ନିର୍ମଳା କୁମାରୀ ମହାପାତ୍ର

ଉଇକିପିଡ଼ିଆ‌ରୁ
ନିର୍ମଳା କୁମାରୀ ମହାପାତ୍ର
ଜନ୍ମ
ଅଡଙ୍ଗା ମଲ୍ଲିକାଶପୁର, କଟକ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଶିକ୍ଷକ, ଲେଖକ
ଚାକିରିକ୍ଷେତ୍ରଓଡ଼ିଶା ସରକାର

ନିର୍ମଳା କୁମାରୀ ମହାପାତ୍ର ଜଣେ ଭାରତୀୟ ଶିକ୍ଷକ ଓ ଓଡ଼ିଆ-ଭାଷୀ ଲେଖକ । ସେ ମୁଖତଃ ଶିଶୁସାହିତ୍ୟ ରଚନା ପାଇଁ ପରିଚିତ । ତାଙ୍କର ରଚନାବଳୀ ମଧ୍ୟରେ ଚୁମକୀ (୨୦୦୭) ଓ କଚ୍ଛପ ସମାବେଶ (୨୦୧୩), କାଳଜୟୀ (୨୦୦୦) ଅନ୍ୟତମ । ସେ କନ୍ଧମାଳ, ପୁରୀ ଆଦି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧୀନରେ ଜଣେ ଶିକ୍ଷକ-ପ୍ରଶିକ୍ଷକ ଥିଲେ । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୨୧ ମସିହାରେ ଅନନ୍ତ ପଟ୍ଟନାୟକ ଦ୍ୱିଦଶନ୍ଧି ଶିଶୁ-ସାହିତ୍ୟ ସମ୍ମାନକଚ୍ଛପ ସମାବେଶ ପାଇଁ ୨୦୧୩ ମସିହାରେ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିଲେ ।

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା[ସମ୍ପାଦନା]

ନିର୍ମଳା କୁମାରୀ ମହାପାତ୍ର କଟକ ଜିଲ୍ଲାସ୍ଥିତ ଅଡଙ୍ଗା ମଲ୍ଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କ ନାମ କାଶୀନାଥ ମହାପାତ୍ର ଓ କ୍ଷୀରତନୟା ମହାପାତ୍ର । ସେ ଇତିହାସ, ଓଡ଼ିଆ, ଆଇନ (ଏଲ.ଏଲ.ବି.), ଶିକ୍ଷା (ଏମ.ଏଡ଼.)ରେ ସ୍ନାତକୋତ୍ତର କରିଥିଲେ ଏବଂ ମାଲାୟାଲାମରେ ଡିପ୍ଲୋମା, ହିନ୍ଦୀରେ କୋବିଦ ଶିକ୍ଷାଲାଭ କରିଥିଲେ ।[୧]

ସାହିତ୍ୟ ରଚନା[ସମ୍ପାଦନା]

ନିର୍ମଳା କୁମାରୀ ମହାପାତ୍ର ଓଡ଼ିଆରେ ଶିଶୁମାନଙ୍କ ପାଇଁ ଓ ଅନ୍ୟାନ୍ୟ କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ସାହିତ୍ୟ ବିଭାବ ରଚନା କରିଛନ୍ତି । ତାଙ୍କ କାବ୍ୟକବିତା ଭିତରେ ଚୁମକୀ (୨୦୦୭), କଚ୍ଛପ ସମାବେଶ (୨୦୧୩), ତୁମପାଇଁ ଗୀତ ଓ କବିତା, ତୁମପାଇଁ ଯାଦୁଘର, ଏବଂ ଏକଲବ୍ୟ ଏବଂ ସୁନା କୁଲେଇ କବିତା ସଂକଳନ, ତଥା କରୁଣ ପ୍ରଶାନ୍ତ କାବ୍ୟ ଆଦି ଅନ୍ୟତମ ।

ରଚନାବଳୀ[ସମ୍ପାଦନା]

କାବ୍ୟକବିତା[ସମ୍ପାଦନା]

  • ଚୁମକୀ (୨୦୦୭)
  • ତୁମପାଇଁ ଗୀତ ଓ କବିତା
  • ତୁମପାଇଁ ଯାଦୁଘର
  • ଏକଲବ୍ୟ (ସଂକଳନ)
  • କରୁଣ ପ୍ରଶାନ୍ତ (କାବ୍ୟ)
  • ସୁନା କୁଲେଇ (ସଂକଳନ)
  • ରତ୍ନମୁଦି
  • ଦିଗ୍‌ବଳୟ

ପ୍ରବନ୍ଧ[ସମ୍ପାଦନା]

  • ପ୍ରତିଭାର ଝଲକ
  • କାଳଜୟୀ (୨୦୦୦)

ଗଳ୍ପ[ସମ୍ପାଦନା]

  • ବ୍ୟାସଦେବଙ୍କ ଗବେଷଣା (ସଂକଳନ)
  • କଚ୍ଛପ ସମାବେଶ (୨୦୧୩)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ସେ ୨୦୨୧ ମସିହାରେ ଅନନ୍ତ ପଟ୍ଟନାୟକ ଦ୍ୱିଦଶନ୍ଧି ଶିଶୁ-ସାହିତ୍ୟ ସମ୍ମାନ ପାଇଥିଲେ ।[୨] ତାଙ୍କ ରଚିତ କଚ୍ଛପ ସମାବେଶ ପୁସ୍ତକ ପାଇଁ ସେ ୨୦୧୩ ମସିହାରେ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିଲେ ।[୩]

ଆଧାର[ସମ୍ପାଦନା]

  1. ମହାପାତ୍ର, ନିର୍ମଳା କୁମାରୀ (2015-08-07), କାଳଜୟୀ (PDF), retrieved 2024-03-15
  2. "ଶାନ୍ତନୁ ଆଚାର୍ଯ୍ୟଙ୍କୁ ଅନନ୍ତ ପଟ୍ଟନାୟକ ଶିଶୁ-ସାହିତ୍ୟ ସମ୍ମାନ". Sambad. 2021-03-07. Retrieved 2024-03-15.
  3. "ପ୍ରାଣକୃଷ୍ଣ ପରଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର –". ଓଡ଼ିଶା ବିଜ୍ଞାନ ଏକାଡେମୀ. 2023-04-09 [2021]. Archived from the original on 2023-04-09. Retrieved 2024-03-15.