ଧାମରା ବନ୍ଦର

ଉଇକିପିଡ଼ିଆ ରୁ
ଧାମରା ବନ୍ଦର
—  ବନ୍ଦର  —
ଧାମରା ବନ୍ଦର
ଧାମରା ବନ୍ଦରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°49′24″N 86°57′46″E / 20.82333°N 86.96278°E / 20.82333; 86.96278ଦିଗବାରେଣି: 20°49′24″N 86°57′46″E / 20.82333°N 86.96278°E / 20.82333; 86.96278
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଭଦ୍ରକ ଜିଲ୍ଲା
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


୦ ମିଟରs (0 ଫୁଟ)

ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍
(Dhamra Port Company Limited)
ପ୍ରକାର ବେସରକାରୀ (Private)
ସଂସ୍ଥାର ପ୍ରକାର ସାମୁଦ୍ରିକ [Marine (ocean)]
ମୂଖ୍ୟାଳୟ ଦ୍ୱିତୀୟ ମହଲା, ଫର୍ଚୁନ ଟାୱାରସ, ଚନ୍ଦ୍ରଶେଖରପୁର ଭୁବନେଶ୍ୱର- ୭୫୧୦୨୩
ମୁଖ୍ୟ ଲୋକ ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ (Chief Executive Officer)
ୱେବସାଇଟ www.dhamraport.com

ଧାମରା ବନ୍ଦର ହେଉଛି ଭଦ୍ରକ ଜିଲ୍ଲାର ଏକ ନବ ବିକଶିତ ବନ୍ଦର। ଏହା ଧାମରାର ପୁରୁଣା ବନ୍ଦର ଠାରୁ ପ୍ରାୟ ୭ କିଲୋମିଟର ଦୂରରେ ବଙ୍ଗୋପ ସାଗର ଉପକୂଳରେ ଅବସ୍ଥିତ।

ଇତିହାସ[ସମ୍ପାଦନା]

ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗରେ ଯେଉଁ ୧୨ଟି ବନ୍ଦର ଗଢ଼ି ଉଠିଥିଲା ତନ୍ମଧ୍ୟରୁ ଧାମରା ଅନ୍ୟତମ। ଗ୍ରୀକ ପର୍ଯ୍ୟଟକ ଟଲେମୀ ଏହାକୁ ଆଦାମସ ବୋଲି ବର୍ଣ୍ଣନା କରିଛନ୍ତି। ଶିବପ୍ରସାଦ ଦାସଙ୍କ ‘ଅତୀତର ଓଡ଼ିଶା’ ପୁସ୍ତକରୁ ଜଣାଯାଏ ଆଦାମସ୍ ବୈତରଣୀ ମୁହାଣ ଧାମରାର ପ୍ରାଚୀନ ନାମ ଧାମ ବା ଧାମା ଥିଲା। ଏଠାରେ ଏକ ପ୍ରାଚୀନ ନଗର ଓ ପୋତାଶ୍ରୟ ଥିଲା। ସାଳନ୍ଦୀ, ବୈତରଣୀ ଓ ବ୍ରାହ୍ମଣୀ ବନ୍ୟାରେ ଏହା ଏବେ ଧ୍ୱଂସ ହୋଇ ଯାଇଛି।

ନୂଆ ବନ୍ଦର[ସମ୍ପାଦନା]

ଏହି ବନ୍ଦରକୁ ବିକଶିତ କରିବାର ଚୁକ୍ତିନାମା ୧୯୯୮ରେ ସ୍ୱାକ୍ଷରିତ ହୋଇଥିଲା। ଫଳ ସ୍ୱରୂପ ଲାର୍ସନ ଏଣ୍ଟ ଟୁବ୍ରୋ ଓ ଟାଟା ଷ୍ଟିଲ୍ ର ୫୦:୫୦ ମିଳିତ ଉଦ୍ୟମରେ ଧାମରା ବନ୍ଦର କମ୍ପାନୀ ଲିମିଟେଡ ବା ଡି.ସି.ପି.ଏଲ୍.(The Dhamra Port Company Limited) (DPCL) ଗଠିତ ହେଲା। [୧] ଏହି ବନ୍ଦରକୁ ପ୍ରଥମ ଜଳ ଜାହାଜ ୮ ଫେବ୍ରୁଆରୀ ୨୦୧୦ରେ ଆସିଥିଲା ଓ ପ୍ରଥମ ବାଣିଜ୍ୟିକ ଜାହାଜ ୧୦ ଏପ୍ରିଲ ୨୦୧୧ରେ ଆସିଥିଲା।[୨] ଏହି ବନ୍ଦରର ବାର୍ଷିକ କ୍ଷମତା ପ୍ରଥମେ ପ୍ରଥମେ ୨୫ ନିୟୁତ ଟନ ହେବ ଓ ଏହା କ୍ରମେ କ୍ରମେ ବଢ଼ି ବାର୍ଷିକ ୮୦ ନିୟୁତ ଟନ୍ ଯାଏ ହେବ।[୩] ନିକଟରେ ଥିବା ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛମାନଙ୍କର ଅଭୟାରଣ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ବୋଲି କହି ଗ୍ରୀନ ପିସ୍ ଏହାକୁ ବିରୋଧ କରିଛି। [୪]

ଉଦ୍ଦେଶ୍ୟ[ସମ୍ପାଦନା]

୧୨ନିୟୁତ ଡଲାରର ଏକ ଇସ୍ପାତ କାରଖାନା ଦକ୍ଷିଣ କୋରିଆର ପୋସ୍କୋଦ୍ୱାରା ଏଠାରେ ପ୍ରତିଷ୍ଠା କରାଯିବ, ଯାହା ନୂଆ କର୍ମ ନିଯୁକ୍ତି ଓ ଆର୍ଥିକ ଉନ୍ନତିର ରାସ୍ତା ପରିସ୍କାର କରିବ। ଏହି ବନ୍ଦର ନିକଟବର୍ତୀ ଲୌହ ଖଣିରୁ ଧାତୁପଥର ଆଣି ରପ୍ତାନୀ କରିବ।[୫] ନିକଟବର୍ତ୍ତୀ ଇଲାକାରେ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଓଡ଼ିଶା ସରକାରଙ୍କର ଯୋଜନା ରହିଛି। ଏଥିମଧ୍ୟରୁ ଏକ ଜାହାଜ ତିଆରି କାରଖାନା ଏବଂ ପେଟ୍ରୋକେମିକାଲ ଗ୍ୟାସ ଭିତ୍ତିକ ଉତ୍ପାଦିକା ତୁମ୍ବ ପ୍ରସ୍ତୁତି ଅନ୍ୟତମ। ଏହା ସହିତ ଗୃହ ନିର୍ମାଣ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ନଗର ସଦୃଶ ସୁବିଧା ସୁଯୋଗ ସୃଷ୍ଟି କରିବାର ମଧ୍ୟ ଯୋଜନା ରହିଛି। [୬]

ନିର୍ମାଣ[ସମ୍ପାଦନା]

ଓଡ଼ିଶା ସରକାର ଆନ୍ତର୍ଜାତୀୟ ସାମୁଦ୍ରିକ ବନ୍ଦର (International Seaports) ସହିତ ଏପ୍ରିଲ ୧୯୯୮ରେ BOOST (Build-Own-Operate-Share-and-Transfer) (ନିର୍ମାଣ-ଅଧିକାର-କାର୍ଯ୍ୟକରଣ-ଅଂଶଦାନ ଓ ସ୍ଥାନାନ୍ତର) ଭିତ୍ତିକ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ। ଏହା ସମ୍ପୂର୍ଣ୍ଣ ହେବାକୁ ୩୦ ବର୍ଷ ଲାଗିବ ଓ ଏହା ଚତୁର୍ବାର୍ଷିକ ଯୋଜନାରେ କାର୍ଯ୍ୟ କରିବ। ମେ ୧୯୯୯ ରେ ଏହି କାମ ଧାମରା ପୋର୍ଟ ଟ୍ରଷ୍ଟ କମ୍ପାନୀ ଲିମିଟେଡକୁ ହସ୍ତାନ୍ତରିତ କରି ଦିଆଗଲା। (Dhamra Port Company Limited) (DPCL).[୭] ନିର୍ମାଣ କାର୍ଯ୍ୟ ୨୦୦୫ରେ ଆରମ୍ଭ ହେଲା ଓ ୨୦୦୬ ବେଳକୁ ରେଳ ସାଇଡିଂ ପାଇଁ ଆବଶ୍ୟକୀୟ ଜମି ନେବା ଆପାତତଃ ସମ୍ପନ୍ନ ହେଲା। [୮]

ଏହି ବନ୍ଦରର ୧୩ଟି ବର୍ଥ ରହିବ ଓ ଏହାର କ୍ଷମତା ବାର୍ଷିକ ୮୩ ନିୟୁତ ଟନ୍ ହେବ। ପ୍ରାଥମିକ ସ୍ତରରେ ଜାଳେଣି କୋଇଲା, ବାଷ୍ପ କୋଇଲା, ତାପଜ କୋଇଲା ଓ ଚୂନ ପଥର ଆମଦାନୀପାଇଁ ଓ ମିଶ୍ରିତ ଲୌହଧାତୁ ଏବଂ ଇସ୍ପାତ ରପ୍ତାନୀପାଇଁ, ୩୫୦ ମିଟର ବିଶିଷ୍ଟ ଦୁଇଟି ବର୍ଥ ତିଆରି କରା ଯାଇଛି ଯାହା ମାଲ ନେବା ଆଣିବାକୁ ସଫଳ ଭାବରେ ତୁଲାଇ ପାରିବ। ପ୍ରାଥମିକ କ୍ଷମତା ୧୫.୨୫ ନିୟୁତ ଟନ୍ କୋଇଲା ଓ ଚୂନ ପଥରରର ଆମଦାନୀ ତଥା ୯.୭୫ ନିୟୁତ ଟନ୍​ର ଲୌହ ଓର ଓ ଇସ୍ପାତର ରପ୍ତାନୀକୁ ସମ୍ଭାଳି ପାରିବ। ଏଥିପାଇଁ ୧୮କି.ମି.ର ଏକ ସାମୁଦ୍ରିକ ପ୍ରଣାଳୀ ରହିବ।[୯]

ଭଦ୍ରକ ଓ ରାଣୀତାଲକୁ ସଂଯୋଗ କରୁଥିବା ୬୨ କି.ମି.ର ଏକ ପଥ ବିଶିଷ୍ଟ ରେଳ ପଥର ଉନ୍ମୋଚନ ୮ ମଇ ୨୦୧୧କୁ ହେଲା। [୧୦] ଭାରତୀୟ ରେଳବାଇର ଏହା ପ୍ରଥମ ଲାଇନ ଯାହା ରାଜସ୍ୱର ଭାଗବଣ୍ଟା ଆଧାରରେ ଶିଳ୍ପ ଉନ୍ନୟନ ପାଇଁ ଉଦ୍ଦିଷ୍ଟ।[୧୦] ଏହା ଭାରତୀୟ ରେଳଧାମରା ବନ୍ଦର ମଧ୍ୟରେ ଚୁକ୍ତିନାମା ଅଟେ।[୧୦]

ସେପ୍ଟେମ୍ବର ୨୦୧୦ରେ ଏହି ବନ୍ଦର ଭିତରକୁ ପ୍ରଥମ ଜଳ ଜାହାଜ ଆସିଥିଲା ଅଷ୍ଟ୍ରେଲିଆରୁ, ଯାହା ଜାମସେଦପୁରର ଟାଟା ଷ୍ଟିଲ୍​ କାରଖାନାପାଇଁ ୪୫୦୦୦ ଟନ୍​ର ରନ୍ଧନ ଉପଯୋଗୀ କୋଇଲା ଆଣିଥିଲା। [୧୧]

ପ୍ରାକୃତିକ ସଙ୍କଟ[ସମ୍ପାଦନା]

ଓଡ଼ିଶାର ଉପକୁଳ ହେଉଛି ବାତ୍ୟା ପ୍ରବଣ। ଏହାଦ୍ୱାରା ଭୟଂକର ବଢ଼ିର ସମ୍ଭାବନା ରହିଛି। ଅତୀତରେ ଏହା ଦୀର୍ଘ ୫ କି.ମି.ବ୍ୟାପ୍ତ ଅରଣ୍ୟାନୀଦ୍ୱାରା ସୁରକ୍ଷିତ ହୋଇ ରହିଥିଲା, କିନ୍ତୁ ଆଜି ନଦୀ ଉପରେ ବନ୍ଧ ତିଆରି ଆଦି କାରଣରୁ ସେ ସବୁ ଧ୍ୱଂସପ୍ରାପ୍ତ। ୧୯୯୯ରେ ମହାବାତ୍ୟାରେ ସମୁଦ୍ରରେ ଯେଉଁ ହଲଚଲ ହୋଇଥିଲା, ସେଥିରେ ୭ ମିଟର ଉଚ୍ଚ ଲହରୀ ଉଠିଥିଲା ଓ ଜଳ ବ୍ୟାପି ଯାଇଥିଲା ଉପକୂଳବର୍ତ୍ତୀ ଅଞ୍ଚଳରେ, ଯାହା ପାଖାପାଖି ୧୦୦୦୦ ଲୋକଙ୍କର ଜୀବନ ନେବା ସହ ଅନ୍ୟନ୍ୟ ପ୍ରାଣୀ ଓ ଧନ ସମ୍ପଦର ମହା ବିନାଶର କାରଣ ହୋଇଥିଲା। ଏହି ଗଭୀର ବନ୍ଦର ପ୍ରକଳ୍ପ ଅରଣ୍ୟାନୀର ବିନାଶର କାରଣ ହେବ ବୋଲି କୁହାଯାଉଛି, ଯେଉଁଥିରେ ନିକଟସ୍ଥ ଭିତରକନିକା ଅଭୟାରଣ୍ୟ ଅନ୍ତର୍ଭୁକ୍ତ।[୫] ମେ ୨୦୧୦ରେ ଏହାର ବିରୋଧରେ ୨୦ ଜଣ ରାଜନୈତିକ ନେତା ଏହାର ବିରୋଧ କରି ନିର୍ମାଣ କାର୍ଯ୍ୟକୁ ବାଧା ଦେଇଥିଲେ। ଏହା ଜଙ୍ଗଲ ସୁରକ୍ଷା ଆଇନ ୧୯୮୦ର ବିରୋଧ କରୁଛି ବୋଲି ସେମାନେ ମନ୍ତବ୍ୟ ଦେଇଥିଲେ। [୧୨]

ଏହି ବନ୍ଦରଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଉତ୍ତରରେ ଅବସ୍ଥିତ, ଯେଉଁଠି ୨୦,୦୦,୦୦୦ ରୁ ୫୦,୦୦,୦୦୦ ମାଈ ଓଲିଭ ରିଡଲେ କଇଁଛ ପ୍ରତିବର୍ଷ ଅଣ୍ଡା ଦେଇଥାନ୍ତି। ବନ୍ଦରର ପାରିପାର୍ଶ୍ୱିକ ଅଞ୍ଚଳ ଯଦିଓ ସେମାନଙ୍କ ଅଣ୍ଡାଦେବାର ସ୍ଥାନ ନୁହେଁ, ତଥାପି ବନ୍ଦର ହେବାଯୋଗୁଁ ଯେଉଁ ପ୍ରଦୂଷଣ ହେବା ତାହା ଏହାକୁ ପ୍ରଭାବିତ କରିବ ବୋଲି ପର୍ଯ୍ୟାବରଣ ବିଶେଷଜ୍ଞମାନେ ମତ ଦେଇଛନ୍ତି।[୧୩] ଜୁଲାଇ ୨୦୦୭ରେ ଗ୍ରୀନପିସ୍​​ର କାର୍ଯ୍ୟକର୍ତ୍ତାମାନେ ଟାଟା ଗ୍ରୁପର ମୁଖ୍ୟାଳୟ, ବମ୍ବେ ହାଉସ ସାମନାରେ କଇଁଛମାନଙ୍କ ସୁରକ୍ଷାପାଇଁ ବନ୍ଦର ନିର୍ମାଣକୁ ବନ୍ଦ କରିବାକୁ ଦାବି କରି ରାଲି କରିଥିଲେ। [୧୪] ଡି.ସି.ପି.ଏଲ୍. (DPCL) ଏହାକୁ ଅମୂଳକ କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେମାନେ କହିଥିଲେ ଯେ ପର୍ଯ୍ୟାବରଣଗତ ମଞ୍ଜୁରୀ ଆଗରୁ ମିଳି ସାରିଛି। କଇଁଛ ମାନଙ୍କର ଅଣ୍ଡା ଦେବା ସ୍ଥାନ ଦକ୍ଷିଣକୁ ଦୂରରେ ରହିଛି ଓ ଜାହାଜ ପ୍ରଣାଳୀ ଏହି କଇଁଛ ମାନଙ୍କର ଯିବା ଆସିବା ପଥକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ।[୧୫] ‘ଟର୍ଟଲ ଭର୍ସସ ଟାଟା’"Turtle vs TATA" ଗ୍ରୀନ ପିସ୍​ର ୱେବସାଇଟ୍​ରେ ଟାଟାକୁ ବଦନାମ କରିବା ଓ ତାଙ୍କ ଟ୍ରେଡମାର୍କରେ ହସ୍ତକ୍ଷେପ କରିବାର ନଜିର ବୋଲି ଦର୍ଶାଇ ଟାଟା ଏଣ୍ଡ ସନ୍​ସ (TATA & Sons) ଗ୍ରୀନପିସ୍ ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ମକଦ୍ଦମା ଦାୟର କରିଥିଲେ।[୧୬]

ଆଧାର[ସମ୍ପାଦନା]

  1. "Dhamra port". DHAMRA PORT COMPANY LTD. http://www.eco-dhamra.com/about-DPCL/dhamra-port.asp. Retrieved 2010-11-23. 
  2. "Dhamra Port Updates". Dharma Port Company Limited. http://www.dhamraport.com/latestUpdates.asp. Retrieved 6 September 2011. 
  3. "Dhamra Port on schedule". The Hindu. 27 May 2008. http://www.hindu.com/2008/05/27/stories/2008052755481600.htm. Retrieved 2010-11-23. 
  4. "TATA tries to silence critics, takes Greenpeace to court". Greenpeace. http://greenpeace.in/turtle/news/tata-tries-to-silence-critics-takes-greenpeace-to-court. Retrieved 2010-11-23. 
  5. ୫.୦ ୫.୧ Manipadma Jena (21 Jun 2010). "India: Development projects increasing cyclone vulnerability, experts warn". ReliefWeb. http://www.reliefweb.int/rw/rwb.nsf/db900SID/MUMA-86N5L4?OpenDocument. Retrieved 2010-11-24. 
  6. "Panel for port-based industries at Dhamara". Business Standard. May 31, 2010. http://www.business-standard.com/india/news/panel-for-port-based-industries-at-dhamara/396506/. Retrieved 2010-11-24. 
  7. "History". Upakula Surakshya Abhijan. http://www.dhamraodisha.com/history.php. Retrieved 2010-11-24. 
  8. "Dhamara port to be operational in 2010". OrissaDiary. November 6, 2006. http://www.orissadiary.com/Shownews.asp?id=3272. Retrieved 2010-11-24. 
  9. "Plan". Upakula Surakshya Abhijan. http://www.dhamraodisha.com/plan.php. Retrieved 2010-11-24. 
  10. ୧୦.୦ ୧୦.୧ ୧୦.୨ [୧]
  11. "First vessel lands at Dhamara port". Business Standard. 20 September 2010. http://www.business-standard.com/india/news/first-vessel-lands-at-dhamara-port/408557/. Retrieved 2010-11-24. 
  12. "Green lobby seeks action against Dhamra port". Business Standard. May 18, 2010. http://www.business-standard.com/india/news/green-lobby-seeks-action-against-dhamra-port/395270/. Retrieved 2010-11-24. 
  13. "Tata Port Development Threatens Olive Ridley Sea Turtles (Orissa, India)". Mangrove Action. 29 June 2007. http://mangroveactionproject.org/news/action-alerts/tata-port-development-threatens-olive-ridley-sea-turtles-orissa-india/. Retrieved 2010-11-24. 
  14. "Greenpeace activists blockade TATA office, demand the Company keeps promise to save turtles". Greenpeace India. July 17, 2007. http://www.greenpeace.org/india/en/news/greenpeace-activists-blockade1/. Retrieved 2010-11-24. 
  15. "Perceptions & Facts". Upakula Surakshya Abhijan. http://www.dhamraodisha.com/perceptions-facts.php. Retrieved 2010-11-24. 
  16. "TATA plea for injunction against Greenpeace listed for consideration on August 12". Greenpeace. July 30, 2010. http://greenpeace.in/turtle/. Retrieved 2010-11-24. 

ଅଧିକ ତଥ୍ୟ[ସମ୍ପାଦନା]