ସ୍କ୍ୱାମସ ସେଲ ଚର୍ମ କର୍କଟ

ଉଇକିପିଡ଼ିଆ‌ରୁ
ସ୍କ୍ୱାମସ ସେଲ ଚର୍ମ କର୍କଟ (Squamous cell skin cancer)
କ୍ୟୁଟାନିଅସ ସ୍କ୍ୱାମସ ସେଲ କାର୍ସିନୋମା ବା ସିଏସସିସି (Cutaneous squamous cell carcinoma or cSCC), ଏପିଡର୍ମଏଡ କାର୍ସିନୋମା (epidermoid carcinoma), ସ୍କ୍ୱାମସ ସେଲ ଏପିଥେଲିଓମା (squamous cell epithelioma)
ପ୍ରିମାଲିଗନାଣ୍ଟ ଆକ୍ଟିନିକ କେରାଟୋସିସ ରୋଗରୁ ସ୍କ୍ୱାମସ ସେଲ ଚର୍ମ କର୍କଟ ରୋଗ ହେବାକୁ ଯାଉଛି, ଏହାର ପୃଷ୍ଠ ଦେଶ କାତିପୂର୍ଣ୍ଣ ହୋଇ ଘାଆ ହୋଇଯାଏ ।
ବିଭାଗଚର୍ମରୋଗ ବିଜ୍ଞାନ (Dermatology), ପ୍ଲାସ୍ଟିକ ସର୍ଜରି (plastic surgery), କର୍ଣ୍ଣ ନାସା ଗଳା ବିଭାଗ otorhinolaryngology
ଲକ୍ଷଣଶକ୍ତ ଗୋଟାଳି ଉପରେ ଘାଆ (ulceration) ଥାଏ । [୧]
ବିପଦ କାରକଫିକା ଚର୍ମ (Light skin), ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light), ରାଡିଏସନ ଥେରାପି (radiation therapy), ଆର୍ସେନିକ (arsenic), ଆକ୍ଟିନିକ କେରାଟୋସିସ actinic keratosis, ସ୍ୱଳ୍ପ ଇମ୍ମ୍ୟୁନ ସିସ୍ଟମ କ୍ରିୟା poor immune system function, ଏଚପିଭି ସଂକ୍ରମଣ HPV infection[୨]
ରୋଗ ନିର୍ଣ୍ଣୟ ପଦ୍ଧତିତନ୍ତୁ ବାୟୋପ୍ସି (Tissue biopsy)[୨][୩]
ସଠିକ ରୋଗ ନିର୍ଣ୍ଣୟକେରାଟୋକାନ୍ଥୋମା (Keratoacanthoma), ଆକ୍ଟିନିକ କେରାଟୋସିସ en:actinic keratosis, ମେଲାନୋମା, ଭାତୁଡ଼ି, ବାସାଲ ସେଲ କାର୍ସିନୋମା[୪]
ପ୍ରତିକାରକମ୍ ଅଲଟ୍ରାଭାୟୋଲେତ ସଂସ୍ପର୍ଶ (UV radiation), ସନସ୍କ୍ରିନ (sunscreen)[୫][୬]
ଚିକିତ୍ସାଅପରେଶନ ନିଷ୍କାସନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy)[୨][୭]
Prognosisସାଧାରଣତଃ ଉତ୍ତମ[୫]
ପୁନଃପୌନିକ୨.୨ ନିୟୁତ (୨୦୧୫)[୮]
ମୃତ୍ୟୁ ସାନ୍ଦ୍ରତା୫୧,୯୦୦ (୨୦୧୫)[୯]

ସ୍କ୍ୱାମସ ସେଲ ଚର୍ମ କର୍କଟ, ଅନ୍ୟ ନାମ କ୍ୟୁଟାନିଅସ ସ୍କ୍ୱାମସ ସେଲ କାର୍ସିନୋମା ବା ସିଏସସିସି (Squamous-cell skin cancer or Cutaneous squamous cell carcinoma or cSCC) ସ‌ହିତ ବାସାଲ ସେଲ କାର୍ସିନୋମାମେଲାନୋମା ରୋଗ ଗୁଡ଼ିକ ମୂଖ୍ୟ ଚର୍ମ କର୍କଟ ରୋଗ ଭାବରେ ପରିଚିତ ।[୧୦] ଏହା କାତିମୟ ପୃଷ୍ଠ ଥିବା ଏକ ଗୋଟାଳି ଆକାରରେ ଦେଖାଯାଏ ଓ ଏହା ଉପରେ ଏକ ଘାଆ (ulcer) ମଧ୍ୟ ହୋଇପାରେ ।[୧] ମାସାଧିକ କାଳ ରହିବା ପରେ ଏହା ଜଣାଯାଏ ।[୪] ବାସାଲ ସେଲ କର୍କଟ ରୋଗ ଅପେକ୍ଷା ଏହି ସ୍କ୍ୱାମସ ସେଲ ଚର୍ମ କର୍କଟରେ ଅଧିକ ବିସ୍ଥାପନ (spread to distant areas) ଦେଖାଯାଏ ।[୧୧]

ସୂର୍ଯ୍ୟ ରଶ୍ମୀରୁ ଆସୁଥିବା ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light) ଏହି ରୋଗ ସଙ୍କଟ ସୃଷ୍ଟିର କରେ ।[୨] ଶୁଖିଯାଇଥିବା ଦାଗ, କ୍ରନିକ ଘାଆ, ଫିକା ଚର୍ମ (Light skin), ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light), ରାଡିଏସନ ଥେରାପି (radiation therapy), ଆର୍ସେନିକ (arsenic), ଆକ୍ଟିନିକ କେରାଟୋସିସ (actinic keratosis), ସ୍ୱଳ୍ପ ଇମ୍ମ୍ୟୁନ ସିସ୍ଟମ କ୍ରିୟା (poor immune system function), ଏଚପିଭି ସଂକ୍ରମଣ (HPV infection) ଆଦି ଥିଲେ ଏହି ରୋଗ ସଙ୍କଟ ରହେ ।[୨][୧୨] ମୋଟ ଅଲଟ୍ରାଭାୟୋଲେଟ ରଶ୍ମୀ ସଂସ୍ପର୍ଶ ପରିମାଣ ଅନୁସାରେ ଏହି ସଙ୍କଟ ରହେ ।[୧୩] ଅଲଟ୍ରାଭାୟୋଲେଟ ରଶ୍ମୀର ଏକ ନୂତନ ସ୍ରୋତ ଭାବରେ ଟାନିଙ୍ଗ ବେଡ (Tanning beds) ପରିଚିତ ହୋଇଛି ।[୧୩] ମନୁଷ୍ୟ ଚର୍ମରେ (skin|) ଥିବା ସ୍କ୍ୱାମସ ସେଲରୁ ଏହାର ସୃଷ୍ଟି ହୁଏ ।[୧୪] ଚର୍ମ ପରୀକ୍ଷା ଓ ତନ୍ତୁ ବାୟୋପ୍ସି (tissue biopsy) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨][୩]

ସ୍କ୍ୱାମସ ସେଲ ଚର୍ମ କର୍କଟ ରୋଗରୁ ମୁକ୍ତି ପାଇବା ନିମନ୍ତେ ସନସ୍କ୍ରିନ (sunscreen) ବ୍ୟବ‌ହାର ଓ ଅଲଟ୍ରାଭାୟୋଲେତ ରଶ୍ମୀ ସଂସ୍ପର୍ଶରୁ ଦୂରରେ ରହିବା ଆବଶ୍ୟକ ।[୫][୬] ଅପରେଶନ କରି ଏହା ନିଷ୍କାସିତ କରାଯାଏ ।[୨] ରୋଗ ଆକାର ଛୋଟ ଥିଲେ ମୋହସ୍ ଅପରେଶନ ( Mohs surgery) କରିବାକୁ ସୁପାରିସ କରାଯାଏ ।[୨] ଏହା ବ୍ୟତୀତ କ୍ରାୟୋଅପରେଶନ (application of cold) ଓ ରାଡିଏସନ ଥେରାପି (radiation therapy) ମଧ୍ୟ କରାଯାଏ ।[୭] ରୋଗ ବିସ୍ଥାପିତ ହୋଇଥିଲେ କେମୋଥେରାପି (chemotherapy) ବା ବାୟୋଲୋଜିକ ଥେରାପି (biologic therapy) ଦିଆଯାଇପାରେ । [୭]

ସନ ୨୦୧୫ରେ ପ୍ରାୟ ୨.୨ ନିୟୁତ ଲୋକ ଯେ କୌଣସି ସମୟରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।[୮] ସମୁଦାୟ ଚର୍ମ କର୍କଟ ରୋଗର ୨୦% ଏହି ରୋଗ ଥାଏ । [୧୫] ଯୁକ୍ତରାଷ୍ଟ୍ର ଆମେରିକାରେ ୧୨% ମହିଳା ଓ ୭% ପୁରୁଷ ଏହି ରୋଗରେ ପୀଡ଼ିତ ଥିଲେ ।[୨] ଏହାର ପୂର୍ବାନୁମାନ ଭଲ ଥିଲେ ମଧ୍ୟ ବିସ୍ଥାପିତ ରୋଗ ଥିଲେ ୩୪ % ରୋଗୀଙ୍କର ଆୟୁଷ ପ୍ରାୟ ୫ ବର୍ଷ (five-year survival) ରହେ । [୪][୫] ସାରା ପୃଥିବୀରେ ଏହି ରୋଗ ଯୋଗୁ ସନ ୨୦୧୫ରେ ୫୧,୯୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୯] ରୋଗ ନିର୍ଣ୍ଣୟ କରିବାବେଳକୁ ବୟସ ୬୬ ବର୍ଷ ଥାଏ ।[୪] ସଫଳ ଚିକିତ୍ସା ପରେ ମଧ୍ୟ ପୁନର୍ବାର ଏହି ରୋଗ ସଙ୍କଟ ରହେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ Lynne M Dunphy (2011). Primary Care: The Art and Science of Advanced Practice Nursing. F.A. Davis. p. 242. ISBN 9780803626478. Archived from the original on 2016-05-20.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Gandhi, SA; Kampp, J (November 2015). "Skin Cancer Epidemiology, Detection, and Management". The Medical clinics of North America. 99 (6): 1323–35. doi:10.1016/j.mcna.2015.06.002. PMID 26476255.
  3. ୩.୦ ୩.୧ "Skin Cancer Treatment". National Cancer Institute (in ଇଂରାଜୀ). 21 June 2017. Archived from the original on 4 July 2017. Retrieved 2 July 2017.
  4. ୪.୦ ୪.୧ ୪.୨ ୪.୩ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1199. ISBN 9780323448383. Archived from the original on 29 August 2017. Retrieved 2 July 2017.
  5. ୫.୦ ୫.୧ ୫.୨ ୫.୩ World Cancer Report 2014. World Health Organization. 2014. pp. Chapter 5.14. ISBN 9283204298.
  6. ୬.୦ ୬.୧ Jou, PC; Feldman, RJ; Tomecki, KJ (June 2012). "UV protection and sunscreens: what to tell patients". Cleveland Clinic journal of medicine. 79 (6): 427–36. doi:10.3949/ccjm.79a.11110. PMID 22660875.
  7. ୭.୦ ୭.୧ ୭.୨ "Skin Cancer Treatment". National Cancer Institute (in ଇଂରାଜୀ). 21 June 2017. Archived from the original on 4 July 2017. Retrieved 2 July 2017.
  8. ୮.୦ ୮.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  9. ୯.୦ ୯.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  10. "Skin Cancer Treatment (PDQ®)". NCI. 2013-10-25. Archived from the original on 5 July 2014. Retrieved 30 June 2014.
  11. Cakir, BÖ; Adamson, P; Cingi, C (November 2012). "Epidemiology and economic burden of nonmelanoma skin cancer". Facial plastic surgery clinics of North America. 20 (4): 419–22. doi:10.1016/j.fsc.2012.07.004. PMID 23084294.
  12. Opel, Sophia (2016). Textbook of Plastic and Reconstructive Surgery (1 ed.). UCL Press. p. 65. ISBN 9781910634394.
  13. ୧୩.୦ ୧୩.୧ Gallagher, RP; Lee, TK; Bajdik, CD; Borugian, M (2010). "Ultraviolet radiation". Chronic diseases in Canada. 29 Suppl 1: 51–68. PMID 21199599.
  14. "NCI Dictionary of Cancer Terms". National Cancer Institute. Archived from the original on 9 November 2016. Retrieved 9 November 2016.
  15. Stratigos, A; Garbe, C; Lebbe, C; Malvehy, J; del Marmol, V; Pehamberger, H; Peris, K; Becker, JC; Zalaudek, I; Saiag, P; Middleton, MR; Bastholt, L; Testori, A; Grob, JJ; European Dermatology Forum, (EDF).; European Association of Dermato-Oncology, (EADO).; European Organization for Research and Treatment of Cancer, (EORTC). (September 2015). "Diagnosis and treatment of invasive squamous cell carcinoma of the skin: European consensus-based interdisciplinary guideline". European Journal of Cancer. 51 (14): 1989–2007. doi:10.1016/j.ejca.2015.06.110. PMID 26219687.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ