ରାବଣ ପୋଡ଼ି (ୱେବ ସିରିଜ)
ଦେଖଣା
ରାବଣ ପୋଡ଼ି | |
---|---|
ଶୈଳୀ | ୱେବ ସିରିଜ |
ଲେଖକ | ବିରଜ ରଥ |
କାହାଣୀ | ବିରଜ ରଥ |
ନିର୍ଦ୍ଦେଶନା | ବିରଜ ରଥ |
କଳାକାର | ଚୌଧୁରୀ ଜୟ ପ୍ରକାଶ ଦାସ ସୁଧାଂଶୁ ନାରାୟଣ ଦାଶ ଦୀପନୱିତ ଦାଶମହାପାତ୍ର ଅଙ୍କିତା ମିଶ୍ର |
ସଙ୍ଗୀତ | ବିନୟ ରଥ |
ଦେଶ | ଭାରତ |
ମୂଳ ଭାଷା | ଓଡ଼ିଆ |
ଅଧ୍ୟାୟ ସଂଖ୍ୟା | ୪ |
Production | |
Producer(s) | ସମରେଶ ରାଉତରାୟ |
ସ୍ଥାନ | କଟକ ଏବଂ ଭୁବନେଶ୍ୱର |
Production company(s) | ଏସ୍୩ ମୁଭିଜ୍ |
Release | |
ମୂଳ ଚେନାଲ୍ | ଓଡ଼ିଆ ୱାନ ୟୁଟ୍ୟୁବ ଚ୍ୟାନେଲ |
ମୁକ୍ତିଲାଭ ତାରିଖ | ୨୮ ସେପ୍ଟେମ୍ବର ୨୦୧୮ |
ରାବଣ ପୋଡ଼ି ଓଡ଼ିଆ ଭାଷାରେ ନିର୍ମିତ ପ୍ରଥମ ୱେବ ସିରିଜ । ଏହାର ସମ୍ପୂର୍ଣ୍ଣ ନାମ ଥିଲା, ରାବଣ ପୋଡ଼ି- ଏ ହୋମ କମିଙ୍ଗ୍ । ଏହା ୨୦୧୮ ମସିହାର ଦଶହରା ସମୟରେ ଓଡ଼ିଆୱାନ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । କାହାଣୀଟି ଜଣେ ଏକୁଟିଆ ରହୁଥିବା ଅବସରପ୍ରାପ୍ତ ବ୍ରିଗେଡିୟରଙ୍କ ପରିବାର ଉପରେ କେନ୍ଦ୍ରିତ ଥିଲା ।[୧][୨][୩]
କାହାଣୀ
[ସମ୍ପାଦନା]ଏକୁଟିଆ ରହୁଥିବା ଜଣେ ଅବସର ପ୍ରାପ୍ତ ବ୍ରିଗେଡିୟର (ଚୌଧୁରୀ ଜୟପ୍ରକାଶ ଦାସ) ନିଜର ଦୂରରେ ରହୁଥିବା ନାତିକୁ (ସୁଧାଂଶୁ ନାରାୟଣ ଦାଶ) ସମ୍ପତିବାଡ଼ି ମାମଲା ଛିଣ୍ଡାଇବାକୁ ଦଶହରା ସମୟରେ ତାଙ୍କର ଘରକୁ ଡାକନ୍ତି । ନାତିଟି ଜଣେ ସଫ୍ଟୱେର ଡେଭେଲପର ଯେକି ନିଜ ପରିବାରଠାରୁ ଦୂରରେ ରହନ୍ତି । ନାତିଟି କଟକ ଆସିଲାପରେ ଘଟିଥିବା ଘଟଣାବଳୀ ଉପରେ ଏହି ଚାରୋଟି ଅଧ୍ୟାୟ ପର୍ଯ୍ୟବସିତ ।
ଅଭିନୟ
[ସମ୍ପାଦନା]- ଚୌଧୁରୀ ଜୟପ୍ରକାଶ ଦାସ
- ସୁଧାଂଶୁ ନାରାୟଣ ଦାଶ[୪]
- ଦୀପନ୍ୱିତ ଦାଶମହାପାତ୍ର
- ଅଙ୍କିତା ମିଶ୍ର
ଆଧାର
[ସମ୍ପାଦନା]- ↑ "Odisha's first-ever web series 'Rabana Podi' is all about loving your roots - Odisha Sun Times". Odisha Sun Times (in ଇଂରାଜୀ). DailyHunt. Retrieved 3 January 2019.
- ↑ "Odisha's first-ever web series 'Rabana Podi' is all about loving your roots | Sambad English". Sambad English. sambadenglish.com. 29 September 2018. Retrieved 26 October 2020.
- ↑ http://www.mycitylinks.in/odisha-s-first-web-series-rabana-podi-hits-youtube-on-friday
- ↑ "ସୋନୁଙ୍କ ନିୟତି". ସମ୍ବାଦ (ରବିବାର). 29 January 2023. p. 8. Archived from the original on 11 February 2023. Retrieved 11 February 2023.
ବାହ୍ୟ ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାବଣ ପୋଡ଼ି
- ୟୁଟ୍ୟୁବ