ସିଦ୍ଧାନ୍ତ ମହାପାତ୍ର

ଉଇକିପିଡ଼ିଆ ରୁ
ସିଦ୍ଧାନ୍ତ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ୪ ମଇ ୧୯୬୬ (1966-05-04) (୪୭ ବର୍ଷ)
ବ୍ରହ୍ମପୁର, ଓଡ଼ିଶା
ଜାତୀୟତା ଭାରତୀୟ
ଜୀବିକା କଥାଚିତ୍ର ଅଭିନୟ
କାର୍ଯ୍ୟକାଳ ୧୯୯୩-ଏବେଯାଏଁ
ପ୍ରସିଦ୍ଧି ଅଭିନେତା
ଜୀବନସାଥି ରଚନା ବାନାର୍ଜୀ (ବିବାହ ବିଚ୍ଛେଦ)
ମାମା ମିଶ୍ର

ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ଓ ବିଜୁ ଜନତା ଦଳର ନେତା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁରରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, କେନ୍ଦୁଝର ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ନୂଆଦିଲ୍ଲୀ ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି । ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ।

ସିନେମା ଜୀବନ[ସମ୍ପାଦନା]

୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ମୋ' ଦୁନିଆ ତୁ ହିଁ ତୁ[୧] ୨୦୧୩ ସୁଧାକର ବସନ୍ତ
୧୪୩ ଆଇ ଲଭ ୟୁ ୨୦୧୧
ମତେ ବୋହୂ କରି ନେଇ ଯା ୨୦୧୧ ବିକାଶ ଦାଶ
ବାହୁଡ଼ିବେ ମୋ ଜଗାବଳିଆ
ଚକା ଚକା ଭଉଁରୀ ୨୦୦୭ ଶୁଭେନ୍ଦୁ ସ୍ୱାଇଁ
ଯେ ପାଞ୍ଚେ ପର ମନ୍ଦ
ଧର୍ମର ହେବ ଜୟ
କଳ୍କୀ ଅବତାର ୧୯୯୯
ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
ସିନ୍ଦୂର ନୁହେଁ ଖେଳଘର
ଶାଶୁଘର ଚାଲିଯିବି
ସନ୍ତାନ
ମନ ରହିଗଲା ତୁମରି ଠାରେ ୨୦୦୨ ମହମ୍ମଦ ମହସୀନ
ଯଶୋଦା ୧୯୯୬ ହର ପଟ୍ଟନାୟକ
ରଣଭୂମି ୧୯୯୫
ଗଙ୍ଗା ଯମୁନା ୧୯୯୭ ହର ପଟ୍ଟନାୟକ
ମୋ କୋଳ ତୋ ଝୁଲଣା ୨୦୦୧ ହିମାଂଶୁ ପରିଜା
ସିଂହବାହିନୀ ୧୯୯୮ ବସନ୍ତ ସାହୁ
ନାରୀ ଆଖିରେ ନିଆଁ
ଶ୍ରଦ୍ଧାଞ୍ଜଳି ୧୯୯୩ ପଙ୍କଜ ପାଣି

ରାଜନୈତିକ ଜୀବନ[ସମ୍ପାଦନା]

ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ବ୍ରହ୍ମପୁର (ଲୋକସଭା ନିର୍ବାଚନ ମଣ୍ଡଳୀ)ରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି ।

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. http://www.odishaviews.com/mo-duniya-tu-hi-tu-new-odia-movie-releasing-on-this-january/. Retrieved 16 January 2013. "Release Date – 11th January 2013" 
  2. "Odisha 23rd state film awards announced". mbctv.co.in. http://www.mbctv.co.in/viewnews.php?news_id=15179. Retrieved 16 November 2012. "Sidhanta Mohapatra was selected best actor for his film 'Eka Eka'" 

ଅଧିକ ତଥ୍ୟ[ସମ୍ପାଦନା]