ରତି ଅଗ୍ନିହୋତ୍ରୀ

ଉଇକିପିଡ଼ିଆ‌ରୁ
ରତି ଅଗ୍ନିହୋତ୍ରୀ
୨୦୧୫ ମସିହାରେ ରତି
ଜନ୍ମ (1960-12-10) ୧୦ ଡିସେମ୍ବର ୧୯୬୦ (ବୟସ ୬୩)
ଅନ୍ୟ ନାମରତି ବିରୱାନୀ
ବୃତ୍ତିସମୂହ
  • ମଡେଲ
  • ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୯–୧୯୮୫
୨୦୦୧–୨୦୧୬
ବୈବାହିକ-ସାଥୀଅନିଲ ବିରୱାନୀ (୧୯୮୫ - ୨୦୧୫; ଛାଡ଼ପତ୍ର)
ସନ୍ତାନତନୁଜ ବିରୱାନୀ

ରତି ଅଗ୍ନିହୋତ୍ରୀ (ଜନ୍ମ: ୧୦ ଡିସେମ୍ବର ୧୯୬୦) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ, ତେଲୁଗୁତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ୧୯୮୧ ମସିହାର କଥାଚିତ୍ର ଏକ୍ ଦୁଜେ କେ ଲିୟେ ଓ ୧୯୮୫ର କଥାଚିତ୍ର ତାୱାଇଫ୍ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଗ୍ନିହୋତ୍ରୀ ୧୯୬୦ ମସିହାର ଡିସେମ୍ବର ୧୦ ତାରିଖରେ ଉତ୍ତରପ୍ରଦେଶର ବରେଲିଠାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

୧୦ ବର୍ଷ ବୟସରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ ।[୨] ସେ ତାମିଲ ଭାଷାର କଥାଚିତ୍ରରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୭୯ ମସିହାରେ ତାଙ୍କର ଦୁଇଟି ତାମିଲ କଥାଚିତ୍ର ମୁକ୍ତିଲାଭ କରିଥିଲା; ପୁଥିଆ ଭରପୁଗାଲନିରାମ ମରାଠା ପୁକ୍କାଲ[୩]

୧୯୮୦ ଦଶକରେ ସେ ଅନେକ ହିନ୍ଦୀ କଥାଚିତ୍ରେ ଅଭିନୟ କରିଥିଲେ ।୧୯୮୧ ମସିହାରେ ସେ ହିନ୍ଦୀ କଥାଚିତ୍ର ଏକ୍ ଦୁଜେ କେ ଲିୟେରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ମନୋନୀତ କରାଯାଇଥିଲା । ଏହା ବ୍ୟତୀତ ତାଙ୍କ ଅଭିନୀତ ହିନ୍ଦୀ କଥାଚିତ୍ରଗୁଡ଼ିକ ମଧ୍ୟରୁ ୧୯୮୨ ମସିହାରେ ଫର୍ଜ ଔର୍ କାନୁନ୍, ୧୯୮୩ ମସିହାରେ କୁଲି, ୧୯୮୫ ମସିହାରେ ତୱାଇଫ୍, ୧୯୮୬ ମସିହାରେ ଆପ କେ ସାଥ୍ ଏବଂ ୧୯୮୭ ମସିହାରେ ହୁକୁମତ ମୁକ୍ତିଲାଭ କରିଥିଲା ।

୧୬ ବର୍ଷର ବ୍ୟବଧାନ ପରେ ୨୦୦୧ ମସିହାରେ ହିନ୍ଦୀ କଥାଚିତ୍ର କୁଛ୍ ଖଟ୍ଟି କୁଛ୍ ମୀଠି ଜରିଆରେ ସେ ଅଭିନୟ ଜଗତକୁ ପୁଣି ଫେରିଥିଲେ ।[୪] ସେହି ବର୍ଷ ସେ ତାମିଲ କଥାଚିତ୍ର ମଜୁନୁ ଓ ହିନ୍ଦୀ କଥାଚିତ୍ର ୟାଦେଁରେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସେ ଅନାୟାର ଜରିଆରେ ମାଲାୟାଲମ୍ କଥାଚିତ୍ର ଜଗତରେ ଓ ଏନ୍ ଓଡେ ଟୁ ଲଷ୍ଟ୍ ଲଭ୍ ଜରିଆରେ ଇଂରାଜୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ ମସିହାରେ ସେ ଆଇନା-ଟେ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]

ସେ ମଞ୍ଚରେ ମଧ୍ୟ ଅଭିନୟ କରିଛନ୍ତି; ୨୦୦୫ ମସିହାରେ ତାଙ୍କ ଅଭିନୀତ ମଞ୍ଚ ନାଟକ ପ୍ଲିଜ୍ ଡିଭର୍ସ୍ ମି ଡାର୍ଲିଂ ପରିବେଷଣ ହୋଇଥିଲା ।[୪] ୨୦୦୫ ମସିହାରେ ସେ ଦୂରଦର୍ଶନ ଧାରାବାହିକ ସିକ୍ସର୍‌ରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଗ୍ନିହୋତ୍ରୀ ୯ ଫେବୃଆରୀ ୧୯୮୫ରେ ବ୍ୟବସାୟୀ ତଥା ସ୍ଥପତି ଅନିଲ ବିରୱାନୀଙ୍କୁ ବିବାହ କରିଥିଲେ,[୬] ତାଙ୍କ ବାପାଙ୍କ ମୃତ୍ୟୁ ଓ ବିବାହ ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ।[୭] ୧୯୮୬ ମସିହାରେ, ତାଙ୍କ ପୁଅ ତନୁଜ ବିରୱାନୀ ଜନ୍ମଗ୍ରହଣ କରିଥିଲେ, ଯିଏକି ଜଣେ ଅଭିନେତା ଭାବରେ କାର୍ଯ୍ୟ କରୁଛନ୍ତି ।[୮] ୨୦୧୫ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲେ ।[୯][୧୦][୧୧][୧୨]

ପୁରସ୍କାର[ସମ୍ପାଦନା]

  • ୧୯୮୨: ଏକ ଦୁଜେ କେ କେ ଲିୟେ ପାଇଁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ
  • ୧୯୮୬: ତାୱାଇଫ୍ ପାଇଁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ[୧୩]

ଆଧାର[ସମ୍ପାଦନା]

  1. "Happy birthday Rati Agnihotri: The ethereal beauty turns 57 today". India TV. 9 November 2017. Retrieved 1 April 2019.
  2. "I am where my destiny has brought me". The Hindu. 26 October 2004. Archived from the original on 31 October 2004. Retrieved 7 March 2022.
  3. "rediff.com, Movies: The return of Rati". Rediff. 10 March 2000. Retrieved 7 March 2022.
  4. ୪.୦ ୪.୧ "In the spotlight again". The Hindu. 18 March 2004. Retrieved 3 June 2020.
  5. "Interview: 'I can relate to mother roles'". The Sunday Tribune - Spectrum. 15 June 2008. Retrieved 17 February 2017.
  6. "One for the other". The Telegraph. 28 October 2006. Retrieved 6 May 2022.
  7. "The Hindu : All set for a second innings". The Hindu. 12 May 2000. Archived from the original on 12 December 2008. Retrieved 17 February 2017.
  8. Farzeen, Sana (2 May 2019). "Poison actor Tanuj Virwani: Whatever work I am getting is because of Inside Edge". The Indian Express (in ଇଂରାଜୀ). Retrieved 13 June 2022.
  9. Iyer, Meena (10 April 2015). "Rati Agnihorti's husband shocked at the wife harassment allegations". The Times of India (in ଇଂରାଜୀ). Retrieved 7 March 2022.
  10. "Rati Agnihotri Files Domestic Violence Case Against Husband". NDTV. Press Trust of India. 15 March 2015. Retrieved 17 February 2017.
  11. "Rati Agnihotri files complaint against her husband for harassment and torture". 15 March 2015. Archived from the original on 18 March 2015. Retrieved 17 February 2017.
  12. Jha, Subhash K. (31 March 2015). "Rati Agnihotri: I've taken 30 years to opt out of my marriage". Rediff. Retrieved 17 February 2017.
  13. "Mount Carmel School, Bhagalpur" (PDF). Archived from the original (PDF) on 12 June 2009. Retrieved 27 December 2020.

ବାହାର ଲିଙ୍କ୍[ସମ୍ପାଦନା]