ଉତ୍କଳ
ଦେଖଣା
(Utkalaରୁ ଲେଉଟି ଆସିଛି)
ଉତ୍କଳ ସାମ୍ରାଜ୍ୟ ଅଧୁନାତନ ଭାରତର ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ଅବସ୍ଥିତ ଥିଲା । ମହାଭାରତରେ ଉତ୍କଳ, ଉତ୍ପଳ, ଅକଳ ଓ ଓଡ୍ର ଦେଶ ବାବଦରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ମଧ୍ୟ ଏହା ରହିଛି ।
ପୁରାତନ ସାହିତ୍ୟ
[ସମ୍ପାଦନା]ମଧ୍ୟଯୁଗର ପୁରାତନ ସାହିତ୍ୟରେ ଏହାକୁ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଅଭିହିତ କରାଯାଇଥିଲା ଯାହା ସେକାଳରେ ଏହା ଅତ୍ୟନ୍ତ କଳାର ଦେଶ ଥିଲା ବୋଲି ଜଣାଯାଇଥାଏ ।
ମହାଭାରତରେ ବର୍ଣ୍ଣନା
[ସମ୍ପାଦନା]ଦଶର୍ଣସ, ମେକାଳ ଆଦି ଉତ୍କଳର ପଶ୍ଚିମରେ ଥିବା ରାଜ୍ୟ ଓ ଉତ୍କଳ ବିଷୟରେ ମହାଭାରତରେ ବର୍ଣ୍ଣନା କରାଯାଇଅଛି । (୬.୯) ଉତ୍କଳର ବାସିନ୍ଦାମାନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ ବୋଲି ଲେଖାଅଛି ।