ସୁଧାକର ସାହୁ
ସୁଧାକର ସାହୁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଶୀ ନୃତ୍ୟ ଗୁରୁ |
ପିତାମାତା | ଦୁର୍ଯୋଧନ ସାହୁ, କନକଲତା ସାହୁ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ସୁଧାକର ସାହୁ ଜଣେ ଓଡ଼ିଶୀ ନୃତ୍ୟ ଗୁରୁ ।[୧]
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ସୁଧାକର ସାହୁ, ୧୯୩୫ ମସିହା ଜାନୁୟାରୀ ୧ ତାରିଖରେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ବଦ୍ୟକାଟେଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଦୁର୍ଯୋଧନ ସାହୁ, ଓଡ଼ିଶୀ ଛାନ୍ଦ, ଚମ୍ପୁରେ ନିପୂଣ ଥିଲେ ଓ ମାତା କନକଲତା ସାହୁ ମଧ୍ୟ ସଙ୍ଗୀତରେ ରୂଚି ରଖୁଥିଲେ । ସଙ୍ଗୀତମୟ ପରିବେଶରେ ବଢିଥିବା, ସୁଧାକର ମାତ୍ର ୭ ବର୍ଷ ବୟସରୁ ପିତା ଦୁର୍ଯୋଧନ ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁ ଦୁର୍ଯୋଧନ ମହାନ୍ତି ତାଙ୍କର ପ୍ରଥମ ନୃତ୍ୟ ଗୁରୁ ଥିଲେ । ୧୯୫୦ ମସିହା ବେଳକୁ, ସେ କଟକର ଅନ୍ନପୂର୍ଣ୍ଣା ବି ଅନୁଷ୍ଠାନରେ ଯୋଗଦାନ କରିଥିଲେ । ୧୯୫୩ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଥିବା ସମୟରେ, ଗୁରୁ କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପ୍ରଥମ ଗୀତିନାଟ୍ୟ 'ଗିରି ଗୋବର୍ଦ୍ଧନ ପୂଜା'ରେ 'ମଧୁମଙ୍ଗଳ' ଭୂମିକାରେ ଅଭିନୟ କରିଥିଲେ । ଅନ୍ନପୂର୍ଣ୍ଣା ବିରେ ତାଙ୍କ ଅଭିନୟ ଦେଖି ଗୁରୁ ଦେବପ୍ରସାଦ ଦାସ ତାଙ୍କୁ ନିଜର ଶିଷ୍ୟ ଭାବରେ ଗ୍ରହଣ କରିଥିଲେ ଓ ସେତିକି ବେଳୁ, ତାଙ୍କର ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ ହୋଇଥିଲା । ଗୁରୁ ଦେବପ୍ରସାଦ ଦାସଙ୍କ ଦେହାନ୍ତ ପର୍ଯ୍ୟନ୍ତ, ସୁଧାକର ତାଙ୍କ ସହିତ ଜଡ଼ିତ ରହିଥିଲେ । ସେ ସମୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପୁରୀରେ ଏକ ନୃତ୍ୟ ଗବେଷଣା କେନ୍ଦ୍ର ଖୋଲା ଯାଇଥିଲା ଓ ଗୋଟିପୁଅ, ମାହାରୀ ଆଦି ନୃତ୍ୟ ଶିକ୍ଷାପ୍ରଦାନ କରାଯାଉଥିଲା । ଏହି ଗବେଷଣା କେନ୍ଦ୍ରରେ ଯୋଗଦେବା ପାଇଁ ହେଉଥିବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ ବୃତ୍ତିଲାଭ କରିଥିଲେ । ଏଠାରେ ସେ ଗୁରୁ ପଦ୍ମନାଭ ଦାସଙ୍କଠାରୁ ଗୋଟିପୁଅ ନାଚ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ, ଗୁରୁ ମୋହନ ମହାପାତ୍ରଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷା ଲାଭ କରିଥିଲେ ।[୨]
ବୃତ୍ତିଗତ ଜୀବନ
[ସମ୍ପାଦନା]ଗୁରୁ ଦେବପ୍ରସାଦ ଦାସଙ୍କ ନିର୍ଦ୍ଦେଶନାରେ 'ଶରତ ରାସ' ନାମକ ଗୀତିନାଟ୍ୟରେ କୃଷ୍ଣ ଭୂମିକାରେ ଅଭିନୟ କରି ସୁଧାକର ସାହୁ, ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଇନ୍ଦ୍ରାଣି ରେହମାନଙ୍କ ସହ, ସେ ମର୍ଦ୍ଦଳ ବାଦକ ଓ ଗାୟକ ଭାବରେ ବହୁସ୍ଥାନରେ ପରିବେଷଣ କରିଥିଲେ । ଶୃଙ୍ଗାର ରସ ଓ କରୁଣ ରସକୁ ବିଶେଷ ଭଲ ପାଉଥିବା ସୁଧାକର, ବହୁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ଓଡ଼ିଶାରେ ବାନ୍ଧ ନୃତ୍ୟକୁ ପରିଚିତ ଓ ପ୍ରତିଷ୍ଠିତ କରାଇବାରେ, ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । [୩]
ନୃତ୍ୟ ଗୁରୁ ଭାବରେ
[ସମ୍ପାଦନା]ସୁଧାକର ସାହୁ, ଗୁରୁ ଦେବପ୍ରସାଦ ଦାସଙ୍କ ଶୈଳୀର ଜଣେ ଦକ୍ଷ ନୃତ୍ୟଗୁରୁ ଭାବରେ ପରିଚିତ । ମାତ୍ର ୨୫ ବର୍ଷ ବୟସରୁ, ସେ ନୃତ୍ୟ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ପୁରୀର କିଶୋର କ୍ଳବ, ମୟୁରଭଞ୍ଜ କଳା ପରିଷଦ, ସମ୍ବଲପୁର କଳା ପରିଷଦ, ଛତ୍ରପୁର କଳା ପରିଷଦ, ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ଆଦି ଅନୁଷ୍ଠାନରେ, ସେ ନୃତ୍ୟ ଶିକ୍ଷା ଦେଇଥିଲେ । ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରେ ଇନ୍ଦିରା ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାନ୍ତି, ନିତା ବହିଦାର, ବାଣୀ ମାଧବ, ଇତିଶ୍ରୀ ମହାନ୍ତି, ପୂର୍ଣ୍ଣିମା ବାରିକ, ଦୀପ୍ତି ମିଶ୍ର, ଉର୍ମୀଳା ଓ ସୁଜାତା ମହାପାତ୍ର[୪] ଆଦି ଅନ୍ୟତମ ।
ନୃତ୍ୟ ନିର୍ଦ୍ଦେଶନା
[ସମ୍ପାଦନା]ନୃତ୍ୟାଭିନୟ
[ସମ୍ପାଦନା]- କଲ୍ୟାଣ ପଲ୍ଲବୀ
- ଆନନ୍ଦ ଭୈରବୀ
- ଗୌଡ଼ ପଲ୍ଲବୀ
ଗୀତିନାଟ୍ୟ
[ସମ୍ପାଦନା]- ମାନିନୀ
- ଶକୁନ୍ତଳା
- କୋଣାର୍କ
- ବିଚିତ୍ର ବର୍ଣ୍ଣ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
- କଳିଙ୍ଗ ଭାରତୀ ସଚ୍ଚିଦାନନ୍ଦ ପୁରସ୍କାର - ୧୯୯୧
- ଭାରତ ସରକାରଙ୍କ ଫେଲୋସିପ[୫]
- ଗୁରୁ ଦେବପ୍ରସାଦ ପୁରସ୍କାର[୬]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ- ୨୦୧୪[୭]
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪[୮]
ଗୁରୁ ସୁଧାକର ସାହୁଙ୍କ ସମ୍ମାନରେ, ୨୦୧୦ ମସିହାରୁ ଓଡ଼ିଶୀ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ 'ସୁଧାକର ସାହୁ ସମ୍ମାନ' ଆରମ୍ଭ କରାଯାଇଛି ।[୯]
ଆଧାର
[ସମ୍ପାଦନା]- ↑ http://www.business-standard.com/article/pti-stories/sangeet-natak-akademi-fellowships-awards-for-2014-announced-115061200826_1.html
- ↑ ଧରିତ୍ରୀ ୧୧/୦୭/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ
- ↑ http://www.hindu.com/fr/2010/12/31/stories/2010123150340200.htm
- ↑ http://suodisha.com/news/general-information-of-odisha/greatest-person-of-odisha/dancers/sujata-mohapatra/[permanent dead link]
- ↑ http://www.narthaki.com/info/intervw/intrv118.html
- ↑ http://www.telegraphindia.com/1131031/jsp/odisha/story_17514646.jsp#.U8dbsEDc1eE
- ↑ ସମ୍ବାଦ ୧୦/୦୯/୨୦୧୪ ପୃଷ୍ଠା ୧୩
- ↑ http://www.thehindu.com/news/national/musicians-filmmaker-chosen-for-sangeet-natak-akademi-fellowships/article7310252.ece
- ↑ http://www.thehindu.com/todays-paper/tp-national/tp-otherstates/sudhakar-sahu-feted/article749460.ece