ନବ କିଶୋର ଦାସ

ଉଇକିପିଡ଼ିଆ‌ରୁ
ନବ କିଶୋର ଦାସ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୯ ଜାନୁଆରୀ ୨୦୨୩
ପୂର୍ବ ଅଧିକାରୀକିଶୋର କୁମାର ମହାନ୍ତି
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1962-01-07)୭ ଜାନୁଆରୀ ୧୯୬୨
ମୃତ୍ୟୁ୨୯ ଜାନୁଆରୀ ୨୦୨୩(2023-01-29) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମୀନତି ଦାସ
ବାପା/ବୋଉନୃସିଂହ ଚରଣ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ନବ କିଶୋର ଦାସ (୭ ଜାନୁଆରୀ ୧୯୬୨ - ୨୯ ଜାନୁଆରୀ ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ନବ କିଶୋର ଦାସ ୧୯୬୨ ମସିହାର ଜାନୁଆରୀ ୭ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୃସିଂହ ଚରଣ ଦାସ ଓ ପତ୍ନୀଙ୍କ ନାମ ମୀନତି ଦାସ ।[୧] ତାଙ୍କ ଝିଅ ଦୀପାଳି ଦାସ ଜଣେ ରାଜନେତ୍ରୀ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୨]

ରାଜନୈତିକ ଜୀବନ

ନବ କିଶୋର ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧] ୨୦୧୯ ମସିହାରୁ ୨୦୨୩ ପର୍ଯ୍ୟନ୍ତ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪]

୧୯୮୦ ମସିହାରେ ସେ ଛାତ୍ର ଜୀବନରୁ ରାଜନୀତିରୁ ଯୋଗ ଦେଇଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରୁ ସେ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ, ମାତ୍ର ପରାଜିତ ହୋଇଥିଲେ ।[୫]

ଏହାପରେ ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେସେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬][୭] ୨୦୧୯ ମସିହାର ଜାନୁଆରୀ ୧୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ[୮] ଏବଂ ୨୪ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ।[୯]

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା କଂଗ୍ରେସ (ଇ)
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା କଂଗ୍ରେସ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା ବିଜୁ ଜନତା ଦଳ

ମୃତ୍ୟୁ

୨୦୨୩ ମସିହାର ଜାନୁଆରୀ ୨୯ ତାରିଖରେ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।[୧୦][୧୧] ସେ ଝାରସୁଗୁଡ଼ା ଜିଲ୍ଲାବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିଲେ, ଯେଉଁଠି ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେଠାକାର ଗାନ୍ଧିଛକ ଫାଣ୍ଡିରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ ।[୧୨][୧୩][୧୪] ତାଙ୍କ ଦେହରେ ଗୁଳି ପଶି ବାହାରିଯାଇଥିଲା ଏବଂ ହୃତ୍‌ପିଣ୍ଡ ଓ ବାମ ପଟ ଫୁସଫୁସ ଉପରେ ଏହାର ପ୍ରଭାବ ପଡ଼ିଥିଲା ।[୧୫] ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।[୧୬]

ଆଧାର

  1. ୧.୦ ୧.୧ "Shri Naba Kishore Das". odishaassembly.nic.in. Odisha Assembly. Retrieved 9 August 2021.
  2. "With Deepali Das, daughter of Naba das, the baton has been passed in Odisha". The New Indian Express. Retrieved 2023-08-26.
  3. "Odisha Minister attack: Naba Das succumbs to injuries hours after being shot". The Economic Times. Retrieved 2023-01-29.
  4. Nayak, Subadh (29 January 2023). "Odisha Health Minister Naba Das dies at Apollo Hospital in Bhubaneswar". KalingaTV (in English). Bhubaneswar. Archived from the original on 29 January 2023. Retrieved 29 January 2023.{{cite news}}: CS1 maint: unrecognized language (link)
  5. "ବିଦାୟ ନବକିଶୋର ! ଚାରି ଦଶନ୍ଧିର ଘଟଣାବହୁଳ ରାଜନୈତିକ ଜୀବନର ଅବସାନ". Sambad. ଭୁବନେଶ୍ୱର. 29 January 2023. Archived from the original on 29 January 2023. Retrieved 29 January 2023.
  6. "Congress' Odisha Lawmaker Likely To Join BJD Ahead Of Rahul Gandhi Visit". NDTV.com. Retrieved 2023-01-29.
  7. "Odisha Minister attack: Naba Das succumbs to injuries hours after being shot". The Economic Times. Retrieved 2023-01-29.
  8. "Odisha Congress Working President Quits Party, To Join BJD". NDTV.com. Retrieved 2023-01-29.
  9. "Odisha Health Minister Naba Kisore Das shot at by cop, succumbs to bullet injury". The Indian Express (in ଇଂରାଜୀ). 2023-01-29. Retrieved 2023-01-29.
  10. Dash, Mrunal Manmay (29 January 2023). "Odisha Health Minister Naba Das no more". Odisha TV (in English). Archived from the original on 29 January 2023. Retrieved 29 January 2023.{{cite news}}: CS1 maint: unrecognized language (link)
  11. "Odisha Minister Shot In The Chest By Cop Dies Hours Later At Hospital". NDTV.com. Retrieved 2023-01-29.
  12. Swain, Priya Ranjan (29 January 2023). "Gun attack: Odisha Health Minster is in critical condition". Sambad English (in English). Bhubaneswar. Archived from the original on 29 January 2023. Retrieved 29 January 2023.{{cite news}}: CS1 maint: unrecognized language (link)
  13. MISHRA, SATYENDU SHEKHER (29 January 2023). "ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ". ଓ ଟିଭି. Archived from the original on 29 January 2023. Retrieved 29 January 2023.
  14. Barik, Satyasundar (2023-01-29). "Odisha Health Minister Naba Kisore Das dies of bullet injuries". The Hindu (in Indian English). ISSN 0971-751X. Retrieved 2023-01-29.
  15. Pradhan, Dharmendra (29 January 2023). "ଆପୋଲୋରେ ଆଖିବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମେଡିକାଲ ପକ୍ଷରୁ ଦିଆଗଲା ସୂଚନା । | Kanak News". Kanak News (in English). Archived from the original on 29 January 2023. Retrieved 29 January 2023.{{cite news}}: CS1 maint: unrecognized language (link)
  16. "ମୃତ୍ୟୁ ସହ ଲଢ଼େଇରେ ହାରିଗଲେ ମନ୍ତ୍ରୀ ନବ ଦାସ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ". Sambad. ଭୁବନେଶ୍ୱର. 29 January 2023. Archived from the original on 29 January 2023. Retrieved 29 January 2023.

ବାହାର ଆଧାର