କୋଡ଼ାଇକାନାଲ
କୋଡ଼ାଇକାନାଲ | |
---|---|
ଶୈଳ ନିବାସ | |
ଦେଶ | ଭାରତ |
ରାଜ୍ୟ | ତାମିଲନାଡୁ |
ଜିଲ୍ଲା | ଡିଣ୍ଡିଗୁଲ |
ସ୍ଥାପିତ | 1845[୧] |
Government | |
• Chairman | Thiru V.S Govindhan |
• Vice Chairman | Thiru.P.Chelladurai |
Area | |
• ସମୁଦାୟ | 21.45 km2 (8.28 sq mi) |
Elevation | 2,133 m (6,998 ft) |
Population (2001) | |
• Total | ୩୨,୯୩୧ |
• Density | 1,100/km2 (3,000/sq mi) |
ସରକାରୀ | |
• ଭାଷା | ତାମିଲ |
Time zone | UTC+5:30 (IST) |
PIN | 624601 |
Telephone code | 04542 |
ଯାନବାହାନ ପଞ୍ଚୀକରଣ | TN 57 |
ନିକଟତମ ସହର | ମଦୁରାଇ 121 km (75 mi) |
Sex ratio | M 51% F 49% ♂/♀ |
Literacy | 66% 1991% |
Precipitation | 1,650 millimetres (65 in) |
Avg. summer temperature | 19.8 °C (67.6 °F) |
Avg. winter temperature | 8.3 °C (46.9 °F) |
Website: Kodaikanal Municipality |
କୋଡାଇକାନାଲ , ତାମିଲନାଡୁ ରାଜ୍ୟର ଡିଣ୍ଡିଗୁଲ ଜିଲ୍ଲାରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ସହର । ତାମିଲ ଭାଷାରେ ଏହାର ଅନେକ ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ: “ଜଙ୍ଗଲର ଉପହାର” । ଏହା ୧୮୪୫ ମସିହାରେ ଏକ ଗ୍ରୀଷ୍ମାବକାଶ ସ୍ଥାନ ରୂପେ ପ୍ରତିଷ୍ଠା କରାଯାଇଥିଲା । ଏହାର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ।
ଇତିହାସ
[ସମ୍ପାଦନା]ପଲାୟାର ଜାତିର ଆଦିବାସୀମାନେ ଏଠାକାର ମୂଳ ବାସିନ୍ଦା । କୋଡାଇକାନାଲର ପୁରାତନ ବିବରଣୀ ମାନ ମୁଖ୍ୟତଃ ତାମିଲ ସାଙ୍ଗମ ସାହିତ୍ୟରେ ଦେଖିବାକୁ ମିଳେ । ଆଧୁନିକ କୋଡାଇକାନାଲ ୧୮୪୫ରେ ବ୍ରିଟିଶ ରାଜକର୍ମଚାରୀ ଓ ଆମେରିକୀୟ ଖ୍ରୀଷ୍ଟିୟାନ ଧର୍ମପ୍ରଚାରକମାନଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।
ଭୂଗୋଳ
[ସମ୍ପାଦନା]କୋଡାଇକାନାଲ ସମୁଦ୍ରପତନରୁ ୨୧୩୩ ମିଟର (୬୯୯୮ ଫୁଟ) ଉଚ୍ଚରେ ପାରାପ୍ପାର ଓ ଗୁଣ୍ଡର ଉପତ୍ୟକା ମଧ୍ୟସ୍ଥ ପଲାନି ପାହାଡମାଳାର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ।
ଦର୍ଶନୀୟ ସ୍ଥାନଗଣ
[ସମ୍ପାଦନା]- କୋଡାଇକାନାଲ ହ୍ରଦ : ଏହି ୬୦ ଏକର ପରିମିତ , ତାରକାକୃତି କୁତ୍ରିମ ହ୍ରଦ ୧୮୬୩ ମସିହାରେ ତିଆରି କରାଯାଇଥିଲା । ଏହା କୋଡାଇକାନାଲର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ । ହ୍ରଦ ମଧ୍ୟରେ ନୌବିହାର ନିମନ୍ତେ “କୋଡାଇକାନାଲ ବୋଟ କ୍ଲବ”ରୁ ଆହୁଲା ଚାଳିତ ଓ ପେଡାଲ ଚାଳିତ ବୋଟ ଭଡାରେ ମିଳେ । ଏତତବ୍ୟତୀତ ସାଇକଲ ଓ ଘୋଡ଼ା ଭଡା କରି ପରୟତକମାନେ ହ୍ରଦ ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି । କୋଡାଇକାନାଲରୁ ବିଭିନ୍ନ ସ୍ଥାନର ଦୂରତା ମୁଖ୍ୟତଃ ଏହି ହ୍ରଦକୁ ଆଶ୍ରୟ କରି ନିର୍ଦ୍ଧାର କରାଯାଇଥାଏ ।
- ବେରିଜାମ ହ୍ରଦ : ଏହି ହ୍ରଦ କୋଡାଇକାନାଲରୁ ପ୍ରାୟ ୨୦କି.ମି. ଦୂରରେ ଅବସ୍ଥିତ । ନିକଟସ୍ଥ ଗ୍ରାମବାସୀମାନଙ୍କର ମୁଖ୍ୟ ଜଳର ଉତ୍ସ ହେଇଥିବାରୁ ଏଠାରେ ନୌବିହାର ପ୍ରତିବନ୍ଧିତ । ମାତ୍ର ଏହାର ଚତୁଃପାର୍ଶ୍ୱରେ ଥିବା ଜଙ୍ଗଲ ମଧ୍ୟକୁ “ଜଙ୍ଗଲ ବିଭାଗର” ଅନୁମତି ନେଇ ସକାଳ ୯:୩୦ରୁ ସନ୍ଧ୍ୟା ୩ଟା ମଧ୍ୟରେ ପ୍ରବେଶ କରିହୁଏ । ଏହି ଜଙ୍ଗଲରେ ପ୍ରଧାନତଃ ପାର୍ବତ୍ୟ ମଇଁଷି (eng : bison), ହରିଣ , ସାପ ଓ ଚିତାବାଘ ଦେଖାଯାନ୍ତି ।
- ବ୍ରାୟାଣ୍ଟ ପାର୍କ : କୋଡାଇକାନାଲ ହ୍ରଦର ପୂର୍ବ ପାର୍ଶ୍ୱରେ , ବସଷ୍ଟାଣ୍ଡରୁ ପ୍ରାୟ ୫୦୦ମିଟର ଦୂରରେ ଅବସ୍ଥିତ ଏହି ଉଦ୍ୟାନଟି ୧୯୦୮ ମସିହାରେ ତତ୍କାଳୀନ ମଦୁରାଇର ଜଙ୍ଗଲ ବିଭାଗ ଅଫିସର ଏଚ.ଡି.ବ୍ରାୟାଣ୍ଟଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏଠି ପ୍ରାୟ ୭୪୦ ପ୍ରଜାତିର ଗୋଲାପ ଫୁଲ ଓ ୩୨୫ ପ୍ରଜାତିର ବିଭିନ୍ନ ବୃକ୍ଷ , ଗୁଳ୍ମ ଦେଖିବାକୁ ମିଳେ । ଏଠାରେ ଏକ ପୁରାତନ ଓସ୍ତ ଓ ୧୮୫୭ ମସିହାର ଏଉକଲ୍ଯ୍ପ୍ତୁସ ବୃକ୍ଷ ଅଛି ।
- ଡଲଫିନସ ନୋଜ : କୋଡାଇକାନାଲର ଅନ୍ୟତମ ପ୍ରମୁଖ ଆକର୍ଷଣ , ଡଲଫିନ ମାଛର ନାସାକୃତି ଏହି ପ୍ରସ୍ତର ବସଷ୍ଟାଣ୍ଡରୁ ପ୍ରାୟ ୮କି.ମି. ଦୂରରେ ୬୬୦୦ ଫୁଟ (୨୦୦୦ ମିଟର) ଗଭୀର ଖାଇ ଉପରେ ଅବସ୍ଥିତ । ମୁଖ୍ୟ ରାସ୍ତାରୁ ପ୍ରାୟ ୧କି.ମି. ପାଦଚଲା ରାସ୍ତା ଦେଇ ଏଠାକୁ ଯିବାକୁ ହୁଏ । ସମଗ୍ର ରାସ୍ତା ଓ ପ୍ରସ୍ତରର ଚତୁଃପାର୍ଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନୁପମ ।
- ପାଇନ ଜଙ୍ଗଲ : ୧୯୦୬ ମସିହାରେ ମି.ବ୍ରାୟାଣ୍ଟଙ୍କଦ୍ୱାରା ତିଆରି ଏହି ପାଇନ ଗଛରେ ପୂର୍ଣ ଜଙ୍ଗଲଟି ଅନ୍ୟତମ ଆକର୍ଷଣ ସ୍ଥଳ ।
- କୋକର୍ସ ୱାକ : ୧୮୭୨ ମସିହାରେ ଲେଫ୍ଟନାଣ୍ଟ କୋକରଙ୍କଦ୍ୱାରା ନିର୍ମିତ ୧କି.ମି. ଦୀର୍ଘ ଏହି ପକ୍କା ରାସ୍ତା କୋଡାଇକାନାଲର ଦକ୍ଷିଣ ପାର୍ଶ୍ୱରେ ଏକ ତୀକ୍ଷ୍ଣ ଢାଲୁ ଅଞ୍ଚଳରେ , ଏକ ମନୋରମ ଉଦ୍ୟାନ ମଧ୍ୟରେ ଅବସ୍ଥିତ ।
- ଗୁନା କେଭ : “ସଇତାନର ରୋଷେଇଶାଳ ” (eng : Devil’s Kitchen) ଭାବରେ ପୂର୍ବରୁ ପରିଚିତ ଏହି ଗୁମ୍ଫା ଗୁଡିକର ପ୍ରବେଶ ଦ୍ୱାର ବର୍ତ୍ତମାନ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିଥିଲେ ମଧ୍ୟ ଏହାର ଚାରିପାଖର ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।ଏହାର ନାମ “ଗୁନା” ପ୍ରସିଧ୍ୟ ତାମିଲ ସିନେମା “ଗୁନା ”ରୁ ଆସିଛି ।
- ପିଲ୍ଲାର ରକ୍ସ : ଭୂମିରୁ ସିଧା ଖୁଣ୍ଟ ଭଳି ଠିଆ ହୋଇଥିବା ଏହି ପ୍ରାୟ ୧୨୨ମିଟର ଉଛ ତିନୋଟି ପ୍ରସ୍ତରଖଣ୍ଡକୁ ସରକାରୀ ଭାବରେ ନିର୍ମିତ ଏକ ପବେଶଶୁଳ୍କମୁକ୍ତ ସ୍ଥାନରୁ ଦେଖିହୁଏ ।
- କୋଡାଇକାନାଲ ସୂର୍ଯ୍ୟ ପର୍ଯ୍ୟବେକ୍ଷଣ କେନ୍ଦ୍ର : କୋଡାଇକାନାଲର ସବୁଠାରୁ ଉଛ ସ୍ଥାନରେ(୨୩୪୩ ମିଟର ବା ୭୬୮୭ ଫୁଟ ) ଅବସ୍ଥିତ ଏହି ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଥିବା ଦୂରବୀକ୍ଷଣ ଯନ୍ତ୍ରରୁ ଚତୁଃପାର୍ଶ୍ୱର ଦୃଶ୍ୟ ଦେଖିହୁଏ । ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ ।
- ଶେମ୍ବାଗାନୁର ପ୍ରକୃତିକ ଐତିହାସିକ ସଂଗ୍ରହାଳୟ : ୧୮୯୫ ମସିହାରେ ପ୍ରତିଷ୍ଠିତ ଏହି ସଂରହଳୟରେ ୫୦୦ରୁ ଊର୍ଦ୍ଧ୍ୱ ଜୀବଜନ୍ତୁ , ପକ୍ଷୀ,କୀଟପତଙ୍ଗ ଓ ୩୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପୁଷ୍ପ ପ୍ରଦର୍ଶିତ ହେଇଥାନ୍ତି ।
- କୁରିଞ୍ଜି ଅନ୍ଦୱର ମୁରୂଗନ ମନ୍ଦିର : ଏହା ଦେବତା ମୁରୂଗନ (କାର୍ତ୍ତିକେୟ)ଙ୍କର ମନ୍ଦିର । ଏଠାରେ ଥିବା କୁରିଞ୍ଜି ପୁଷ୍ପା ୧୨ ବର୍ଷରେ ଥରେ ଫୁଟିଥାଏ ।
ଗମନା ଗମନ
[ସମ୍ପାଦନା]ମଦୁରାଇ ବିମାନବନ୍ଦର ମାତ୍ର ୧୩୫ କି.ମି. ଦୂରରେ ଅବସ୍ଥିତ ,ଏଠାରୁ ବସ କିମ୍ବା ଟ୍ୟାକ୍ସି ଯୋଗେ କୋଡାଇକାନାଲ ପହଞ୍ଚି ହୁଏ । ନିକଟତମ ରେଳ ଷ୍ଟେସନ : ପଲାନି (୬୪ କି.ମି.) , କୋଡାଇରୋଡ (୮୦ କି.ମି.) , ଡିଣ୍ଡିଗୁଲ(୧୦୦ କି.ମି.) । ଏତତବ୍ୟତୀତ ବେଙ୍ଗାଲୁରୁ , ଚେନ୍ନାଇ ଓ ଅନ୍ୟାନ୍ୟ ନିକଟତମ ପ୍ରମୁଖ ସହର ମନକରୁ ଏଠାକୁ ପ୍ରତିଦିନ ବସ ଚଳଚଳ କରିଥାଏ । ସହର ମଧ୍ୟରେ ଗମନାଗମନ ନିମନ୍ତେ ଭଡାରେ ସାଇକଲ , ଟ୍ୟାକ୍ସି ଆଦି ମିଳିଥାଏ । ସ୍ୱଳ୍ପ ପରିମାଣରେ ସରକାରୀ ବସ ମଧ୍ୟ ମିଳେ , କିନ୍ତୁ ଅଟୋରିକ୍ସା ଏଠାରେ ଉପଲବ୍ଧ ନାହି ।
ଆଧାର
[ସମ୍ପାଦନା]- ↑ Kodaikanal Department Of Municipal Administration And Water Supply, Historical Moments, 2005
ବାହାର ତଥ୍ୟ
[ସମ୍ପାଦନା]- Kodaikanal Tour Guide and Photos Archived 7 December 2013 at the Wayback Machine.
- 12 Lesser known Hill Stations in South India Archived 30 November 2013 at the Wayback Machine.
- Kodaikanal Archived 19 December 2013 at the Wayback Machine.
- Comprehensive further information on Kodaikanal Archived 13 July 2011 at the Wayback Machine.
- Kodaikanal, 'Switzerland of the East', Trekking Routes
- Map of Kodaikanal City
- Palani Hills Conservation Council
- Kodaikanal Resort, Residential Plot Info http://www.kodaikanalhomes.com Archived 12 January 2022 at the Wayback Machine.
- Wildvistas/Nationalparks/Kodaikanal
- Photo essay on Mercury poisoning in Kodaikanal
- http://kodaikanltourisum.blogspot.in/ Archived 17 October 2013 at the Wayback Machine.