ରକ୍ତହୀନତା

ଉଇକିପିଡ଼ିଆ ରୁ
ରକ୍ତହୀନତା
Anemias
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

Human blood from a case of iron-deficiency anemia
ICD-10 D50.-D64.
ICD-9 280-285
ରୋଗ ଡାଟାବେସ 663
MedlinePlus 000560
eMedicine med/132 emerg/808 emerg/734
MeSH D000740

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ[୧][୨] । ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ହେମୋଗ୍ଲୋବିନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।

ରକ୍ତ ରୋଗମାନଙ୍କ ମଧ୍ୟରେ ରକ୍ତହୀନତା ରୋଗ ଗୋଟିଏ ଅତି ସାଧାରଣ ରୋଗ । ଏହି ରୋଗର ବିଭିନ୍ନ କାରଣ ଥାଏ ଓ ଏହି କାରଣ ଯୋଗୁ ବିଭିନ୍ନ ପ୍ରକାର ରକ୍ତହୀନତା ରୋଗ ଦେଖାଯାଏ । ଏହି ରୋଗକୁ ସୃଷ୍ଟି କରୁଥିବା ବିଭିନ୍ନ କାରଣ ଅନୁସାରେ ଏହାକୁ ବର୍ଗୀକରଣ କଲେ ମଧ୍ୟ ମୂଖ୍ୟତଃ ଏହାର ତିନୋଟି କାରଣ ଅଛି । ସେ ଗୁଡ଼ିକ ହେଲା ଏକା ଥରକେ ଅତ୍ୟଧିକ ରକ୍ତ ସ୍ରାବ ବା ଥରକେ ଅଳ୍ପ ଅଳ୍ପ ହୋଇ ଅଧିକ ଦିନ ଧରି ରକ୍ତ ସ୍ରାବ, ଅତ୍ୟଧିକ ରକ୍ତ କଣିକା ନଷ୍ଟ ଓ ତୃଟି ଯୁକ୍ତ ରକ୍ତ କଣିକା ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

Main symptoms that may appear in anemia[୩]

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅନିର୍ଦ୍ଦିଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ଵାସି ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ଵଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ ଧଡ ହୁଏ, ଆଞ୍ଜିନା ହୁଏ ଓ ହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ଚମ, (Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡୀ ଫୁଲି ଉଠେ, ହୃତପିଣ୍ଡରୁ ମରମର (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ହୋଇ ପାରେ ନାହିଁ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ।

କାରଣ[ସମ୍ପାଦନା]

ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ । ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା ଲୌହ ଅଭାବ [୪]) ଯୋଗୁ ଅଧିକାଂଶ ଆନିମିଆ ହୁଏ ।

ତୃଟିଯୁକ୍ତ ତିଆରି[ସମ୍ପାଦନା]

ଅତ୍ୟଧିକ ନଷ୍ଟ[ସମ୍ପାଦନା]

ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।

  • ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା[୬]: ଏହା ଦ୍ଵାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ[୭]
    • ହେରେଡିଟାରି ସ୍ଫିରୋସାଇଟୋସିସ: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ୍ ଥାଏ, ଏଣୁ ପ୍ଲିହା ଦ୍ଵାରା କଣିକା ସମସ୍ତ ନଷ୍ଟ ହୋଇଯାଏ ।
    • ହେରେଡିଟାରି ଏଲିପ୍ଟୋସାଇଟୋସିସ: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।
    • ଆବିଟାଲାପୋପ୍ରିଟିନେମିଆ: ଆସ୍ତରଣ ଲିପିଡ ଖରାପ ଥାଏ ।
    • ଏଞ୍ଜାଇମ ଅଭାବ
      • ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।
      • ଗ୍ଲୁକୋଜ ୬ ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଓ ଗ୍ଲୁଟାଥାୟୋନିନ୍ ସିନଥେଟେଜ୍ ଅଭାବ ଯୋଗୁ ଅକ୍ସିଡେଟିଭ ସ୍ଟ୍ରେସ ଅଧିକ ହୁଏ ।
    • ହେମୋଗ୍ଲୋବିନୋପାଥିଜ
      • ସିକ୍ଲ ସେଲ ଆନିମିଆ
      • ହେମୋଗ୍ଲୋବିନୋପାଥିଜ୍
    • ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲିନୁରିଆ

ଆଧାର[ସମ୍ପାଦନା]

  1. MedicineNet.com --> Definition of Anemia Last Editorial Review: 12/9/2000 8:31:00 AM
  2. merriam-webster dictionary --> anemia Retrieved on May 25, 2009
  3. eMedicineHealth > anemia article Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009
  4. National Heart Lung and Blood Institute > What Causes Anemia? Retrieved on June 9, 2010
  5. ୫.୦ ୫.୧ ୫.୨ Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7.  8th edition.
  6. Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.
  7. Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). Robbins Basic Pathology (8th ed.). Saunders Elsevier. p. 432 ISBN 978-1-4160-2973-1