ଅଭୟ ସିଂହ

ଉଇକିପିଡ଼ିଆ‌ରୁ
ଅଭୟ ସିଂହ
ଜନ୍ମ ଓ ଜନ୍ମସ୍ଥାନଅଭୟ ସିଂହ
(1953-04-18)୧୮ ଅପ୍ରେଲ ୧୯୫୩
ଲକ୍ଷ୍ମୀନାରାୟଣପୁର, କେନ୍ଦ୍ରାପଡ଼ା
ମୃତ୍ୟୁ୧୩ ଫେବୃଆରୀ ୨୦୨୧(2021-02-13) (ବୟସ ୬୭)
ଭୁବନେଶ୍ବର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସନ୍ତାନଉର୍ମି ଅମ୍ରିତା

ଅଭୟ ସିଂହ (୧୮ ଅପ୍ରେଲ ୧୯୫୩ - ୧୩ ଫେବୃଆରୀ ୨୦୨୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ, ସମ୍ପାଦକ, ତଥା ସର୍ବୋଦୟ ଆନ୍ଦୋଳନ କର୍ମୀ ଥିଲେ । ସେ "ସଚିତ୍ର ବିଜୟା" ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୧] ସଚିତ୍ର ବିଜୟା ପୂର୍ବରୁ ସେ ସମବାୟ ସମାଚାର, କଲ୍ୟାଣୀଅଧୁନା ଆଦି ପତ୍ରିକାର ସମ୍ପାଦନା କରିଥିଲେ ।

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଭୟ ସିଂହ ୧୯୫୩ ମସିହାରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷ୍ମୀନାରାୟଣପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରଘୁନାଥ ସିଂହ । ସେ ଜଣେ ଶିକ୍ଷକ ଥିଲେ । ତାଙ୍କ ମାତାଙ୍କ ନାମ ଥିଲା ବୈଦେହୀ ସିଂହ ।[୨]

ତାଙ୍କର ପତ୍ନୀ ଓ ଉର୍ମି ଅମୃତା ନାମରେ ଗୋଟିଏ ଝିଅ ଥିଲେ ମଧ୍ୟ ସେ ସେମାନଙ୍କଠାରୁ ଦୂରରେ ରହୁଥିଲେ । ଜୀବନର ଶେଷ ପାଞ୍ଚ ବର୍ଷ ଭୁବନେଶ୍ୱରର ଏକ ଜରା ନିବାସରେ ଅତିବାହିତ କରିଥିଲେ । ୨୦୨୧ ମସିହା ଫେବୃଆରୀ ୧୩ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୩]

ଶିକ୍ଷା[ସମ୍ପାଦନା]

ଡେରିବିଶ ହାଇସ୍କୁଲରୁ ସେ ମାଟ୍ରିକ ପାସ କରିଥିଲେ । କେନ୍ଦ୍ରପଡ଼ା କଲେଜରୁ +୨ ଓ ବିଜେବି କଲେଜରୁ ଓଡ଼ିଆ ଭାଷାରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଭୁବନେଶ୍ୱରସ୍ଥ ରିଜିଓନାଲ କଲେଜରୁ ସେ ବିଏଡ଼ ଶିକ୍ଷା ମଧ୍ୟ ସମାପ୍ତ କରିଥିଲେ ।

ବୃତ୍ତି[ସମ୍ପାଦନା]

ସେ ସମବାୟ ବିଭାଗରେ ସେ ଚାକିରିରେ ଯୋଗଦେଇଥିଲେ ଓ ସ୍ୱଳ୍ପ ସମୟ ପରେ ତାହା ଛାଡ଼ି ଦେଇଥିଲେ ।

ପରିବେଶ ସୁରକ୍ଷା[ସମ୍ପାଦନା]

ସେ "ଜୀବନ" ନାମକ ଏକ ଅନୁଷ୍ଠାନ ଗଢ଼ି ବୃକ୍ଷରୋପଣ ସହ ଔଷଧୀୟ ଉଦ୍ୟାନ ସୃଷ୍ଟିକରିବା ନିମନ୍ତେ ଉଦ୍ୟମ କରିଥିଲେ । "ରାଜକିଶୋର ନାୟକ ଜାତୀୟ ସ୍ମାରକୀ ଟ୍ରଷ୍ଟ" ନାମକ ଏକ ଅଣଲାଭକାରୀ ସଂଗଠନ ସହ ସେ ମଧ୍ୟ ସେ ଜଡ଼ିତ ଥିଲେ । ପରିବେଶ ସୁରକ୍ଷା ଆନ୍ଦୋଳନ ଏବଂ ଜୈବିକ କୃଷିର ବିସ୍ତାର ଲାଗି ଉଦ୍ୟମ କରିବା ସହ ସର୍ବୋଦୟ ଆନ୍ଦୋଳନରେ ମଧ୍ୟ ସେ ଭାଗନେଇଥିଲେ ।[୪]

ରଚନାବଳୀ[ସମ୍ପାଦନା]

ତାଙ୍କର ମୋଟ ସଂକଳିତ ରଚନାର ସଂଖ୍ୟା ୫୧। ଏହା ବାଦ ସେ ସଚିତ୍ର ବିଜୟା ପତ୍ରିକା ଓ ଆଗାମୀ ଶତାବ୍ଦୀର ସମ୍ପାଦନା ତଥା ଅନୁବାଦ ମଧ୍ୟ କରିଥିଲେ । ସହଯୋଗୀ ସୁବ୍ରତ କୁମାର ସାହୁଙ୍କ ସହ ସେ ସୃଜନର ସିଂହନାଦ ନାମରେ ଏକ ପ୍ରବନ୍ଧ ସଂକଳନ ସମ୍ପାଦନା କରିଥିଲେ | ସେଥିରେ ସଚିତ୍ର ବିଜୟାର ୨୧ଟି ସଂପାଦକୀୟ ଅଗ୍ରଲେଖ ସହିତ "ପରିବେଶ-ପରମ୍ପରା-ସଂସ୍କୃତି ଓ ପର୍ଯ୍ୟଟନ" ଆଦି ବିଭାଗରେ ନଅଟି ଏବଂ "ଜୀବନ-ସଂଗ୍ରାମ" ବିଭାଗରେ ତିନିଟି ଲେଖା ସ୍ଥାନୀତ ହୋଇଥିଲା । ତା' ସହିତ ଆଠଟି ପ୍ରବନ୍ଧ ଓ ଦଶଟି ସାକ୍ଷାତ୍‌କାର ମଧ୍ୟ ଏଥିରେ ରହିଥିଲା । ପି. ସାଇନାଥଙ୍କ ପୁସ୍ତକ ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରଟ୍‌ର ଓଡ଼ିଆ ଭାଷାନ୍ତର ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ ତାଙ୍କର ଏକ ଉଲ୍ଲେଖନୀୟ କୃତି ।[୫]

ସମ୍ପାଦନା[ସମ୍ପାଦନା]

ସେ ପ୍ରଥମେ ସମବାୟ ସମାଚାର, କଲ୍ୟାଣୀଅଧୁନା ଆଦି ପତ୍ରିକାର ସମ୍ପାଦନା କରିଥିଲେ । ଚନ୍ଦାମାମା ଗ୍ରୁପ ତରଫରୁ ୧୯୯୪ ମସିହା ଅକ୍ଟୋବର ମାସରେ ସଚିତ୍ର ବିଜୟା ପତ୍ରିକା ଆରମ୍ଭ କରାଯାଇଥିଲା । ସେ ଥିଲେ ସେହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ।[୫] ୧୯୯୪ରୁ ୧୯୯୬ ଏହି ଦୁଇ ବର୍ଷ ମଧ୍ୟରେ ସେ ଏହି ପତ୍ରିକାର ୨୪ଟି ସଂଖ୍ୟା ବାହାର କରି ପତ୍ରିକାଟିକୁ ଲୋକପ୍ରିୟ କରାଇଥିଲେ । ଏକ ସମୟରେ ଏହି ପତ୍ରିକାର ଏକ ଲକ୍ଷ କପି ପ୍ରକାଶ ପାଉଥିଲା । ୧୯୯୬ରେ ସେ ଏହି ପତ୍ରିକା ଛାଡ଼ି ଦେଇଥିଲେ । ଏହା ପରେ ସେ ଶେଖ ମତଲୁବ ଅଲ୍ଲୀଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ପତ୍ରିକା ଆଗାମୀ ଶତାବ୍ଦୀରେ ଅନେକ ଫିଚର ଲେଖିଥିଲେ । ୧୯୯୮-୯୯ ବେଳକୁ ସେ ପ୍ରବାହ ନାମକ ଏକ ପତ୍ରିକା ସମ୍ପାଦନା କରିଥିଲେ । ଏହି ପତ୍ରିକାର ମାତ୍ର ୨ଟି ସଂଖ୍ୟା ପ୍ରକାଶ ପାଇଥିଲେ ମଧ୍ୟ ତାଙ୍କ ସମ୍ପାଦନା ବହୁ ପ୍ରଶଂସିତ ହୋଇଥିଲା । ସେ ଧରିତ୍ରୀରେ ମଧ୍ୟ ସ୍ଥମ୍ଭ ଲେଖୁଥିଲେ । ଅଧୁନାସମବାୟ ସମାଚାର ପତ୍ରିକା ସହିତ ମଧ୍ୟ ସେ ସଂପୃକ୍ତ ଥିଲେ ।

ମୌଳିକ ରଚନା[ସମ୍ପାଦନା]

ତାଙ୍କ ପୁସ୍ତକ "ସହସ୍ର ସୂର୍ଯ୍ୟର ଅନ୍ଧକାର" ପୋଖରାନରେ ହୋଇଥିବା ପରମାଣୁ ପରୀକ୍ଷଣ ସମୟରେ ପରମାଣୁ ବୋମାର ମାନବ ସମାଜ ପ୍ରତି କୁପ୍ରଭାବ ଉପରେ ପର୍ଯ୍ୟବସିତ ଥିଲା ।

ଅନୁବାଦ[ସମ୍ପାଦନା]

ସେ ପି. ସାଇନାଥଙ୍କ ପୁସ୍ତକ ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରଟ୍‌କୁ ଓଡ଼ିଆରେ ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ ନାମରେ ଭାଷାନ୍ତର କରିଥିଲେ ।

ଆଧାର[ସମ୍ପାଦନା]

  1. "ବିଶିଷ୍ଟ ସାମ୍ବାଦିକ-ସାହିତ୍ୟିକ ତଥା ପରିବେଶବିତ୍ ଅଭୟ ସିଂହଙ୍କ ଦେହାନ୍ତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 August 2021. Retrieved 18 August 2021.
  2. "ଜଣେ ପତ୍ରିକା ସଂପାଦକଙ୍କ ବିଷଣ୍ଣ ବିଦାୟ". https://sambadepaper.com/. 12 November 2018. Retrieved 26 April 2024. {{cite web}}: External link in |website= (help)
  3. "ଅଫେରା ପଥରେ ଅଭୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 August 2021. Retrieved 18 August 2021. {{cite web}}: |archive-date= / |archive-url= timestamp mismatch; 14 ଫେବୃଆରୀ 2021 suggested (help)
  4. "ଆରପାରିରେ ଅଭୟ ସିଂହ". www.tathya.in. ତଥ୍ୟ ଡଟ ଇନ. Archived from the original on 18 August 2021. Retrieved 18 August 2021. {{cite web}}: |archive-date= / |archive-url= timestamp mismatch; 11 ଅପ୍ରେଲ 2021 suggested (help)
  5. ୫.୦ ୫.୧ "ଜଣେ ପତ୍ରିକା ସଂପାଦକଙ୍କ ବିଷଣ୍ଣ ବିଦାୟ | SambadEpaper". sambadepaper.com. Retrieved 2024-04-30.