍ତି ।

ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୩ ଅନୁସାରେ ଯଦି କୌଣସି ବ୍ୟକ୍ତି ଭାରତର ପ୍ରଚଳିତ କୌଣସି ଆଇନାନୁଯାୟୀ ଦୋଷ ପ୍ରତିପାଦିତ ହୁଅନ୍ତି, ତା’ହେଲେ ତାଙ୍କୁ ନିମ୍ନ ପ୍ରଦତ୍ତ ଦଣ୍ଡ ବ୍ୟବସ୍ଥା ମଧରୁ ଦଣ୍ଡିତ କରାଯିବ ।

୧. ମୃତ୍ୟୁଦଣ୍ଡ

୨. ଆଜୀବନ କାରାଦଣ୍ଡ

୩. କାରାଦଣ୍ଡ (କ) ସଶ୍ରମ (ଖ) ଅଶ୍ରମ

୪. ସଂପତ୍ତି ବାଯ୍ୟାପ୍ତ (Confiscation of property)

୫. ଜୋରିମାନା

ଉପରୋକ୍ତ ବଣ୍ଡିତ ଦଣ୍ଡମାନଙ୍କ ମଧରୁ ମୃତ୍ୟୁଦଣ୍ଡ ବା ପ୍ରାଣଦଣ୍ଡ କେବଳ ଅତି ଗର୍ହିତ ଅପରାଧ ମାନଙ୍କରେ ଦିଆଯାଇପାରିବ । ମାନ୍ୟବର ଅଦାଲତ ଦଣ୍ଡ ଦେବା ବେଳେ କାରାଦଣ୍ଡ ସହିତ ଜୋରିମାନା ମଧ୍ୟ ଦେଇ ପାରିବେ ଓ ଜୋରିମାନା ଆଦାୟ ନହୋଇ ପାରିଲେ ତାହା ବଦଳରେ କାରାଦଣ୍ଡର ବ୍ୟବସ୍ଥା କରିପାରିବେ ।

ଗଠନ

ଭାରତୀୟ ଦଣ୍ଡ ସଂହିତା,୧୮୬୦ରେ ସମୁଦାୟ ୫୧୧ ଦଫାରୁ ଇତି ମଧରେ କେତେକ ଦଫା ଲୋପ ପାଇଛି ଓ ଅଳ୍ପ କେତେକ ଅଧାୟ ଓ ଦଫା (କ) (ଖ) ଆକାରରେ ପରେ ଯୋଗ କରାଯାଇଛି । ଦଫାମାନ ୨୩ଟି ଅଧାୟରେ ବିଭକ୍ତ ଓ ପ୍ରତ୍ୟେକ ଅଧାୟରେ ଏକପ୍ରକାର ସଂପର୍କୀୟ ଅପରାଧର ଚିଠା କରାଯାଇଛି । ନିମ୍ନ ସାରଣୀରେ ଏହା ସଂକ୍ଷିପ୍ତରେ ବର୍ଣ୍ଣିତ :[୩]

ଭାରତୀୟ ଦଣ୍ଡ ସଂହିତା,୧୮୬୦ ଅଧ୍ୟାୟ (ଦଫା ୧ ରୁ ୫୧୧)
ଅଧ୍ୟାୟ ଦଫାର ବିବରଣୀ ଦଫାଗୁଡିକର ଶ୍ରେଣୀବିଭାଗ
ଅଧ୍ୟାୟ I ଦଫା ୧ ରୁ ୫ ପରିଚୟ
ଅଧ୍ୟାୟ II ଦଫା ୬ ରୁ ୫୨ ସାଧାରଣ ବ୍ୟତିକ୍ରମ
ଅଧ୍ୟାୟ III ଦଫା ୫୩ ରୁ ୭୫ ଦଣ୍ଡ ସମ୍ବନ୍ଧରେ
ଅଧ୍ୟାୟ IV ଦଫା ୭୬ ରୁ ୧୦୬ ସାଧାରଣ ବ୍ୟତିକ୍ରମ

ଆତ୍ମ ସୁରକ୍ଷାର ଅଧିକାର (ଦଫା ୯୬ ରୁ ୧୦୬)

ଅଧ୍ୟାୟ V ଦଫା ୧୦୭ ରୁ ୧୨୦ ଅପରାଧିକ ପ୍ରୋରଚନା
ଅଧ୍ୟାୟ VA ଦଫା ୧୨୦-କ ରୁ ୧୨୦-ଖ ଅପରାଧିକ ଷଡଯନ୍ତ୍ର
ଅଧ୍ୟାୟ VI ଦଫା ୧୨୧ ରୁ ୧୩୦ ରାଷ୍ଟ୍ରବିରୋଧୀ ଅପରାଧ
ଅଧ୍ୟାୟ VII ଦଫା ୧୩୧ ରୁ ୧୪୦ ସେନା (ଜଳ, ସ୍ଥଳ ଓ ଆକାଶ ବାହିନୀ) ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ VIII ଦଫା ୧୪୧ ରୁ ୧୬୦ ସର୍ବସାଧାରଣ ପ୍ରଶାନ୍ତି ଭଙ୍ଗ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ IX ଦଫା ୧୬୧ ରୁ ୧୭୧ ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟରେ ବ୍ୟାଘାତ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ IXA ଦଫା ୧୭୧(କ)ରୁ ୧୭୧(ଝ) ନିର୍ବାଚନ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ X ଦଫା ୧୭୨ ରୁ ୧୯୦ ସରକାରୀ କର୍ମଚାରୀଙ୍କ ଆଇନଗତ କ୍ଷମତା ଅବଜ୍ଞା ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XI ଦଫା ୧୯୧ ରୁ ୨୨୯ ମିଥ୍ୟା ସାକ୍ଷ୍ୟ ଓ ବିଚାର ବିରୁଦ୍ଧ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XII ଦଫା ୨୩୦ ରୁ ୨୬୩ ସରକାରୀ ମୁଦ୍ରା ଏବଂ ଷ୍ଟାମ୍ପ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XIII ଦଫା ୨୬୪ ରୁ ୨୬୭ ମାପତୌଲ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XIV ଦଫା ୨୬୮ ରୁ ୨୯୪ ସର୍ବସାଧାରଣ ସ୍ଵାସ୍ଥ୍ୟ, ସୁରକ୍ଷା, ସୁବିଧା, ଶିଷ୍ଟତା ଏବଂ ନୈତିକତା ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XV ଦଫା ୨୯୫ ରୁ ୨୯୮ ଧର୍ମ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XVI ଦଫା ୨୯୯ ରୁ ୩୭୭ ମାନବ ଶରୀର ସମ୍ବନ୍ଧୀୟ ଅପରାଧ
  • ନରହତ୍ୟା, ସଦୋଷ ମାନବ ହତ୍ୟା (ଦଫା ୨୯୯ ରୁ ୩୧୧)
  • ଗର୍ଭପାତ ସମ୍ବନ୍ଧିୟ (ଦଫା ୩୧୨ ରୁ ୩୧୮)
  • ଆଘାତ (ଦଫା ୩୧୯ ରୁ ୩୩୮)
  • ବେଆଇନ ଅବରୋଧ/ଅଟକ (ଦଫା ୩୩୯ ରୁ ୩୪୮)
  • ଅପରାଧିକ ବଳପ୍ରୟୋଗ ପୂର୍ବକ ଆଘାତ (ଦଫା ୩୪୯ ରୁ ୩୫୮)
  • ଅପହରଣ, ବଳାପହରଣ, ଗୁଲାମୀ ତଥା ବାଧ୍ୟବାଧକତାରେ ଖଟାଇବା (ଦଫା ୩୫୯ ରୁ ୩୭୪)
  • ଧର୍ଷଣ (ଦଫା ୩୭୫ ରୁ ୩୭୬)
  • ଅପ୍ରାକୃତିକ ଯୌନ ସମ୍ପର୍କ (ଦଫା ୩୭୭)
ଅଧ୍ୟାୟ XVII ଦଫା ୩୭୮ ରୁ ୪୬୨ ସମ୍ପତ୍ତି ବିରୁଦ୍ଧରେ ଅପରାଧ
  • ଚୋରୀ (ଦଫା ୩୭୮ ରୁ ୩୮୨)
  • ଜୁଲମ ବାଜି ବା ବଳପୂର୍ବକ ଅର୍ଥ ଆଦାୟ (ଦଫା ୩୮୩ ରୁ ୩୮୯)
  • ରାହାଜାନୀ (ଦଫା ୩୯୦ ରୁ ୪୦୨)
  • ଅପରାଧିକ ଆତ୍ମସାତ (ଦଫା ୪୦୩ ରୁ ୪୦୪)
  • ପ୍ରବଞ୍ଚନା ବା ଠକେଇ (ଦଫା ୪୦୫ ରୁ ୪୦୯)
  • ଚୋରୀ ମାଲ ଗ୍ରହଣ (ଦଫା ୪୧୦ ରୁ ୪୧୪)
  • ଠକେଇ (ଦଫା ୪୧୫ ରୁ ୪୨୦)
  • ଧୋକାବାଜୀରେ ଦଲିଲ ତଥା ସମ୍ପତ୍ତି ବିକ୍ରୟ/ହସ୍ତାନ୍ତର (ଦଫା ୪୨୧ ରୁ ୪୨୪)
  • ଅପକାର ବା ଅନିଷ୍ଟ (ଦଫା ୪୨୫ ରୁ ୪୪୦)
  • ଅପରାଧିକ ଅନଧିକାର ପ୍ରବେଶ (ଦଫା ୪୪୧ ରୁ ୪୬୨)
ଅଧ୍ୟାୟ XVIII ଦଫା ୪୬୩ ରୁ ୪୮୯-ଙ ଦଲିଲ ତଥା ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ
  • ଦଲିଲ ସମ୍ବନ୍ଧୀୟ (ଦଫା ୪୬୩ ରୁ ୪୭୭-କ)
  • ସମ୍ପତ୍ତି ସମ୍ବନ୍ଧୀୟ (ଦଫା ୪୭୮ ରୁ ୪୮୯)
  • ସରକାରୀ ମୁଦ୍ରା ତଥା ବ୍ୟାଙ୍କ ଅର୍ଥ ସମ୍ବନ୍ଧୀୟ (ଦଫା ୪୮୯-କ ରୁ ୪୮୯-ଙ)
ଅଧ୍ୟାୟ XIX ଦଫା ୪୯୦ ରୁ ୪୯୨ ଠକେଇ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XX ଦଫା ୪୯୩ ରୁ ୪୯୮ ବିବାହ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XXA ଦଫା ୪୯୮-କ ବିବାହିତ ସ୍ତ୍ରୀକୁ ନିର୍ଯ୍ୟାତନା
ଅଧ୍ୟାୟ XXI ଦଫା ୪୯୯ ରୁ ୫୦୨ ମାନହାନୀ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XXII ଦଫା ୫୦୩ ରୁ ୫୧୦ ଜୀବନରେ ମାରିଦେବାକୁ ଧମକ ଦେବା, ଅପମାନିତ କରିବା ତଥା ଚିଢେଇବା
ଅଧ୍ୟାୟ XXIII ଦଫା ୫୧୧ ଅପରାଧ ନିମନ୍ତେ ଉଦ୍ୟମ

ଅଧ୍ୟାୟ V

କୁପ୍ରବର୍ତ୍ତନା

ଅପରାଧିକ ଷଡଯନ୍ତ୍ର (ଅଧ୍ୟାୟ-V-A

ଅଧ୍ୟାୟ VI

ରାଷ୍ଟ୍ରବିରୋଧୀ ଅପରାଧ

ଅଧ୍ୟାୟ VII

ସେନା (ଜଳ, ସ୍ଥଳ ଓ ଆକାଶ ବାହିନୀ) ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ VIII

ସର୍ବସାଧାରଣ ପ୍ରଶାନ୍ତି ଭଙ୍ଗ ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ IX

ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟରେ ବ୍ୟାଘାତ ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ IX-A(ନିର୍ବାଚନ ସମ୍ବନ୍ଧୀୟ ଅପରାଧ)

ଅଧ୍ୟାୟ X

ସରକାରୀ କର୍ମଚାରୀଙ୍କ ଆଇନଗତ କ୍ଷମତା ଅବଜ୍ଞା ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XI

ମିଥ୍ୟା ସାକ୍ଷ୍ୟ ଓ ବିଚାର ବିରୁଦ୍ଧ ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XII

ସରକାରୀ ମୁଦ୍ରା ଏବଂ ଷ୍ଟାମ୍ପ ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XIII

ମାପତୌଲ ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XIV

ସର୍ବସାଧାରଣ ସ୍ଵାସ୍ଥ୍ୟ, ସୁରକ୍ଷା, ସୁବିଧା, ଶିଷ୍ଟତା ଏବଂ ନୈତିକତା ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XV

ଧର୍ମ ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XVI

ଶରୀରରେ ଆଘାତ ସମ୍ପର୍କୀୟ ଅପରାଧ

ମାନବ ଶରୀର ସମ୍ବନ୍ଧୀୟ ଅପରାଧଗୁଡ଼ିକ ଭାରତୀୟ ଦଣ୍ଡବିଧି ଆଇନର ଷୋଡ଼ଶ ଅଧାୟରେ ବଣ୍ଡିତ ହୋଇଛି । ଗୁରୁତ୍ଵ ଅନୁସାରେ ଶରୀର ସମ୍ବନ୍ଧୀୟ ଅପରାଧ ଗୁଡ଼ିକୁ ୮ଟି ପର୍ଯ୍ୟାୟଭୁକ୍ତ କରାଯାଇଅଛି ।

ଧାରା ୩୨୩- ଯେ କେହି ଅନ୍ୟଜଣକୁ ଜାଣିଶୁଣି ସାଧାରଣ ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯାହାର ଦଣ୍ଡର ମିଆଦି ଏକବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଅପରାଧର ପ୍ରକୃତି – ଏହା ଏକ ଅଧର୍ତ୍ତବ୍ୟ ଅପରାଧ-ରଫା ହୋଇପାରିବ–:ଯେକୌଣସି ମାଜିଷ୍ଟ୍ରେଟ୍ ବିଚାର କରିପାରିବେ ।

ଧାରା ୩୨୪- ଯେ କେହି ଅନ୍ୟଜଣକୁ ଜାଣିଶୁଣି ମାରାମ୍ବକ ଅସ୍ତ୍ର ବା ଉପାୟରେ ସାଧାରଣ ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯାହାର ଦଣ୍ଡର ମିଆଦି ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହୋଇପାରେ । ଅପରାଧର ପ୍ରକୃତି- ଏହା ଏକ ଧର୍ତ୍ତବ୍ୟ ଅପରାଧ, ରଫା ହୋଇପାରିବ ନାହିଁ, ଯେକୌଣସି ମାଜିଷ୍ଟ୍ରେଟ୍ ବିଚାର କରିପାରିବେ ଏବଂ ଜାମିନ ମିଳିବ ନାହିଁ ।

ଧାରା ୩୨୫- ଯେ କେହି ଅନ୍ୟଜଣକୁ ଜାଣିଶୁଣି ଗୁରୁତର ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯାହାର ଦଣ୍ଡର ମିଆଦି ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହୋଇପାରେ । ଅପରାଧର ପ୍ରକୃତି – ଏହା ଏକ ଧର୍ତ୍ତବ୍ୟ ଅପରାଧ, ଅଦାଲତଙ୍କ ଅନୁମତି ନେଇ ରଫା ହୋଇପାରିବ, ଯେ କୌଣସି ମାଜିଷ୍ଟ୍ରେଟ୍ ବିଚାର କରିପାରିବେ ଏବଂ ଜାମିନ ମିଳିପାରିବ ।

ଧାରା ୩୨୬- ଯେ କେହି ଅନ୍ୟଜଣକୁ ଜାଣିଶୁଣି ମାରାତ୍ମକ ଅସ୍ତ୍ର ବା ଅନ୍ୟ ଉପାୟରେ ଗୁରୁତର ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯାହାର ଦଣ୍ଡର ମିଆଦ ଆଜୀବନ କାରାଦଣ୍ଡ ବା ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହୋଇପାରେ । ଅପରାଧର ପ୍ରକୃତି- ଏହା ଏକ ଧର୍ତ୍ତବ୍ୟ ଅପରାଧ, ରଫା ହୋଇପାରିବ ନାହିଁ, ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ବିଚାର କରିପାରିବେ ଏବଂ ଜାମିନ ମିଳିପାରିବ ନାହିଁ ।

ଧାରା ୩୨୮- ଯଦି କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବା ଉଦ୍ଦେଶ୍ୟରେ କିମ୍ବା କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ଅଥବା ତାହା ସହଜ କରିବା ଅଭିପ୍ରାୟରେ ବିଷ ବା ଅଚେତନକାରକ, ନିଶାକାରକ କିମ୍ବା କୌଣସି ଅସ୍ଵାସ୍ଥ୍ୟକର ଦ୍ରବ୍ୟ ପ୍ରୟୋଗ କରେ ତା’ହେଲେ ସେହି ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୩୦- ଯଦି କେହି ଅନ୍ୟଜଣଙ୍କ ଠାରୁ କିମ୍ବା ତା’ସହିତ ସଂପର୍କ ଥବା କୌଣସି ବ୍ୟକ୍ତିଙ୍କ ଠାରୁ କୌଣସି ଅପରାଧ ସଂପର୍କରେ ସ୍ୱୀକାରୋକ୍ତି ବା ଖବର ବାହାର କରିବା ପାଇଁ କିମ୍ବା କୌଣସି ସଂପତ୍ତି ବା ମୂଲ୍ୟବାନ ପ୍ରତିଭୂତି ଉଦ୍ଧାର କରିବା ଉଦ୍ଦେଶ୍ୟରେ ସେହି ବ୍ୟକ୍ତିଙ୍କୁ ବା ତାଙ୍କର ସଂପର୍କୀୟଙ୍କୁ ସାଧାରଣ ଆଘାତ କରନ୍ତି ତା’ହେଲେ ତାଙ୍କୁ ସାତବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ମଧ୍ୟ ହେବ ।

ଧାରା ୩୩୧- ଯଦି କେହି ଅନ୍ୟ ଜଣଙ୍କ ଠାରୁ କିମ୍ବା ତା ସହିତ ସଂପର୍କ ଥିବା କୌଣସି ବ୍ୟକ୍ତିଙ୍କଠାରୁ କୌଣସି ଅପରାଧ ସଂପର୍କରେ ସ୍ଵୀକାରୋକ୍ତି ବା ଖବର ବାହାର କରିବା ପାଇଁ କିମ୍ବା କୌଣସି ସଂପତ୍ତି ବା ମୂଲ୍ୟବାନ ପ୍ରତିଭୂତି ଉଦ୍ଧାର କରିବା ଉଦ୍ଦେଶ୍ୟରେ ସେହି ବ୍ୟକ୍ତିଙ୍କୁ ବା ତାଙ୍କର ସଂପର୍କୀୟଙ୍କୁ ଗୁରୁତର ଆଘାତ କରନ୍ତି ତା’ହେଲେ ତାଙ୍କୁ ଦଶବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ମଧ୍ୟ ହେବ ।

ଧାରା ୩୩୨– ଯଦି କେହି କୌଣସି ସରକାରୀ କର୍ମଚାରୀଙ୍କୁ ସେ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାବେଳେ, କିମ୍ବା ତାଙ୍କୁ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାରୁ ନିବୃତ କରାଇବା ପାଇଁ କିମ୍ବା ସେହି ସରକାରୀ କର୍ମଚାରୀ ଅତୀତରେ କରିଥୁବା ବା କରିବାକୁ ଚେଷ୍ଟା କରିଥବା କୌଣସି କର୍ତ୍ତବ୍ୟ ସଂପାଦନ ସମ୍ବନ୍ଧରେ ସାଧାରଣ ଆଘାତ କରେ ତାହା ହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ମଧ ହେବ ।

ଧାରା ୩୩୩- ଯଦି କେହି କୌଣସି ସରକାରୀ କର୍ମଚାରୀଙ୍କୁ ସେ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାବେଳେ, କିମ୍ବା ତାଙ୍କୁ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାରୁ ନିବୃତ କରାଇବା ପାଇଁ କିମ୍ବା ସେହି ସରକାରୀ କର୍ମଚାରୀ ଅତୀତରେ କରିଥବା ବା କରିବାକୁ ଚେଷ୍ଟା କରିଥବା କୌଣସି କର୍ତ୍ତବ୍ୟ ସଂପାଦନ ସମ୍ବନ୍ଧରେ ଗୁରୁତର ଆଘାତ କରେ ତାହା ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ମଧ ହେବ ।

ଧାରା ୩୩୬- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ସଂକଟାପନ୍ନ କରାଏ ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୨୫୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୩୭- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ସଂକଟାପନ୍ନ କରାଏ ଏବଂ ତଦ୍ଵାରା ଅନ୍ୟ କାହାକୁ ସାଧାରଣରେ ଆଘାତ ହୁଏ ସେହି ବ୍ୟକ୍ତିଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ୫୦୦ ଟଙ୍କା ଜୋରିମାନା ହେବ ।

ଧାରା ୩୩୮- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ଗୁରୁତର ସଂକଟାପନ୍ନ କରାଏ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ବେଆଇନ ଅବରୋଧ/ଅଟକ

ଅନ୍ୟାୟ ନିରୋଧ (ବେଆଇନ ଅଟକ)ର ସଂଜ୍ଞା ଧାରା ୩୩୯ ରେ ବର୍ଣ୍ଣନା କରାଯାଇଥବା ବେଳେ ଅନ୍ୟାୟ ଅବରୋଧ (ବେଆଇନ ଅବରୋଧ) ଧାରା ୩୪୦ ରେ ବର୍ଣ୍ଣନା କରାଯାଇଛି ।

ବେଆଇନ ଅଟକ– ଯେ କେହି ଜାଣିଶୁଣି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଅଧକାର ଭୁକ୍ତ ଯେକୌଣସି ଗନ୍ତବ୍ୟ ଦିଗକୁ ଅଗ୍ରସର ହେବାର ବାଧା ଦିଏ ସେ ଏହି ଅପରାଧ କରେ ବୋଲି ଧରାଯିବ ।

ବେଆଇନ ଅବରୋଧ- ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଏପରି ଭାବରେ ବେଆଇନ ଅଟକ କରେ ଯେ ସେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପରିସୀମା ବାହାରକୁ ଯାଇପାରେ ନାହିଁ ତାହାକୁ ବେଆଇନ ଅବରୋଧ କୁହାଯାଏ ।

ଧାରା ୩୪୧- ଯେ କେହି କୌଣସି ବ୍ୟକ୍ତିକୁ ବେଆଇନ ଅଟକ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ଏକମାସ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୪୨- ଯେ କେହି କୌଣସି ବ୍ୟକ୍ତିକୁ ବେଆଇନ ଅବରୋଧ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୪୩- ଯେ କେହି କୌଣସି ବ୍ୟକ୍ତିକୁ ତିନିରୁ ଦଶଦିନ ପର୍ଯ୍ୟନ୍ତ ବେଆଇନ ଅବରୋଧ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୪୪- ଯେ କେହି କୌଣସି ବ୍ୟକ୍ତିକୁ ଦଶଦିନରୁ ଅଧ୍ୟକ ପର୍ଯ୍ୟନ୍ତ ବେଆଇନ ଅବରୋଧ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୪୬- ଯେ କେହି କୌଣସି ବ୍ୟକ୍ତିକୁ ଏପରି ଭାବରେ ଅନ୍ୟାଯ୍ୟ ଅପରାଧ (ବେଆଇନ ଅବରୋଧ) କରେ ସେହି ଅବରୁଦ୍ଧ ବ୍ୟକ୍ତିର ପରିଜନ ଓ ସଦକାରୀ କର୍ମଚାରୀଙ୍କୁ ତାଙ୍କର ଅବରୁଦ୍ଧ ବିଷୟ ଜଣା ନ ପଡ଼େ ତାହାକୁ ଗୋପନରେ ଅନ୍ୟାୟ ଅବରୋଧ କୁହାଯାଏ । ଏପରି ସ୍ଥଳେ ଅପରାଧିକୁ ଅନ୍ୟାୟ ଅବରୋଧର ଦଣ୍ଡ ସହିତ ଅଧିକ ଦୁଇବର୍ଷର ଜେଲ ଦଣ୍ଡାଦେଶ ହୋଇପାରିବ । ଏହି ଧାରା ଅନ୍ୟାୟ ଅବରୋଧର ମୁଖ୍ୟ ଧାରା (୩୪୨, ୩୪୩, ୩୪୪) ସହିତ ଯୋଡ଼ା ଯାଇଥାଏ । ଏହି ଅପରାଧ ଲାଗି ୨ ବର୍ଷ ଜେଲଦଣ୍ଡ ସହ ଅନ୍ୟାୟ ଅବରୋଧର ମୁଖ୍ୟ ଧାରା ଲାଗି ଉଦ୍ଦିଷ୍ଟ ଜେଲଦଣ୍ଡ ହୋଇପାରେ ଓ ଏହି ଜେଲଦଣ୍ଡ ମୁଖ୍ୟ ଦଣ୍ଡ ସହିତ ମିଶିବ ।

ଧାରା ୩୪୮- ଏହି ଧାରା ୩୩୦ ଓ ୩୩୧ ଧାରାରେ ବର୍ଣ୍ଣିତ ସମ୍ପର୍କୀୟମାନଙ୍କୁ ସେଥରେ ଉଲ୍ଲେଖ ଅବା ଅପରାଧ ସଂଗଠିତ ଉଦ୍ଦେଶ୍ୟରେ ବେଆଇନ ଅବରୋଧ କଲେ ଦଣ୍ଡ ମିଳିବ ଯାହାର ମିଆଦ ତିନିବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଅପରାଧିକ ବଳପ୍ରୟୋଗ

ଧାରା ୩୪୯- ଯେତେବେଳେ ଜଣେ ବ୍ୟକ୍ତି ନିଜର ଶାରୀରିକ ବଳ ପ୍ରୟୋଗ ଦ୍ଵାରା କିମ୍ବା କୌଣସି ବସ୍ତୁର ବିନିଯୋଗ ଦ୍ଵାରା କିମ୍ବା କୌଣସି ଜନ୍ତୁ ବା ପଶୁକୁ ଗତିଶୀଳ କିମ୍ବା ଗତିରେ ପରିବର୍ଭନ ବା ଗତି ରହିତ କରେ ବା ଅନୁଭବ ସୃଷ୍ଟି କରେ । ଏହାକୁ ବଳ ପ୍ରୟୋଗ ବୋଲି କୁହାଯାଏ । ଯେତେବେଳେ ଏହି ବଳ ପ୍ରୟୋଗ କୌଣସି ଅପରାଧ ସଂଗଠିତ କରିବା ଉଦ୍ଦେଶ୍ୟରେ କିମ୍ବା କୌଣସି ବ୍ୟକ୍ତିର କ୍ଷତି, ଭୟ ବା ବିରକ୍ତି ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଓ ସେହି ବ୍ୟକ୍ତିର ସମ୍ମତି ବିନା କରାଯାଏ ଏହାକୁ ଅପରାଧିକ ବଳ ପ୍ରୟୋଗ କୁହାଯାଏ । ଯେତେବେଳେ କୌଣସି ବ୍ୟକ୍ତି ନିଜର ଅଙ୍ଗଭଙ୍ଗୀ କିମ୍ବା ପ୍ରସ୍ତୁତି ଦ୍ଵାରା ସେହି ସ୍ଥାନରେ ଉପସ୍ଥିତ ଥୁବା ଅନ୍ୟ ଜଣଙ୍କ ମନରେ ଆଶଙ୍କା ବା ଭୟ ସୃଷ୍ଟି କରାଏ ଯେ ଉପରୋକ୍ତ ବ୍ୟକ୍ତି ତାଙ୍କ ଉପରେ ଅପରାଧିକ ବଳ ପ୍ରୟୋଗ କରିବାକୁ ଯାଉଛନ୍ତି, ତା ହେଲେ ଏହି ଅପରାଧକୁ ହମଲା (Assault) କୁହାଯାଏ । ଏପରି ଏକ ଅପରାଧ ପାଇଁ ଅପରାଧୀ ଧାରା ୩୫୨ ଅନୁଯାୟୀ ଦଣ୍ଡିତ ହେବେ ଓ ଦଣ୍ଡର ମିଆଦି ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୫୪- ଯଦି କେହି କୌଣସି ନାରୀର ଇଜତ ଉପରେ ଆଞ୍ଚ ଆଣିବା ଉଦ୍ଦେଶ୍ୟରେ ବା ଇଜତ ନଷ୍ଟ ହେବାର ସମ୍ବାବନା ଅଛି ବୋଲି ଜାଣି ନାରୀ ପ୍ରତି ଅପରାଧିକ ବଳ ପ୍ରୟୋଗ କରେ ତା’ହେଲେ ଅପରାଧିକୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ । (ଏହି ଅପରାଧ ଆମ ରାଜ୍ୟରେ ଜାମିନ ରହିତ ଅଟେ)

ବି.ଦ୍ର.: ୧– ନାରୀର ଇଜତ ତାର ଯୌନ ସଂପର୍କୀୟ ନାରୀତ୍ଵ ଏବଂ ଏହା ପ୍ରତ୍ୟେକ ନାରୀର ସର୍ବାଙ୍ଗରେ ପରିବ୍ୟାପ୍ତ । ଏଣୁ ଯେ କେହି ଯୌନ ଇଚ୍ଛା ରଖି ଇଚ୍ଛାକୃତ ଭାବେ କୌଣସି ନାରୀର ଶରୀର ଓ ଶରୀର ସଂଲଗ୍ନ ପଦାର୍ଥ ଉପରେ ଅପରାଧିକ ବଳ ପ୍ରୟୋଗ କଲେ ସେ ଏହି ଅପରାଧ କରେ । ୨– କୌଣସି ଅଙ୍ଗଭଙ୍ଗୀ ବା ପ୍ରସ୍ତୁତି ଯାହାକି କେବଳ ଭୟ ସୃଷ୍ଟି କରେ ତାହା ଏହି ଅପରାଧ ନିରୁପିତ କରିବା ପାଇଁ ଯଥେଷ୍ଟ ନୁହେଁ । ଏଭଳି କାର୍ଯ୍ୟ ଦଫା ୩୫୨ ବା ୫୦୬ ବା ୫୦୯ ଅନ୍ତର୍ଭୁକ୍ତ ହୋଇପାରେ । ୩- ପୁନଶ୍ଚ ଯେ କେହି କୌଣସି ନାରୀ ଉପରେ ଅପରାଧିକ ବଳମ୍ ପ୍ରୟୋଗ କଲାବେଳେ ଯଦି ତାଙ୍କରି ଜ୍ଞାନ ଥାଏ ଯେ ଏହି ଅପରାଧିକ ବଳ ପ୍ରୟୋଗ ଦ୍ଵାରା ନାରୀଟିର ଇଜତ ନଷ୍ଟ ହେବ, ସେତେବେଳେ ତାଙ୍କର ଯୌନ ସମ୍ବନ୍ଧୀୟ ଇଚ୍ଛା ନଥଲେ ମଧ୍ୟ ସେ ଏହି ଧାରାରେ ଅପରାଧି ହେବେ ।

ଧାରା ୩୫୫- ଯଦି କୌଣସି ବ୍ୟକ୍ତି ଗୁରୁତର ଏବଂ ଆକସ୍ମିକ ଉତ୍ତେଜନା ନଥାଇ ଅନ୍ୟଜଣଙ୍କୁ ଅପମାନିତ କରିବା ପାଇଁ ତାଙ୍କ ପ୍ରତି ହାମଲା ବା ଅପରାଧିକ ବଳ ପ୍ରୟୋଗ କରନ୍ତି ତା’ହେଲେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହୋଇପାରେ ।

ଧର୍ଷଣ

ଭାରତୀୟ ଦଣ୍ଡବିଧ ଆଇନର ଦଫା-୩୭୫ ରେ ଧର୍ଷଣ ବା ବଳାତ୍କାର ସଂଜ୍ଞା ନିମ୍ନପ୍ରକାରେ ପ୍ରଦାନ କରାଯାଇଛି । ଦଫା ୩୭୫- ଯେତେବେଳେ କୌଣସି ପୁରୁଷ ଜଣେ ନାରୀ ସହିତ ନିମ୍ନପ୍ରଦତ୍ତ ୬ ଗୋଟି ପରିସ୍ଥିତି ମଧରୁ କୌଣସି ଗୋଟିଏ ପରିସ୍ଥିତିରେ ସହବାସ କରେ ସେହି ସହବାସକୁ ଧର୍ଷଣ ବା ବଳାତ୍କାର କୁହାଯାଏ ।[୪]

(୧) ଯେତେବେଳେ ନାରୀର ଇଚ୍ଛା ବିରୁଦ୍ଧରେ ତା ସହିତ ସହବାସ କରାଯାଏ ।

(୨) ଯେତେବେଳେ ନାରୀର ସହମତୀ ନନେଇ ତା ସହିତ ସହବାସ କରାଯାଏ ।

(୩) ଯେତେବେଳେ ନାରୀକୁ ମୃତ୍ୟୁ କିମ୍ବା ଅନ୍ୟ ଶାରୀରିକ ଆଘାତ ଦିଆଯିବାର ଭୟ ଦେଖାଇ ତା’ର ସହମତି ନିଆଯାଏ ଓ ତା’ ସହିତ ସହବାସ କରାଯାଏ ।

(୪) ଯେତେବେଳେ ନାରୀଟି ଏକ ଭ୍ରମାତ୍ମକ ପରିସ୍ଥିତିରେ ବିଶ୍ଵାସ କରେ ଯେ ପୁରୁଷଟି ତା’ର ସ୍ଵାମୀ ବା ପୁରୁଷଟି ସହିତ ତା’ର ଆଇନତଃ ବିବାହ ହୋଇଛି ଏବଂ ଏହି ବିଶ୍ଵାସରେ ନାରୀ ସହବାସ ପାଇଁ ସମ୍ମତି ପ୍ରଦାନ କରେ କିନ୍ତୁ ପୁରୁଷଟି ଜାଣିଥାଏ ଯେ ସେ ସେହି ନାରୀର ବିବାହିତ ସ୍ଵାମୀ ନୁହେଁ ।

(୫) ଯେତେବେଳେ କୌଣସି ମାନସିକ ବିକୃତି ଅଥିବା ନାରୀ ବା ନିଶା ଦ୍ରବ୍ୟ ବା ନିଶା ଦ୍ରବ୍ୟ ଭଳି ଉଭେଜକ ଓ ନିଶ୍ଚେତକ ଦ୍ରବ୍ୟ ସେବନ କରିଥବା ନାରୀ ଯେ କି ନିଜେ କରୁଥବା କାର୍ଯ୍ୟର ପ୍ରକୃତି ଓ ଫଳାଫଳ ସମ୍ବନ୍ଧରେ ଜାଣି ପାରୁ ନ ଥିବେ, ଯଦି ସହବାସ ପାଇଁ ସହମତି ଦିଅନ୍ତି ଏବଂ ପୁରୁଷଟି ସେହି ନାରୀ ସହିତ ସହବାସ କରନ୍ତି ।

(୬) ଯଦି ନାରୀଟିର ବୟସ ୧୬ ବର୍ଷରୁ କମ୍ ହୋଇଥିବ, ସେତେବେଳେ ସେହି ନାରୀର ସହମରି କିମ୍ବା ବିନା ସହମତିରେ ତା ସହ ସହବାସ କରନ୍ତି ।

ଅଧ୍ୟାୟ XVII

ସମ୍ପତ୍ତି ବିରୁଦ୍ଧରେ ଅପରାଧ

ଅଧ୍ୟାୟ XVIII

ଦଲିଲ ତଥା ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XIX

ଠକେଇ ସମ୍ବନ୍ଧୀୟ ଅପରାଧ

ଅଧ୍ୟାୟ XX

ବିବାହ ସମ୍ବନ୍ଧୀୟ ଅପରାଧ

ବିବାହିତ ନାରୀ ନିର୍ଯ୍ୟାତନା(ଅଧ୍ୟାୟ XX-A)

ଅଧ୍ୟାୟ XXI

ମାନହାନୀ

ଅଧ୍ୟାୟ XXII

ଜୀବନରେ ମାରିଦେବାକୁ ଧମକ ଦେବା, ଅପମାନିତ କରିବା ତଥା ଚିଢେଇବା

ଅଧ୍ୟାୟ XXIII

ଅପରାଧ ନିମନ୍ତେ ଉଦ୍ୟମ

ଆଧାର

  1. Universal's Guide to Judicial Service Examination. Universal Law Publishing. p. 2. ISBN 9350350297.
  2. "Law Commission of India - Early Beginnings". Law Commission of India. Retrieved 19 September 2014.
  3. B.M.Gandhi. Indian Panel Code (Paper Back) (2013 ed.). EBC. pp. 1–832. ISBN 8170128927. {{cite book}}: |access-date= requires |url= (help); |format= requires |url= (help)
  4. "Redefining Rape Laws". Retrieved 8 March 2016.

ଆହୁରି ପଢ଼ନ୍ତୁ

ଭାରତୀୟ ସମ୍ବିଧାନ