ତାଇୱାନ

ଉଇକିପିଡ଼ିଆ‌ରୁ

ତାଇୱାନ , ଆନୁଷ୍ଠାନିକ ଭାବରେ ଜଣା ଚୀନ ଗଣରାଜ୍ୟ , ପୂର୍ବ ଏସିଆର ଏକ ଦେଶ । ଏହାର ଉତ୍ତର-ପଶ୍ଚିମ ଦିଗରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା , ଉତ୍ତର-ପୂର୍ବରେ ଜାପାନ ଏବଂ ଦକ୍ଷିଣରେ ଫିଲିପାଇନ୍ସ ଅବସ୍ଥିତ | ତାଇୱାନର ମୁଖ୍ୟ ଦ୍ୱୀପପୁଞ୍ଜର କ୍ଷେତ୍ର ହେଉଛି ୩୫,୮୦୮ ବର୍ଗ କିଲୋମିଟର (୧୩,୮୨୬ ବର୍ଗ ମାଇଲ) ।ଏଥିରୁ ପୂର୍ବରେ ଦୁଇ-ତୃତୀୟାଂଶ ପାର୍ବତ୍ୟାଞ୍ଚଳ ଏବଂ ପଶ୍ଚିମରେ ଏକ ତୃତୀୟାଂଶରେ ସମତଳ ଅଞ୍ଚଳ । ଏହି ପଶ୍ଚିମ ଭାଗରେ ଜନସଂଖ୍ୟା ଅଧିକ ଘନିଭୁତ | ତାଇପେଇ ହେଉଛି ରାଜଧାନୀ ତଥା ତାଇୱାନର ବୃହତ୍ତମ ମହାନଗର କ୍ଷେତ୍ର | ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ନ୍ୟୁ ତାଇପେଇ, କାଓହସିଙ୍ଗ, ତାଇଚୁଙ୍ଗ, ତାଇନ୍ ଏବଂ ଟାୟୁଆନ୍ ଅନ୍ତର୍ଭୁକ୍ତ | ୨୩.୫୭ ନିୟୁତ ବାସିନ୍ଦା ସହିତ ତାଇୱାନ ଏକ ଘନ ଜନବହୁଳ ଦେଶ।

ଭୂଗୋଳ[ସମ୍ପାଦନା]

ତାଇୱାନର ଉପଗ୍ରହ ଫଟୋ

ତାଇୱାନ ପୂର୍ବ ଏସିଆର ଏକ ଦ୍ୱୀପ ଦେଶ | ଏହାର ମୁଖ୍ୟ ଦ୍ୱୀପ ଐତିହାସିକ ଭାବରେ ଫର୍ମୋସା ଭାବରେ ଜଣାଶୁଣା । ଏହାର କ୍ଷେତ୍ରଫଳ ୩୫,୮୦୮ ବର୍ଗ କିଲୋମିଟର (୧୩,୮୨୬ ବର୍ଗ ମାଇଲ) ଏବଂ ଚୀନ ମୁଖ୍ୟ ଭୂମିର ଦକ୍ଷିଣ-ପୂର୍ବ ଉପକୂଳରୁ ତାଇୱାନ ପ୍ରଣାଳୀ ଦେଇ ପ୍ରାୟ ୧୮୦ କିଲୋମିଟର (୧୧୨ ମାଇଲ୍) ଦୂରରେ ଅବସ୍ଥିତ । ଏହାର ଉତ୍ତରରେ ପୂର୍ବ ଚୀନ ସାଗର , ପୂର୍ବରେ ଫିଲିପାଇନ୍ସ ସାଗର, ଲୁଜନ୍ ପ୍ରଣାଳୀ ସିଧାସଳଖ ଦକ୍ଷିଣରେ ଅବସ୍ଥିତ | ତାଇୱାନ ଅନ୍ତର୍ଗତ କିଛି ଛୋଟ ଦ୍ୱୀପପୁଞ୍ଜ ମଧ୍ୟ ରହିଛି ଯଥା ତାଇୱାନ ପ୍ରଣାଳୀରେ ପେଙ୍ଗୁ ଦ୍ୱୀପପୁଞ୍ଜ, ଚୀନ ଉପକୂଳ ନିକଟ କିନ୍ମେନ ଏବଂ ମ୍ୟାଟସୁ ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଚୀନ ସାଗର ଦ୍ୱୀପପୁଞ୍ଜ ଅନ୍ତର୍ଭୁକ୍ତ ।

ତାଇୱାନର ମୂଖ୍ୟ ଦ୍ୱୀପଟି ଏକ ଅବନତ ସ୍ତର ଚ୍ୟୁତିଦ୍ୱାରା ସୃଷ୍ଠି ହୋଇଛି। ଏହା ପୂର୍ବ ଉପକୂଳ ସହିତ ସମାନ୍ତରାଳ ଭାବରେ ପାଞ୍ଚଟି ଦୁର୍ଗମ ପର୍ବତ ଶୃଂଖଳା ଏବଂ ପଶ୍ଚିମ ଭଗରେ ସାମାନ୍ୟ ଢଲୁ ବିଶିଷ୍ଠ ସମତଳ ଭୂମି ଦ୍ୱର ଗଢ଼ା । ଯେଉଁଠାରେ ତାଇୱାନର ଅଧିକାଂଶ ଜନସଂଖ୍ୟା ସମତଳ ଭୁମିରେ ବାସ କରନ୍ତି ।ତାଇୱାନର ସର୍ବୋଚ୍ଚ ଶିଖର ହେଉଛି ୟୁ ଶାନ୍ ଯାହାକି ୩,୯୫୨ ମିଟର (୧୨,୯୬୬ ଫୁଟ) ଉଚ୍ଚ । ଏହି ପର୍ବତ ଶୃଂଖଳା ଗଠନ କରିଥିବା ଭୂଚଳନ ସୀମା ଏପର୍ଯ୍ୟନ୍ତ ସକ୍ରିୟ ଅଛି । ଯାହାଦ୍ୱର ଦ୍ୱୀପଟି ଅନେକ ଭୂକମ୍ପ ଅନୁଭବ କରିଛି । ତାଇୱାନ ପ୍ରଣାଳୀରେ ଅନେକ ସକ୍ରିୟ ଜଳମଗ୍ନ ଆଗ୍ନେୟଗିରି ମଧ୍ୟ ଅଛି |[୧]

ଶାସନ[ସମ୍ପାଦନା]

ତାଇୱାନର ରାଷ୍ଟ୍ରପତି ଭବନ

ତାଇୱାନର ରାଜନୈତିକ ଏବଂ ଆଇନଗତ ସ୍ଥିତି ଏକ ବିବାଦୀୟ ପ୍ରସଙ୍ଗ। ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (ଚୀନ)ର ଦାବି ଅନୁସାରେ ରିପବ୍ଲିକ୍ ଅଫ୍ ଚୀନ(ତାଇୱାନର) ସରକାର ବେଆଇନ୍ । ମାତ୍ର ତାଇୱାନର ସ୍ୱାଧୀନ ଭାବେ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହିତ ନିଜସ୍ୱ ମୁଦ୍ରା, ବହୁଳ ଭାବରେ ପାସପୋର୍ଟ, ଡାକ ଟିକଟ, ଇଣ୍ଟରନେଟ୍ ଠିକଣା, ସଶସ୍ତ୍ର ବାହିନୀ ଏବଂ ସମ୍ବିଧାନ ଅଛି ।

ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ କୂଟନୈତିକ ସ୍ୱୀକୃତି ଅଭାବରୁ ତାଇୱାନକୁ ନେଇ ବିବାଦ ଲାଗି ରହିଛି।

ତାଇୱାନର ସମ୍ବିଧାନ ଏବଂ ଏହାର ତିନୋଟି ନୀତି ଉପରେ ପ୍ରତିଷ୍ଠିତ । ଏହି ତିନୋଟି ନୀତି ହେଲା ତାଇୱାନ ଏକ ଗଣତାନ୍ତ୍ରିକ ଦେଶ ହେବ , ଯାହା ଲୋକମାନଙ୍କଦ୍ୱାରା ପରିଚାଳିତ ହେବ ଏବଂ ଲୋକମାନଙ୍କ ପାଇଁ ପରିଚାଳିତ ହେବ । ସରକାର ପାଞ୍ଚଟି ଶାଖା (ୟୁଆନ୍)ରେ ବିଭକ୍ତ: କାର୍ଯ୍ୟନିର୍ବାହୀ ୟୁଆନ୍ (କ୍ୟାବିନେଟ୍), ବିଧାନ ସଭା ୟୁଆନ୍ (କଂଗ୍ରେସ କିମ୍ବା ସଂସଦ), ଜୁଡିସିଆଲ୍ ୟୁଆନ୍, କଣ୍ଟ୍ରୋଲ୍ ୟୁଆନ୍ (ଅଡିଟ୍ ଏଜେନ୍ସି) ଏବଂ ପରୀକ୍ଷା ୟୁଆନ୍ (ସିଭିଲ୍ ସର୍ଭିସ୍ ପରୀକ୍ଷା ଏଜେନ୍ସି) । ୨୫ ଡିସେମ୍ବର ୧୯୪୭ରେ ଏହି ସମ୍ବିଧାନ କାର୍ଯ୍ୟକାରୀ ହେଲା । ମାତ୍ର ୧୯୪୮ରୁ ୧୯୮୭ ପର୍ଯ୍ୟନ୍ତ ଏଠାରେ ସାମରିକ ଆଇନ ଜାରି ରହିଥିଲା ଏବଂ ସମ୍ବିଧାନର ଅଧିକାଂଶ ଭାଗ କାର୍ଯ୍ୟକାରୀ ହୋଇନଥିଲ| ୧୯୭୦ ଦଶକର ଶେଷ ଭାଗରୁ ଆରମ୍ଭ କରି ୧୯୯୦ ଦଶକ ପର୍ଯ୍ୟନ୍ତ ରାଜନୈତିକ ସଂସ୍କାରଦ୍ୱାରା ଏହା ବହୁଦଳିୟ ଗଣତନ୍ତ୍ରରେ ପରିଣତ ହୋଇଥିଲା ।[୨][୩]

ଦେଶର ମୁଖ୍ୟ ତଥା ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ହେଉଛନ୍ତି ରାଷ୍ଟ୍ରପତି । ସେ ସର୍ବାଧିକ ଦୁଇ ଥର ଚାରି ବର୍ଷର କାର୍ଯ୍ୟକାଳ ପାଇଁ ସଂଖ୍ୟାବହୁଳ ଭୋଟଦ୍ୱାରା ନିର୍ବାଚିତ ହୁଅନ୍ତି। ରାଷ୍ଟ୍ରପତି କାର୍ଯ୍ୟନିର୍ବାହୀ ଶାଖାର ସଦସ୍ୟମାନଙ୍କୁ ସେମାନଙ୍କ ନିଯୁକ୍ତ କରନ୍ତି, ସେମାନଙ୍କ ମଧ୍ୟରେ ଜଣେ ପ୍ରଧାନମନ୍ତ୍ରୀ, ଯିଏ ଆନୁଷ୍ଠାନିକ ଭାବରେ କାର୍ଯ୍ୟନିର୍ବାହୀ ଶାଖାର ମୁଖ୍ୟ ଅଟନ୍ତି।କାର୍ଯ୍ୟନିର୍ବାହୀ ଶାଖାର ସଦସ୍ୟମାନେ ନୀତି ଏବଂ ପ୍ରଶାସନ ପାଇଁ ଦାୟୀ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Taiwan - History, Flag, Map, Capital, Population, & Facts". Encyclopedia Britannica. 2020-11-15. Retrieved 2020-11-17.
  2. Ginsburg, Tom (2003). Judicial review in new democracies. Cambridge University Press. p. 111. ISBN 978-0-521-52039-3.
  3. "Taiwan assembly passes changes". BBC News. 7 June 2005.