ବିପ୍ରଚରଣ ମହାନ୍ତି

ଉଇକିପିଡ଼ିଆ‌ରୁ
ବିପ୍ରଚରଣ ମହାନ୍ତି
ଜନ୍ମ୧୯୨୭
ମୃତ୍ୟୁ୨୬ ଅଗଷ୍ଟ ୨୦୦୯(2009-08-26) (ବୟସ ୮୧–୮୨)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାଗଭର୍ଣ୍ଣମେଣ୍ଟ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ, କଲିକତା
ବୃତ୍ତି(ସମୂହ)ମୂର୍ତ୍ତିକାର, ଶିକ୍ଷାବିଦ୍
ଚାକିରିକ୍ଷେତ୍ର(ସମୂହ)ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟ
ଉଲ୍ଲେଖନୀୟ କୃତିପୋଟ୍ରେଟ (୧୯୭୦),
ନାଇଟୱାଚମ୍ୟାନ (୧୯୭୨),
ହଙ୍ଗ୍ରି (୧୯୭୩),
ଗ୍ରିଫ (୧୯୭୪),
ରିକ୍ଲାଇନିଂ (୧୯୭୫)[୧]
ସନ୍ତାନସଚୀନ୍ଦ୍ର କୁମାର ମହାନ୍ତି (ପୁଅ)
Honoursଧର୍ମପଦ ପୁରସ୍କାର

ବିପ୍ରଚରଣ ମହାନ୍ତି (୧୯୨୭-୨୯ ଅଗଷ୍ଟ ୨୦୦୯) ଜଣେ ଭାରତୀୟ ଭାସ୍କର୍ଯ୍ୟ ଶିଳ୍ପୀ ଥିଲେ ଓ ଓଡ଼ିଶାରେ ବ୍ରୋଞ୍ଜ ପ୍ରତ୍ତିମୂର୍ତ୍ତୀ ନିର୍ମାଣର ଜନକ ଭାବେ ଜଣାଶୁଣା । ସେ ୧୯୨୭ ମସିହାରେ ଓଡ଼ିଶାର ଯାଜପୁର ଜିଲ୍ଲାର ନାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ସଂସଦ ପରିସରରେ ପ୍ରତିଷ୍ଠା ହୋଇଥିବା ବିର୍ସା ମୁଣ୍ଡାଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଏବଂ ଦାଣ୍ଡି ଯାତ୍ରା ଉପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ତାଙ୍କ ଉଲ୍ଲେଖନୀୟ କୃତି ମଧ୍ୟରୁ ଅନ୍ୟତମ । ସେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ୧୯୫୭ ମସିହାରେ ଅଧ୍ୟାପକ ଭାବେ ଯୋଗ ଦେଇ ସେଠାରୁ ୧୯୮୫ ମସିହାରେ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୧୯୯୪ ମସିହାରେ ଧର୍ମପଦ ପୁରସ୍କାର ଓ ଓଡ଼ିଶା ରାଜ୍ୟ ସଂସ୍କୃତି ପରିଷଦ ପକ୍ଷରୁ ରାଜ୍ୟପାଳ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଓଡ଼ିଆ ଶିକ୍ଷାବିଦ୍ ଓ ଫଣ୍ଟ ଡିଜାଇନର ସଚୀନ୍ଦ୍ର କୁମାର ମହାନ୍ତି ତାଙ୍କ ପୁଅ ।

୨୦୦୯ ମସିହା ଅଗଷ୍ଟ ୨୬ ତାରିଖରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ବିପ୍ରଚରଣ ମହାନ୍ତି ୧୯୨୭ ମସିହାରେ ଓଡ଼ିଶାର ଯାଜପୁର ଜିଲ୍ଲାର ନାନାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୪୬ରୁ ୧୯୫୧ ମସିହା ପର୍ଯ୍ୟନ୍ତ କଲିକତାର ସରକାରୀ କଳା ଓ କାରିଗରୀ ବିଦ୍ୟାଳୟକୁ ଯାଇ ମଡେଲିଂ ଏବଂ ମୂର୍ତ୍ତିକଳାରେ ବିଶେଷଜ୍ଞତା ହାସଲ କରିଥିଲେ । ସେ କଟକରେ ଫ୍ରିଲାନ୍ସ ଆର୍ଟିଷ୍ଟ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଓଡ଼ିଶାରେ ପ୍ରଥମ ବ୍ରୋଞ୍ଜ ଏବଂ ମାର୍ବଲ ମୂର୍ତ୍ତି ଆରମ୍ଭ କରିଥିଲେ । ସେ ୧୯୫୭ ମସିହାରେ ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ମୂର୍ତ୍ତି ଓ ଚିତ୍ରକଳା ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ୧୯୮୫ରେ ପ୍ରାଧ୍ୟାପକ ଭାବରେ ଅବସର ଗ୍ରହଣ କରିଥିଲେ ।[୨] ସେ ରେଭେନ୍ସା ମହାବିଦ୍ୟାଳୟରେ ମଧ୍ୟ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ ।[୩]

କାର୍ଯ୍ୟ[ସମ୍ପାଦନା]

ସେ ଓଡ଼ିଶାରେ ବ୍ରୋଞ୍ଜ ପ୍ରତ୍ତିମୂର୍ତ୍ତୀ ନିର୍ମାଣର ଜନକ ଭାବେ ଜଣାଶୁଣା ଥିଲେ ।[୪] ତାଙ୍କ ଉଲ୍ଲେଖନୀୟ କୃତି ମଧ୍ୟରୁ ଭାରତୀୟ ସଂସଦ ପରିସରରେ ପ୍ରତିଷ୍ଠା ହୋଇଥିବା ବିର୍ସା ମୁଣ୍ଡାଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଏବଂ ଦାଣ୍ଡି ଯାତ୍ରା ଉପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଆଦି ଅନ୍ୟତମ । ତାଙ୍କର ଆଉ କେତେକ ଉଲ୍ଲେଖନୀୟ କୃତି ହେଲା ପୋଟ୍ରେଟ (୧୯୭୦), ନାଇଟୱାଚମ୍ୟାନ (୧୯୭୨), ହଙ୍ଗ୍ରି (୧୯୭୩), ଗ୍ରିଫ (୧୯୭୪) ଏବଂ ରିକ୍ଲାଇନିଂ (୧୯୭୫) ।[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ସେ ୧୯୯୪ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଧର୍ମପଦ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୫]

ସ୍ମୃତି[ସମ୍ପାଦନା]

ତାଙ୍କ ସ୍ମୃତିରେ ୨୦୧୦ ମସିହାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବିପ୍ର ଚରଣ ମହାନ୍ତି ମେମୋରିଆଲ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇଥିଲା ।[୬] ଏହି ଦିନ ତାଙ୍କ ଜୀବନୀ ରଚନା କରାଯାଇ ମୁକ୍ତିଲାଭ କରିଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Chakra, Shyamhari (2010-10-17). "Remembering the master sculptor". The New Indian Express. Retrieved 2023-11-19.
  2. "Govt. College Of Art & Crafts Khallikote". gcacodisha.nic.in. Retrieved 2023-11-19.
  3. "Sculptor Bipra Charan Mohanty passes away". The Times of India. 2009-08-26. ISSN 0971-8257. Retrieved 2023-11-19.
  4. "ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଛାତ୍ରଛାତ୍ରୀ ପୁରସ୍କୃତ". Prameya News7. 2021-11-25. Archived from the original on 2023-07-06. Retrieved 2023-11-19.
  5. Odisha Reference Manual. ଭୁବନେଶ୍ୱର: ଓଡ଼ିଶା ସରକାର. 2014. Retrieved 19 November 2023.[permanent dead link]
  6. "ସମ୍ବର୍ଧିତ ହେଲେ ୩ ଜଣ ଚିତ୍ରଶିଳ୍ପୀ". Sambad. 2017-11-26. Retrieved 2023-11-19.