୨୦୧୭ ଭଦ୍ରକ ଦଙ୍ଗା

ଉଇକିପିଡ଼ିଆ‌ରୁ

୨୦୧୭ ଭଦ୍ରକ ଦଙ୍ଗା ୫ ଏପ୍ରିଲ ୨୦୧୭ରେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଘଟିଥିବା ବହୁଚର୍ଚ୍ଚିତ ଦଙ୍ଗା ଅଟେ । ଏହି ଦଙ୍ଗା ମୁସଲିମ ସମ୍ପ୍ରଦାୟ ଓ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଘଟିଥିଲା ।[୧] ଭଦ୍ରକ ଦଙ୍ଗାରେ ମୋଟ ୪୫୦ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୯କୋଟି ଟଙ୍କାର କ୍ଷତି ଘଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିଲା ।[୨]

ଦଙ୍ଗାର ସୂତ୍ରପାତ[ସମ୍ପାଦନା]

୨୦୧୭ ଅପ୍ରେଲ ୫ରେ ହିନ୍ଦୁମାନଙ୍କ ରାମ ନବମୀ ପର୍ବ ପାଳନ ହେଉଥିଲା । ଏହି ଦିନ ସାମାଜିକ ଗଣମାଧ୍ୟମମାନଙ୍କରେ ଶୁଭେଚ୍ଛା ଆଦାନ ପ୍ରଦାନ ମଧ୍ୟ ସବୁ ବର୍ଷ ପରି ହୋଇଥିଲା । ଜଣେ ହିନ୍ଦୁ ସଂପ୍ରଦାୟଙ୍କ ଫେସବୁକ ପୋଷ୍ଟରେ ହିନ୍ଦୁ ଦେବଦେବୀ ରାମ, ଲକ୍ଷ୍ମଣ, ସୀତାହନୁମାନଙ୍କ ଉପରେ ମୁସଲିମ ସମ୍ପ୍ରଦାୟର ତିନିଜଣ ଯୁବକ ଆପତ୍ତିଜନକ ଲେଖା ମନ୍ତବ୍ୟ ଦେବାରୁ[୩] ସେହି ତିନିଜଣ ବ୍ୟକ୍ତି[ଆଧାର ଲୋଡ଼ା]ଙ୍କ ବିରୁଦ୍ଧରେ କିଛି ହିନ୍ଦୁ ଯୁବକ ପୁଲିସ ଅଭିଯୋଗ କଲେ । ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିବାରୁ ଭଦ୍ରକ ସହରରେ କିଛି ଦୋକାନ ଭଙ୍ଗାରୁଜା ଆରମ୍ଭ ହୋଇଥଲା ।

ଘଟଣାକ୍ରମ[ସମ୍ପାଦନା]

ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ଦିନ ଭଦ୍ରକ ଜିଲ୍ଲାପାଳ ଏକ ଶାନ୍ତି କମିଟି ବୈଠକ ଡକାଇଥିଲେ । ଏହା ଅସଫଳ ହେବା ପରେ ଦଙ୍ଗା ବ୍ୟାପିଯାଇଥିଲା ।ଶାନ୍ତି କମିଟି ବୈଠକ ସମୟରେ ୧୪୪ ଧାରା ସତ୍ତ୍ୱେ ଶତାଧିକ ସଂଖ୍ୟାଲଘୁ ଯୁବକ ବାଇକ ରାଲିରେ ସହର ବୁଲିବା ପରେ ଅପରଗୋଷ୍ଠୀ ଉତେଜିତ ହୋଇ ଉଠିଥିଲେ । ଫଳରେ ସହରର ପରିସ୍ଥିତି ଅଣାୟତ ହୋଇଯାଇଥିଲା । ସାରା ସହରରେ ଭଙ୍ଗାରୁଜା ଓ ଜଳାପୋଡା ଆରମ୍ଭ ହୋଇଯାଇଥିଲା । ଏଥି ପାଇଁ ପ୍ରଶାସନ ଓ ଜିଲ୍ଲା ଏସପି ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଉଥିଲା । ଖୋଲାଖୋଲି ଭାବେ ଏଥି ପାଇଁ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ପୁଲିସ ଓ ପ୍ରଶାସନର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ୧୪୪ଧାରା ସତ୍ତ୍ୱେ ସଂଖ୍ୟାଲଘୁ ର୍ୟାଲି କଲେ କିପରି ବୋଲି ସେ ପ୍ରଶ୍ନ କରିଥିଲେ ।[୪]

ଏପ୍ରିଲ ୬ତାରିଖ ସନ୍ଧ୍ୟାଠାରୁ ୪୮ ଘଣ୍ଟା ପାଇଁ ସମଗ୍ର ଭଦ୍ରକରେ ଫେସବୁକ, ଟ୍ୱିଟରହ୍ୱାଟ୍ସଆପ ପରି ସୋସିଆଲ ମିଡ଼ିଆକୁ ବନ୍ଦ କରି ଦିଆଯାଇଥିଲା ।[୫] ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଭଦ୍ରକର ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭଦ୍ରକ ଟାଉନର ୧୫ନଂ ୱାର୍ଡର କାଉନସିଲର ଶୁଭଙ୍କର ମହାପାତ୍ର ଓରଫ କାଳିଆ ଦଙ୍ଗାପରେ ଲାଗି ରହିଥିବା ହିଂସାକାଣ୍ଡକୁ ଉସୁକାଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଭଦ୍ରକ ହିଂସାକାଣ୍ଡ ଘଟଣାରେ ପୋଲିସ ମୋଟ ୧୭୦ରୁ ଉର୍ଦ୍ଧ୍ୱ ଜଣଙ୍କୁ ଗିରଫ କରିଥିଲେ ।[୬] ଭଦ୍ରକ ଜେଲରେ ସ୍ଥାନାଭାବ ଯୋଗୁଁ ୬୭ଜଣ ଗଣ୍ଡଗୋଳକାରୀଙ୍କୁ ସୋର, ନୀଳଗିରୀ ଓ ବାଲେଶ୍ୱରକୁ ପଠାଯାଇଥିଲା । ଗଣ୍ଡଗୋଳରେ ମୁଖ୍ୟ ସୂତ୍ରଧର ଦୁଇଜଣଙ୍କୁ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଥିଲା ।[୭] ପୁଲିସ ଏସପି ଓ ଏଡିଏମଙ୍କ ଅବହେଳା ଓ ଓଭର କନଫିଡେନ୍ସ ଭଦ୍ରକରେ ସାମ୍ପ୍ରଦାୟିକ ଦଙ୍ଗାକୁ ପ୍ରୋତ୍ସହିତ କରିଥିବା ଅଭିଯୋଗ ପରେ ସେମାନଙ୍କ ବଦଳି କରାଯାଇଥିଲା ।

କ୍ଷୟକ୍ଷତି ଓ ଥଇଥାନ[ସମ୍ପାଦନା]

ଦଙ୍ଗାରେ ମୋଟ ୪୫୦ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୯କୋଟି ଟଙ୍କାର କ୍ଷତି ଘଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିଲା ।[୮] ସହରର ୩୦ଟି ୱାର୍ଡ ମଧ୍ୟରୁ ୨୭ଟି ୱାର୍ଡର ୪୪୦ଟି ବ୍ୟବସାୟୀକ ପ୍ରତିଷ୍ଠାନ ପୋଡ଼ିଯାଇଥିବା ସହ ୧୦ଟି ପକ୍କାଘର ମଧ୍ୟ ପୋଡିଯାଇଥିଲା ।[୯] ଉଠା ଦୋକାନୀ, ଗୋଦାମଘର ଓ ଦୋକାନଘର ସମେତ ମୋଟ ୪୫୦ଟି ପ୍ରତିଷ୍ଠାନ ଓ ଘର ପ୍ରଭାବିତ ହୋଇଥିଲା । ସରକାର ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ଦୋକାନୀମାନଙ୍କ ଥଇଥାନ କରାଯାଇଥିଲା । ପ୍ରଭାବିତ ହୋଇଥିବା ଘର ଓ ଗୋଦାମ ପ୍ରଭୃତି ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସହାୟତା ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୪୪୩ ଜଣ କ୍ଷତିଗ୍ରସ୍ତଙ୍କୁ ସର୍ବନିମ୍ନ ୧୫ ହଜାର ଓ ସର୍ବାଧିକ ୨ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା ।[୧୦]

ଆଧାର[ସମ୍ପାଦନା]

  1. https://thewire.in/122418/bhadrak-odisha-communal-tensions/
  2. "ଆର୍କାଇଭ୍ କପି". Archived from the original on 2017-04-21. Retrieved 2017-04-20. {{cite web}}: Cite has empty unknown parameter: |1= (help)
  3. http://suryaprava.co.in/epaper/m/52267/58ead4a9e42ec[permanent dead link]
  4. http://sarbasadharana.com/?p=35464[permanent dead link]
  5. "ଆର୍କାଇଭ୍ କପି". Archived from the original on 2019-04-12. Retrieved 2017-04-20. {{cite web}}: Cite has empty unknown parameter: |1= (help)
  6. http://odishaupdate.in/bhadrak-tension-counsilor-arrested/
  7. http://odishaupdate.in/bhadrak-tension-counsilor-arrested/
  8. "ଆର୍କାଇଭ୍ କପି". Archived from the original on 2017-04-21. Retrieved 2017-04-20. {{cite web}}: Cite has empty unknown parameter: |1= (help)
  9. "ଆର୍କାଇଭ୍ କପି". Archived from the original on 2019-04-12. Retrieved 2017-04-23. {{cite web}}: Cite has empty unknown parameter: |1= (help)
  10. http://m.dailyhunt.in/news/india/oriya/odisha+reporter-epaper-oreportପ୍ରଭାବିତ ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ ପାଇଁ ମ୍ୟୁନିସପାଲଟି ଜମି ଚିହ୍ନଟ କରିବା ସହିତ ରାଜ୍ୟ ସରକାର ସହାୟତା ଯୋଗାଇଦେବାର ପ୍ରତିଶୁତି ଦେଇଥିଲେ ।/bhadraka+hinsa+kshatigrastanka+pain+sahayata+rashi+ghoshana-newsid-66774796