ବଲଣ୍ଡା
ବଲଣ୍ଡା, ତାଳଚେରର ଏକ ପ୍ରମୁଖ ଗ୍ରାମ, ଏହି ଗ୍ରାମଟି କୋଇଲା ଖଣିଦ୍ୱାରା ବିସ୍ଥାପିତ ହୋଇଛି । ଏହି ଗ୍ରାମର ନାମ ଅନୁସାରେ ସାଉଥ ବଲଣ୍ଡା କୋଇଲା ଖଣିର ନାମ କରଣ ହୋଇଛି।
ଭୂଗୋଳ
[ସମ୍ପାଦନା]ସାଉଥ ବଲଣ୍ଡା ବା ଦକ୍ଷିଣ ବଲଣ୍ଡା ତାଳଚେରସ୍ଥିତ ଓଡ଼ିଶାର ଏକ ପ୍ରମୁଖ କୋଇଲା ଖଣିର ନାମ । ଏହି ସ୍ଥାନଟି ୨୦॰ ୫୪’ ୫୮”ରୁ ୨୦॰ ୫୬’ ୫୫” ଉତ୍ତର ଅକ୍ଷାଂଶ ଓ ୮୫॰ ୦୭’ ୪୪”ରୁ ୨୫॰ ୧୧’ ୩୯” ପୂର୍ବ ଦ୍ରାଘିମାରେ ଅବସ୍ଥିତ । ନିକଟସ୍ଥ ଗ୍ରାମ ‘ବଲଣ୍ଡା’ର ଦକ୍ଷିଣରେ ଥିବାରୁ ଏହି ସ୍ଥାନର ନାମ ଦକ୍ଷିଣ ବଲଣ୍ଡା ବା ସାଉଥ ବଲଣ୍ଡା । ଏହି ଅର୍ଦ୍ଧ ଇଂରାଜୀ ନାମକୁ ସ୍ଥାନୀୟ ଲୋକ ଅପଭ୍ରଂଶରେ ସାଉତ ବଲଣ୍ଡା, ସାବତ ବଲଣ୍ଡା ବା ବଲଣ୍ଡା ଗ୍ରାମର ସାବତ ଭାଇ ବୋଲି କହିଥାନ୍ତି । ଏହି ସ୍ଥାନଟି ତାଳଚେର ସହରଠାରୁ ୯ କିଲୋ ମିଟର ଦୂରରେ, ତାଳଚେରର ପୂର୍ବ ଭାଗରେ ଅବସ୍ଥିତ । କୋଇଲା ଖଣି ପାଇଁ ଏହି ଅଞ୍ଚଳର ନାମ ସାଉଥ ବଲଣ୍ଡା କୋଲିୟରୀ । ସ୍ୱାଧୀନ ଭାରତ ଓଡ଼ିଶାର ପ୍ରଥମ ଉନ୍ମୁଖ କୋଇଲା ଖଣି । ସାଉଥ ବଲଣ୍ଡା କୋଇଲାଖଣି ଆରମ୍ଭ ପାଇଁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଢେଙ୍କାନାଳ ଗେଜେଟିୟରରେ ଉଲ୍ଲେଖ ଅଛି ‘୧୯୫୮ ମସିହାର ମଧ୍ୟ ଭାଗରେ ପ୍ରଥମ ଥର ପାଇଁ ତାଳଚେର କୋଇଲା ଅଞ୍ଚଳ ଉପରେ ବ୍ୟାପକ ଦୃଷ୍ଟି ଦିଆଯାଇ ୩୧.୦୭୭୮ ବର୍ଗ କି.ମି. (୧୨ ବର୍ଗ ମାଇଲ) ପରିମିତ ଖଣି ଅଞ୍ଚଳକୁ ପୁରାପୁରି ଉପେକ୍ଷା କରାଗଲା । ଅନୁସନ୍ଧାନ ଓ ସଗୃହିତ ତଥ୍ୟାବଳୀରୁ ଜଣାଗଲା ଯେ, ପ୍ରଥମ ଶ୍ରେଣୀର କୋଇଲା ଉପରୋକ୍ତ ତିନୋଟି କୋଇଲାଖଣିର ଆୟତାକାର କ୍ଷେତ୍ର ବିଶିଷ୍ଟ ସୀମାର ବାହାର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି । କୋଇଲା ଅନୁସନ୍ଧାନ ଓ ବୋରିଂ କାର୍ଯ୍ୟ ପାଇଁ ଏହି ଅବବାହିକାର ଦକ୍ଷିଣ ପାର୍ଶ୍ୱରେ ସନ୍ଧାନ କାର୍ଯ୍ୟ ଆରମ୍ଭ କରାଗଲା । ଖୁବ କମ ସମୟରେ ଏନ.ସି.ଡି.ସି ଏଠାରେ ଉତ୍କୃଷ୍ଟ କିସମର କୋଇଲା ଗଛିତ ଥିବାର ସନ୍ଧାନ ପାଇଲେ । ନିକଟରେ ଭାରତୀୟ ଭୂତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି କୋଇଲା ଖଣିର ମାନଚିତ୍ର ପୁନର୍ବାର କରିଅଛନ୍ତି । ବିଗତ କେତେବର୍ଷ ତଳେ ଭାରତୀୟ ଖଣି ବ୍ୟୁର (ଆଇ.ବି.ଏମ)ଙ୍କଦ୍ୱାରା ବଲଣ୍ଡା ଅଞ୍ଚଳରେ ଯେଉଁ ବୋରିଂ କରାଯାଇଥିଲା, ସେହି ତଥ୍ୟ ଅନୁସାର ଏହି ଅଞ୍ଚଳରେ ସୂଚିତ ଓ ପ୍ରମାଣିତ କୋଇଲାର ପରିମାଣ ୪୮୮୦ ଲକ୍ଷ ମେଟ୍ରିକ ଟନ ବୋଲି ଜଣାଗଲା । ଏହି ଖଣି ଅଞ୍ଚଳର ଉତ୍ତର ଓ ପଶ୍ଚିମାଞ୍ଚଳରେ ବହୁ ପରିମାଣର କ୍ଷାରଯୁକ୍ତ କୋଇଲା ଉପର ସ୍ତରରେ ଗଛିତ ଥିବାର ଜଣାଗଲା । ଏହି କୋଇଲା ତାପଜ ବିଦ୍ୟୁତ କେନ୍ଦ୍ରରେ ବ୍ୟବହାର ହୋଇ ପାରିବ । ଏହି ସବୁ ତଥ୍ୟ ଭିତ୍ତିରେ ୧୯୬୦ ମସିହାର ଅକ୍ଟୋବର ମାସରେ ଏନ.ସି.ଡି.ସି ଦକ୍ଷିଣ ବଲଣ୍ଡା ଉନ୍ମୁକ୍ତ କୋଇଲା ଖଣି ନାମରେ ତାଳଚେରରେ ଚତୁର୍ଥ କୋଇଲା ଖଣି କାର୍ଯ୍ୟାରମ୍ଭ ହେଲା । ଏକ ନୂତନ ପୋଖରିଆ ବା ଉନ୍ମୁକ୍ତ କୋଇଲା ଖଣି ପାଇଁ ବୋରିଂଦ୍ୱାରା ଆକଳନ କରାଯାଇଥିବା କୋଇଲା ଉତ୍ତୋଳନ ନିମିତ୍ତ ଆବଶ୍ୟକୀୟ ଜମି ଅଧିଗ୍ରହଣ କରିବାକୁ କୋଇଲା ବହନକାରୀ ଅଞ୍ଚଳ (ଅଧିଗ୍ରହଣ ଓ ବିକାଶ) ଅଧିନିୟମ (ସି.ବି.ଆକ୍ଟ) ୧୯୫୭ ଅନୁଯାୟୀ ଭାରତ ସରକାରଙ୍କ ଇସ୍ପାତ, ଖଣି ଓ ଇନ୍ଧନ ମନ୍ତ୍ରାଳୟ ପତ୍ର ସଂଖ୍ୟା ୨୦୫ ତା ୧୫।୧।୧୯୬୦ ଅନୁସାର ଭାରତର ଗେଜେଟ ସଂଖ୍ୟା ୫୨୧ ତା ୧୯।୩।୧୯୬୦, ଅନୁମୋଦନ ଆଦେଶ ନଂ ୭୦୨ ଡ୍ରଇଂ ନଂ ୬୬/୬୦ରେ ୯୯୮.୮୦ ଏକର ପରିମିତ ଜମି ଅଧିଗ୍ରହଣ ହେଲା । ଏହି ଭୂ ଅର୍ଜନରେ ବଲଣ୍ଡା ଗ୍ରାମର ୬୬୨.୮୦ ଏକର, ଡେରା ଗ୍ରାମ ୧୧୯.୫୦ ଏକର, ଘଣ୍ଟପଡା ଗ୍ରାମର ୨୧୬.୫୦ ଏକର ଜମି ଅଧିଗ୍ରହଣ ହେଲା । ଏହି ଅଧିଗ୍ରହିତ ହୋଇଥିବା ଜମିରେ ୧।୧୦।୧୯୬୦ ମସିହାରେ ସାଉଥ ବଲଣ୍ଡା କୋଲିୟରୀର ଅୟମାରମ୍ଭ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ୧୫୮୪.୧୦ ଏକର ଜମି ୧୯୬୨ ମସିହାରେ ଅଧିଗ୍ରହଣ ହେଲା । ଏହି ଜମି ହିରାପୁର ୩୧୩.୫୪ ଏକର, ରାମଚନ୍ଦ୍ରପୁର ୧୮୮.୧୫ ଏକର, ସୂର୍ଯ୍ୟମଣିପୁର ୨୧୧ ଏକର, ବଡ଼ଶିଙ୍ଗଡା ୩୮୨.୪୩ ଏକର, ଟେନ୍ତୁଲେଇ ୨୬୩.୨୦ ଏକର, କେନ୍ଦୁପଲ୍ଲୀ ୧୯୨.୧୦ ଏକର ଓ ଜଗବନ୍ଧୁପୁର ୩୩.୬୮ ଏକର ଅଧିଗ୍ରହଣ ହୋଇଥିଲା । ସର୍ବମୋଟ ୨୫୮୨.୯୦ ଏକର ଜମି ସାଉଥ ବଲଣ୍ଡା କୋଲିୟରୀ ପାଇଁ ଅଧିଗ୍ରହଣ କରାଗଲା । ଜମି ଅଧିଗ୍ରହଣ ହୋଇଥିବା ଗ୍ରାମଗୁଡ଼ିକ ମଧ୍ୟରୁ ହିରାପୁର, ରାମଚନ୍ଦ୍ରପୁର, ସୂର୍ଯ୍ୟମଣିପୁର, କେନ୍ଦୁପଲ୍ଲୀ ଓ ଜଗବନ୍ଧୁପୁର ବେଛାପରି ବା ଶୂନ୍ୟ ବସତି ଗ୍ରାମ । ବଲଣ୍ଡା, ଡେରା, ଘଣ୍ଟପଡା, ବଡ଼ସିଙ୍ଗଡା ଓ ଟେନ୍ତୁଲେଇ ଗ୍ରାମରେ ବସତି ଥିଲା । ଉକ୍ତ ଗ୍ରାମଗୁଡ଼ିକ ମଧ୍ୟରୁ ବଲଣ୍ଡା ଗ୍ରାମର ସର୍ବାଧିକ ଜମି ଅଧିଗ୍ରହଣ ହୋଇଥିଲା । କୋଇଲା ଖଣି ନିମନ୍ତେ ଅଧିଗ୍ରହଣ ହୋଇଥିବା ଜମି ମଧ୍ୟରେ ଚାଷ ଜମି, ବଗିଚା, ଜଙ୍ଗଲ, ରାସ୍ତା, ପୋଖରୀ ଅନ୍ତର୍ଭୁକ୍ତ ଥିଲା । କୌଣସି ବାସ ଗୃହ ଓ ଜନ ବସତି ଅଧିଗ୍ରହଣ ହୋଇ ନଥିଲା । ପ୍ରଜାମାନଙ୍କୁ କ୍ଷତି ପୂରଣ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସୁବିଧା ମିଳି ନଥିଲା ।
ଇତିହାସ
[ସମ୍ପାଦନା]ତାଳଚେରରେ ନୂତନ କୋଇଲା ଖଣି ଖନନ ପାଇଁ ୧୯୪୯ ମସିହାରେ ରେଲୱେ ଇନକ୍ୱାରୀ କମିଟି ତାଳଚେର ଅଞ୍ଚଳ ପରିଦର୍ଶନ କରି ଡେରା କୋଲିୟରୀର ପଶ୍ଚିମ ପାଖରେ କୋଇଲା ଅନୁସନ୍ଧାନ ପାଇଁ ମତ ଦେଇଥିଲେ । ଏହି ଅଞ୍ଚଳର ନାମକରଣ ବିଷୟରେ ଢେଙ୍କାନାଳ ଗେଜେଟିୟର (୧୯୭୨) ଉଲ୍ଲେଖ ଅଛି ଯେ, ‘୧୯୫୦ ମସିହାରେ ରେଳବାଇ କୋଇଲାଖଣି ଅନୁସନ୍ଧାନ କମିଟିଙ୍କ ସୁପାରିଶ ଅନୁଯାୟୀ ଉପରୋକ୍ତ କୋଇଲା ଖଣିର ବାମ ଦିଗରେ ଅବସ୍ଥିତ ନିକୃଷ୍ଟ ଧରଣର କୋଇଲା ଥିବା ଅଞ୍ଚଳରେ ସମ୍ଭବ ହେଲେ ଅଧିକ ଅନୁସନ୍ଧାନ ଓ ଖଣି ଖନନ କରିବା ପାଇଁ ରାଜ୍ୟ କୋଇଲା ଖଣି ବିଭାଗ (ଷ୍ଟେଟ କୋଲିୟରୀ) ପ୍ରସ୍ତାବ ଗ୍ରହଣ କଲେ । ଏହି ଅଞ୍ଚଳଟିକୁ ନିକଟସ୍ଥ ଗ୍ରାମର ନାମ ଅନୁସାର ‘ବଲଣ୍ଡା’ ଅଞ୍ଚଳ ଭାବେ ନାମିତ କରାଗଲା’ । ସାଉଥ ବଲଣ୍ଡା କୋଇଲାଖଣି ଆରମ୍ଭ ପାଇଁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଢେଙ୍କାନାଳ ଗେଜେଟିୟରରେ ଉଲ୍ଲେଖ ଅଛି ‘୧୯୫୮ ମସିହାର ମଧ୍ୟ ଭାଗରେ ପ୍ରଥମ ଥର ପାଇଁ ତାଳଚେର କୋଇଲା ଅଞ୍ଚଳ ଉପରେ ବ୍ୟାପକ ଦୃଷ୍ଟି ଦିଆଯାଇ ୩୧.୦୭୭୮ ବର୍ଗ କି.ମି. (୧୨ ବର୍ଗ ମାଇଲ) ପରିମିତ ଖଣି ଅଞ୍ଚଳକୁ ପୁରାପୁରି ଉପେକ୍ଷା କରାଗଲା । ଅନୁସନ୍ଧାନ ଓ ସଗୃହିତ ତଥ୍ୟାବଳୀରୁ ଜଣାଗଲା ଯେ, ପ୍ରଥମ ଶ୍ରେଣୀର କୋଇଲା ଉପରୋକ୍ତ ତିନୋଟି କୋଇଲାଖଣିର ଆୟତାକାର କ୍ଷେତ୍ର ବିଶିଷ୍ଟ ସୀମାର ବାହାର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି । କୋଇଲା ଅନୁସନ୍ଧାନ ଓ ବୋରିଂ କାର୍ଯ୍ୟ ପାଇଁ ଏହି ଅବବାହିକାର ଦକ୍ଷିଣ ପାର୍ଶ୍ୱରେ ସନ୍ଧାନ କାର୍ଯ୍ୟ ଆରମ୍ଭ କରାଗଲା । ଖୁବ କମ ସମୟରେ ଏନ.ସି.ଡି.ସି ଏଠାରେ ଉତ୍କୃଷ୍ଟ କିସମର କୋଇଲା ଗଛିତ ଥିବାର ସନ୍ଧାନ ପାଇଲେ । ନିକଟରେ ଭାରତୀୟ ଭୂତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି କୋଇଲା ଖଣିର ମାନଚିତ୍ର ପୁନର୍ବାର କରିଅଛନ୍ତି । ବିଗତ କେତେବର୍ଷ ତଳେ ଭାରତୀୟ ଖଣି ବ୍ୟୁର (ଆଇ.ବି.ଏମ)ଙ୍କଦ୍ୱାରା ବଲଣ୍ଡା ଅଞ୍ଚଳରେ ଯେଉଁ ବୋରିଂ କରାଯାଇଥିଲା, ସେହି ତଥ୍ୟ ଅନୁସାର ଏହି ଅଞ୍ଚଳରେ ସୂଚିତ ଓ ପ୍ରମାଣିତ କୋଇଲାର ପରିମାଣ ୪୮୮୦ ଲକ୍ଷ ମେଟ୍ରିକ ଟନ ବୋଲି ଜଣାଗଲା । ଏହି ଖଣି ଅଞ୍ଚଳର ଉତ୍ତର ଓ ପଶ୍ଚିମାଞ୍ଚଳରେ ବହୁ ପରିମାଣର କ୍ଷାରଯୁକ୍ତ କୋଇଲା ଉପର ସ୍ତରରେ ଗଛିତ ଥିବାର ଜଣାଗଲା । ଏହି କୋଇଲା ତାପଜ ବିଦ୍ୟୁତ କେନ୍ଦ୍ରରେ ବ୍ୟବହାର ହୋଇ ପାରିବ । ଏହି ସବୁ ତଥ୍ୟ ଭିତ୍ତିରେ ୧୯୬୦ ମସିହାର ଅକ୍ଟୋବର ମାସରେ ଏନ.ସି.ଡି.ସି ଦକ୍ଷିଣ ବଲଣ୍ଡା ଉନ୍ମୁକ୍ତ କୋଇଲା ଖଣି ନାମରେ ତାଳଚେରରେ ଚତୁର୍ଥ କୋଇଲା ଖଣି କାର୍ଯ୍ୟାରମ୍ଭ ହେଲା । ଏକ ନୂତନ ପୋଖରିଆ ବା ଉନ୍ମୁକ୍ତ କୋଇଲା ଖଣି ପାଇଁ ବୋରିଂଦ୍ୱାରା ଆକଳନ କରାଯାଇଥିବା କୋଇଲା ଉତ୍ତୋଳନ ନିମିତ୍ତ ଆବଶ୍ୟକୀୟ ଜମି ଅଧିଗ୍ରହଣ କରିବାକୁ କୋଇଲା ବହନକାରୀ ଅଞ୍ଚଳ (ଅଧିଗ୍ରହଣ ଓ ବିକାଶ) ଅଧିନିୟମ (ସି.ବି.ଆକ୍ଟ) ୧୯୫୭ ଅନୁଯାୟୀ ଭାରତ ସରକାରଙ୍କ ଇସ୍ପାତ, ଖଣି ଓ ଇନ୍ଧନ ମନ୍ତ୍ରାଳୟ ପତ୍ର ସଂଖ୍ୟା ୨୦୫ ତା ୧୫।୧।୧୯୬୦ ଅନୁସାର ଭାରତର ଗେଜେଟ ସଂଖ୍ୟା ୫୨୧ ତା ୧୯।୩।୧୯୬୦, ଅନୁମୋଦନ ଆଦେଶ ନଂ ୭୦୨ ଡ୍ରଇଂ ନଂ ୬୬/୬୦ରେ ୯୯୮.୮୦ ଏକର ପରିମିତ ଜମି ଅଧିଗ୍ରହଣ ହେଲା । ଏହି ଭୂ ଅର୍ଜନରେ ବଲଣ୍ଡା ଗ୍ରାମର ୬୬୨.୮୦ ଏକର, ଡେରା ଗ୍ରାମ ୧୧୯.୫୦ ଏକର, ଘଣ୍ଟପଡା ଗ୍ରାମର ୨୧୬.୫୦ ଏକର ଜମି ଅଧିଗ୍ରହଣ ହେଲା । ଏହି ଅଧିଗ୍ରହିତ ହୋଇଥିବା ଜମିରେ ୧।୧୦।୧୯୬୦ ମସିହାରେ ସାଉଥ ବଲଣ୍ଡା କୋଲିୟରୀର ଅୟମାରମ୍ଭ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ୧୫୮୪.୧୦ ଏକର ଜମି ୧୯୬୨ ମସିହାରେ ଅଧିଗ୍ରହଣ ହେଲା । ଏହି ଜମି ହିରାପୁର ୩୧୩.୫୪ ଏକର, ରାମଚନ୍ଦ୍ରପୁର ୧୮୮.୧୫ ଏକର, ସୂର୍ଯ୍ୟମଣିପୁର ୨୧୧ ଏକର, ବଡ଼ଶିଙ୍ଗଡା ୩୮୨.୪୩ ଏକର, ଟେନ୍ତୁଲେଇ ୨୬୩.୨୦ ଏକର, କେନ୍ଦୁପଲ୍ଲୀ ୧୯୨.୧୦ ଏକର ଓ ଜଗବନ୍ଧୁପୁର ୩୩.୬୮ ଏକର ଅଧିଗ୍ରହଣ ହୋଇଥିଲା । ସର୍ବମୋଟ ୨୫୮୨.୯୦ ଏକର ଜମି ସାଉଥ ବଲଣ୍ଡା କୋଲିୟରୀ ପାଇଁ ଅଧିଗ୍ରହଣ କରାଗଲା । ଜମି ଅଧିଗ୍ରହଣ ହୋଇଥିବା ଗ୍ରାମଗୁଡ଼ିକ ମଧ୍ୟରୁ ହିରାପୁର, ରାମଚନ୍ଦ୍ରପୁର, ସୂର୍ଯ୍ୟମଣିପୁର, କେନ୍ଦୁପଲ୍ଲୀ ଓ ଜଗବନ୍ଧୁପୁର ବେଛାପରି ବା ଶୂନ୍ୟ ବସତି ଗ୍ରାମ । ବଲଣ୍ଡା, ଡେରା, ଘଣ୍ଟପଡା, ବଡ଼ସିଙ୍ଗଡା ଓ ଟେନ୍ତୁଲେଇ ଗ୍ରାମରେ ବସତି ଥିଲା । ଉକ୍ତ ଗ୍ରାମଗୁଡ଼ିକ ମଧ୍ୟରୁ ବଲଣ୍ଡା ଗ୍ରାମର ସର୍ବାଧିକ ଜମି ଅଧିଗ୍ରହଣ ହୋଇଥିଲା । କୋଇଲା ଖଣି ନିମନ୍ତେ ଅଧିଗ୍ରହଣ ହୋଇଥିବା ଜମି ମଧ୍ୟରେ ଚାଷ ଜମି, ବଗିଚା, ଜଙ୍ଗଲ, ରାସ୍ତା, ପୋଖରୀ ଅନ୍ତର୍ଭୁକ୍ତ ଥିଲା । କୌଣସି ବାସ ଗୃହ ଓ ଜନ ବସତି ଅଧିଗ୍ରହଣ ହୋଇ ନଥିଲା । ପ୍ରଜା ମାନଙ୍କୁ କ୍ଷତି ପୂରଣ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସୁବିଧା ମିଳି ନଥିଲା ।
ଏହି ସର୍ବମୋଟ ଅଧିକୃତ ଜମିର କ୍ଷେତ୍ରଫଳ ୧୦ ବର୍ଗ କି.ମି. । ବର୍ତ୍ତମାନକୁ ଏହି ଅଞ୍ଚଳ ପୂର୍ବରେ ଅନନ୍ତବିହାର କଲୋନୀଠାରୁ ନେହେରୁ ଶତାବ୍ଦୀ ହସପିଟାଲ,ଜଗନ୍ନାଥ ମହା ପ୍ରବନ୍ଧକ କାର୍ଯ୍ୟାଳୟ ଓ କଲୋନୀ, ଅନନ୍ତ ପ୍ରକଳ୍ପ କାର୍ଯ୍ୟାଳୟ, ସେଣ୍ଟ୍ରାଲ କଲୋନୀ, ସାଉଥ ବଲଣ୍ଡା ଖଣି ଅଞ୍ଚଳ,ବଲଣ୍ଡା କଲୋନୀ, ସାର କାରଖାନା ସୀମା, ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ ସୀମା, ଜଗନ୍ନାଥ କଲୋନୀ, ଦକ୍ଷିଣରେ କେନ୍ଦ୍ରୀୟ କର୍ମଶାଳା ଓ କଲୋନୀ, ନେହେରୁ ଶତାବ୍ଦୀ ନଗର ଭରତପୁର କଲୋନୀ, ପଶ୍ଚିମରେ ନନ୍ଦିରା ଖଣି ଓ କଲୋନୀ, ୧୩୨ କେ.ଭି ସବ ଷ୍ଟେସନ ଓ କଲୋନୀ ଓ ଉତ୍ତରରେ ଜଗନ୍ନାଥ କୋଇଲାଖଣିର ମଧ୍ୟବର୍ତ୍ତୀ ଅଞ୍ଚଳ ହେଉଛି ସାଉଥ ବଲଣ୍ଡା କୋଲିୟରୀର ଅଧିକୃତ ୨୫୮୨.୯୦ ଏକର ଜମି । ଏହିମଧ୍ୟରୁ ୭୭୮ ଏକର ଜମି କୋଇଲା ଖଣି ଖନନ ପାଇଁ ବ୍ୟବହୃତ ହୋଇଛି । ଅନ୍ୟ ସମସ୍ତ ଜମିରେ କଲୋନୀ, ରାସ୍ତା ଓ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ୧୯୮୫ ମସିହାର ଭୂ ବନ୍ଦୋବସ୍ତରେ ଏହି ଅଞ୍ଚଳର ନୂତନ ନାମକରଣ ‘କୋଇଲା ନଗରୀ’ କରାଯାଇଛି ।
୧୯୫୯ ମସିହାରେ ସାଉଥ ବଲଣ୍ଡା କୋଇଲା ଖଣି ପ୍ରକଳ୍ପ ପାଇଁ ହୋଇଥିବା ଅନୁମୋଦନ ଅନୁସାର ଏହି ଖଣିରେ ୨୦.୭ ନିୟୁତ ଟନ କୋଇଲା ଥିବାର ଆକଳନ ହୋଇଥିଲା । ଏହି କୋଇଲା ଉତ୍ତୋଳନ ପାଇଁ ୭୧. ୮୭ ନିୟୁତ ଘନ ମିଟର ମୃତିକା ଉଠାଇବା ଆବଶ୍ୟକ ପଡିବ । ଏହି ଖଣି ପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ୩ କୋଟି ୬୫ ଲକ୍ଷ ଥିଲା । ୧୯୭୫ ମସିହାରେ ସି.ଏମ.ପି.ଡି.ଆଇଦ୍ୱାରା ସାଉଥ ବଲଣ୍ଡା କୋଇଲା ଖଣିର ଭୂତାତ୍ତ୍ୱିକ ରିପୋର୍ଟ ପ୍ରକାଶ କରିଥିଲେ । ଏହି ରିପୋର୍ଟ ଅନୁସାରେ ଏହି ଖଣିରେ ୨୯.୮୩ ନିୟୁତ ଟନ କୋଇଲା ଓ ମୃତିକାର ପରିମାଣ ୮୧. ୩୫ ଘନ ବର୍ଗ ମିଟର ରହିଛି । ଏହି ଖଣିରେ ୬୫ରୁ ୭୦ ମିଟର ଭୂ ନିମ୍ନରେ ୯.୫ ମିଟର କୋଇଲା ସ୍ତର ରହିଛି । ଖଣିରେ କୋଇଲା ଓ ମୃତିକାର ଆନୁପାତ ୧.୫.୨୨ ରହିଛି । କୋଇଲାରେ ପାଉଁଶର ପରିମାଣ ୨୫ରୁ ୩୧ ଭାଗ । କୋଇଲାର ଗ୍ରେଡ ଅନୁଯାୟୀ ଏହି ଖଣିରେ ସି ଓ ଡି ଗ୍ରେଡର କୋଇଲା ଗଛିତ ଥିଲା ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ପ୍ରକୃତିକ ପରିବେଶ – ସାଉଥ ବଲଣ୍ଡା କୋଇଲା ଖଣି ପାଇଁ ଯେଉଁ ୨୫୮୨.୯୦ ଏକର ଜମି ଅଧିଗ୍ରହଣ ହେଲା ତାହା ଖଣି ଅଞ୍ଚଳ ଭାବରେ ଖ୍ୟାତ ହେଲା । ଏହି ଖଣି ଅଞ୍ଚଳର ୧୯୬୦ ମସିହାର ପୂର୍ବ ସ୍ଥିତି ଅନୁଯାୟୀ ଏହାର ଉତ୍ତରରେ ବଲଣ୍ଡା, ଚାନ୍ଦପୁର, ପୁରୁଣିଆ ଓ ନକ୍ଷତ୍ରପୁର ଗ୍ରାମ, ପୂର୍ବ ଉତ୍ତରରେ ଡେରା ଗ୍ରାମ, ପୁର୍ବରେ ରୋଡାସର, ଘଣ୍ଟପଡା ଗ୍ରାମ, ଦକ୍ଷିଣ ପୁର୍ବରେ ଟେନ୍ତୁଲେଇ ଗ୍ରାମ, ଦକ୍ଷିଣରେ ଗୋବରା ଓ ବଡ଼ ସିଙ୍ଗଡା ଗ୍ରାମ, ଦକ୍ଷିଣ ପଶ୍ଚିମରେ ବଡ଼ ଯୋରଡା ଗ୍ରାମ, ପଶ୍ଚିମରେ କାଉଚିଆ ଖୋଲ ଜଙ୍ଗଲ, ଲଛମନପୁର ଗ୍ରାମ, ଭରତପୁର ଓ ଉତ୍ତର ପଶ୍ଚିମରେ ଅନନ୍ତ ବେରେଣୀ, ଜାମ୍ବୁବାହାଳି, ବୈଦେଶ୍ୱର ଗ୍ରାମ ଅବସ୍ଥିତ ଥିଲା । ଏଥି ମଧ୍ୟରୁ ବଲଣ୍ଡା, ଚାନ୍ଦପୁର, ପୁରୁଣିଆ, ନକ୍ଷତ୍ରପୁର, ଅନନ୍ତ ବେରେଣୀ, ବୈଦେଶ୍ୱର, ଲଛମନପୁର, ଭରତପୁର ଗ୍ରାମ କୋଇଲା ଖଣି ପାଇଁ ବିସ୍ଥାପିତ ହୋଇଛି । ଉକ୍ତ ଗ୍ରାମ ଗୁଡିକର ମଧ୍ୟବର୍ତ୍ତୀ ଅଞ୍ଚଳ ସାଉଥ ବଲଣ୍ଡା କୋଇଲା ଖଣି ଅଞ୍ଚଳ । ୧୯୫୦ ମସିହା ବେଳକୁ ଏହି ଭୂଖଣ୍ଡ କେତେକ ପ୍ରକୃତିକ ଝରଣା ସହ ଘୋର ଜଙ୍ଗଲ ପରିବେଷ୍ଟିତ ଶ୍ୱାପଦ ସଙ୍କୁଳ ବନ୍ୟ ଜୀବ ଜନ୍ତୁଙ୍କ ପ୍ରକୃତିକ ବାସ ସ୍ଥଳୀ ଥିଲା । ଏହି ଅଞ୍ଚଳର ମଧ୍ୟବର୍ତ୍ତୀ ସ୍ଥାନରେ ପୂର୍ବରୁ ପଶ୍ଚିମକୁ ଏକ ଲମ୍ବାକୃତି ରଗଡା ପାହାଡ ଥିଲା । ସ୍ଥାନୀୟ ଭାବେ ଏହି ରଗଡା ‘ମାଳ ରଗୁଡି’ ନାମରେ ଲୋକ କଥିତ । ପୂର୍ବରୁ ବୈଷ୍ଣବ ରଗୁଡି ଓ କଉଚିଆ ଖୋଲ ସରଂକ୍ଷିତ ଜଙ୍ଗଲର ଅଂଶ ବିଶେଷ ଥିଲା । ମାଳ ରଗୁଡି ଜଙ୍ଗଲର ‘ଗିରା ଜଙ୍ଗଲ’ ନାମ ଥିଲା । ଏହି ଜଙ୍ଗଲ ଏକ ଶାଳ ଗଛ ପୂର୍ଣ ଥିଲା ଓ ଏହା ସହିତ କେନ୍ଦୁ, ପିଆଶାଳ, କୁରୁମ, ଶିଶୁ, ଆମ୍ବ, ମହୁଲ, ବେଲ, ଶିମୁଳି, ଅସନ, ବାଉଁଶ, ଖଇର ବୃକ୍ଷ ସହ ବହୁଳ ଭାବରେ ଅତଣ୍ଡି ନାମରେ ଏକ ଲତା ଗୁଳ୍ମରେ ପୂର୍ଣ ଥିଲା । ଏହି ଜଙ୍ଗଲରେ ବହୁ ତମାଳ ଗଛ ଥିବାରୁ ଏହାର ନାମ ମାଳ ରଗୁଡି ବୋଲି ନାମକରଣ ହୋଇଥିବାର ଜନଶୃତି ରହିଛି। ଏହି ଅରଣ୍ୟରେ ବହୁ ଜୀବଜନ୍ତୁ ମହାବଳ ବାଘ, କଲରାପତରିଆ ବାଘ, ଭାଲୁ, ହରିଣ, କୁଟ୍ରା, ସମ୍ବର, ନୀଳଗାଈ, ଗୟଳ, ବଳିଆ କୁକୁର ଓ ହାତୀମାନଙ୍କର ବାସସ୍ଥଳୀ ଥିଲା। ଏଥି ସହ ଅହିରାଜ, ଗୋଖର, ନାଗ ଆଦି ବିଷଧର ସର୍ପ ଓ ବହୁ ପକ୍ଷୀଙ୍କର ବାସସ୍ଥାନ ରହିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଜଣାଯାଏ ଯେ, ପ୍ରାୟ ୧୫୦ ବର୍ଷ ପୂର୍ବରୁ ଜଣେ ସନ୍ୟାସୀ ମାଳ ରଗୁଡିର ସର୍ବୋଚ୍ଚ ଶିଖରରେ ଘୋର ଜଙ୍ଗଲ ମଧ୍ୟରେ ଏକ ମଠ ସ୍ଥାପନ କରିଥିଲେ । ତାଙ୍କର ନାମ ଥିଲା ମାଳ ଦାସ ମହାରାଜ, ସେ ଜଣେ ଆଧ୍ୟାତ୍ମିକ ଓ ଚମତ୍କାରୀ ସାଧୁ ଥିଲେ । ସେ ଜଣେ ସିଦ୍ଧ ପୁରୁଷ ଥିବାରୁ ତାଙ୍କୁ ସିଦ୍ଧେଶ୍ୱର ବାବା କହୁଥିଲେ । ସେ କେବେ ଗ୍ରାମାଞ୍ଚଳକୁ ଆସୁ ନଥିଲେ । ବଲଣ୍ଡା ଓ ବଡ଼ ସିଙ୍ଗଡା ଗ୍ରାମବାସୀମାନେ ସାଧୁଙ୍କ ଦାୟିତ୍ୱ ବୁଝୁଥିଲେ । ଜଙ୍ଗଲରେ କେହି ରାସ୍ତା ଭୁଲିଲେ ବା ବିପଦରେ ପଡିଲେ ସ୍ୱୟଂ ଉପସ୍ଥିତ ରହି ସାହାଯ୍ୟ କରୁଥିଲେ । ରୋଗ, ବେମାରରେ ପଡି କେହି ମଠକୁ ଗଲେ ଔଷଧ ଦେଉଥିଲେ। ସେହି ସାଧୁଙ୍କ ନାମ ଅନୁସାରେ ରଗୁଡିର ନାମ ମାଳ ରଗୁଡି ବୋଲି କେତେକ କହନ୍ତି । ଏହି ରଗୁଡିର ଉପର ଭାଗରେ ବଲଣ୍ଡା ଗ୍ରାମବାସୀଙ୍କଦ୍ୱାରା ଗିରି ଗୋବର୍ଦ୍ଧନ ପୂଜା ଦିନ ନାମ ସଙ୍କୀର୍ତ୍ତନ୍ୟ ଓ ବଡ଼ ସିଙ୍ଗଡା ଗ୍ରାମବାସୀଙ୍କଦ୍ୱାରା ମାଘ ସପ୍ତମୀ ଦିନ ନାମ ସଙ୍କୀର୍ତ୍ତନ୍ୟ ଓ ଯଜ୍ଞ କରାଯାଉଥିଲା । ବଲଣ୍ଡା କୋଇଲା ଖଣିଦ୍ୱାରା ମାଳରଗୁଡି ଖନନ ପର୍ଯ୍ୟନ୍ତ ଏହି ନାମ ଯଜ୍ଞ ଚାଲୁ ରହିଥିଲା ।
ଏହି ମାଳ ରଗୁଡି ପୂର୍ଣ୍ଣ ଭାବରେ ବାଲି ରଗଡା ପଥର ଓ ଘଞ୍ଚ ଜଙ୍ଗଲଦ୍ୱାରା ଆବୃତ ଥିଲା । ଏହି ରଗୁଡିରୁ କେତେକ ଝରଣା ବା ଜଳଧାରା ନାଳ ଉଭୟ ପାଖକୁ ରହିଥିଲା । ନିକଟବର୍ତ୍ତୀ ଚାଷ ଜମିକୁ ଜଳ ପ୍ରବାହିତ କରୁଥିଲା । ଏହି ନାଳଗୁଡ଼ିକ ମଧ୍ୟରୁ ପୁର୍ବରେ କୁଣ୍ଡାଭଙ୍ଗା ନାଳ, ଯାହାକି ବର୍ତ୍ତମାନର ସେଣ୍ଟ୍ରାଲ କଲୋନୀ ତଳେ ଓ ବଗାଧାର ନାଳ କନଭେୟର ଲାଇନ ତଳେ କ୍ଷୀଣ ରୂପରେ ପ୍ରବାହିତ । ଦକ୍ଷିଣରେ ଫୁଲଝରୀ ନାଳ, ଯାହାକି ନୀଳକଣ୍ଠେଶ୍ୱର ମନ୍ଦିର ଓ ହନୁମାନ ମନ୍ଦିର ମଝିରେ ଡ୍ରେନ ଭିତରେ ପ୍ରବାହିତ । ଘାଗୀ ନାଳ ବଡ଼ ସିଙ୍ଗଡା ପାଖ ତାରିଣୀ ମନ୍ଦିର ପାଖରେ ଭରତପୁର କଲୋନୀ ତଳେ ପ୍ରବାହିତ । ଉତ୍ତରରେ କଟୁରୀ ଯୋର ବଲଣ୍ଡା ଓ ଲଛମନପୁର ଗ୍ରାମ ସୀମାରେ ପ୍ରବାହିତ ହେଉଥିଲା । ଏହା ସବୁଠାରୁ ଅଧିକ ଜଳ ବହନ କରୁଥିବା ନାଳ । ଜଗନ୍ନାଥ ଓ ଅନନ୍ତ କୋଇଲା ଖଣିଦ୍ୱାରା ଏହି କଟୁରୀ ଯୋର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହି ସବୁ ଜଳାଧାରରେ ଘଣ୍ଟପଡା, ଟେନ୍ତୁଲେଇ, ଗୋବରା, ବଡ଼ଶିଙ୍ଗଡା, ଡେରା ଓ ବଲଣ୍ଡା ଗ୍ରାମର ଚାଷ ଜମିରେ ଜଳ ବ୍ୟବସ୍ଥା କରୁଥିଲା ।
ଏହି ଅଞ୍ଚଳରେ ନିକଟବର୍ତ୍ତୀ ଗ୍ରାମ ପ୍ରଜାମାନଙ୍କର ଚାଷ ଜମି ଥିଲା । ହିରାପୁର ବଲଣ୍ଡା ଗ୍ରାମ ପ୍ରଜାଙ୍କର, ସୂର୍ଯ୍ୟମଣିପୁର ଓ ରାମଚନ୍ଦ୍ରପୁର ସିଙ୍ଗଡା ଗ୍ରାମ ପ୍ରଜାଙ୍କର, କେନ୍ଦୁପଲ୍ଲୀ ଓ ଜଗବନ୍ଧୁପୁର ଗୋବରା ଗ୍ରାମ ଅଧୀନରେ ଥିଲା । ଏହି ଅଞ୍ଚଳରେ ବହୁ ଗୁଡିଏ ଜଳାଶୟ ବା ପୋଖରୀ ଥିଲା । ସୂର୍ଯ୍ୟମଣିପୁରରେ ତାଳଚେର ରାଜାଙ୍କର ପୋଖରୀ ‘ରାଜା ବନ୍ଧ’ ଓ ଅନ୍ୟ ଏକ ‘ଅପା ବନ୍ଧ’ ନାମରେ ଥିଲା । ବଲଣ୍ଡା ଗ୍ରାମର ଟିପେଇ ଝରଣ ବନ୍ଧ, ନୂଆଁ ବନ୍ଧ, ବଡ଼ ସିଙ୍ଗଡାର ବଡ଼ ଝରଣ ବନ୍ଧ, ପେଜୁଲି ବନ୍ଧ, ଛାଟିଆ ବନ୍ଧ, ହିରାପୁରର ଚକ୍ର ବନ୍ଧ, ରାମଚନ୍ଦ୍ରପୁରର କରଡା ବାହାଳି ବନ୍ଧ, ଜରି ବନ୍ଧ ନାମରେ ଥିବା ପୋଖରୀଗୁଡ଼ିକ ଥିଲା । ଏହି ମାଳ ରଗୁଡି ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରେ ‘ମଝି ଖୋଳ’ ଓ ‘ଆମ୍ବ ଖୋଳ’ ନାମରେ ଦୁଇଟି ସ୍ଥାନ ଥିଲା । ଏଠାରେ ବହୁତ ଆମ୍ବ ଗଛ ଥିଲା ଓ ବନ୍ୟ ହାତୀ ମାନଙ୍କର ଏହା ଆଶ୍ରୟ ସ୍ଥଳ ଥିଲା । ଏହିଠାରୁ ଫୁଲଝରି ନାଳର ଉଦଗମ ସ୍ଥଳ ଫୁଲଝରି ଖନ୍ଦା ନାମରେ ଏକ ପ୍ରକୃତିକ ଜଳାଶୟ ଥିଲା। ଜଙ୍ଗଲର ଫୁଲ ସର୍ବଦା ଏହି ନାଳରେ ଭାସୁଥିବାରୁ ଏହାର ନାମ ଫୁଲଝରି କୁହା ଯାଉଥିଲା । ରାମଚନ୍ଦ୍ରପୁରଠାରେ ଅଙ୍ଗାରପୁଡା ନାମକ ସ୍ଥାନ ଥିଲା, ଯାହାକି ପୁରୁଣା ଡିହ କୁହାଯାଏ । ଏଠାରେ ଦୁଇ ଶହ ବର୍ଷ ପୂର୍ବେ ବଲଣ୍ଡା ଓ ସିଙ୍ଗଡା ଗ୍ରାମର କିଛି ପରିବାର ବାସ କରୁଥିଲେ । ଏହି ଜଙ୍ଗଲ ଉପରେ ଆଖ ପାଖର ଦଶଖଣ୍ଡ ଗ୍ରାମର ଲୋକ ନିର୍ଭରଶୀଳ ଥିଲେ । ଏହି ଜଙ୍ଗଲ ଅଞ୍ଚଳଟି ପୂର୍ବରୁ ହାତୀ ଓ ବାଘଙ୍କ ଆଦି ନିବାସ ଥିଲା । ତାଳଚେର ରାଜା ଏହି ଜଙ୍ଗଲରୁ ହାତୀ ଧରୁଥିଲେ ଓ ବାଘ ଶିକାର କରୁଥିଲେ । ଏହି ଜଙ୍ଗଲ ମଧ୍ୟ ଦେଇ ଏକ ହାତୀ ଚଲାପଥ ଥିଲା । ସ୍ଥାନୀୟ ପ୍ରଜାମାନେ ତାଳଚେର ରାଜ୍ୟ ଜଙ୍ଗଲ ବିଭାଗରୁ ପାସ ସଂଗ୍ରହ କରି ବର୍ଷକୁ ଥରେ ଜାଳେଣୀ କାଠ ସଂଗ୍ରହ କରୁଥିଲେ । ଏହି ଜଙ୍ଗଲରେ ବହୁ ମୁଲ୍ୟବାନ ଔଷଧୀୟ ବୃକ୍ଷ ଲତା ଥିବାରୁ ସ୍ଥାନୀୟ ବୈଦ୍ୟମାନେ ସଂଗ୍ରହ କରି ଆୟୁର୍ବେଦ ଚିକିତ୍ସା କରୁଥିଲେ । ୧୯୬୦ ମସିହାରେ ଏଠାରେ କୋଇଲାଖଣି ହେବ ଜାଣି ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ସମସ୍ତ ମୂଲ୍ୟବାନ କାଠକୁ କାଟି ନିଲାମ କରିଦେଲେ । ବଲଣ୍ଡା ଖଣି ବନ୍ଦ ହେବା ପରେ ସିଙ୍ଗଡା ଗ୍ରାମବାସୀମାନେ ବର୍ତ୍ତମାନକୁ ମାଳ ରଗୁଡିର ଶେଷ ପ୍ରାନ୍ତରେ ଏକ ମଠ ନିର୍ମାଣ କରିଛନ୍ତି । ଏହି ସ୍ଥାନକୁ ମାରୁତି ବିହାର ନାମରେ ନାମିତ କରି ଏକ ବିରାଟକାୟ ହନୁମାନ ମୂର୍ତ୍ତି ସହ ବନ ଦୁର୍ଗା ମନ୍ଦିର ୨୦୧୨ ମସିହାରେ ସ୍ଥାପନ କରିଛନ୍ତି । ଏହି ମଠ ପରିସରକୁ ଏକ ପାର୍କରେ ପରିଣତ କରି ବହୁ ପ୍ରକାର ବୃକ୍ଷ ରୋପଣ କରି ଏକ ଆମ୍ର କାନନ ସୃଷ୍ଟି କରିଛନ୍ତି । ଏହି ସମସ୍ତ ଆଞ୍ଚଳର ପ୍ରକୃତିକ ପରିବେଶ ସାଉଥ ବଲଣ୍ଡା କୋଇଲାଖଣିଦ୍ୱାରା ନଷ୍ଟ ହେଲା ଓ ଏ ଅଞ୍ଚଳର ଭୌଗଳିକ ସ୍ଥିତି ବଦଳି ଯାଇଛି ।
ଆଧାର
[ସମ୍ପାଦନା]{ସାଉଥ ବଲଣ୍ଡାର ଇତିବୃତ୍ତ } ବିଭୂତି ଭୂଷଣ ସାହୁ, ବଲଣ୍ଡା, ତାଳଚେର