ରତି ଅଗ୍ନିହୋତ୍ରୀ
ରତି ଅଗ୍ନିହୋତ୍ରୀ | |
---|---|
ଜନ୍ମ | |
ଅନ୍ୟ ନାମ | ରତି ବିରୱାନୀ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୭୯–୧୯୮୫ ୨୦୦୧–୨୦୧୬ |
ବୈବାହିକ-ସାଥୀ | ଅନିଲ ବିରୱାନୀ (୧୯୮୫ - ୨୦୧୫; ଛାଡ଼ପତ୍ର) |
ସନ୍ତାନ | ତନୁଜ ବିରୱାନୀ |
ରତି ଅଗ୍ନିହୋତ୍ରୀ (ଜନ୍ମ: ୧୦ ଡିସେମ୍ବର ୧୯୬୦) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ୧୯୮୧ ମସିହାର କଥାଚିତ୍ର ଏକ୍ ଦୁଜେ କେ ଲିୟେ ଓ ୧୯୮୫ର କଥାଚିତ୍ର ତାୱାଇଫ୍ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅଗ୍ନିହୋତ୍ରୀ ୧୯୬୦ ମସିହାର ଡିସେମ୍ବର ୧୦ ତାରିଖରେ ଉତ୍ତରପ୍ରଦେଶର ବରେଲିଠାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]୧୦ ବର୍ଷ ବୟସରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ ।[୨] ସେ ତାମିଲ ଭାଷାର କଥାଚିତ୍ରରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୭୯ ମସିହାରେ ତାଙ୍କର ଦୁଇଟି ତାମିଲ କଥାଚିତ୍ର ମୁକ୍ତିଲାଭ କରିଥିଲା; ପୁଥିଆ ଭରପୁଗାଲ ଓ ନିରାମ ମରାଠା ପୁକ୍କାଲ ।[୩]
୧୯୮୦ ଦଶକରେ ସେ ଅନେକ ହିନ୍ଦୀ କଥାଚିତ୍ରେ ଅଭିନୟ କରିଥିଲେ ।୧୯୮୧ ମସିହାରେ ସେ ହିନ୍ଦୀ କଥାଚିତ୍ର ଏକ୍ ଦୁଜେ କେ ଲିୟେରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ମନୋନୀତ କରାଯାଇଥିଲା । ଏହା ବ୍ୟତୀତ ତାଙ୍କ ଅଭିନୀତ ହିନ୍ଦୀ କଥାଚିତ୍ରଗୁଡ଼ିକ ମଧ୍ୟରୁ ୧୯୮୨ ମସିହାରେ ଫର୍ଜ ଔର୍ କାନୁନ୍, ୧୯୮୩ ମସିହାରେ କୁଲି, ୧୯୮୫ ମସିହାରେ ତୱାଇଫ୍, ୧୯୮୬ ମସିହାରେ ଆପ କେ ସାଥ୍ ଏବଂ ୧୯୮୭ ମସିହାରେ ହୁକୁମତ ମୁକ୍ତିଲାଭ କରିଥିଲା ।
୧୬ ବର୍ଷର ବ୍ୟବଧାନ ପରେ ୨୦୦୧ ମସିହାରେ ହିନ୍ଦୀ କଥାଚିତ୍ର କୁଛ୍ ଖଟ୍ଟି କୁଛ୍ ମୀଠି ଜରିଆରେ ସେ ଅଭିନୟ ଜଗତକୁ ପୁଣି ଫେରିଥିଲେ ।[୪] ସେହି ବର୍ଷ ସେ ତାମିଲ କଥାଚିତ୍ର ମଜୁନୁ ଓ ହିନ୍ଦୀ କଥାଚିତ୍ର ୟାଦେଁରେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସେ ଅନାୟାର ଜରିଆରେ ମାଲାୟାଲମ୍ କଥାଚିତ୍ର ଜଗତରେ ଓ ଏନ୍ ଓଡେ ଟୁ ଲଷ୍ଟ୍ ଲଭ୍ ଜରିଆରେ ଇଂରାଜୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ ମସିହାରେ ସେ ଆଇନା-ଟେ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]
ସେ ମଞ୍ଚରେ ମଧ୍ୟ ଅଭିନୟ କରିଛନ୍ତି; ୨୦୦୫ ମସିହାରେ ତାଙ୍କ ଅଭିନୀତ ମଞ୍ଚ ନାଟକ ପ୍ଲିଜ୍ ଡିଭର୍ସ୍ ମି ଡାର୍ଲିଂ ପରିବେଷଣ ହୋଇଥିଲା ।[୪] ୨୦୦୫ ମସିହାରେ ସେ ଦୂରଦର୍ଶନ ଧାରାବାହିକ ସିକ୍ସର୍ରେ ଅଭିନୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅଗ୍ନିହୋତ୍ରୀ ୯ ଫେବୃଆରୀ ୧୯୮୫ରେ ବ୍ୟବସାୟୀ ତଥା ସ୍ଥପତି ଅନିଲ ବିରୱାନୀଙ୍କୁ ବିବାହ କରିଥିଲେ,[୬] ତାଙ୍କ ବାପାଙ୍କ ମୃତ୍ୟୁ ଓ ବିବାହ ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ।[୭] ୧୯୮୬ ମସିହାରେ, ତାଙ୍କ ପୁଅ ତନୁଜ ବିରୱାନୀ ଜନ୍ମଗ୍ରହଣ କରିଥିଲେ, ଯିଏକି ଜଣେ ଅଭିନେତା ଭାବରେ କାର୍ଯ୍ୟ କରୁଛନ୍ତି ।[୮] ୨୦୧୫ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲେ ।[୯][୧୦][୧୧][୧୨]
ପୁରସ୍କାର
[ସମ୍ପାଦନା]- ୧୯୮୨: ଏକ ଦୁଜେ କେ କେ ଲିୟେ ପାଇଁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ
- ୧୯୮୬: ତାୱାଇଫ୍ ପାଇଁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ[୧୩]
ଆଧାର
[ସମ୍ପାଦନା]- ↑ "Happy birthday Rati Agnihotri: The ethereal beauty turns 57 today". India TV. 9 November 2017. Retrieved 1 April 2019.
- ↑ "I am where my destiny has brought me". The Hindu. 26 October 2004. Archived from the original on 31 October 2004. Retrieved 7 March 2022.
- ↑ "rediff.com, Movies: The return of Rati". Rediff. 10 March 2000. Retrieved 7 March 2022.
- ↑ ୪.୦ ୪.୧ "In the spotlight again". The Hindu. 18 March 2004. Retrieved 3 June 2020.
- ↑ "Interview: 'I can relate to mother roles'". The Sunday Tribune - Spectrum. 15 June 2008. Retrieved 17 February 2017.
- ↑ "One for the other". The Telegraph. 28 October 2006. Retrieved 6 May 2022.
- ↑ "The Hindu : All set for a second innings". The Hindu. 12 May 2000. Archived from the original on 12 December 2008. Retrieved 17 February 2017.
- ↑ Farzeen, Sana (2 May 2019). "Poison actor Tanuj Virwani: Whatever work I am getting is because of Inside Edge". The Indian Express (in ଇଂରାଜୀ). Retrieved 13 June 2022.
- ↑ Iyer, Meena (10 April 2015). "Rati Agnihorti's husband shocked at the wife harassment allegations". The Times of India (in ଇଂରାଜୀ). Retrieved 7 March 2022.
- ↑ "Rati Agnihotri Files Domestic Violence Case Against Husband". NDTV. Press Trust of India. 15 March 2015. Retrieved 17 February 2017.
- ↑ "Rati Agnihotri files complaint against her husband for harassment and torture". 15 March 2015. Archived from the original on 18 March 2015. Retrieved 17 February 2017.
- ↑ Jha, Subhash K. (31 March 2015). "Rati Agnihotri: I've taken 30 years to opt out of my marriage". Rediff. Retrieved 17 February 2017.
- ↑ "Mount Carmel School, Bhagalpur" (PDF). Archived from the original (PDF) on 12 June 2009. Retrieved 27 December 2020.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରତି ଅଗ୍ନିହୋତ୍ରୀ
- ରତି ଅଗ୍ନିହୋତ୍ରୀଙ୍କ ପ୍ରୋଫାଇଲ୍