ସିଧୁ ଓ କାହ୍ନୁ ମୁର୍ମୁ
ସିଦୋ ମୁର୍ମୁ ଏବଂ କାହ୍ନୁ ମୁର୍ମୁ ଉଭୟ ଭାଇ ବ୍ରିଟିଶ ଔପନିବେଶିକ କର୍ତ୍ତୃପକ୍ଷ ଏବଂ ଦୁର୍ନୀତିଗ୍ରସ୍ତ ଜମିଦାରୀ ପ୍ରଥା ବିରୋଧରେ ପୂର୍ବ ଭାରତରେ ସାନ୍ତାଳ ବିଦ୍ରୋହ (୧୮୫୫-୧୮୫୬)ର ନେତା ଥିଲେ ।[୧]
ବିଦ୍ରୋହ
[ସମ୍ପାଦନା]ସାନ୍ତାଳମାନେ ଜଙ୍ଗଲ ଉପରେ ନିର୍ଭର କରି ସେଠାରେ ରହୁଥିଲେ । ୧୮୩୨ ମସିହାରେ ବିଇଆଇସି ଆଧୁନିକ ଝାଡ଼ଖଣ୍ଡର ଦାମିନ-ଇ-କୋହ ଅଞ୍ଚଳକୁ ଚିହ୍ନଟ କରି ସାନ୍ତାଳମାନଙ୍କୁ ଏହି ଅଞ୍ଚଳରେ ବସବାସ କରିବାକୁ ନିମନ୍ତ୍ରଣ କରିଥିଲା । ଜମି ଓ ଅର୍ଥନୈତିକ ସୁବିଧାର ପ୍ରତିଶ୍ରୁତି ଯୋଗୁଁ ଧଳଭୂମ, ମନଭୂମ, ହଜାରିବାଗ, ମେଦିନୀପୁର ଆଦି ଅଞ୍ଚଳରୁ ବହୁ ସଂଖ୍ୟକ ସାନ୍ତାଳ ଏଠାକୁ ବସବାସ କରିବାକୁ ଆସିଥିଲେ । ଖୁବ୍ ଶୀଘ୍ର, ବିଇଆଇସିଦ୍ୱାରା କର ଆଦାୟ ମଧ୍ୟସ୍ଥି ଭାବରେ ନିୟୋଜିତ ମହାଜନ ଜମିଦାରମାନେ ଅର୍ଥନୀତିରେ ଆଧିପତ୍ୟ ବିସ୍ତାର କରିଥିଲେ । ଅନେକ ସାନ୍ତାଳ ଏହି ଦୁର୍ନୀତିଗ୍ରସ୍ତ ଅର୍ଥ କର ପ୍ରଥାର ଶିକାର ହୋଇଥିଲେ । ସେମାନଙ୍କୁ ଅତ୍ୟଧିକ ଦରରେ ଋଣ ଦିଆଯାଇଥିଲା । ସେମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହେବାରୁ ସେମାନଙ୍କ ଜମିକୁ ଜୋରଜବରଦସ୍ତ ନିଆଯାଇଥିଲା ଏବଂ ସେମାନେ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ । ଏହି ବିଦ୍ରୋହ ସମୟରେ ସାନ୍ତାଳମାନଙ୍କ ନେତୃତ୍ୱ ନେଇଥିବା ଦୁଇ ଭାଇ ସିଦ୍ଧୁ ଏବଂ କାହ୍ନୁ ମୁର୍ମୁଙ୍କ ସାନ୍ତାଳ ବିଦ୍ରୋହ ଆରମ୍ଭ କରିଥିଲେ ।[୨][୩]
୧୮୫୫ ମସିହା ଜୁନ ୩୦ ତାରିଖରେ ଦୁଇ ସାନ୍ତାଳ ବିଦ୍ରୋହୀ ନେତା ସିଧୁ ଓ କାହ୍ନୁ ମୁର୍ମୁ, ଚାନ୍ଦ ଓ ଭୈରବଙ୍କ ସହ ମିଶି[୪] ୬୦,୦୦୦ ସାନ୍ତାଳଙ୍କୁ ଏକାଠି କରି ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ବିଦ୍ରୋହ ସମୟରେ ସମାନ୍ତରାଳ ସରକାର ଚଳାଇବା ପାଇଁ ସିଧୁ ମୁର୍ମୁ ପାଖାପାଖି ୧୦ ହଜାର ସାନ୍ତାଳମାନଙ୍କୁ ଏକାଠି କରିଥିଲେ ।[୫] ଏହି ବିଦ୍ରୋହର ମୂଳ ଉଦ୍ଦେଶ୍ୟ ଥିଲା ନିଜ ଆଇନ ତିଆରି କରି ଓ ତାହା ଲାଗୁ କରି କର ଆଦାୟ କରିବା । ସାନ୍ତାଳମାନେ ପ୍ରଥମେ କିଛି ସଫଳତା ପାଇଥିଲେ କିନ୍ତୁ ଖୁବ ଶୀଘ୍ର ବ୍ରିଟିଶମାନେ ଏହି ବିଦ୍ରୋହୀମାନଙ୍କୁ ମୁକାବିଲା କରିବା ପାଇଁ ଏକ ନୂତନ ଉପାୟ ବାହାର କରିଥିଲେ । ବ୍ରିଟିଶ ସେନା ସାନ୍ତାଳ ବିଦ୍ରୋହୀମାନଙ୍କୁ ଜଙ୍ଗଲରୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲା । ଏକ ନିର୍ଣ୍ଣାୟକ ଯୁଦ୍ଧରେ ଇଂରେଜମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ହାତୀରେ ସଜ୍ଜିତ ହୋଇ ପାହାଡ଼ ପାଦଦେଶରେ ନିଜକୁ ମୁତୟନ କରିଥିଲେ । ଯୁଦ୍ଧ ଆରମ୍ଭ ହେଲା କ୍ଷଣି ବ୍ରିଟିଶ ଅଧିକାରୀ ତାଙ୍କ ସୈନ୍ୟମାନଙ୍କୁ ଗୁଳି ବୋଝେଇ ନକରି ସିଧା ଗୁଳି ଚଳାଇବାକୁ ଆଦେଶ ଦେଇଥିଲେ । ବ୍ରିଟିଶ ଯୁଦ୍ଧ ରଣନୀତିଦ୍ୱାରା ସୃଷ୍ଟି ହୋଇଥିବା ଏହି ଜାଲରେ ସନ୍ଦେହ କରିନଥିବା ସାନ୍ତାଲମାନେ ସମ୍ପୂର୍ଣ୍ଣ ପଡ଼ିଯାଇଥିଲେ । ଏହି ହଠାତ ପଦକ୍ଷେପ ସେମାନଙ୍କ ପାଇଁ ବିପଜ୍ଜନକ ହୋଇପଡ଼ିଥିଲା । ପାହାଡ଼ ପାଦଦେଶ ନିକଟରେ ପହଞ୍ଚିବା ମାତ୍ରେ ବ୍ରିଟିଶ ସେନା ପୂରା ଶକ୍ତି ସହ ଆକ୍ରମଣ କରିଥିଲା ଏବଂ ଏଥର ସେମାନେ ଗୁଳି ବ୍ୟବହାର କରୁଥିଲେ । ଶେଷରେ ବିଦ୍ରୋହକୁ ବ୍ରିଟିଶ ଦମନ କରିଥିଲେ ମଧ୍ୟ ସାନ୍ତାଳ ଯୋଦ୍ଧାମାନଙ୍କ ବୀରତ୍ୱ ସାନ୍ତାଳ ସମୁଦାୟ ପାଳନ କରିଥାଏ ।[୬]
ସ୍ମୃତି
[ସମ୍ପାଦନା]ସିଦୋ ମୁର୍ମୁ ଏବଂ କାହ୍ନୁ ମୁର୍ମୁଙ୍କ ସ୍ମୃତିରେ ଦୁହିଙ୍କ ନାମରେ ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟର ନାମକରଣ କରାଯାଇଛି । ସେମାନଙ୍କୁ ସମ୍ମାନ ଜଣାଇ ୨୦୦୨ ମସିହାରେ ଭାରତୀୟ ଡାକ ୪ ଟଙ୍କିଆ ଡାକଟିକଟ ମଧ୍ୟ ପ୍ରକାଶ କରିଥିଲା ।[୭] ରାଞ୍ଚିରେ ଏକ ସିଦୋ କାହ୍ନୁ ମେମୋରିଆଲ ପାର୍କ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । କେନ୍ଦ୍ରୀୟ କଲିକତାର ଏସପ୍ଲାନେଡରେ ଥିବା ସିଦୋ-କାହ୍ନୋ ଡାହର ଦୁଇଭାଇଙ୍କ ନାମରେ ନାମିତ ହୋଇଛି ।
ଆଧାର
[ସମ୍ପାଦନା]- ↑ "Sidhu Murmu and Kanhu Murmu". incrediblejharkhand.com. Archived from the original on 20 April 2014. Retrieved 19 April 2014.ଛାଞ୍ଚ:Dead url
- ↑ Jha, Amar Nath (2009). "Locating the Ancient History of Santal Parganas". Proceedings of the Indian History Congress. 70: 185–196. ISSN 2249-1937. JSTOR 44147668.
- ↑ "When the Santhals rebelled". thedailystar.
- ↑ Richard Gott (2012). Britain's Empire: Resistance, Repression and Revolt. Verso. p. 435. ISBN 978-1844670673.
- ↑ Sailendra Nath Sen (2010). An Advanced History of Modern India. Macmillan. p. 120. ISBN 9780230328853.
- ↑ Social Science. Social Science History Association. 1968. p. 29. ISBN 9788183320979.
- ↑ "Stamps 2002". indiapost.gov.in. Archived from the original on 18 April 2014. Retrieved 19 April 2014.