ସାନା ଖାନ
ସାନା ଖାନ | |
---|---|
ଜନ୍ମ | [୧][୨] | ୨୧ ଅଗଷ୍ଟ ୧୯୮୮
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ନର୍ତ୍ତକୀ |
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ସାନା ଖାନ (ଜନ୍ମ: ୨୧ ଅଗଷ୍ଟ ୧୯୮୮) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ ।[୩][୪] ସାନା ଜଣେ ମଡେଲ ଭାବରେ ବିଜ୍ଞାପନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର, ଦୂରଦର୍ଶନ ବିଜ୍ଞାପନ, ଚଳଚ୍ଚିତ୍ରରେ ନୃତ୍ୟ, ଦୂରଦର୍ଶନ କାର୍ଯ୍ୟକ୍ରମ ଇତ୍ୟାଦିରେ କାମ କରିଛନ୍ତି । ୫ଟି ଭାଷାର ପ୍ରାୟ ୧୪ଟ ଚଳଚ୍ଚିତ୍ରରେ ସେ ଅଭିନୟ କରିବା ସହ ପାଖାପାଖି ୫୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି । [୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସାନା ୨୧ ଅଗଷ୍ଟ ୧୯୮୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କନ୍ନୁର୍, କରେଳରୁ ଏବଂ ମାଆ ସାଇଦା ମୁମ୍ବାଇରୁ ।[୫] ସାନା ମୁମ୍ବାଇରେ ତାଙ୍କର ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଛନ୍ତି । ଅଳ୍ପ ବୟସରୁ ମଡେଲିଂରେ ଯୋଗଦେବା କାରଣରୁ ସେ ଆଉ ଅଧିକ ପଢ଼ିନାହାନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ଚଳଚ୍ଚିତ୍ର
[ସମ୍ପାଦନା]ମାର୍ଚ୍ଚ ୨୦୦୫ରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ୟେ ହୈ ହାଇ ସୋସାଇଟି ଜରିଆରେ ସାନା କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୬] ଏଥି ସହ ଦୂରଦର୍ଶନର ବିଜ୍ଞାପନ ଏବଂ ଅନ୍ୟାନ୍ୟ ବିଜ୍ଞାପନ ମାନଙ୍କରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଡିସେମ୍ବର ୨୦୦୮ରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର ସିଲମ୍ବଟ୍ଟାମ୍ ଜରିଆରେ ସାନା ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭] ଅଭିନେତା ଶାହାରୁଖ ଖାଁଙ୍କ ସହ ସାନାଙ୍କର ଏକ ବିଜ୍ଞାପନ ଦେଖିବା ପରେ ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟକ ସିଲାମ୍ବରସନ୍ ରାଜେନ୍ଦ୍ର ସାନାଙ୍କୁ ନିଜ ତରଫରୁ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ ।[୫][୩] ଏହି ଚଳଚ୍ଚିତ୍ର ପାଇଁ ସେ ୨୦୦୯ରେ ITFAର ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।[୮][୯]
ଏହାପରେ ୨୦୧୦ରେ ସେ ତେଲୁଗୁ କଥାଚିତ୍ର କଲ୍ୟାଣରାମ କାଥି ଜରିଆରେ ଅଭିନେତା ନନ୍ଦମୁରୀ କଲ୍ୟାଣ ରାମଙ୍କ ସହ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୦]
୨୦୧୧ରେ ସାନା କନ୍ନଡ଼ କଥାଚିତ୍ର କୁଲ୍ ଜରିଆରେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ସେପ୍ଟେମ୍ବରରେ ତାଙ୍କର ପରବର୍ତ୍ତୀ ତାମିଲ କଥାଚିତ୍ର ମୁକ୍ତିଲାଭ କରିଥିଲେ ।[୧୧][୯] ପରେ ୨୦୧୨ରେ ଏକ ତେଲୁଗୁ ଚଳଚ୍ଚିତ୍ର ମିଷ୍ଟର ନୂକାୟାରେ ସାନା ଜଣେ ୱେଟର ଭାବରେ ଅଭିନୟ କରିଥିଲେ ।[୧୨] ମଇ ୨୦୧୩ରେ ସାନାଙ୍କର ପ୍ରଥମ ମାଲାୟଲମ୍ ଚଳଚ୍ଚିତ୍ର କ୍ଲାଇମାକ୍ସ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର କାହାଣୀ ପ୍ରାକ୍ତନ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜିବନୀ ଉପରେ ନିର୍ମିତ ହିନ୍ଦୀ କଥାଚିତ୍ର ଦ ଡାର୍ଟି ପିକ୍ଚର୍ସର କାହାଣୀ ପରି ଥିଲା ।[୧୩][୧୪][୧୫] ୨୦୧୩ରେ ସାନାଙ୍କର ଷଷ୍ଠ ତାମିଲ କଥାଚିତ୍ର ଥଲାଇଭାନ୍ ମୁକ୍ତିଲାଭ କରିଥିଲା ।[୧୬]
୨୦୧୪ରେ ସାନା ଅଭିନେତା ସଲମାନ ଖାଁଙ୍କ ଚଳଚ୍ଚିତ୍ର ଜୟ ହୋରେ ଖଳନାୟିକା ଭାବରେ ଅଭିନୟ କରିଥିଲେ ।[୧୭][୧୮] ପରେ ସାନା ଅଭିନେତା ସରମଣ ଜୋସୀ ଏବଂ ଗୁରୁମୀତ ଚୌଧୁରୀଙ୍କ ସହ[୧୯][୨୦][୨୧] ବଜା ତୁମ୍ ହୋ କଥାଚିତ୍ରରେ ଅଭିନୟ କରିଥିଲେ ।[୨୨]
ଦୂରଦର୍ଶନ ବିଜ୍ଞାପନ
[ସମ୍ପାଦନା]ସାନା ପାଖାପାଖି ୫୦ଟିରୁ ଅଧିକ ବିଜ୍ଞାପନରେ ଅଭିନୟ କରିଛନ୍ତି ।[୩] ଶିରିଶ୍ କୁନ୍ଦର୍ଙ୍କ ନିର୍ଦ୍ଦେଶିତ ଏକ କସ୍ମେଟିକ୍ ବିଜ୍ଞାପନରେ ସେ ୨୦୦୭ରେ ଅଭିନୟ କରିଥିଲେ ।[୨୩]
୨୦୦୭ରେ ସାନା ଅମୂଲ ମାଚୋର ବିଜ୍ଞାପନରେ ଅଭିନୟ କରିଥିଲେ ।[୨୪] ଏହି ବିଜ୍ଞାପନଟି ବିବାଦରେ ଘେରି ଯାଇଥିଲା, ଫଳରେ ଭାରତ ସରକାର ଏହି ବିଜ୍ଞାପନର ପ୍ରସାରଣ ଉପରେ ରୋକ୍ ଲଗାଇଥିଲେ ।[୨୫] ଏହାପରେ ପୁଣିଥରେ ସାନା ସେହି ବିଜ୍ଞାପନର ସିକୁଏଲ୍ କରିଥିଲେ, ଯାହାକି ୨୦୦୮ର ଫେବୃଆରୀରେ ମୁକ୍ତିଲାଭ କରିଥିଲା ।[୨୫]
ବିଗ୍ ବସ୍
[ସମ୍ପାଦନା]୨୦୧୨ ଅକ୍ଟୋବରରେ ସାନା ବିଗ୍ ବସ୍ର ୬ଷ୍ଠ ସଂସ୍କରଣରେ ଭାଗନେଇଥିଲେ ।[୨୬] ଏହି କାର୍ଯ୍ୟକ୍ରମରେ ସେ ଅଧିକ ଲୋକପ୍ରିୟ ହୋଇଥିଲେ ଏବଂ ଶେଷଯାଏ ତିଷ୍ଠି ରହିଥିଲେ । ମାତ୍ର ୩ୟ ସ୍ଥାନରେ ରହିଥିଲେ ।[୨୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୫: ୟେ ହୈ ହାଇ ସୋସାଇଟି ([[ହିନ୍ଦୀ ଭଷା|ହିନ୍ଦୀ))
- ୨୦୦୬: ଏ (ତାମିଲ)- ଅତିଥି କଳାକାର
- ୨୦୦୭: ବମ୍ବେ ଟୁ ଗୋଆ (ହିନ୍ଦୀ)- ଅତିଥି କଳାକାର
- ୨୦୦୭: ଧନ୍ ଧନାଧନ୍ ଗୋଲ୍ (ହିନ୍ଦୀ)- ଅତିଥି କଳାକାର
- ୨୦୦୮: ସିଲାମ୍ବଟ୍ଟମ୍ (ତାମିଲ)
- ୨୦୦୮: ହାଲ୍ଲା ବୋଲ୍ (ହିନ୍ଦୀ)
- ୨୦୧୦: ଥମ୍ବିକୁ ଇନ୍ଦା ଓରୁ (ତାମିଲ)
- ୨୦୧୦: କଲ୍ୟାଣରାମ କାଥି (ତେଲୁଗୁ)
- ୨୦୧୧: ଗଗନମ୍ (ତେଲୁଗୁ)
- ୨୦୧୧: ପାୟନମ୍ (ତାମିଲ)
- ୨୦୧୧: କୁଲ୍ (କନ୍ନଡ଼)
- ୨୦୧୧: ଆୟିରାମ୍ ଭିଲ୍ଲାକୁ (ତାମିଲ)
- ୨୦୧୨: ମିଷ୍ଟର ନୂକାୟା(ତେଲୁଗୁ)
- ୨୦୧୩: ଓରୁ ନଡ଼ିଗାୟାଁ ଡାଏରୀ (ତାମିଲ)
- ୨୦୧୩: କ୍ଲାଇମେକ୍ସ (ମାଲାୟଲମ)
- ୨୦୧୩: ଥଲାଇବାନ୍ (ତାମିଲ)
- ୨୦୧୪: ଜୟ ହୋ (ହିନ୍ଦୀ)
- ୨୦୧୬: ବଜା ତୁମ୍ ହୋ (ହିନ୍ଦୀ)
- ୨୦୧୭: ଟେଲେଟ୍: ଏକ୍ ପ୍ରେମ୍ କଥା (ହିନ୍ଦୀ)
ଆଧାର
[ସମ୍ପାଦନା]- ↑ "Salman Khan's Mental heroine and former Bigg Boss contestant Sana Khan celebrated her 25th birthday in style at her home in Oshiwara, a north west suburb in Mumbai, on August 21".
- ↑ "Sana Khan celebrates birthday with Ajaz Khan, Rajeev Paul".
- ↑ ୩.୦ ୩.୧ ୩.୨ ୩.୩ Kumar, S. R. Ashok (18 February 2010). "My First Break – Sana Khan". The Hindu. Retrieved 16 May 2017.
- ↑ "Celeb cook in: Sana Khan".
- ↑ ୫.୦ ୫.୧ Pillai, Sreedhar (9 November 2008). "Simbu's new girl". Times of India. Archived from the original on 25 October 2012. Retrieved 16 May 2017.
- ↑ "Yehi Hai High Society". Hungama Digital Media Entertainment Pvt. Ltd. Retrieved 16 May 2017.
- ↑ "Silambattam gets ready for release". The Times of India. TNN. 16 December 2008. Archived from the original on 3 January 2013. Retrieved 16 May 2017.
- ↑ "Bigg Boss > Contestants > Sana Khan". Archived from the original on 9 October 2012. Retrieved 16 May 2017.
- ↑ ୯.୦ ୯.୧ "Sana Khan on aayiram vilakku Part 2". behindwoodstv (on Youtube). Retrieved 16 May 2017.
- ↑ Ramchander (12 November 2010). "Kalyanram Kathi – Movie Review". One Indian Entertainment/ Greynium Information Technologies Pvt. Ltd. Archived from the original on 16 April 2011. Retrieved 16 May 2017.
- ↑ "Tamil " Movies " Aayiram Vilakku". One India Entertainment/Greynium Information Technologies Pvt. Ltd. Archived from the original on 15 October 2012. Retrieved 16 May 2017.
- ↑ Dundoo, Sangeetha Devi (10 March 2012). "Mr. Nookayya: A thriller that meanders". The Hindu. Retrieved 16 May 2017.
- ↑ "Sana Khan as 'Silk' Smitha in Malayalam". The New Indian Express. Express Features. 16 June 2012. Archived from the original on 4 March 2016. Retrieved 16 May 2017.
- ↑ "First Look: Sana Khan as Silk Smitha in Climax". Rediff.com. 16 August 2012. Retrieved 16 May 2017.
- ↑ Nayar, Parvathy S (16 February 2013). "Sana Khan moves from the Bigg Boss house to a new house!". The Times of India. TNN. Archived from the original on 11 April 2013. Retrieved 16 May 2017.
- ↑ "Thalaivan". The Times of India. TNN. 13 August 2012. Archived from the original on 3 January 2013. Retrieved 16 May 2017.
- ↑ "Bigg Boss contestant Sana Khan feels blessed to act with Salman Khan". The Indian Express. PTI. 17 March 2013. Retrieved 16 May 2017.
- ↑ "Salman Khan to go 'Mental' with Sana Khan, Daisy and Tabu". Dubai Media Incorporated. 18 March 2013. Retrieved 16 May 2017.
- ↑ "Ready to witness live murder on TV?".
- ↑ "Sana Khan: Can't believe it's me in 'Wajah Tum Ho'". The Times of India. 6 August 2016. Retrieved 16 May 2017.
- ↑ "Sana Khan goes bold for erotic thriller Wajah Tum Ho". Bollywood Hungama. 4 April 2016. Retrieved 16 May 2017.
- ↑ Wajah Tum Ho: Why so much noise over intimate scenes, asks Sana Khan
- ↑ Padukone, Chaitanya (16 July 2007). "Sanaa fulfills her 'fantasy'". DNA. Retrieved 16 May 2017.
- ↑ "'Bigg Boss 6': Who is Sana Khan? Hint – 'Ye toh bada toing hai!'". IBNLive/IBN South. 8 October 2012. Archived from the original on 15 January 2013. Retrieved 16 May 2017.
- ↑ ୨୫.୦ ୨୫.୧ Mukhopadhyay, Sougata (20 February 2008). "Company launches banned innerwear ad's sequel". CNN-IBN. Archived from the original on 4 July 2009. Retrieved 16 May 2017.
- ↑ Thomas, Amy Rose (8 October 2012). "I will flaunt my age: Sana Khan". Postnoon. Archived from the original on 19 November 2012. Retrieved 16 May 2017.
- ↑ "Sana Khan wants to work in Bollywood". The Times of India. PTI. 13 January 2013. Archived from the original on 29 October 2013. Retrieved 16 May 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାନା ଖାନ