ଏଲିନା ସାମନ୍ତରାୟ
ଏଲିନା ସାମନ୍ତରାୟ | |
---|---|
ଜନ୍ମ | |
ଶିକ୍ଷା | ସ୍ନାତକ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୫ରୁ-ଏବେଯାଏଁ |
ପିତାମାତା(s) | ଜ୍ୟୋତିରଞ୍ଜନ ସାମନ୍ତରାୟ ଅନୁରାଧା ସାମନ୍ତରାୟ |
ଏଲିନା ସାମନ୍ତରାୟ (ଜନ୍ମ:୨୩ ଜୁଲାଇ ୧୯୯୬) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ ।[୧][୨] ଏଲିନା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗର ବିଜେତା ହୋଇଥିଲେ ।[୩][୪] ଏହାପରେ ୨୦୧୫ ମସିହାରେ ତରଙ୍ଗର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[୫][୬][୭]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଏଲିନା ୧୯୯୬ ମସିହା ଜୁଲାଇ ୨୩ତାରିଖ ଦିନ ଭଦ୍ରକର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୮] ତାଙ୍କ ପିତାଙ୍କ ନାମ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମାତାଙ୍କ ନାମ ଅନୁରାଧା ଅଟେ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର ଅଧ୍ୟୟନ ଜାରି ରଖିଛନ୍ତି ।[୯] ଜଣେ ଶିକ୍ଷିକା ହେବାର ଇଚ୍ଛା ରଖିଥିଲେ ଏଲିନା ।[୧୦]
କଥାଚିତ୍ର ଜୀବନ
[ସମ୍ପାଦନା]ଏଲିନା ପ୍ରଥମେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ ।[୧୧] ସେହି କାର୍ଯ୍ୟକ୍ରମରେ ସେ ବିଜେତା ହୋଇଥିଲେ[୧୨] ଏବଂ ତରଙ୍ଗ ଟିଭି ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁରେ ଅରିନ୍ଦମ ରାୟଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ।[୧୩][୧୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ ।[୧୫] ଏହି କଥାଚିତ୍ରଟିରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।[୧୬]
ଏହାପରେ ଏଲିନା କେହି ନୁହେଁ କାହାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ।[୧୭] ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୮] ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂହ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୯]
ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା ଜଗା ହାତରେ ପଘା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୦] ଏହି କଥାଚିତ୍ରରେ ସେ ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହ ଅଭିନୟ କରିଥିଲେ ।[୨୧] ଏହି କଥାଚିତ୍ରଟିରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।[୨୨] ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ, କାଳିଆ, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୨୩]
୨୦୧୬ରେ ଏଲିନା ଅଭିନେତା ବାବୁଶାନ୍ଙ୍କ ସହ ଲଭ୍ ଷ୍ଟେସନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୪][୨୫] ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୨୬] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୨୭] ଏହି କଥାଚିତ୍ରଟିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୬ ରଥଯାତ୍ର ସମୟରେ ଏଲିନା ପୁଣିଥରେ ବାବୁଶାନ୍ଙ୍କ ସହ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ ।[୨୯] ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ମୀନକେତନ, ସଲିଲ ମିତ୍ର, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩୦][୩୧]
ରଜ ସମୟରେ ଏଲିନାଙ୍କର ୨୦୧୭ର ପ୍ରଥମ ଚଳଚ୍ଚିତ୍ର ଅଭୟ ମୁକ୍ତିଲାଭ କରିଥିଲା ।[୩୨] ଏହି ଚଳଚ୍ଚିତ୍ରଟିରେ ଅନୁଭବ ମହାନ୍ତି ୨ୟଥର ପାଇଁ ଏଲିନାଙ୍କର ନାୟକ ଭାବରେ ଅଭିନୟ କରିଥିଲେ ।[୩୩] ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩୪] ଏହି କଥାଚିତ୍ରଟିରେ ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ ।[୩୫]
୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।[୩୬] ନିର୍ଦ୍ଦେଶକ ଅବତାର ସିଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩୭] ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩୮]
୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କାବୁଲା ବାରବୁଲାରେ ଏଲିନା ପୁଣିଥରେ ଅନୁଭବଙ୍କ ସହ ଅଭିନୟ କରିଥିଲେ ।[୩୯][୪୦][୪୧] ଏହି କଥାଚିତ୍ରରେ ସେ ଅନୁଭବଙ୍କ ସହ ୩ୟ ଥର ପାଇଁ ଅଭିନୟ କରିଥିଲେ । ଭାରତ ବାହାରେ ଏହି କଥାଚିତ୍ରଟିର ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଥିଲା ।[୪୨] ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪୩][୪୪] ପପୁ ପମ ପମ, ହରିହର ମହାପାତ୍ର, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୪୫][୪୬]
୨୦୧୮ ମସିହାରେ ଏଲିନା ପ୍ରଥମ ଥର ପାଇଁ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସହ ହାପି ଲକି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୪୭] ଏହି କଥାଚିତ୍ରଟି ୨୦୧୮ ଜାନୁଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୪୮] କଥାଚିତ୍ରଟିରେ ଅନ୍ୟ ଏକ ଯୋଡ଼ି ସମ୍ବିତ ଆଚାର୍ଯ୍ୟ ଏବଂ ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୪୯] ବବି ମିଶ୍ର, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ଅଭିନୟ କରିଥିଲେ ।[୫୦]
୨୦୧୮ ରଜ ସମୟରେ ଏଲିନା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରଥମ ଥର ୪ ଇଡିଅଟସ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୫୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଚିତ୍ତ ତ୍ରିପାଠୀ, ଲିପ୍ସା ମିଶ୍ର, ପୁନମ ମିଶ୍ର, ଚାନ୍ଦିନୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିହତିଲେ । ରଥଯାତ୍ର ସମୟରେ ପୁଣିଥରେ ଏଲିନା, ସବ୍ୟସାଚୀ ମିଶ୍ରଙ୍କ ସହ ଟୋକାଟା ଫସିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୫୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ ।[୫୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୫ | ଇସ୍କ ତୁ ହି ତୁ | ସିମ୍ରନ୍ | ପ୍ରଥମ ଓଡ଼ିଆ କଥାଚିତ୍ର |
କେହି ନୁହେଁ କାହାର | |||
ଜଗା ହାତରେ ପଘା | |||
୨୦୧୬ | ଲଭ୍ ଷ୍ଟେସନ | ରାଣୀ | |
ଝିଅଟା ବିଗିଡ଼ିଗଲା | |||
୨୦୧୭ | ଅଭୟ | ||
ମୁଁ ଖାଣ୍ଟି ଓଡ଼ିଆ ଝିଅ | |||
କାବୁଲା ବାରବୁଲା | |||
୨୦୧୮ | ହାପି ଲକି | କାଜଲ | |
୪ ଇଡିଅଟସ୍ | |||
ଟୋକାଟା ଫସିଗଲା | |||
୨୦୨୩ | ପ୍ରତିଶୋଧ | [୫୩][୫୪] | |
- | ମାଲ୍ୟଗିରି | ଧୂଳିଆ ଜନ୍ଦା ଗୀତରେ ନୃତ୍ୟ[୫୫] |
ଆଧାର
[ସମ୍ପାଦନା]- ↑ "ପ୍ରେମ: ପୁଣିଥରେ". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଝିଲିକ୍ ଓ ଏଲିନା". sambad.in. 18 April 2018. Retrieved 6 June 2018.
- ↑ "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.[permanent dead link]
- ↑ "ପୁଣି ଏକାଠି ହେଲେ ଅରିନ୍ଦମ୍-ଏଲିନା | Odisha Reporter". Odisha Reporter. 29 July 2018. Retrieved 5 September 2018.
- ↑ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ Jena, Manjit. "Elina Samantray Ollywood Actress Biography". Archived from the original on 29 July 2016. Retrieved 23 July 2016.
- ↑ "ନୂଆମୁହଁଙ୍କ ନଜର". ସମାଜ. 13 May 2017. Retrieved 19 May 2018.[permanent dead link]
- ↑ "ଅଭିନେତ୍ରୀ ହୋଇ ନ ଥିଲେ ଅଧ୍ୟାପନା କରିଥାନ୍ତି". dharitriepaper.in. Retrieved 25 February 2021.
- ↑ http://www.dharitri.com/e-Paper/metromijaj/240518/p8.htm
- ↑ "Elina Samantray Biography". ENT DIAEY. Archived from the original on 6 August 2016. Retrieved 10 September 2016.
- ↑ "ଏହି ବ୍ୟାନର୍ରୁ ବାଦ୍ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
- ↑ "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
- ↑ Pati, Ashok. "Tarang Cine Production's first Odia film titled Ishq Tu Hi Tu going to hit theatre in January, 2015". Orissa Diary. Archived from the original on 5 March 2016. Retrieved 23 July 2016.
- ↑ http://odishasuntimes.com/2015/12/31/ollywood-rewind-2015/
- ↑ http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms
- ↑ "ପ୍ରଥମ ସିନେମାରେ ମୁସଲ୍ମାନ୍ ଯୁବତୀ ଭୂମିକା ନିଭାଇଛନ୍ତି ଏହି ଓଲିଉଡ୍ ନାୟିକା". sambad.in. 3 January 2018. Retrieved 1 February 2018.
- ↑ "Kehi Nuhe kahara Trailer Video Release Abhishek and Elina". ENews ଓଡ଼ିଆ. Retrieved 22 July 2016.
- ↑ "Kehi Nuhe Kahara Odia Movie of Elina, Avishek, Sidhanta". Retrieved 22 July 2016.
- ↑ "Kehi Nuhe kahara Odia Movie of AVishek, Elina". ENews ଓଡ଼ିଆ. Retrieved 22 July 2016.
- ↑ "Jaga Hatare Pagha (ଜଗା ହାତରେ ପଘା) - 2015 Odia Action Film". odiaportal. Retrieved 10 September 2016.
- ↑ "ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ 'ଜଗା ହାତରେ ପଘା'ର ସୁଟିଂ ଆଗେଇ ଚାଲିଛି". Odisha Reporter. 9 September 2015. Retrieved 10 September 2016.
- ↑ "JAGA HATARE PAGHA ODIA MOVIE OF ANUBHAV, JHILIK, ELINA, TARANG". Incredible Orissa. 15 October 2015. Retrieved 10 September 2016.
- ↑ "'ଜଗା ହାତରେ ପଘା' ସୁଟିଂ ବେଳେ ଓଡ଼ିଆ ଅଭିନେତ୍ରୀ ମହେଶ୍ୱେତା ରାୟ ଅାହତ". Dailyhunt. 4 October 2015. Retrieved 10 September 2016.
- ↑ "ଏଲିନା ଦେଇଛନ୍ତି କେବଳ ଗୋଟିଏ ବ୍ଲକ୍ବଷ୍ଟର୍ ସିନେମା!". sambad.in. 31 January 2018. Retrieved 17 February 2018.
- ↑ "ବାବୁସାନଙ୍କ ସିନେମା 'ଲଭ ଷ୍ଟେସନ'ର ଗୀତ ରିଲିଜ୍". Odisha News 360. 25 May 2016. Retrieved 21 August 2016.[permanent dead link]
- ↑ "ମୁକ୍ତିଲାଭ କଲା ତିନୋଟି ଓଡ଼ିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢ଼େଇ". Odisha News 360. 12 June 2016. Retrieved 21 August 2016.[permanent dead link]
- ↑ "Tarang Cine Production Presented Ollywood Movie "Love Station"". E News ଓଡ଼ିଆ. 12 March 2016. Retrieved 21 August 2016.
- ↑ "Jhiata Bigidigala Odia movie of Babusan, Elina And Rudra, Jina". E News Odia. Retrieved 22 July 2016.
- ↑ Sahu, Prithviraj. "Shooting begins for Odia movie Jhiata Bigidigala". Update Odisha. Retrieved 22 July 2016.
- ↑ "Odia Film Jhiata Bigidigala Cast Crew, Songs, Video, Wallpaper". Odia Web. Retrieved 22 July 2016.
- ↑ "ଆଗେ ଆଗେ ଏଲିନା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.
{{cite news}}
: CS1 maint: unrecognized language (link) - ↑ "କମନ୍ ମ୍ୟାନ୍ 'ଅଭୟ' ଭୂମିକାରେ ଅନୁଭବ". ଓଡ଼ିଶା ଲାଇଭ୍. 3 June 2017. Retrieved 13 July 2017.
- ↑ "'ସିଷ୍ଟର ଶ୍ରୀଦେବୀ' ଓ 'ଅଭୟ' ଫିଲ୍ମର ପୋଷ୍ଟର ରିଲିଜ". Odisha Reporters. 22 April 2017. Retrieved 13 July 2017.
- ↑ "ଏଥର ରଜରେ ତରଙ୍ଗର ଡବଲ୍ ଧମାକା: ରିଲିଜ୍ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍". Daily Hunt. 10 May 2017. Retrieved 13 July 2017.
- ↑ "Abhay". Odia Movie Database. Archived from the original on 16 July 2017. Retrieved 13 July 2017.
- ↑ "ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା". Odisha News 365. 14 July 2017. Archived from the original on 16 October 2020. Retrieved 28 August 2017.
- ↑ "ଯୋଡ଼ିର କମାଲ". ସମାଜ. 17 September 2017. Retrieved 17 September 2017.[permanent dead link]
- ↑ "ଲୋକପ୍ରିୟ ଅଭିନେତା ପପୁ ପମ୍ପମ୍ଙ୍କ ନୂଆ ଓଡ଼ିଆ ସିନେମା "ମୁଁ ଖାଣ୍ଟି ଓଡ଼ିଆ ଝିଅ"". E News ଓଡ଼ିଆ. 13 July 2017. Retrieved 28 August 2017.
- ↑ "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
- ↑ "Some exciting facts about cast & crew of Kabula Barabula Odia film". ApnaFilms.com. 13 August 2017. Retrieved 21 September 2017.
- ↑ "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 21 September 2017.
- ↑ "୨୫ ତାରିଖରେ ମାଲେସିଆ ଯାତ୍ରା କରିବେ 'କାବୁଲା ବାରବୁଲା -ସର୍ଚ୍ଚିଂ ଫର୍ ଲୈଲା' ଟିମ୍ !". ସମ୍ବାଦ. 13 August 2017. Archived from the original on 24 September 2017. Retrieved 21 September 2017.
- ↑ "ଓଲିଉଡର ପୂଜାବଜାର ଏକଦମ୍ ସରଗରମ!". sambad.in. 29 September 2017. Retrieved 1 October 2017.
- ↑ "ବାବୁସାନ୍ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା". ସମ୍ବାଦ. 23 August 2017. Archived from the original on 27 September 2017. Retrieved 21 September 2017.
- ↑ Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
- ↑ "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
- ↑ "ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.[permanent dead link]
- ↑ "ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.[permanent dead link]
- ↑ "ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 1 February 2018.
- ↑ "ହାପି ଲକି". ସମାଜ. 21 January 2018. Retrieved 24 January 2018.[permanent dead link]
- ↑ ୫୧.୦ ୫୧.୧ "ଏବେ କେଉଁ ଓଲିଉଡ ନାୟିକାଙ୍କ ହାତରେ ସବୁଠାରୁ ଅଧିକ ସିନେମା | Sambad". Sambad. 20 August 2018. Archived from the original on 26 August 2018. Retrieved 31 August 2018.
{{cite news}}
: no-break space character in|title=
at position 51 (help) - ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
- ↑ "ରିଲିଜ୍ ହେବ 'ପ୍ରତିଶୋଧ'". ନିର୍ଭୟ. 15 September 2023. p. 10. Archived from the original on 16 September 2023. Retrieved 16 September 2023.
- ↑ "ନୂଆ ରୂପରେ ଏଲିନା". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏଲିନା ସାମନ୍ତରାୟ