ଲହଲାଙ୍ଗଳୀ

ଉଇକିପିଡ଼ିଆ ରୁ
ଲହଲାଙ୍ଗଳୀ
Gloriosa superba
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Angiosperms
(unranked): Monocots
Order: Liliales
Family: Colchicaceae
Genus: Gloriosa
L.
Species

See text.

ଲହଲାଙ୍ଗଳୀ, (ଅବା ଲାଙ୍ଗଳିଆ, ପଞ୍ଚାଙ୍ଗୁଳ, ମେହେରିଆ ଫୁଲ, ଗର୍ଭଘଟନ (ଲାଟିନ ନାମ Gloriosa superba Linn, ସଂସ୍କୃତ ନାମ ଲାଙ୍ଗଳୀ,କଳିହାରୀ,ଅଗ୍ନିଶିଖା,ଗର୍ଭନୁତ), ରସୋଣ (Liliaceae) କୁଳ (Familly)ର ଏକ ଗଛ ।

ଲହଲାଙ୍ଗଳୀ

ଭିତର ଚିଜ

[ଏହାକୁ ବଦଳାନ୍ତୁ] ବିବିଧ ଭାରତୀୟ ପ୍ରାଦେଶିକ ନାମ

ଲହଲାଙ୍ଗଳୀ
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଲହଲାଙ୍ଗଳୀ, ଲାଙ୍ଗଳିଆ, ପଞ୍ଚାଙ୍ଗୁଳ, ମେହେରିଆ ଫୁଲ, ଗର୍ଭଘଟନ
ହିନ୍ଦୀ କଳିହାରୀ
ଅସିମୀୟା ଉତଟଚଣ୍ଡାଳ
କନ୍ନଡ଼ ଅଗ୍ନିଶିଖେ
ଗୁଜରାଟୀ ଦୁଧିୟୋ ବଛନାଗ
ତାମିଲ କଲାପ୍ପୋଇ କି ଜଙ୍ଗୁ
ତେଲୁଗୁ ଆଦାବିନାଭି, ପୋତ୍ଥିଦୁମ୍ପା
ପଞ୍ଜାବୀ କରିୟାରୀ
ବଙ୍ଗଳା ଉଲଟଚଣ୍ଡାଳ, ବିଲାଙ୍ଗୁଳି
ମରାଠି କଲଲାୱି, ଖଡ୍ୟାନାଗ
ମାଲୟାଲମ ମେଦୋନି, ମାଥୋନ୍ନି

[ଏହାକୁ ବଦଳାନ୍ତୁ] ଉଦ୍ଭିଦ ସ୍ୱରୂପ

ଏହା ଏକ ବହୁବର୍ଷାୟୁ, ବୃକ୍ଷାରୋହୀ ଲତା ଅଟେ । ଏହାର କାଣ୍ଡ ପତଳା ୨୦ ଫୁଟ ଯାଏଁ ଲମ୍ବା ଏବଂ ଏହା କନ୍ଦ ସଦୃଶ ମାଂସାଳ ବହୁ ବର୍ଷାୟୁ ଭୂତଳ କାଣ୍ଡରୁ ଉଦ୍ଗମ ହୋଇଥାଏ ।

ଭୌମିକ କାଣ୍ଡ ହାଳାକାର, ବକ୍ର, ସ୍ଥାନ ସ୍ଥାନରେ ସଙ୍କୁଚିତ ପ୍ରାୟତଃ ୧ ଫୁଟ ଲମ୍ବା ଏବଂ ୧.୫ ଇଞ୍ଚ ବ୍ୟାସ, ଅଗ୍ର ଭାଗରେ ତୀକ୍ଷ୍ଣ ହୋଇଥାଏ ।
ପତ୍ର –ପ୍ରାୟ ବୃନ୍ତ ରହିତ, ନଟ୍ବାକ।ର-ଭାଲାକାର, ୬-୮ଇଞ୍ଚ ଲମ୍ବା ତଥା ଅଗ୍ରଭାଗରେ ସୂତା ସମାନ ହୋଇଥାଏ । ଏହି ସୁତ୍ରାକାର ପତ୍ର ଅଗ୍ରଭାଗ ଦ୍ଵାରା ଏହା ଅନ୍ୟ ବୃକ୍ଷ ଉପରେ ଚଢିଥାଏ ।
ପୁଷ୍ପ- ଚିତ୍ତାକର୍ଷକ, ଏକକ କିମ୍ବା ଗୁଚ୍ଛ ଯୁକ୍ତ ମଧ୍ୟ ହୋଇପାରେ । ପରିପୁଷ୍ପର ପାଖୁଡା ୨-୩-ଇଞ୍ଚ ଲମ୍ବା ,୧/୨ ଇଞ୍ଚ ପ୍ରସ୍ଥ, ତରଙ୍ଗିତଧାର, ମୂଳରେ ସବୁଜ କ୍ରମାନ୍ଵୟରେ ପିତ ବର୍ଣ୍ଣ ଶେଷରେ ରକ୍ତ ବର୍ଣ୍ଣ ହୋଇଥାଏ । ପୁଷ୍ପ ଦଣ୍ଡ ପ୍ରାୟ ୭ ଇଞ୍ଚ ଲମ୍ବା ।
ଫଳ – ୨ଇଞ୍ଚ ଲମ୍ବା ଏବଂ ଗୋଲାକାର ବୀଜ ସମୂହ ରେ ଭରପୁର ଥାଏ ।

ପୁଷ୍ପ –ଫଳ ବର୍ଷା ଋତୁରେ ହୁଏ ଏବଂ ଶୀତ ଋତୁରେ ଏହାର ଲତା ଶୁଖିଯାଏ ।

ମୂଳସ୍ତମ୍ଭ- ଆଳୁ ସମାନ, ବୃହତ, ମଧ୍ୟ ମଧ୍ୟରେ ସଂକୀର୍ଣ୍ଣ ।
ଲହଲାଙ୍ଗଳୀ

[ଏହାକୁ ବଦଳାନ୍ତୁ] ଭୌଗଳିକ ପ୍ରାପ୍ତି ସ୍ଥାନ

ଏହା ସମଗ୍ର ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ, ମାଲୟ ଦ୍ଵିପ, ଫିଲିପାଇନ, ସମସ୍ତ ଭାରତରେ ଏହା ୬ ହଜାର ଫୁଟ (ସମୁଦ୍ର ପତନ ସ୍ତର ) ଯାଏଁ ଏବଂ ପଶ୍ଚିମ ଘାଟ ଯାଏଁ ବ୍ୟାପ୍ତ । ଜିମ୍ବାବ୍ୱେ ଦେଶର ଏହା ଜାତୀୟ ପୁଷ୍ପ ଏବଂ ଆମ ଭାରତତାମିଲନାଡୁ ରାଜ୍ୟର ଜାତୀୟ ପୁଷ୍ପ । ଆମ ଓଡ଼ିଶାରେ ଏହା କୃଷକ ମାନେ ହଲ ଲଙ୍ଗଳ ପୂଜା ଉଦ୍ଦେଶ୍ୟରେ ବ୍ୟବହାର କରିଥାନ୍ତି । ଭାରତରେ ଏହା ଏକ ଲୁପ୍ତ ପ୍ରାୟ ପ୍ରଜାତି ଭାବରେ ବିବେଚିତ ।

[ଏହାକୁ ବଦଳାନ୍ତୁ] ରାସାୟନିକ ସଙ୍ଘଟନ

ଭୌମିକ କାଣ୍ଡ: କୋଲ୍ଚିସାଇନ୍, ଗ୍ଲୋରିସାଇନ, ଟାନୀନ, ସୁପେର୍ବାଇନ, ଚେଳିଡୋନିକ ଏସିଡ, ସାଲିସାଇକ୍ଲିକ ଏସିଡ, ସୁଗନ୍ଧିତ ତୈଳ ।
ପୁଷ୍ପ: ଲୁଟେର୍ଲିନ, ଲୁମିକୋଲଚିସାଇନ
ଭୂ ଉପରିସ୍ଥ କାଣ୍ଡ: କୋର୍ନିଜେରିନ
ଲହଲାଙ୍ଗଳୀ

[ଏହାକୁ ବଦଳାନ୍ତୁ] ଚିକିତ୍ସା ବିଜ୍ଞାନ ଦ୍ଵାରା ପ୍ରମାଣିତ ତଥ୍ୟ

ଶୋଥହର,ବେଦନା ସ୍ଥାପକ ଗୁଣ –ଏହାର ଭୂମିଜ କନ୍ଦ ଯଦ୍ୟପି ବିଷାକ୍ତ, ଏଥିରେ ଯଥେଷ୍ଟ ପରିମାଣରେ ଶୋଥହର(anti-inflammatory), ବେଦନସ୍ଥାପକ (analgesic) ଏବଂ ଜ୍ଵରଘ୍ନ (febrifuge) ଗୁଣ ନିହିତ ରହିଛି ।

ବାତଜ୍ଵର (Rheumatism), ସନ୍ଧିବାତ(Arthritis), ରକ୍ତବାତ(Gout) ଇତ୍ୟାଦି ରୋଗରେ ଏହାକୁ ସଫଳ ଭାବରେ ବ୍ୟବହାର କରାଯାଇ ପାରେ । ଏହି ସମସ୍ତ ରୋଗରେ ଏହା ନିଶ୍ଚିତ ଭାବେ ପ୍ରଭାବି । ଗର୍ଭପାତ ଓ ଗର୍ଭାଶୟ ସଙ୍କୋଚକ ଗୁଣ – ଏହାର କନ୍ଦ ପ୍ରଭାବି ରୂପେ ଗର୍ଭପାତ କରାଇଥାଏ । ଏହା ଅତୀବ ଭାବେ ଗର୍ଭାଶୟକୁ ସଙ୍କୁଚିତ କରିଥାଏ ।

  • ପତ୍ର ରସ ଗୁଣ: ପତ୍ର ସ୍ଵରସ ଦ୍ଵାରା ଉକୁଣି ମାରିବାର କ୍ଷମତା ରହିଥାଏ । ସ୍ଵରସର ବାହ୍ୟ ପ୍ରୟୋଗ ଦ୍ଵାରା ଅନେକ ଚର୍ମ ରୋଗ ଆରୋଗ୍ୟ ହୋଇ ପାରେ ।
  • କର୍କଟ ଏବଂ ଅର୍ବୁଦ ପ୍ରତିରୋଧି: ଏଥିରେ ଥିବା ରସାୟନ କୋଲ୍ଚିସାଇନ କୋଷ ବିଭାଜନକୁ ପ୍ରତିହତ କରିଥାଏ ଏବଂ କ୍ରୋମୋଜୋମର ଟ୍ୟୁବୁଲିନ ତନ୍ତୁ ଗଠନ ହେବାକୁ ଦିଏନାହିଁ, ତେଣୁ ଏହା ଅର୍ବୁଦ ଏବଂ କର୍କଟ ରୋଗ ପାଇଁ ଏକ ସୁନିଶ୍ଚିତ ଔଷଧ ଭାବେ ବ୍ୟବହୃତ ହୋଇପାରେ।
  • ଯକୃତ ବିଷମୟତା ପ୍ରତିରୋଧି: ଗବେଷଣାଗାର ପରୀକ୍ଷାରେ ପ୍ରମାଣିତ ହୋଇଛି ଯେ ଲହ ଲାଙ୍ଗଳୀ କନ୍ଦର ଜଳୀୟ ଆହରିତ ସତ୍ତ୍ଵ ପାରାସିଟାମଲ୍ ଜନିତ ଯକୃତ ବିଷମୟତାକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରି ପାରିଥାଏ ।
  • ଜୀବାଣୁ ନାଶକ ଶକ୍ତି: ସଳ୍ମୋନେଲା ଟାଇଫି, ଏସ୍ଚେରେଚିଆ କୋଲାଇ, ପ୍ରୋଟିୟାସ ଭଲ୍ଗାରିସ ଇତ୍ୟାଦି ଜୀବାଣୁ ଜାତି ସମୂହକୁ ଏବଂ ଅସ୍ପେର୍ଜିଲସ ନାଇଜର ଏବଂ ମ୍ୟୁକର ଇତ୍ୟାଦି ବୀଜାଣୁ ସମୂହ ଗୁଡିକୁ ପ୍ରଭାବି ଭାବେ ମାରିବାର କ୍ଷମତା ଏହାର ସୁରା ଆହରିତ ସତ୍ଵ ରେ ନିହିତ ।
  • ଘରୋଇ ବ୍ୟବହାର: ଏହାର ଚେର ଏବଂ କାଣ୍ଡ, କନ୍ଦକୁ ସର୍ପ ବିଷକୁ ପ୍ରତିହତ କରିବା ପାଇଁ ବ୍ୟବହାର କରାଯାଏ । ଏହାର କନ୍ଦକୁ ଦ୍ଵାର ଓ ଝରକା ମୁହଁରେ ରଖିବା ଦ୍ଵାରା ବିଷାକ୍ତ ସର୍ପ ଗୃହ ମଧ୍ୟକୁ ପ୍ରବେଶ କରନ୍ତି ନାହିଁ ।
ଲହଲାଙ୍ଗଳୀ

[ଏହାକୁ ବଦଳାନ୍ତୁ] ଆୟୁର୍ବେଦ ମତରେ ଗୁଣ ଏବଂ ବ୍ୟବହାର

ବିଶେଷତା ଗୁଣ
ଗୁଣ ଲଘୁ ,ତୀକ୍ଷ୍ଣ
ରସ କଟୁ,ତିକ୍ତ
ବୀର୍ଯ୍ୟ ଉଷ୍ଣ
ବିପାକ କଟୁ
ପ୍ରଭାବ ଗର୍ଭପାତନ
ଲହଲାଙ୍ଗଳୀ

[ଏହାକୁ ବଦଳାନ୍ତୁ] ଦୋଷକର୍ମ

  • ଉଷ୍ଣ ବୀର୍ଯ୍ୟ ,କଫ ବାତ ଶାମକ
  • ସଂସ୍ଥାନିକ କର୍ମ –ବାହ୍ୟ – ଏହାର ଲେପ ରକ୍ତୋତ୍କ୍ଳେଶକ ,କ୍ଷୋଭକ,କୃମିଘ୍ନ ତଥା ଗର୍ଭପାତନ କରାଏ । ଏହାକୁ ଶୋଥ,ବ୍ରଣ,ଗଣ୍ଡମାଳା,ଅର୍ଶ ,ଚର୍ମ ରୋଗ ତଥା ବୃଶ୍ଚିକ ,ସର୍ପ ଆଦି ଦଂଶନରେ ଲେପ କରାଯାଇ ଥାଏ । ଶରୀର ଭିତରେ କୌଣସି ଶଲ୍ୟ (ତୀର,କଣ୍ଟା) ପଶିଯାଇ ଥିଲେ ତ୍ଵଚାରେ ଲେପ କରିବା ଦ୍ଵାରା ଏହା ବାହାରିଯାଇଥାଏ । ସୁଖ ପ୍ରସବ ପାଇଁ ଅପରାପାତନ ପାଇଁ ଏହାର କନ୍ଦର ଲେପକୁ ହାଥ ଏବଂ ପାଦର ଊର୍ଦ୍ଧ୍ଵ ପାର୍ଶ୍ଵରେ,ନାଭି ଏବଂ ବଂକ୍ଷଣ,ବସ୍ତିପ୍ରଦେଶରେ ଲେପ କରାଯାଏ । ଗର୍ଭ ନିଷ୍କାସନାର୍ଥ ଏହାର କନ୍ଦ ଯୋନିରେ ରଖାଯାଏ ।
  • ଆଭ୍ୟନ୍ତର- ପାଚନ ସଂସ୍ଥାନ-ଅଳ୍ପ ମାତ୍ରାରେ ଏହା ଦୀପନ ,ପିତ୍ତସାରକ, କୃମିଘ୍ନ ଅଟେ । ଏହାର ଚୂର୍ଣ୍ଣ ଅଗ୍ନିମାନ୍ଦ୍ୟ ,ପିତ୍ତବିକାର ତଥା କୃମି ରୋଗରେ ପ୍ରୟୋଗ କରାଯାଏ । ଅଧିକ ମାତ୍ରାରେ –ରେଚକ ,ବାମକ ତଥା ଆମାଶୟରେ ତୀବ୍ର ଦାହ ଏବଂ କ୍ଷୋଭ ଉତ୍ପନ୍ନ କରାଏ ।
  • ରକ୍ତବହ ସଂସ୍ଥାନ – ରକ୍ତ ରୋଧକ ,କୁଷ୍ଠ ରୋଗରେ ଦିଆଯାଏ ।
  • ପ୍ରଜନନ ସଂସ୍ଥାନ – ଗର୍ଭାଶୟ ସଙ୍କୋଚକ , କଷ୍ଟ ପ୍ରସବରେ ଏବଂ ଗର୍ଭାନିଷ୍କାସନାର୍ଥ ଏହାର ଚୂର୍ଣ୍ଣ ପ୍ରୟୋଗ ହୁଏ ।
  • ତାପକ୍ରମ- ବିଷମଜ୍ଵରଘ୍ନ ଅଟେ ।
  • ସାତ୍ମୀକରଣ- ଅଳ୍ପ ମାତ୍ରାରେ ବାଲ୍ୟ ଏବଂ ରସାୟନ ଅଟେ ।
  • ବିଷାକ୍ତ ପ୍ରଭାବ- ବମନ ,ବିରେଚନ ,ଉଦର ଶୂଳ ତଥା ହୃଦୟାବରୋଧ ଦ୍ଵାରା ମୃତ୍ୟୁ ହୁଏ ।
  • ପ୍ରଯୋଜ୍ୟ ଅଙ୍ଗ – କନ୍ଦ
  • ମାତ୍ରା- ୨୫୦-୫୦୦ ମିଲିଗ୍ରାମ
  • ବିଶିଷ୍ଟ ଯୋଗ –କାସୀସାଦି ତୈଳ ,ଲାଙ୍ଗଳୀ ରସାୟନ ।

[ଏହାକୁ ବଦଳାନ୍ତୁ] ଆଧାର

  1. ଦ୍ରବ୍ୟଗୁଣ ବିଜ୍ଞାନ –ଖଣ୍ଡ-୨ ବରିଷ୍ଠ-ଅଧ୍ୟାପକ-ପ୍ରିୟବ୍ରତ ଶର୍ମା ,Dravyaguna-vijnana –VOL-II –proff. Priyavrata Sharma ,postgraduate institute of Indian medicines, B.H.U.Varnasi
  2. Ayurvedic pharmacopeia of India.
  3. Dr. Deepak Acharya, Garima Sancheti, Dr Anshu Shrivastava, Dr Sanjay Pawar, Rare Herb of Patalkot: Gloriosa superba. (2006-10-24)
  4. Disabled World
  5. Analgesic and anti-inflammatory activities of the hydroalcoholic extract from Gloriosa superba Linn-Jomy C John, Jennifer Fernandes, Tanaji Nandgude, Samir R Niphade, Alok Savla, Pradeep T Deshmukh Year : 2009 | Volume : 3 | Issue : 3 | Page : 215-219 IJGP
  6. Radha AKG, Siddha herbs exclusively used in skin diseases
  7. Kavina J, Gopi R* and R Panneerselvam- Gloriosa superba Linn – A Medicinally important plant -June, 2011 Drug Invention Today, 2011, 3(6), 69-71
  8. Indhumathi.T, DR.S.Mohandass- Hepatoprotective efficacy of Gloriosa superba against paracetamol treated experimental rats-An in vivo study-Vol - I , ISSUE - IX October 2011 : Biochemistry –Indian Stream of Research Journal .
  9. Shanmugam Hemaiswarya, Rathinam Raja, Chinnathambi ,Anbazhagan, Venkatesan Thiagarajan, Antimicrobial And Mutagenic Properties Of The Root Tubers Of Gloriosa Superba Linn. (Kalihari)- Pak. J. Bot., 41(1): 293-299 (2009).
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା