ପୂର୍ଣ୍ଣିମା ହେମ୍ବ୍ରମ

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣିମା ହେମ୍ବ୍ରମ
ଧାବୀକା
Born(1993-07-10)୧୦ ଜୁଲାଇ ୧୯୯୩
Nationality ଭାରତୀୟ
Known forଆଥଲେଟିକ୍ସ
Parent(s)ଦୁଃଖିଆ ହେମ୍ବ୍ରମ
ଧନିଆ ହେମ୍ବ୍ରମ

ପୂର୍ଣ୍ଣିମା ହେମ୍ବମ ଜଣେ ଓଡ଼ିଆ ଆଥଲେଟିକ୍ସ ।ତାଙ୍କ ଜନ୍ମ ୧୯୯୩ ମସିହା ଜୁଲାଇ ୧୦ ତାରିଖ ମୟୂରଭଞ୍ଜ ଜିଲ୍ଲାର ଅସାନଠାରେ । ୨୦୧୨ ଜୁନ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲୋମ୍ବୋରେ ଅନୁଷ୍ଠିତ ୧୫ତମ ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିଆନଶିପରେ ହେପାଟାଥଲନ୍ ଇଭେଣ୍ଟ୍ରେ ମୋଟ ୪୯୭୯ ପଏଣ୍ଟ ସହ ପୂର୍ଣ୍ଣିମା ପାଇଥିଲେ ସ୍ୱର୍ଣ୍ଣ ପଦକ ।

କ୍ୟାରିଅର[ସମ୍ପାଦନା]

୨୦୦୮ରେ କଟକର ସାଇ ହଷ୍ଟେଲରେ ଯୋଗ ଦେବ ପରେ ସେହି ବର୍ଷ ଅଡ଼ଶପୁରରେ ଅନୁଷ୍ଠିତ ରାଜ୍ୟ ଆଥଲେଟିକ ଚାମ୍ପିଆନଶିପର ୧୮ ବର୍ଷରୁ କମ ବାଳିକା ହେପାଟାଥଲନ୍ ଓ ଜାଭେଲିନ୍ ଇଭେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ପାଇଥିଲେ ପୂର୍ଣ୍ଣିମା । ଏହା ଥିଲା ରାଜ୍ୟସ୍ତରରେ ତାଙ୍କ କ୍ୟାରିଅରର ପ୍ରଥମ ସ୍ୱର୍ଣ୍ଣ ପଦକ । ଏହା ପରେ ୨୦୦୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ୨୧ତମ ପୂର୍ବାଞ୍ଚଳ ଜୁନିୟର ଆଥଲେଟିକ୍ସ ମିଟ୍ରେ ସେ ୧୮ ବର୍ଷରୁ କମ ବାଳିକା ବିଭାଗରେ ସ୍ୱର୍ଣ୍ଣ ପଦକ ପାଇଥିଲେ।ସେହି ବର୍ଷ ଜାତୀୟ ସ୍ତରରେ ତାଙ୍କୁ ପ୍ରଥମ ସଫଳତା ମିଳିଥିଲା । ଆନ୍ଧ୍ର ପ୍ରଦେଶର ୱାରଙ୍ଗଲଠାରେ ୨୦୧୧ ନଭେମ୍ବର ୨୦ରେ ଶେଷ ହେଇଥିବା ୨୫ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଆନଶିପ ଅବସରରେ ସେ ୧୮ ବର୍ଷରୁ କମ ବାଳିକା ହେପାଟାଥଲନ୍ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ପାଇଥିଲେ । ୨୦୧୦ରେ ତାମିଲନାଡୁର କୋଏମ୍ବାଟୁରସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୭ମ ଜାତୀୟ ଯୁବ ଆଥଲେଟିକ ଚାମ୍ପିଆନଶିପରେ ମଧ୍ୟ ପୂର୍ଣ୍ଣିମା ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ବାଳିକା ୧୦୦ମିଟର ହଡଲ୍ସ (୧୫.୨୨ ସେକେଣ୍ଡ) ଓ ହେପଟାଥଲନ୍ (୪୦୬୨ ପଏଣ୍ଟ) ଇଭେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ପାଇଥିଲେ। ୨୦୧୧ ସେପ୍ଟେମ୍ବର କଲିକତାର ଯୁବା ଭାରତୀ କ୍ରୀଡାଙ୍ଗନାରେ ଆୟୋଜିତ ୫୧ତମ ଓପନ ନ୍ୟାଶନାଲ ଆଥଲେଟିକ୍ସ ଚାମ୍ପିଆନଶିପର ମହିଳା ହେପାଟାଥଲନ୍ ଇଭେଣ୍ଟରେ ସେ ୪୯୫୩ ପଏଣ୍ଟ ସହ ରୌପ୍ୟ ପଦକ ହାସଲ କରିଥିଲେ । [୧]୨୦୧୨ ମେ ୮ରୁ ୧୦ ପର୍ଯ୍ୟନ୍ତ ପୁଣେରେ ଅନୁଷ୍ଠିତ ୧୧ତମ ଫେଡେରେଶନ କପ ଜାତୀୟ ଆଥଲେଟିକ୍ସ ଚାମ୍ପିଆନଶିପର ପେଣ୍ଟାଥଲନ୍ (୪୮୧୦ ପଏଣ୍ଟ) ଇଭେଣ୍ଟରେ ସେ ନୂଆ ମିଟ୍ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ପାଇଥିଲେ।[୨][୩]

ଆଧାର[ସମ୍ପାଦନା]

  1. http://www.orissaindia.com/sportsNewsDetails.asp?id=SP788
  2. http://sportslogon.com/body.php?page=news_details&news_id=l6Snnw%3D%3D
  3. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2012-08-21. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]